ସୋନ ନଦୀରୁ ବେଆଇନ ବାଲି ଉଠାଣ

କୁଆମରା,୯ା୧୨(ଡି.ଏନ୍‌.ଏ.)- ଗୋପବନ୍ଧୁ ନଗର ବ୍ଲକ ଦେଇ ପ୍ରବାହିତ ସୋନ ନଦୀରୁ ବେଆଇନ ବାଲି ଉଠାଣ ଚାଲିଥିବା ଅଭିଯୋଗ ହୋଇଛି। ପ୍ରତ୍ୟହ ଦଶ ଚକିଆ ଟ୍ରକ ଓ ଟ୍ରାକ୍ଟର ବାଲି ପରିବହନ କରୁଛନ୍ତି। ଜୟପୁର, ଦିଘି ନୂଆସାହି, ନୂଆ ଗାଁ, ସାଇଁକୁଳା, କଣ୍ଟିସାହି ପ୍ରଭୃତି ଘାଟରୁ ବେଆଇନ ଭାବେ ବାଲି ଉଠାଣ ହେଉଥିବା ବେଳେ ସରକାରୀ ନୀତି ନିୟମକୁ ଉଲ୍ଲଘଂନ କରାଯାଉଛି। ବାଲି ବେପାରୀମାନେ ନଦୀରୁ ବାଲି ଉତ୍ତୋଳନ କରି କୁଆମରା ଓ ସାଇଁକୁଳା ରାସ୍ତା ଦେଇ ବାଲେଶ୍ୱର ଜିଲା ଓ ବାହାର ରାଜ୍ୟକୁ ବାଲି ଚାଲାଣ କରୁଛନ୍ତି। ବାଲି ବେପାରୀମାନେ ବେଶ ଅର୍ଥ ରୋଜଗାର କରୁଥିବା ବେଳେ ଗ୍ରାମାଞ୍ଚଳ ରାସ୍ତା ଘାଟର ଅବସ୍ଥା ଶୋଚନୀୟ ହୋଇ ପଡୁଛି। ଭାରୀଯାନ ଚଳାଚଳ ଯୋଗୁଁ ଲୋକେ ରାସ୍ତାଘାଟରେ ଯିବାକୁ ନିରାପଦ ମଣୁ ନାହାଁନ୍ତି। ୨ଦିନ ତଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଏକ ବର୍ଷ ମଧ୍ୟରେ ୩୦ରୁ ଅଧିକ ଦୁର୍ଘଟଣା ଘଟି ସାରିଲାଣି। ନିଲାମ ହୋଇଥିବା ଘାଟମାନଙ୍କରୁ ବର୍ଷକୁ ଯେତିକି ବାଲି ଉତ୍ତୋଳନ କରାଯିବା କଥା ତା ଠାରୁ ଯଥେଷ୍ଟ ଅଧିକ ବାଲି ଉଠାଣ କରିବା ଫଳରେ ନଦୀ କୂଳ ଗ୍ରାମ ଗୁଡିକ ପ୍ରତି ବିପଦ ସୃଷ୍ଟି କରୁଛି। ଅନେକ ସ୍ଥାନରେ ମେଶିନ ସାହାଯ୍ୟରେ ବାଲି ଉତ୍ତୋଳନ କରାଯାଉଥିବାରୁ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହେଉଛି। ବର୍ଷା ଦିନେ ଏହା ବିପଦ ସୃଷ୍ଟି କରୁଛି। ବାଲି ବୋଝେଇ ଭାରିଯାନଗୁଡିକ ଫାଣ୍ଡି ଓ ଥାନା ସମ୍ମୁଖ ଦେଇ ଯାତାୟତ କରୁଥିଲେ ମଧ୍ୟ ଏଥିପ୍ରତି ପୋଲିସ ବିଭାଗ ନିରବ ଦ୍ରଷ୍ଟା ସାଜିଛି। ରାଜସ୍ବ ବିଭାଗ ମଧ୍ୟ ନୀରବଦ୍ରଷ୍ଟା ସାଜିଛି। ତେବେ ନିକଟରେ ଜୟପୁର ପଞ୍ଚାୟତର ନୂଆଗାଁଠାରେ ମହିଳାମାନେ ଏକାଠି ହୋଇ ବାଲି ବୋଝେଇ ଟ୍ରକଗୁଡିକୁ ଅଟକାଇ ଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ଠିକ ସମୟରେ ନ ପହଞ୍ଚିବାରୁ ସେମାନେ ଗାଡ଼ିଗୁଡ଼ିକୁ ଛାଡି ଦେଇଥିଲେ। ଏ ନେଇ ଅଞ୍ଚଳବାସୀଙ୍କ ଅସନ୍ତୋଷ ବଢିବାରେ ଲାଗିଛି। ଯଥା ଶୀଘ୍ର ଏ ଦିଗରେ ରାଜସ୍ବ ବିଭାଗ ପଦକ୍ଷେପ ନ ନେଲେ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ମୋରଡ଼ା ନିର୍ବାଚନମଣ୍ଡଳୀରେ କଂଗ୍ରେସର ଘନଘନ ବୈଠକ, ମିଶ୍ରଣ ପର୍ବ

ମୋରଡ଼ା,୨୭ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକମାତ୍ର ଅଣସଂରକ୍ଷିତ ନିର୍ବାଚନମଣ୍ଡଳୀ ମୋରଡ଼ା ନିର୍ବାଚନମଣ୍ଡଳୀ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସମସ୍ତ ରାଜନୈତିକ ଦଳ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ଆଉ ସହି ହେବନି,ଏଥର ଭୋଟ ବର୍ଜନ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଯଦୁନାଥପୁର ପଞ୍ଚାୟତବାସୀ ଅବହେଳିତ ଓ ନିଷ୍ପେଷିିତ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ଦେଶ ସ୍ବାଧୀନତାର ୭୭ବର୍ଷ ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri