‘ସ୍କୁଲ ପିଲାଙ୍କୁ ଯୋଡିଲେ ବହିହାଟ ସଫଳ ହେବ’

ବଲାଙ୍ଗୀର ଅଫିସ, ୧୦ା୧ – ୧୫ତମ ବଲାଙ୍ଗୀର ବହିହାଟ ଗୁରୁବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଛି ା ବଲାଙ୍ଗୀର ଜିଲାପାଳ ଅରିନ୍ଦମ ଡାକୁଆ ମୁଖ୍ୟଅତିଥିଭାବେ ଯୋଗଦେଇ ଏହି ବହିହାଟର ଶୁଭ ଉଦ୍‌ଘାଟନ କରିଛନ୍ତି ା ଜିଲା ଲେଖକ ପରିଷଦ ପକ୍ଷରୁ ଆୟୋଜିତ ଏହି ବହିହାଟରେ ପରିଷଦ ସଭାପତି ମଳୟ କୁମାର ମିଶ୍ର ସଭାପତିତ୍ୱ କରିଥିଲେ ା ଅତିଥିଭାବେ ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍‌ଗାତା, ପ୍ରଫେସର ମଧୁସୂଦନ ପତି, ସମ୍ମାନିତ ବକ୍ତାଭାବେ ନାଟ୍ୟଭୂଷଣ ଗଜଦାନନ୍ଦ ଛୁରିଆ, ବହିହାଟ ସଂଯୋଜକ ଲଳିତ କୁମାର ନାୟକ, ସମ୍ପାଦକ କପିଳେଶ୍ୱର ଖମାରୀ ମଞ୍ଚାସୀନ ଥିଲେ ା ପ୍ରାରମ୍ଭରେ ପରିଷଦ ଯୁଗ୍ମ ସମ୍ପାଦକ ଅରବିନ୍ଦ ବାଗ ସ୍ବାଗତ ବକ୍ତବ୍ୟ ଦେଇଥିଲେ ା ଧୀରେନ୍ଦ୍ର ନାରାୟଣ ସିଂଦେଓ ଅତିଥି ପରିଚୟ ପ୍ରଦାନ କରିଥିଲେ ା ସମ୍ପାଦକ ଖମାରୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ା
ସମ୍ମାନିତ ବକ୍ତା ଛୁରିଆ ତାଙ୍କ ବକ୍ତବ୍ୟରେ ବହି ସବୁ ସମୟରେ ଭଲ ବନ୍ଧୁଟିଏ ବୋଲି କହିଥିଲେ ା ଅତିଥି ପଦ୍ମଶ୍ରୀ ଉଦ୍‌ଗାତା ତାଙ୍କ ବକ୍ତବ୍ୟରେ ବହିର ଉପାଦେୟତା ଉପରେ କହିଥିଲେ ା ଅତିଥି ପଫେସର ମଧୁସୂଦନ ପତି ତାଙ୍କ ବକ୍ତବ୍ୟରେ ବହିହାଟ ସହ ସ୍କୁଲ ପିଲାଙ୍କୁ ଯୋଡିବାକୁ ପରାମର୍ଶ ଦେଇ ଏଠାକୁ ପାଖ ସ୍କୁଲରୁ ପିଲାଙ୍କୁ ଶିକ୍ଷକମାନେ ଗାଇଡ ଭାବେ ଆଣି ବହି ସହ ପରିଚିତ କରିବାକୁ କହିଥିଲେ ା ଏହା କରିପାରିଲେ ଆମେ ସମାଜର ବିଶେଷ କରି ଆଗାମୀ ପିଢ଼ିର ଛାତ୍ରୀଛାତ୍ରଙ୍କ ପାଇଁ କିଛି କରିପାରିବା ବୋଲି ସେ କହିଥିଲେ ା ସଂଯୋଜକ ନାୟକ ତାଙ୍କ ବକ୍ତବ୍ୟରେ ବହିହାଟକୁ କିଭଳି ଆହୁରି ଉପାଦେୟ କରାଯାଇପାରିବ ସେହି ପ୍ରୟାସ ଜାରି ରହିଛି ବୋଲି କହିଥିଲେ ା ଜିଲାପାଳ ଡାକୁଆ ତାଙ୍କ ବକ୍ତବ୍ୟରେ ଏଭଳି ଏକ ବହିହାଟର ପରିକଳ୍ପନାକୁ ସ୍ବାଗତ କରିବା ସହ ଏହାଦ୍ୱାରା ସବୁ ବର୍ଗର ଲୋକେ ଉପକୃତ ହେବେ ବୋଲି ଆଶାପୋଷଣ କରିଥିଲେ ା ସଭା ଶେଷରେ ରଘୁନନ୍ଦନ ସିଂ ଧନ୍ୟବାଦ୍‌ ଅର୍ପଣ କରିଥିଲେ ା
ଉଦ୍‌ଘାଟନୀ ସଭା ପରେ ଦ୍ୱିତୀୟ ସଭା ଆୟୋଜନ ହୋଇଥିଲା ା ଏଥିରେ ସାହିତି୍ୟକ ମନୋଜ ପଣ୍ଡା ସଭାପତିତ୍ୱ କରିଥିଲେ ା ମୁଖ୍ୟଅତିଥିଭାବେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ଶ୍ୱେତାସ୍ନିଗ୍ଧା ମିଶ୍ର ଯୋଗଦେଇ ପର୍ଯ୍ୟଟନର ବିକାଶ ସମ୍ପର୍କରେ ସୂଚନା ଦେଇଥିଲେ ା ପରେ ନିଜସ୍ବ ଗଳ୍ପଭୂମିରେ କଥାକାର ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ା ଆଲୋଚକ ଭାବେ ଗାଳ୍ପିକ ଡ ଅଶୋକ କୁମାର ମହାପାତ୍ର, ସୋନପୁରର କ୍ଷୀରୋଦ୍ର କୁମାର ବିଶ୍ୱାଳ, ବଲାଙ୍ଗୀରର ପ୍ରଦୀପ କୁମାର ମିଶ୍ର, ବରପାଲିର ବିଶ୍ୱନାଥ ସାହୁ ଯୋଗଦାନ କରି ଆଲୋଚନା କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଲର୍ଡସରେ ରୋହିତଙ୍କ ଐତିହାସିକ ଶତକ

ଲଡର୍‌ସ,୧୯ା୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ରବିବାର ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ରୋହିତ ଶର୍ମା ଐତିହାସିକ ଶତକିୟ ଇନିଂସ ଖେଳିଛନ୍ତି। ରୋହିତ ୧୦୭ ବଲ୍‌…

ବରଗଡ଼ରେ ଦିଲ୍ଲୀ ତାତି: ସୋନମ ୱାଙ୍ଗଚୁକଙ୍କୁ ସମର୍ଥନ କରି ଧର୍ମେନ୍ଦ୍ରଙ୍କ କୁଶ ପୁତ୍ତଳିକା ଦାହ

ବରଗଡ଼,୧୯।୭(ପ୍ରେମାନନ୍ଦ ଖମାରୀ): ଏନଇଇଟି ପରୀକ୍ଷାରେ ବିଭ୍ରାଟ ପ୍ରତିବାଦରେ ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଆନ୍ଦୋଳନର ତାତି ବରଗଡ଼ରେ ଅନୁଭୂତ ହୋଇଛି । ରବିବାର ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ବରଗଡ଼…

ହିରାଧାରବାଟି କେନାଲରେ ପାଣି ଛାଡିଲା ଜଳସେଚନ ବିଭାଗ, ଚାଷୀଙ୍କ ମୁହଁରେ ଫୁଟିଲା ହସ

ଗଞ୍ଜାମ,୧୯ା୭(ବିଦ୍ୟାଧର ସାହୁ ): ଖରିଫ ଚାଷ ପାଇଁ ଜଳସେଚନ ବିଭାଗ ହିରାଧାରବାଟି କେନଲରେ ପାଣି ଛାଡିଥିବା ଦେଖିବାକୁ ମିଳିଛି । ସଂକ୍ରାନ୍ତି ଦିନ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା…

ଗୋ ହତ୍ୟା ସହ ମାଂସ ଚାଲାଣ: ୨ ଗିରଫ, ୧୫ ଅଟକ

କୋରାପୁଟ,୧୯।୭(ଅମିତାଭ ବେହେରା): କୋରାପୁଟ ସହରରେ ଗୋ ହତ୍ୟା ସହ ମାଂସ ଚାଲାଣ ହେଉଥିବା ଖବରପାଇ ଟାଉନ ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୨ ଅଭିଯୁକ୍ତଙ୍କୁ ଗିରଫ…

୬ ମାସ ହେଲା ଅଚଳ ଘୁଟିଗୁଡ଼ା ଜିଓ ଟାୱାର, ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀଙ୍କ ଦାବି

ଥୁଆମୂଳ ରାମପୁର,୧୯ା୭(ଦୁର୍ଗା କୀର୍ତ୍ତି): ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳରେ ଡିଜିଟାଲ ଯୋଗାଯୋଗର ବିକାଶ ପାଇଁ ବିଭିନ୍ନ ସଂସ୍ଥାକୁ ଅନୁମତି ଦେଉଥିବା ବେଳେ ବାସ୍ତବ କ୍ଷେତ୍ରରେ କମ୍ପାନୀଗୁଡ଼ିକର ଚରମ…

ଚଞ୍ଚକତା କରି ଭାରପ୍ରଧାନ ଶିକ୍ଷକଙ୍କୁ ବଦଳି ଅଭିଯୋଗ, ଅଭିଭାବକ ମହଲରେ ଅସନ୍ତୋଷ

ହାଟଡିହୀ,୧୯ା୭(ଶୁଭକାନ୍ତ ନାୟକ): ଚଳିତ ଜୁଲାଇ ମାସ ଗତ ୧୦ ତାରିଖରେ ଡ଼ିଏଲଟିସି ବୈଠକ ବସିଥିଲା । ଏହି ବୈଠକ ଜିଲା ସ୍ତରରେ ଅନୁଷ୍ଠିତ ହୋଇଥାଏ । ବୈଠକରେ…

ଶ୍ରୀକ୍ଷେତ୍ରରୁ ଭଟଲି ଆସିଲା ତିନି ରଥର ଚକ; ପାଛୋଟି ଆଣିଲେ ହଜାର ହଜାର ଭକ୍ତ, ବିଧାୟକ କହିଲେ…

ବରଗଡ଼,୨୦।୭(ପ୍ରେମାନନ୍ଦ ଖମାରୀ): ପୁରୀ ଧାମରୁ ଭଟଲି ଦଧିବାମନ ଧାମକୁ ରବିବାର ତିନି ରଥର ଚକ ପହଞ୍ଚିଛି । ଶ୍ରୀକ୍ଷେତ୍ର ପୁରୀର ଏହି ତିନି ରଥର ଚକକୁ ଭବ୍ୟ…

ବସରେ ଗଞ୍ଜେଇ ଚାଲାଣ ପାଇଁ ଯୋଜନା ବେଳେ ମାଡିବସିଲା ଅଡବା ପୋଲିସ, ୪ ଲକ୍ଷ ଟଙ୍କାର ଗଞ୍ଜେଇ ସହ କେରଳର…

ମୋହନା,୧୯ା୭(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଶନିବାର ବିଳମ୍ବିତ ରାତିରେ ପୋଲିସ ପାଟ୍ରୋଲିଂ କରିବା ସମୟରେ ୪୦ କିଲୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri