Posted inଫୁରସତ

ସ୍ବାସ୍ଥ୍ୟ ପାଇଁ ହାନିକାରକ ପ୍ୟାକେଜ୍‌ଡ ଫୁଡ୍‌

ବର୍ତ୍ତମାନ ବିଭିନ୍ନ ପ୍ୟାକେଜ୍‌ଡ ଫୁଡ୍‌ ଯେମିତି ଅଧିକାଂଶଙ୍କ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ ହୋଇଗଲାଣି। ବିଶେଷକରି ପିଲାମାନେ ଏବଂ ଯୁବପିଢ଼ି ଏଭଳି ଖାଦ୍ୟ ପ୍ରତି ଅଧିକ ଆଗ୍ରହୀ ହେଉଥିବା ଦେଖିବାକୁ ମିଳୁଛି। ହେଲେ ପାଟିକୁ ସ୍ବାଦିଷ୍ଟ ଲାଗୁଥିବା ଏହି ଖାଦ୍ୟଗୁଡ଼ିକ ସ୍ବାସ୍ଥ୍ୟ ପ୍ରତି ହାନିକାରକ …

ପ୍ୟାକେଟ୍‌ରେ ଦୀର୍ଘ ଦିନ ପର୍ଯ୍ୟନ୍ତ ନଷ୍ଟ ନ ହେବା ପାଇଁ ଅଧିକ ଲୁଣ, ତେଲ, ରଙ୍ଗ ଏବଂ ପ୍ରିଜର୍ଭେଟିଭ୍‌ ବ୍ୟବହାର କରାଯାଇଥାଏ, ଯାହାକି ସ୍ବାସ୍ଥ୍ୟ ପ୍ରତି ଆଦୌ ହିତକର ନୁହେଁ। ବିଶେଷକରି ଏଭଳି ଖାଦ୍ୟର ପ୍ରାକୃତିକ ଫ୍ଲେଭର ବଜାୟ ରଖିବା ଲାଗି ବ୍ୟବହାର ହେଉଥିବା ମନୋସୋଡିଅମ ଗ୍ଲୁକାମେଟ୍‌ ଅନେକଙ୍କଠାରେ ମାଇଗ୍ରେନ୍‌ ସମସ୍ୟା ସୃଷ୍ଟି କରୁଛି।
ଖାଦ୍ୟ ଅଧିକ ଖାଇବା ଦ୍ୱାରା ଶରୀରରେ ଅଧିକ ଚର୍ବି ଜମା ହୋଇଥାଏ। ଫଳରେ ଅଳ୍ପ ବୟସରୁ ମେଦବହୁଳତା ସମସ୍ୟା ଦେଖାଦେଇଥାଏ। ଧୀରେ ଧୀରେ ଧମନୀ ଭିତରେ ଚର୍ବି ଜମାହେବାରୁ ତାହା ସଙ୍କୁଚିତ ହୋଇ ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି କରେ। ଏମିତିକି ଏହା ଯୋଗୁ ହୃଦ୍‌ଘାତର ଆଶଙ୍କା ବୃଦ୍ଧି ପାଇଥାଏ।
ଏତିକି ନୁହେଁ; ଏସବୁ ଖାଦ୍ୟରେ ମିଶାଯାଉଥିବା ଆର୍ଟିଫିସିଆଲ୍‌ ସୁଗାର, ସୋଡିଅମ୍‌ ନାଇଟ୍ରେଟ୍‌, ମନୋସୋଡିଅମ ଗ୍ଲୁକାମେଟ୍‌ ବର୍ତ୍ତମାନ ଅନେକଙ୍କଠାରେ ସ୍କିନ୍‌ ଆଲର୍ଜି, କେଶ ଝଡ଼ିବା ବା ଚନ୍ଦାପଣ, ଡାଇବେଟିସ୍‌, ବ୍ଲଡ୍‌ପ୍ରେସର, ଲିଭର ସମସ୍ୟା, ପେଟ ସମସ୍ୟା, ମାନସିକ ଅନଗ୍ରସରତା ଏବଂ ସର୍ବୋପରି ହୃଦ୍‌ରୋଗ ସମସ୍ୟା ଉପୁଜାଉଥିବା ଦେଖିବାକୁ ମିଳୁଛି।
ଅନେକ ପ୍ୟାକେଜ୍‌ଡ ଫୁଡ୍‌ରେ ସ୍ବାଦ ବୃଦ୍ଧି ପାଇଁ ମିନେରାଲ୍ସ, ଫାଇବର ଏବଂ ଭିଟାମିନ୍ସର ପରିମାଣ କମ୍‌ ହୋଇ ସ୍ୟାଚୁରେଟେଡ ଫ୍ୟାଟ୍‌, କ୍ୟାଲୋରି, ସୋଡିଅମ୍‌ ଆଦି ମିଶାଯାଉଛି; ଯାହାକି ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ।
ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଭଳି କେତେକ ଖାଦ୍ୟରେ ଗ୍ଲୁକୋଜ୍‌ ବଦଳରେ ଫ୍ରୁକ୍ଟୋଜ୍‌ ବ୍ୟବହାର କରାଯାଉଛି। ଏହାକୁ ଖାଇବା ଦ୍ୱାରା ଶରୀରରେ ଆର୍ଟିଫିସିଆଲ୍‌ ସୁଗାର ଯାଇ ମଧ୍ୟ ବିଭିନ୍ନ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି। ତେଣୁ ଯେଉଁ ଖାଦ୍ୟ ପ୍ୟାକେଟ୍‌ରେ ଇନ୍‌ଗ୍ରେଡିଏନ୍ସ ଲିଷ୍ଟରେ କର୍ନ ସିରପ୍‌, କର୍ନ ସିରପ୍‌ ସଲିଡ୍ସ, ହାଇ ଫ୍ରୁକ୍ଟୋଜ୍‌ କର୍ନ ସିରପ୍‌ ଆଦି ମଧ୍ୟରୁ କିଛି ଲେଖାଥାଏ, ତେବେ ତାହା ନ ଖାଇବା ଭଲ।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟ-ବୁଧ-କେତୁଙ୍କ ଅଦ୍ଭୁତ ସଂଯୋଗ: ସୁନା ଭଳି ଚମକିବ ୩ ରାଶିଙ୍କ ଭାଗ୍ୟ, ଯାହା ଚାହିଁବେ ତାହା ହେବ!

ବର୍ତ୍ତମାନ ଗ୍ରହମାନଙ୍କ ରାଜା ସୂର୍ଯ୍ୟ ଏବଂ ରାଜକୁମାର ବୁଧ ମଘା ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି। ସଂଯୋଗବଶତଃ କେତୁ ମଧ୍ୟ ଏହି ନକ୍ଷତ୍ରରେ ରହିଥିବାରୁ ଏକ ବିଶେଷ ଗ୍ରହ…

ଭାରତ ଠାରୁ ପାକିସ୍ତାନରେ ଏତେ ଶସ୍ତା ଚିନି! ତା’ ହେଲେ ଭାରତରେ ମହଙ୍ଗା କାହିଁକି?

ନୂଆଦିଲ୍ଲୀ, ୨୬।୮: ଚିନିକୁ ନେଇ ଭାରତ ଏବଂ ପାକିସ୍ତାନରେ ଆଜିକାଲି ସମ୍ପୂର୍ଣ୍ଣ ବିପରୀତ ଚିତ୍ର ଦେଖିବାକୁ ମିଳୁଛି। ଯେଉଁଠି ଭାରତର ଖୁଚୁରା ବଜାରରେ ଚିନିର ଦର କିଲୋଗ୍ରାମ…

ଶ୍ରୀମନ୍ଦିର ପରିସରରେ ଦୁଇ ଭକ୍ତ ଗୋଷ୍ଠୀ ମଧ୍ୟରେ ହାତାହାତି

ପୁରୀ,୨୫ା୮(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପରିସରରେ ବୁଧବାର ସକାଳେ ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦର୍ଶନକୁ ନେଇ ଦୁଇ ଗୋଷ୍ଠୀ ଭକ୍ତଙ୍କ ମଧ୍ୟରେ ହାତାହାତି…

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ପୁଣି ମହଙ୍ଗା ହେଲା ଚିନି ଦର, ଜାଣନ୍ତୁ ଏବେ କେତେ ରେଟ୍‌

ନୂଆଦିଲ୍ଲୀ, ୨୬।୮: ପର୍ବପର୍ବାଣୀ ଯେତିକି ପାଖେଇ ଆସୁଛି, ଚିନି ଦର ସେତିକି କମିବା ବଦଳରେ ବଢ଼ିବାରେ ଲାଗିଛି। ଚିନି ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ ଚିନ୍ତା…

TMCରେ ବଡ଼ ହଲଚଲ: ୨୦ ଜଣ ବିଦ୍ରୋହୀ ସାଂସଦଙ୍କ ଅଡୁଆ ବଢ଼ିଲା! ୭ ଦିନରେ…

କୋଲକାତା,୨୬।୮: ବିଦ୍ରୋହୀ ସାଂସଦମାନଙ୍କ ଜବାବ ମିଳିବା ପରେ ଲୋକସଭା ବାଚସ୍ପତିଙ୍କୁ ଏକ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିବ। ବିଦ୍ରୋହୀ ସାଂସଦମାନେ NCPIରେ ଯୋଗଦେବା ନିଷ୍ପତ୍ତିକୁ ସମ୍ବିଧାନର ଦଶମ…

ରାକ୍ଷୀରେ କୁମ୍ଭ ରାଶିରେ ଲାଗିବ ଚନ୍ଦ୍ର ଗ୍ରହଣ, ୨୮ ଅଗଷ୍ଟରୁ ୫ ରାଶିଙ୍କ ଖରାପ ଟାଇମ୍‌ ଆରମ୍ଭ, ଅଯଥା ଖର୍ଚ୍ଚାନ୍ତରେ ପଡିବେ…

ଏହି ଚନ୍ଦ୍ରଗ୍ରହଣ ଏକ ଆଂଶିକ ଗ୍ରହଣ ହେବ। ଚନ୍ଦ୍ରଗ୍ରହଣର ପ୍ରଭାବ ଯୋଗୁଁ ଅନେକ ରାଶିର ଲୋକଙ୍କ ଜୀବନରେ ପ୍ରଭାବ ପଡ଼ିବ। ଚନ୍ଦ୍ରଗ୍ରହଣର ପ୍ରଭାବ ଯୋଗୁଁ କେତେକ ରାଶିକୁ…

ପିଏମ୍‌ ସୂର୍ଯ୍ୟଘର ଯୋଜନା: ସବ୍‌ସିଡି ଅର୍ଥ ବ୍ୟାଙ୍କ ଖାତାକୁ ଆସିବା ପାଇଁ ମନ୍ତ୍ରୀଙ୍କୁ ଗୁହାରି

କଟକ ସଦର,୨୫ା୮(ସୁଶାନ୍ତ କୁମାର ଜେନା): କଟକ ସଦର ନିର୍ବାଚନ ମଣ୍ଡଳୀରେ ପିଏମ୍‌ ସୂର୍ଯ୍ୟଘର ଯୋଜନା ଆଖି ଦୃଶିଆ ଅଗ୍ରଗତି ହୋଇପାରୁ ନ ଥିବାରୁ ଉପମୁଖ୍ୟମନ୍ତ୍ରୀ ତଥା ବିଦ୍ୟୁତ୍‌…

ସରକାରକୁ ପୁଣି ଅଲ୍ଟିମେଟମ୍‌ ଦେଲା CJP: ୩ ଦାବି ପୂରଣ ନ ହେଲେ…ସରକାରଙ୍କଠାରେ ପଶିଲା ଛନ୍‌କା

ନୂଆଦିଲ୍ଲୀ,୨୬।୮: କକ୍ରୋଚ ଜନତା ପାର୍ଟି (CJP) ପୁଣି ଥରେ ଦିଲ୍ଲୀରେ ପ୍ରଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଦଳ ପକ୍ଷରୁ ସେପ୍ଟେମ୍ବର ୫ ତାରିଖରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri