Posted inଜାତୀୟ

ସୌଦିକୁ ଡ୍ରାଇଭର୍‌ ହେବାକୁ ଯାଇଥିବା ଯୁବକ ପାଲଟିଲେ କୋଟିପତି

ଥିରୁଭାନନ୍ତପୁରମ୍‌, ୧୧।୮: କଥାରେ ଅଛି ଭାଗ୍ୟଦେବୀ ପ୍ରସନ୍ନ ହେଲେ ଯୋଗୀ ବି ରାଜା ପାଲଟେ। ଏହା ଜଣେ ଯୁବକଙ୍କ ପାଇଁ ସତ୍ୟରେ ପରିଣତ ହୋଇଛି। ସୌଦିକୁ ଡ୍ରାଇଭର ହେବାକୁ ଯାଇଥିବା କେରଳର ଜଣେ ଯୁବକ ଏବେ କୋଟିପତି ପାଲଟି ଯାଇଛନ୍ତି। ସ୍ଥାନୀୟ ଥିରୁଭାନନ୍ତପୁରମ୍‌ର ୪୩ ବର୍ଷ ବୟସ୍କ ବାସିନ୍ଦା ଶାନାଓ୍ବାସ ସୌଦିରେ ଏକ କୋଟି ଦିରହମ୍‌ର ପୁରସ୍କାର ଜିଣିଛନ୍ତି। ଏହା ଭାରତୀୟ ମୁଦ୍ରାରେ ପ୍ରାୟ ୧୯ କୋଟି ୩୪ ଲକ୍ଷ ୧୯ ହଜାର ଟଙ୍କା ହେବ ବୋଲି କୁହାଯାଉଛି। ରାତାରାତି କୋଟିପତି ପାଲଟି ଥିବା ଶାନାଓ୍ବାସ ମାସ ସାରା ଗାଡ଼ି ଚଳାଇ ୪୮ ହଜାର ଟଙ୍କା ରୋଜଗାର କରୁଥିଲେ। ତେବେ ଆବୁଧାବି ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଅଂଶଗ୍ରହଣ କରି ଏହି ପୁରସ୍କାର ଜିଣିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେ ଆବୁଧାବିର ଖଲିଦିୟାହ ମଲ୍‌ରେ ୩ ହଜାର ଟଙ୍କାର ଜିନିଷପତ୍ର କିଣିଥିଲେ। ଏହି ୪୭ ଦିନିଆ ସମର୍‌ ସେଲ୍‌ କାର୍ଯ୍ୟକ୍ରମର ଭାଗ୍ୟଶାଳୀ ବିଜେତା ଭାବେ ଶାନାଓ୍ବାସଙ୍କୁ ଚୟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Petrol-Diesel Price Hike: ଗ୍ରାହକଙ୍କୁ ଜୋରଦାର ଝଟକା, ୧୦ ଦିନରେ ପୁଣିଥରେ ବଢିଳା ତୈଳ ଦର

ନୂଆଦିଲ୍ଲୀ,୨୫।୫: ଆଜି ଅର୍ଥାତ ସୋମବାର ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ୨୫ ମଇ, ୨୦୨୬ ସକାଳ ୬ଟାରୁ ନୂଆ ଦର…

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri