ସ୍ତନ୍ୟପାନ ମା’କୁ ଦେଇଥାଏ ଅଖଣ୍ଡ ଲାବଣ୍ୟ

ମା’ ସ୍ତନରୁ ଝରୁଥିବା କ୍ଷୀର ଶିଶୁ ପାଇଁ ଅମୃତର ଧାରା। ଯାହା ପ୍ରତିଷେଧକ ଟିକା ସଦୃଶ ଶିଶୁକୁ ସମସ୍ତ ରୋଗ ଓ ଜଟିଳତାରୁ ରକ୍ଷା କରିଥାଏ। ଏହା କେବଳ ଶିଶୁ ପାଇଁ ଉପକାରୀ ନୁହେଁ ବରଂ ଏହା ଦ୍ୱରା ମା’ ମଧ୍ୟ ସୁସ୍ଥ ରହିବା ସହ ପାଲଟିଯାଏ ସୌନ୍ଦର୍ଯ୍ୟମୟୀ। ମାତୃତ୍ୱ ଲାଭ କରିବା ମାତ୍ରେ ନାରୀର ସୌନ୍ଦର୍ଯ୍ୟ ବୃଦ୍ଧି ପଛରେ ରହିଛି ମା’ ଦେହରେ ଝରୁଥିବା ହର୍‌ମୋନ ଇଷ୍ଟ୍ରୋଜେନ୍‌ ଓ ପ୍ରୋଜେଷ୍ଟେରନ୍‌ର କରାମତି। ତେବେ ଦୁଃଖର ବିଷୟ ଏବେ ବି ଅନେକ ଆଧୁନିକ ମା’ମାନେ ଏବଂ କର୍ମଜୀବୀ ମହିଳାମାନେ ସୌନ୍ଦର୍ଯ୍ୟ ହାନି ଭୟରେ ଶିଶୁକୁ ସ୍ତନ୍ୟପାନ କରାଇବାକୁ ପଛଘୁଞ୍ଚା ଦେଉଛନ୍ତି। ସେମାନଙ୍କର ଧାରଣା ଶିଶୁକୁ ସ୍ତନ୍ୟପାନ କରାଇଲେ ଶାରୀରିକ ଗଠନ ଖରାପ ହୋଇଯିବା ସହ ବକ୍ଷର ଚର୍ମ ମଧ୍ୟ କୁଞ୍ଚିତ ହୋଇଯିବ। ସ୍ତନ୍ୟପାନ ସମୟରେ ବେଶି କ୍ୟାଲୋରିର ଖାଦ୍ୟ ଖାଇବା ଦ୍ୱାରା ମୋଟା ହୋଇଯିବା ଆଶଙ୍କା ମଧ୍ୟ ଅନେକଙ୍କୁ ଶିଶୁକୁ ସ୍ତନ୍ୟପାନ କରାଇବାରୁ ବଞ୍ଚତ୍ତ କରିଥାଏ। କିନ୍ତୁ ଏହି ଧାରଣା ଠିକ୍‌ ନୁହେଁ। ସ୍ତନ୍ୟପାନ କରାଇବା ଦ୍ୱାରା ମା’ଦେହରେ ଥିବା ସମସ୍ତ ଗଚ୍ଛିତ ଚର୍ବି ଅଂଶ, ପୁଷ୍ଟିସାର ଓ ଶ୍ୱେତସାର ଅଂଶ କମିଯାଏ। ଏହା ମା’ଦେହରୁ ଅଯଥା ଚର୍ବି ଅଂଶ ଓ ମୋଟାପଣିଆ (ଓବେସିଟି)କୁ କମାଇ ଦେଇଥାଏ। ଶିଶୁ କ୍ଷୀର ଖାଇବା ଦ୍ୱାରା ମା’ର ମସ୍ତିଷ୍କରୁ ଅକ୍ସିଟୋସିନ୍‌ ହର୍‌ମୋନର କ୍ଷରଣ ହେବାଦ୍ୱାରା ଜରାୟୁ ସଂକୁଚିତ ହୋଇଥାଏ, ଏହାର ଆକାର କମିଯାଇଥାଏ ଏବଂ ପ୍ରସବ ପରେ ରକ୍ତ କ୍ଷରଣ ମଧ୍ୟ କମ୍‌ ହୋଇଥାଏ। ଏଥିରେ ସମ୍ପ୍ରସାରିତ ପାକସ୍ଥଳୀ ଓ ଅନ୍ତନଳୀ ମଧ୍ୟ ସଙ୍କୁଚିତ ହୋଇ ଶୀଘ୍ର ସାଧାରଣ ଅବସ୍ଥାକୁ ଫେରିଆସିଥାଏ, ଫଳରେ ପେଟ ବାହାରିବା କମିଯାଏ। ଶିଶୁ କ୍ଷୀର ଖାଇବା ଦ୍ୱାରା ମା’ର ମାସିକ ଋତୁସ୍ରାବ ବିଳମ୍ବରେ ହୋଇଥାଏ (ଲାକ୍ଟେସନାଲ ଆମିନୋରିଆ) ଏବଂ ଗର୍ଭଧାରଣରେ ଡେରି ହୋଇଥାଏ (ଟେମ୍ପୋରାରି କଣ୍ଟ୍ରାସେପ୍‌ସନ୍‌)।
ମଧ୍ୟ ମା’କୁ ଅନେକ ରୋଗରୁ ରକ୍ଷା କରିଥାଏ, ଯଥା ସ୍ତନକର୍କଟ (ବ୍ରେଷ୍ଟ କ୍ୟାନସର୍‌), ଡିମ୍ବକୋଷ କର୍କଟ ରୋଗ (ଏଣ୍ଡୋମେଟ୍ରିଆଲ୍‌ କ୍ୟାନସର), ଜରାୟୁଗ୍ରୀବା କର୍କଟ ରୋଗ (ସର୍ଭାଇକାଲ କ୍ୟାନସର୍‌), ରିଉମାଟଏଡ୍‌ ଆର୍ଥ୍ରାଇଟିସ୍‌, ହାଡ଼ ପୋରିଆରୋଗ (ଓଷ୍ଟିଓପୋରୋସିସ୍‌) ଆଦି। ଏହାଛଡ଼ା ସ୍ତନ୍ୟପାନ କରାଉଥିବା ମା’ର ରକ୍ତରେ କୋଲେଷ୍ଟରଲ୍‌ ଓ ଟ୍ରାଇଗ୍ଲିସରାଇଡ (ରକ୍ତରେ ଚର୍ବିଇଂଶ) କମ୍‌ ପରିମାଣରେ ଥାଏ, ତେଣୁ ମା’କୁ ଉଚ୍ଚ ରକ୍ତଚାପ ଓ ହୃଦ୍‌ଘାତ ହେବା ଆଶଙ୍କା ମଧ୍ୟ କମ୍‌ ଥାଏ।
୬ ମାସ ପର୍ଯ୍ୟନ୍ତ କେବଳ ମା’କ୍ଷୀର ଖାଇବାକୁ ଦିଆଯାଇଥାଏ, ଏହାଛଡ଼ା ଶିଶୁକୁ ୨ବର୍ଷ ଯାଏ ସ୍ତନ୍ୟପାନ କରାଇଥିଲେ, ମାସିକ ଋତୁସ୍ରାବର ବିରତି ପୂର୍ବରୁ ଶତକଡ଼ା ୪୦ ଭାଗ ସ୍ତନକର୍କଟ ରୋଗ ହେବା ଆଶଙ୍କା କମିଯାଇଥାଏ। ୬ ବର୍ଷ ଶିଶୁକୁ ସ୍ତନ୍ୟପାନ କରାଇଥିବା ମା’ର ମେନୋପଜ୍‌ ଆଗରୁ ସ୍ତନକର୍କଟ ରୋଗ ହେବାର ଆଶଙ୍କା ଶତକଡ଼ା ୬୬ ଭାଗ କମିଯାଇଥିବା ବେଳେ ୭ ବର୍ଷ ପର୍ଯ୍ୟନ୍ତ ସ୍ତନ୍ୟପାନ କରାଇଲେ ମା’ର ସ୍ତନକର୍କଟ ରୋଗ ହେବାର ଆଶଙ୍କା ପ୍ରାୟ ରୁହେ ନାହିଁ। ସ୍ତନ୍ୟପାନ କରାଇବା ଦ୍ୱାରା ମା’ ଓ ଶିଶୁ ଭିତରେ ଏକ ସ୍ନେହର ବନ୍ଧନ ଗଢିଉଠେ। ଯାହା ଦ୍ୱାରା ଶିଶୁ ନିଜକୁ ସୁରକ୍ଷିତ ମନେ କରିଥାଏ, ତା’ର ଶାରୀରିକ ଓ ମାନସିକ ବିକାଶ ଭଲ ହେବା ସହ ମା’କୁ ମଧ୍ୟ ଭାବନାମତ୍କ ସନ୍ତୋଷ ମିଳିଥାଏ ଏବଂ ଆତ୍ମସନ୍ତୋଷର ଏକ ଅପୂର୍ବ ଆଭା ସାରା ଦେହରେ ଉଛୁଳିଉଠେ, ଯାହାକି ମା’ର ସୌନ୍ଦର୍ଯ୍ୟ ବୃଦ୍ଧି କରେ।

 

ଜା ଣି ର ଖ ନ୍ତୁ….
ମା’ ଅତି ଦୁର୍ବଳ କିମ୍ବା କୁଷ୍ଠ, ଯକ୍ଷ୍ମା, ଏଚ୍‌ଆଇଭି ଏଡ୍‌ସ ଭଳି ରୋଗରେ ଆକ୍ରାନ୍ତ ହୋଇଥିଲେ ଶିଶୁକୁ କ୍ଷୀର ଖୁଆଇବା ଠାରୁ ଦୂରେଇ ରୁହନ୍ତୁ। କିନ୍ତୁ ମା’ ଯଦି ଉକ୍ତ ରୋଗ ପାଇଁ ଔଷଧ ଖାଉଥାନ୍ତି ଏବଂ ରୋଗ ସଂକ୍ରାମକ ଅବସ୍ଥାରେ ନ ଥାଏ, ତେବେ ସେ ପିଲାକୁ କ୍ଷୀର ପିଆଇ ପାରିବ। ଏହା ବ୍ୟତୀତ ମା’କୁ ବାତ ମାରୁଥିଲେ ଏବଂ ସେ ଖାଉଥିବା ଔଷଧ ଯଦି ଶିଶୁ ପାଇଁ କ୍ଷତିକାରକ ହୋଇଥାଏ ତେବେ ସେ ସ୍ତନ୍ୟପାନ କରାଇବା ଅନୁଚିତ। ସେହିପରି ମା’ ପାଗଳ ବା ମାନସିକ ରୋଗାକ୍ରାନ୍ତ ହୋଇଥିଲେ, ସ୍ତନର ଚୁବୁକ ଫାଟି ଘା’ ହୋଇଥିଲେ, ହାଡଫୁଟି, ବସନ୍ତ, ମିଳିମିଳା ଇତ୍ୟାଦି ଡିଆଁରୋଗ ହୋଇଥିଲେ ମଧ୍ୟ ପିଲାକୁ କ୍ଷୀର ଖୁଆଇବା ଉଚିତ ନୁହେଁ।

ଡା. ସରୋଜିନୀ ଷଡ଼ଙ୍ଗୀ

– ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ
ମୋ-୯୪୩୭୦୫୫୦୦୭


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri