Odisha Elections 2024
Posted inଫୁରସତ

ସ୍ବାସ୍ଥ୍ୟ ପାଇଁ ହାନିକାରକ ପ୍ୟାକେଜ୍‌ଡ ଫୁଡ୍‌

ବର୍ତ୍ତମାନ ବିଭିନ୍ନ ପ୍ୟାକେଜ୍‌ଡ ଫୁଡ୍‌ ଯେମିତି ଅଧିକାଂଶଙ୍କ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ ହୋଇଗଲାଣି। ବିଶେଷକରି ପିଲାମାନେ ଏବଂ ଯୁବପିଢ଼ି ଏଭଳି ଖାଦ୍ୟ ପ୍ରତି ଅଧିକ ଆଗ୍ରହୀ ହେଉଥିବା ଦେଖିବାକୁ ମିଳୁଛି। ହେଲେ ପାଟିକୁ ସ୍ବାଦିଷ୍ଟ ଲାଗୁଥିବା ଏହି ଖାଦ୍ୟଗୁଡ଼ିକ ସ୍ବାସ୍ଥ୍ୟ ପ୍ରତି ହାନିକାରକ …

ପ୍ୟାକେଟ୍‌ରେ ଦୀର୍ଘ ଦିନ ପର୍ଯ୍ୟନ୍ତ ନଷ୍ଟ ନ ହେବା ପାଇଁ ଅଧିକ ଲୁଣ, ତେଲ, ରଙ୍ଗ ଏବଂ ପ୍ରିଜର୍ଭେଟିଭ୍‌ ବ୍ୟବହାର କରାଯାଇଥାଏ, ଯାହାକି ସ୍ବାସ୍ଥ୍ୟ ପ୍ରତି ଆଦୌ ହିତକର ନୁହେଁ। ବିଶେଷକରି ଏଭଳି ଖାଦ୍ୟର ପ୍ରାକୃତିକ ଫ୍ଲେଭର ବଜାୟ ରଖିବା ଲାଗି ବ୍ୟବହାର ହେଉଥିବା ମନୋସୋଡିଅମ ଗ୍ଲୁକାମେଟ୍‌ ଅନେକଙ୍କଠାରେ ମାଇଗ୍ରେନ୍‌ ସମସ୍ୟା ସୃଷ୍ଟି କରୁଛି।
ଖାଦ୍ୟ ଅଧିକ ଖାଇବା ଦ୍ୱାରା ଶରୀରରେ ଅଧିକ ଚର୍ବି ଜମା ହୋଇଥାଏ। ଫଳରେ ଅଳ୍ପ ବୟସରୁ ମେଦବହୁଳତା ସମସ୍ୟା ଦେଖାଦେଇଥାଏ। ଧୀରେ ଧୀରେ ଧମନୀ ଭିତରେ ଚର୍ବି ଜମାହେବାରୁ ତାହା ସଙ୍କୁଚିତ ହୋଇ ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି କରେ। ଏମିତିକି ଏହା ଯୋଗୁ ହୃଦ୍‌ଘାତର ଆଶଙ୍କା ବୃଦ୍ଧି ପାଇଥାଏ।
ଏତିକି ନୁହେଁ; ଏସବୁ ଖାଦ୍ୟରେ ମିଶାଯାଉଥିବା ଆର୍ଟିଫିସିଆଲ୍‌ ସୁଗାର, ସୋଡିଅମ୍‌ ନାଇଟ୍ରେଟ୍‌, ମନୋସୋଡିଅମ ଗ୍ଲୁକାମେଟ୍‌ ବର୍ତ୍ତମାନ ଅନେକଙ୍କଠାରେ ସ୍କିନ୍‌ ଆଲର୍ଜି, କେଶ ଝଡ଼ିବା ବା ଚନ୍ଦାପଣ, ଡାଇବେଟିସ୍‌, ବ୍ଲଡ୍‌ପ୍ରେସର, ଲିଭର ସମସ୍ୟା, ପେଟ ସମସ୍ୟା, ମାନସିକ ଅନଗ୍ରସରତା ଏବଂ ସର୍ବୋପରି ହୃଦ୍‌ରୋଗ ସମସ୍ୟା ଉପୁଜାଉଥିବା ଦେଖିବାକୁ ମିଳୁଛି।
ଅନେକ ପ୍ୟାକେଜ୍‌ଡ ଫୁଡ୍‌ରେ ସ୍ବାଦ ବୃଦ୍ଧି ପାଇଁ ମିନେରାଲ୍ସ, ଫାଇବର ଏବଂ ଭିଟାମିନ୍ସର ପରିମାଣ କମ୍‌ ହୋଇ ସ୍ୟାଚୁରେଟେଡ ଫ୍ୟାଟ୍‌, କ୍ୟାଲୋରି, ସୋଡିଅମ୍‌ ଆଦି ମିଶାଯାଉଛି; ଯାହାକି ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ।
ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଭଳି କେତେକ ଖାଦ୍ୟରେ ଗ୍ଲୁକୋଜ୍‌ ବଦଳରେ ଫ୍ରୁକ୍ଟୋଜ୍‌ ବ୍ୟବହାର କରାଯାଉଛି। ଏହାକୁ ଖାଇବା ଦ୍ୱାରା ଶରୀରରେ ଆର୍ଟିଫିସିଆଲ୍‌ ସୁଗାର ଯାଇ ମଧ୍ୟ ବିଭିନ୍ନ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି। ତେଣୁ ଯେଉଁ ଖାଦ୍ୟ ପ୍ୟାକେଟ୍‌ରେ ଇନ୍‌ଗ୍ରେଡିଏନ୍ସ ଲିଷ୍ଟରେ କର୍ନ ସିରପ୍‌, କର୍ନ ସିରପ୍‌ ସଲିଡ୍ସ, ହାଇ ଫ୍ରୁକ୍ଟୋଜ୍‌ କର୍ନ ସିରପ୍‌ ଆଦି ମଧ୍ୟରୁ କିଛି ଲେଖାଥାଏ, ତେବେ ତାହା ନ ଖାଇବା ଭଲ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜାତୀୟ ଡେଙ୍ଗୁ ଦିବସ

ଆମେ ସମ୍ମୁଖୀନ ହେଉଥିବା ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରେ ଡେଙ୍ଗୁ ଅନ୍ୟତମ। ଏଡିସ୍‌ ମଶା ହେଉଛି ଏହାର ବାହକ। ପ୍ରାରମ୍ଭରୁ ଡେଙ୍ଗୁର ଚିକିତ୍ସା କରା ନ ଗଲେ...

ଭାରତ ପ୍ରେମରେ ଜାପାନୀ ସିଇଓ

ବେଙ୍ଗାଲୁରୁ: ଟେକ୍‌ ଜାପାନ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ନାଓତାକା ନିଶିୟାମା ଗତ ମାସେ ହେବ ଭାରତ ଗସ୍ତରେ ରହିଛନ୍ତି। ଭାରତରେ ସଂସ୍କୃତି, ମୂଲ୍ୟବୋଧ ଓ ବିବିଧତାକୁ...

୨୦ବର୍ଷ ଧରି ବୋର୍ଡରେ ଖବର ଲେଖୁଛନ୍ତି ସରୋଜ ଚର୍ଚ୍ଚି

ଖବରକାଗଜ ସାଧାରଣତଃ ଛପା ଯାଇଥାଏ। ବିଭିନ୍ନ ଅଞ୍ଚଳରୁ ପ୍ରକାଶନ ହେଉଥିବା ଦୈନିକ, ସାପ୍ତାହିକ, ମାସିକ, ପାକ୍ଷିକ ଆଦି ବିଭିନ୍ନ ଭାଷାର ଏକାଧିକ ସଂସ୍କରଣ ରହିଛି। ଆଞ୍ଚଳିକ,...

ଆଧୁନିକ ନାରୀଙ୍କ ପାଇଁ ଦୃଷ୍ଟାନ୍ତ ‘ନନ୍ଦିନୀ’

ଓଡ଼ିଶା ମାଟିର ସୁଯୋଗ୍ୟା ସନ୍ତାନ ସେ । ଜଣେ ପ୍ରତିଷ୍ଠିତ ଲେଖିକା ହେବା ସହ ରାଜନୀତିରେ ବି ସେ ଥିଲେ ବେଶ୍‌ ପାରଙ୍ଗମ। ଯାହା ତାଙ୍କୁ...

ମା’ ଖୁସି ପାଇଁ..ସବୁ ଖୁସି ପାଦ ତଳେ ଥୋଇ ଦେଇଥିବା ସୁଯୋଗ୍ୟ ସନ୍ତାନ…

ମା’;  ଯାହାର ଜୀବନ ନାଟିକା ତା’ ସନ୍ତାନ ପାଖରେ ଅଟକିଥାଏ। ଯାହାର ସବୁ ସୁଖଦୁଃଖ ତା’ ପିଲା ପାଖରୁ ଆରମ୍ଭ ହୋଇ ତାଙ୍କଠି ହିଁ ସରିଯାଏ।...

ଆଜି ବିଶ୍ୱ ମାତୃ ଦିବସ

ବିଶ୍ୱ ମାତୃ ଦିବସ ହେଉଛି ଏକ ବିଶ୍ୱସ୍ତରୀୟ ଉତ୍ସବ ଯାହାକି ମା’ ଏବଂ ମାତୃଭାଷାଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ପାଳନ କରାଯାଏ। ଏହା ଜଣେ ମା’ର...

ଚଳନ୍ତା ବିମାନରେ ମାରପିଟ

ସାନ୍‌ ଫ୍ରାନ୍ସିସ୍କୋ: ସାମ୍ପ୍ରତିକ ସମୟରେ ବିମାନରେ ଯାତ୍ରା କରିବାବେଳେ ଯାତ୍ରୀଙ୍କ ମଧ୍ୟରେ ଝଗଡ଼ା ଓ ମାରପିଟ ଲାଗିବାର ଅନେକ ଖବର ସାମ୍‌ନାକୁ ଆସିଛି। ସୋସିଆଲ ମିଡିଆର ଯୁଗ...

ହେଲିକପ୍ଟର ଭିତରେ ଅନନ୍ୟ ହୋଟେଲ: ଏଥିରେ ଯାହା ସବୁ ରହିଛି, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଯେତେବେଳେ ଆପଣ କୌଣସି ସ୍ଥାନକୁ ଯାଆନ୍ତି ସେତେବେଳେ ସ୍ଥାନ କିମ୍ବା ହୋଟେଲରେ ରହିବାକୁ ଚାହାନ୍ତି। ଯାହାର ଆଖପାଖ ପରିବେଶ ଆରାମଦାୟକ ହୋଇଥିବା ଦରକାର। ମାତ୍ର ସବୁବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri