ସ୍ତନ୍ୟପାନ ମା’କୁ ଦେଇଥାଏ ଅଖଣ୍ଡ ଲାବଣ୍ୟ

ମା’ ସ୍ତନରୁ ଝରୁଥିବା କ୍ଷୀର ଶିଶୁ ପାଇଁ ଅମୃତର ଧାରା। ଯାହା ପ୍ରତିଷେଧକ ଟିକା ସଦୃଶ ଶିଶୁକୁ ସମସ୍ତ ରୋଗ ଓ ଜଟିଳତାରୁ ରକ୍ଷା କରିଥାଏ। ଏହା କେବଳ ଶିଶୁ ପାଇଁ ଉପକାରୀ ନୁହେଁ ବରଂ ଏହା ଦ୍ୱରା ମା’ ମଧ୍ୟ ସୁସ୍ଥ ରହିବା ସହ ପାଲଟିଯାଏ ସୌନ୍ଦର୍ଯ୍ୟମୟୀ। ମାତୃତ୍ୱ ଲାଭ କରିବା ମାତ୍ରେ ନାରୀର ସୌନ୍ଦର୍ଯ୍ୟ ବୃଦ୍ଧି ପଛରେ ରହିଛି ମା’ ଦେହରେ ଝରୁଥିବା ହର୍‌ମୋନ ଇଷ୍ଟ୍ରୋଜେନ୍‌ ଓ ପ୍ରୋଜେଷ୍ଟେରନ୍‌ର କରାମତି। ତେବେ ଦୁଃଖର ବିଷୟ ଏବେ ବି ଅନେକ ଆଧୁନିକ ମା’ମାନେ ଏବଂ କର୍ମଜୀବୀ ମହିଳାମାନେ ସୌନ୍ଦର୍ଯ୍ୟ ହାନି ଭୟରେ ଶିଶୁକୁ ସ୍ତନ୍ୟପାନ କରାଇବାକୁ ପଛଘୁଞ୍ଚା ଦେଉଛନ୍ତି। ସେମାନଙ୍କର ଧାରଣା ଶିଶୁକୁ ସ୍ତନ୍ୟପାନ କରାଇଲେ ଶାରୀରିକ ଗଠନ ଖରାପ ହୋଇଯିବା ସହ ବକ୍ଷର ଚର୍ମ ମଧ୍ୟ କୁଞ୍ଚିତ ହୋଇଯିବ। ସ୍ତନ୍ୟପାନ ସମୟରେ ବେଶି କ୍ୟାଲୋରିର ଖାଦ୍ୟ ଖାଇବା ଦ୍ୱାରା ମୋଟା ହୋଇଯିବା ଆଶଙ୍କା ମଧ୍ୟ ଅନେକଙ୍କୁ ଶିଶୁକୁ ସ୍ତନ୍ୟପାନ କରାଇବାରୁ ବଞ୍ଚତ୍ତ କରିଥାଏ। କିନ୍ତୁ ଏହି ଧାରଣା ଠିକ୍‌ ନୁହେଁ। ସ୍ତନ୍ୟପାନ କରାଇବା ଦ୍ୱାରା ମା’ଦେହରେ ଥିବା ସମସ୍ତ ଗଚ୍ଛିତ ଚର୍ବି ଅଂଶ, ପୁଷ୍ଟିସାର ଓ ଶ୍ୱେତସାର ଅଂଶ କମିଯାଏ। ଏହା ମା’ଦେହରୁ ଅଯଥା ଚର୍ବି ଅଂଶ ଓ ମୋଟାପଣିଆ (ଓବେସିଟି)କୁ କମାଇ ଦେଇଥାଏ। ଶିଶୁ କ୍ଷୀର ଖାଇବା ଦ୍ୱାରା ମା’ର ମସ୍ତିଷ୍କରୁ ଅକ୍ସିଟୋସିନ୍‌ ହର୍‌ମୋନର କ୍ଷରଣ ହେବାଦ୍ୱାରା ଜରାୟୁ ସଂକୁଚିତ ହୋଇଥାଏ, ଏହାର ଆକାର କମିଯାଇଥାଏ ଏବଂ ପ୍ରସବ ପରେ ରକ୍ତ କ୍ଷରଣ ମଧ୍ୟ କମ୍‌ ହୋଇଥାଏ। ଏଥିରେ ସମ୍ପ୍ରସାରିତ ପାକସ୍ଥଳୀ ଓ ଅନ୍ତନଳୀ ମଧ୍ୟ ସଙ୍କୁଚିତ ହୋଇ ଶୀଘ୍ର ସାଧାରଣ ଅବସ୍ଥାକୁ ଫେରିଆସିଥାଏ, ଫଳରେ ପେଟ ବାହାରିବା କମିଯାଏ। ଶିଶୁ କ୍ଷୀର ଖାଇବା ଦ୍ୱାରା ମା’ର ମାସିକ ଋତୁସ୍ରାବ ବିଳମ୍ବରେ ହୋଇଥାଏ (ଲାକ୍ଟେସନାଲ ଆମିନୋରିଆ) ଏବଂ ଗର୍ଭଧାରଣରେ ଡେରି ହୋଇଥାଏ (ଟେମ୍ପୋରାରି କଣ୍ଟ୍ରାସେପ୍‌ସନ୍‌)।
ମଧ୍ୟ ମା’କୁ ଅନେକ ରୋଗରୁ ରକ୍ଷା କରିଥାଏ, ଯଥା ସ୍ତନକର୍କଟ (ବ୍ରେଷ୍ଟ କ୍ୟାନସର୍‌), ଡିମ୍ବକୋଷ କର୍କଟ ରୋଗ (ଏଣ୍ଡୋମେଟ୍ରିଆଲ୍‌ କ୍ୟାନସର), ଜରାୟୁଗ୍ରୀବା କର୍କଟ ରୋଗ (ସର୍ଭାଇକାଲ କ୍ୟାନସର୍‌), ରିଉମାଟଏଡ୍‌ ଆର୍ଥ୍ରାଇଟିସ୍‌, ହାଡ଼ ପୋରିଆରୋଗ (ଓଷ୍ଟିଓପୋରୋସିସ୍‌) ଆଦି। ଏହାଛଡ଼ା ସ୍ତନ୍ୟପାନ କରାଉଥିବା ମା’ର ରକ୍ତରେ କୋଲେଷ୍ଟରଲ୍‌ ଓ ଟ୍ରାଇଗ୍ଲିସରାଇଡ (ରକ୍ତରେ ଚର୍ବିଇଂଶ) କମ୍‌ ପରିମାଣରେ ଥାଏ, ତେଣୁ ମା’କୁ ଉଚ୍ଚ ରକ୍ତଚାପ ଓ ହୃଦ୍‌ଘାତ ହେବା ଆଶଙ୍କା ମଧ୍ୟ କମ୍‌ ଥାଏ।
୬ ମାସ ପର୍ଯ୍ୟନ୍ତ କେବଳ ମା’କ୍ଷୀର ଖାଇବାକୁ ଦିଆଯାଇଥାଏ, ଏହାଛଡ଼ା ଶିଶୁକୁ ୨ବର୍ଷ ଯାଏ ସ୍ତନ୍ୟପାନ କରାଇଥିଲେ, ମାସିକ ଋତୁସ୍ରାବର ବିରତି ପୂର୍ବରୁ ଶତକଡ଼ା ୪୦ ଭାଗ ସ୍ତନକର୍କଟ ରୋଗ ହେବା ଆଶଙ୍କା କମିଯାଇଥାଏ। ୬ ବର୍ଷ ଶିଶୁକୁ ସ୍ତନ୍ୟପାନ କରାଇଥିବା ମା’ର ମେନୋପଜ୍‌ ଆଗରୁ ସ୍ତନକର୍କଟ ରୋଗ ହେବାର ଆଶଙ୍କା ଶତକଡ଼ା ୬୬ ଭାଗ କମିଯାଇଥିବା ବେଳେ ୭ ବର୍ଷ ପର୍ଯ୍ୟନ୍ତ ସ୍ତନ୍ୟପାନ କରାଇଲେ ମା’ର ସ୍ତନକର୍କଟ ରୋଗ ହେବାର ଆଶଙ୍କା ପ୍ରାୟ ରୁହେ ନାହିଁ। ସ୍ତନ୍ୟପାନ କରାଇବା ଦ୍ୱାରା ମା’ ଓ ଶିଶୁ ଭିତରେ ଏକ ସ୍ନେହର ବନ୍ଧନ ଗଢିଉଠେ। ଯାହା ଦ୍ୱାରା ଶିଶୁ ନିଜକୁ ସୁରକ୍ଷିତ ମନେ କରିଥାଏ, ତା’ର ଶାରୀରିକ ଓ ମାନସିକ ବିକାଶ ଭଲ ହେବା ସହ ମା’କୁ ମଧ୍ୟ ଭାବନାମତ୍କ ସନ୍ତୋଷ ମିଳିଥାଏ ଏବଂ ଆତ୍ମସନ୍ତୋଷର ଏକ ଅପୂର୍ବ ଆଭା ସାରା ଦେହରେ ଉଛୁଳିଉଠେ, ଯାହାକି ମା’ର ସୌନ୍ଦର୍ଯ୍ୟ ବୃଦ୍ଧି କରେ।

 

ଜା ଣି ର ଖ ନ୍ତୁ….
ମା’ ଅତି ଦୁର୍ବଳ କିମ୍ବା କୁଷ୍ଠ, ଯକ୍ଷ୍ମା, ଏଚ୍‌ଆଇଭି ଏଡ୍‌ସ ଭଳି ରୋଗରେ ଆକ୍ରାନ୍ତ ହୋଇଥିଲେ ଶିଶୁକୁ କ୍ଷୀର ଖୁଆଇବା ଠାରୁ ଦୂରେଇ ରୁହନ୍ତୁ। କିନ୍ତୁ ମା’ ଯଦି ଉକ୍ତ ରୋଗ ପାଇଁ ଔଷଧ ଖାଉଥାନ୍ତି ଏବଂ ରୋଗ ସଂକ୍ରାମକ ଅବସ୍ଥାରେ ନ ଥାଏ, ତେବେ ସେ ପିଲାକୁ କ୍ଷୀର ପିଆଇ ପାରିବ। ଏହା ବ୍ୟତୀତ ମା’କୁ ବାତ ମାରୁଥିଲେ ଏବଂ ସେ ଖାଉଥିବା ଔଷଧ ଯଦି ଶିଶୁ ପାଇଁ କ୍ଷତିକାରକ ହୋଇଥାଏ ତେବେ ସେ ସ୍ତନ୍ୟପାନ କରାଇବା ଅନୁଚିତ। ସେହିପରି ମା’ ପାଗଳ ବା ମାନସିକ ରୋଗାକ୍ରାନ୍ତ ହୋଇଥିଲେ, ସ୍ତନର ଚୁବୁକ ଫାଟି ଘା’ ହୋଇଥିଲେ, ହାଡଫୁଟି, ବସନ୍ତ, ମିଳିମିଳା ଇତ୍ୟାଦି ଡିଆଁରୋଗ ହୋଇଥିଲେ ମଧ୍ୟ ପିଲାକୁ କ୍ଷୀର ଖୁଆଇବା ଉଚିତ ନୁହେଁ।

ଡା. ସରୋଜିନୀ ଷଡ଼ଙ୍ଗୀ

– ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ
ମୋ-୯୪୩୭୦୫୫୦୦୭


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀ- ଇଶାନ କିଶନଙ୍କୁ ଆପ୍ୟାୟିତ କରିବାକୁ ପ୍ରସ୍ତୁତ ଜାପାନ

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର ସାନୋ କ୍ଲବ୍ଠାରେ ଭାରତ ଏବଂ ଜାପାନ ମଧ୍ୟରେ ଏକ ଐତିହାସିକ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ଜାପାନରେ ବିହାରର ଲୋକମାନଙ୍କର ଉଲ୍ଲେଖନୀୟ…

CSKର ମୁଖ୍ୟ କୋଚ ହେବା ପରେ ଆସିଲା ଜାହିର ଖାନଙ୍କ ପ୍ରତିକ୍ରିୟା: କହିଲେ…

ନୂଆଦିଲ୍ଲୀ,୨୨।୯: ଚେନ୍ନାଇ ସୁପର କିଙ୍ଗ୍ସର ମୁଖ୍ୟ କୋଚ ଭାବରେ ନିଯୁକ୍ତ ହେବା ପରେ ଭାରତର ପୂର୍ବତନ ଦ୍ରୁତ ବୋଲର ଜାହିର ଖାନ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।…

ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କୁ ବଡ଼ ଝଟକା; ଆମେରିକୀୟ ସର୍ଭେରୁ ସାମ୍ନାକୁ ଆସିଲା ଚକିତ କଲାଭଳି ତଥ୍ୟ

ଓ୍ବାଶିଂଟନ,୨୨।୯: ଆମେରିକା-ଇରାନ ସଂଘର୍ଷ ଏବଂ ମଧ୍ୟ-ପୂର୍ବରେ ଜାରି ରହିଥିବା ଅସ୍ଥିରତା ମଧ୍ୟରେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଦେଶ ଭିତରେ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ପିଇଓଙ୍କ ବାସଭବନରେ ଭିଜିଲାନ୍ସର ତନାଘନା

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲା ଗାଇସିଲେଟ ବ୍ଲକ କାଟାବାହାଲ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ବାସଭବନରେ ଭିଜିଲାନ୍ସ…

Asian Games: ପ୍ରଥମ ସେଟ ଜିତିବା ପରେ କ୍ୱାର୍ଟର ଫାଇନାଲରେ ପ୍ରଶଂସକଙ୍କୁ ନିରାଶ କଲେ ପି.ଭି. ସିନ୍ଧୁ

କାକାମିଗାହାରା,୨୨।୯: ୨୦୨୬ ଏସୀୟ କ୍ରୀଡ଼ାର ମହିଳା ବ୍ୟାଡମିଣ୍ଟନ ଦଳଗତ କ୍ୱାର୍ଟର ଫାଇନାଲରେ, ଭାରତୀୟ ଦଳ ଜାପାନ ବିପକ୍ଷ ପ୍ରାରମ୍ଭିକ ମ୍ୟାଚରେ ପରାଜିତ ହୋଇଛି। ୟାମାଗୁଚିଙ୍କ ବିପକ୍ଷ ମୁକାବିଲାରେ…

ହସ୍ପିଟାଲରେ ନିଆଁ, ଜଣେ ଶିଶୁ ମୃତ, ୨୮ ଉଦ୍ଧାର

ଆଦିଲାବାଦ,୨୨।୯: ତେଲଙ୍ଗାନାର ଆଦିଲାବାଦ ସ୍ଥିତ ରାଜୀବ ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ (RIMS) ହସ୍ପିଟାଲର ଶିଶୁ ବିଭାଗରେ ନିଆଁ ଲାଗିବା ଫଳରେ ଏକ ନବଜାତ ଶିଶୁର…

ଗଣମାଧ୍ୟମ ସହ ବିବାଦ ମଧ୍ୟରେ ବଡ଼ ପଦକ୍ଷେପ ନେଲେ ଟ୍ରମ୍ପ, ଲଞ୍ଚ କଲେ ନିଜର TV ଚ୍ୟାନେଲ

ଓ୍ବାଶିଂଟନ,୨୨।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଜଡ଼ିତ ‘ଟ୍ରମ୍ପ ଟିଭି’ (Trump TV) ବର୍ତ୍ତମାନ ଲାଇଭ ଷ୍ଟ୍ରିମିଂ ସୁବିଧା ଯୋଗାଇବ। ଏହି ପ୍ଲାଟଫର୍ମ ସପ୍ତାହର ସାତୋଟି…

୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପଛରୁ ପିଟିଲା DJ ଗାଡ଼ି

ଜମନକିରା,୨୨।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ୫୩ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଠିଆ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?