Posted inଖେଳ

ସ୍ପାର୍ଟାନ ସହ ମାମଲାର ସମାଧାନ କଲେ ସଚିନ

ନୂଆଦିଲ୍ଲୀ, ୧୫ା୫ (ପି.ଟି.)- ବ୍ୟାଟ୍‌ ପ୍ରସ୍ତୁତକାରୀ କମ୍ପାନୀ ସ୍ପାର୍ଟାନ ବିରୋଧରେ କ୍ରିକେଟ ଆଇକନ୍‌ ସଚିନ ତେନ୍ଦୁଲକର କରିଥିବା ମକଦ୍ଦମାର ଆପୋସ ସମାଧାନ କରିଛନ୍ତି। ଏହି ମାମଲା ଅଷ୍ଟ୍ରେଲିଆର ଫେଡେରାଲ କୋର୍ଟରେ ବିଚାର ଚାଲିଥିଲା। ଚୁକ୍ତି ଖିଲାପକାରୀ ସ୍ପାର୍ଟାନ କ୍ଷମା ପ୍ରାର୍ଥନା କରିବା ପରେ ମାମଲାର ଅନ୍ତ ଘଟିଥିଲା। ବିଶ୍ୱବ୍ୟାପୀ କ୍ରୀଡ଼ା ସାମଗ୍ରୀ ଓ କ୍ରୀଡ଼ା ପୋଷାକର ପ୍ରମୋଟ କରିବା ଉଦ୍ଦେଶ୍ୟରେ ୨୦୧୬ରେ ତେନ୍ଦୁଲକରଙ୍କ ସହ ସ୍ପାର୍ଟାନ ଏକ ଚୁକ୍ତି କରିଥିଲା। ତେନ୍ଦୁଲକରଙ୍କ ଅଭିଯୋଗ ଥିଲା ଉଭୟ ପକ୍ଷ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ରାଜିନାମାକୁ ସ୍ପାର୍ଟାନ କାର୍ଯ୍ୟକାରୀ କରୁନାହିଁ। ଚୁକ୍ତି ଅନୁସାରେ ଏହି କମ୍ପାନୀ ତାଙ୍କୁ ରୟାଲିଟି ଓ ଏଣ୍ଡୋର୍ସମେଣ୍ଟ ଫି’ ଦେଇ ନ ଥିଲା। ଚୁକ୍ତି ବାତିଲ ପରେ ମଧ୍ୟ ସ୍ପାର୍ଟାନ ତେନ୍ଦୁଲକରଙ୍କ ନାମ ଓ ଛବି ବ୍ୟବହାର କରୁଥିଲା। ମାମଲାର ଆପୋସ ସମାଧାନ ହୋଇଥିବାରୁ ସ୍ପାର୍ଟାନର ସିଓଓ ଲେସ୍‌ ଗାଲ୍‌ବ୍ରେଥ୍‌ ଏକ ମିଳିତ ପ୍ରେସ୍‌ ରିଲିଜରେ ତେନ୍ଦୁଲକରଙ୍କ ଧୈର୍ଯ୍ୟକୁ ନେଇ କୃତଜ୍ଞତା ଜ୍ଞାପନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଉଥିଲେ: ଧକ୍କା ହେଲା ୨ ବାଇକ୍, ଶିକ୍ଷକ ମୃତ

ଟିକିରି,୧୯।୪(ପ୍ରଫୁଲ୍ଲ କୁମାର ବେହେରା): ରାୟଗଡା ଜିଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ନୂତନ ମେଡିକାଲ ସାମ୍ନାରେ ଅପରାହ୍ନ ପ୍ରାୟ ୪ଟାରେ ଏକ ବାଇକ୍‌କୁ ପଛପଟୁ ଆଉ…

ଗାଁରେ ପଶି ଘର ଭାଙ୍ଗିଲା, ଚାଉଳ ଖାଇଲା ଦନ୍ତା 

ଦେବଗଡ,୧୯।୪(ଶଶାଙ୍କ ଶେଖର ଝାଙ୍କର): ଜଙ୍ଗଲୀ ଦନ୍ତାହାତୀ ରିଆମାଳ ବନାଂଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଜଳଗହଳିପୂର୍ଣ୍ଣ ସଙ୍ଘାପୋଶି ଗ୍ରାମରେ ପଶି ଆତଙ୍କରାଜ ଚଲାଇବାସହ ଏକ ଘର ଭାଙ୍ଗି…

ଅସହ୍ୟ ତାତି, ଜନଜୀବନ କଲବଲ: ଛାତ୍ରୀଛାତ୍ରଙ୍କୁ ଗ୍ରୀଷ୍ମକଷ୍ଟ, ବଢ଼ୁଛି ଅସନ୍ତୋଷ

ବରଗଡ଼,୧୯।୪(ପ୍ରେମାନନ୍ଦ ଖମାରୀ): ତାତି ବଢୁଛି। ଗୁଳୁଗୁଳି ବି ହେଉଛି। ସକାଳ ୯ଟାରୁ ତାତିର ପ୍ରକୋପ ବଢ଼ିବାରେ ଲାଗିଛି। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଲାଗି ରହିଛି। ଏହା ଅସହ୍ୟ…

ଚାଷୀଙ୍କ ଦୁଃଖ: ମିଳିଲାନି ଟୋକନ, ଚିକିତ୍ସା ପାଇଁ କମ୍ ଦରରେ ଧାନ ବିକିଲେ ଚାଷୀ

ବରଗଡ଼,୧୯।୪(ପ୍ରେମାନନ୍ଦ ଖମାରୀ) :  ଧାନବିକ୍ରି ପଞ୍ଜିକରଣରୁ ବାଦ୍ ପଡିଥିବା ଯୋଗୁଁ ବରଗଡ ଜିଲାର ଅନେକ ଚାଷୀ ଏପର୍ଯ୍ୟନ୍ତ ଗତବର୍ଷ ଖରିଫରେ ଅମଳ ଧାନ ବିକ୍ରି କରି ପାରି…

ସ୍ମାର୍ଟଫୋନ୍‌ରେ ଆଧାର ଆପ୍‌ ବାଧ୍ୟତାମୂଳକ ନିୟମ ପ୍ରତ୍ୟାହୃତ

ନୂଆଦିଲ୍ଲୀ,୧୯ା୪: ଆପଲ୍‌, ସାମ୍‌ସଙ୍ଗ ଓ ଅନ୍ୟାନ୍ୟ ସ୍ମାର୍ଟଫୋନ୍‌ ନିର୍ମାଣକାରୀ କମ୍ପାନୀର ବିରୋଧ ପରେ ଭାରତ ସରକାର ସମସ୍ତ ସ୍ମାର୍ଟଫୋନ୍‌ରେ ଆଧାର ଆପ୍‌ ସଂଯୋଗ କରିବା ଯୋଜନାରୁ ଓହରିଯାଇଛନ୍ତି।…

ଆମେ ନୀରବ

ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ କରିଛନ୍ତି। ଏହି ଯୁଦ୍ଧରେ ବିଶ୍ୱର ଅନ୍ୟ ଦେଶ ପରି ଭାରତ ମଧ୍ୟ ନକାରାତ୍ମକ ଭାବରେ ପ୍ରଭାବିତ ହୋଇଛି। ପ୍ରକୃତରେ ଇରାନୀୟଙ୍କୁ ଛାଡ଼ି…

ସଦିଚ୍ଛା ଥିଲେ ସଫଳତା ନିଶ୍ଚୟ ମିଳେ

ଓସିରିସ୍‌ ଏଗ୍ରିଟେଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଅଧୀନ ‘ଓଡ଼ିଶା କଫି’ର ପ୍ରତିଷ୍ଠାତା ହେଉଛନ୍ତି ପ୍ରୀତି ପଲ୍ଲବୀ ପଟ୍ଟନାୟକ। କୋରାପୁଟ କଫିର ପ୍ରଚାରପ୍ରସାର କ୍ଷେତ୍ରରେ ‘ଓଡ଼ିଶା କଫି’ର ଯଥେଷ୍ଟ ଅବଦାନ…

‘ଫେମିନା ମିସ୍‌ ଇଣ୍ଡିଆ’ ମୁକୁଟ ପିନ୍ଧିଲେ ସାଧ୍‌ଭୀ ସୈଲ୍‌

ଭୁବନେଶ୍ୱର,୧୯ା୪ (ଅନୁରାଧା ମହାରଣା): ଭୁବନେଶ୍ୱରସ୍ଥିତ କିଟ୍‌ ବିଶ୍ୱବିଦ୍ୟାଳୟରେ ଶନିବାର ‘ଫେମିନା ମିସ୍‌ ଇଣ୍ଡିଆ ୨୦୨୬’ର ୬୧ତମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri