ସୁବ୍ରତଙ୍କୁ ଭାରତୀୟ ଯୁବ ପୁରସ୍କାର

ବାରିପଦା ଅଫିସ,୧୩।୧୦- ମୟୂରଭଞ୍ଜ ଜିଲାର ଯୁବ ପ୍ରତିଭା ସୁବ୍ରତ ଦାସ ଓଡ଼ିଶାର ଏକମାତ୍ର ଯୁବକ ଭାବେ ଚଳିତବର୍ଷ ଭାରତୀୟ ଯୁବ ପୁରସ୍କାର ସମ୍ମାନ ଲାଭ କରିଛନ୍ତି। ଉତ୍ତର ପ୍ରଦେଶର ଆଗ୍ରାଠାରେ ଯୁବ ଖେଳକୁଦ ମହାସଂଘ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଏହି ପୁରସ୍କାର ତଥା ସମ୍ମାନ ମିଳିବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଚାରିଆଡୁ ଛୁଟିଛି ପ୍ରଶଂସାର ସୁଅ। ବାରିପଦାସ୍ଥିତ ତଖତପୁର ଅଞ୍ଚଳର ମାତା ଭାରତୀ ଦାସ ଓ ପିତା ଦିଲ୍ଲୀପ କୁମାର ଦାସଙ୍କ ପୁତ୍ର ସୁବ୍ରତ ସେବାକାର୍ଯ୍ୟ ପ୍ରତି ରୁଚି ରଖି ଏଭଳି ଉଚ୍ଚ ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ପାଠ ପଢ଼ିବା ସମୟରୁ ସେ ବିଭିନ୍ନ ସେବା କାର୍ଯ୍ୟକ୍ରମରେ ଜଡ଼ିତ ରହି ରାଜ୍ୟସ୍ତରରେ ଦୁଇ ଦୁଇ ଥର ପୁରସ୍କୃତ ହୋଇଛନ୍ତି। ଏଥିସହ ଅନେକ ଅନୁଷ୍ଠାନ ତରଫରୁ ମଧ୍ୟ ସମ୍ବର୍ଦ୍ଧିତ ହୋଇଛନ୍ତି।
ଆଗ୍ରାଠାରେ ଶୁକ୍ରବାର ଆୟୋଜିତ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଦିଲ୍ଲୀ ସରକାରଙ୍କଠାରୁ ବି.ଆର. ଆମ୍ବେଦକର ରତ୍ନ ଉପାଧି ଲାଭ କରିଥିବା ଗୋପାଳ ପାହାଡିଆ ମୁଖ୍ୟଅତିଥି ରୂପେ ଯୋଗଦେଇ ବିଭିନ୍ନ ରାଜ୍ୟରୁ ଆସିଥିବା ସ୍ବେଚ୍ଛାସେବୀ, କ୍ରୀଡ଼ାବିତ ଓ ଶିକ୍ଷାବିତମାନଙ୍କୁ ପୁରସ୍କୃତ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ସମାଜସେବା କାର୍ଯ୍ୟକୁ ବେଶ୍‌ ପ୍ରଶଂସା କରିଥିଲେ। ଏହି ସର୍ବଭାରତୀୟ ଯୁବ ପୁରସ୍କାର କାର୍ଯ୍ୟକ୍ରମରେ ସମାଜସେବା ପାଇଁ ସୁବ୍ରତଙ୍କ ୩ ଜଣ ପୁରସ୍କୃତ ହୋଇଥିଲେ। ଉଲ୍ଲେଖନୀୟ ଯେ, ଗତ ଅଗଷ୍ଟ ୧୨ ତାରିଖରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଣାଳୟ ପକ୍ଷରୁ ୨୦୧୬-୧୭ ମସିହା ଲାଗି ସୁବ୍ରତଙ୍କୁ ସର୍ବଭାରତୀୟ ସ୍ତରରେ ରାଷ୍ଟ୍ରୀୟ ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା। ସେ ଏହି ସମ୍ମାନ ଲାଭ କରି ମୟୂରଭଞ୍ଜ ଜିଲା ସମେତ ସାରା ରାଜ୍ୟର ଗୌରବ ବୃଦ୍ଧି କରିଥିଲେ। ଏଥିସହିତ କୋଣାର୍କଠାରେ ସେହି ମାସ ଅନୁଷ୍ଠିତ ନେହେରୁ ଯୁବ କେନ୍ଦ୍ର ଓଡ଼ିଶା ଶାଖା ପକ୍ଷରୁ ରାଜ୍ୟ ସ୍ତରୀୟ ଯୁବ ନେତୃତ୍ୱ ଓ ପ୍ରଶିକ୍ଷଣ ଶିବିରରେ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଥିଲାବର୍ତ୍ତମାନର ଯୁବପିଢି ସମାଜସେବା ଭଳି କାର୍ଯ୍ୟ ପ୍ରତି ବ୍ରତୀ ହେଲେ ସମାଜ ଜୀବନ ଅଧିକ ସରସ ସୁନ୍ଦର ହୋଇ ପାରିବ ବୋଲି ସୁବ୍ରତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଧରୁଥିବା ବେଳେ ଗୋଡ଼ ଖସିଯିବାରୁ ପ୍ରଖର ସ୍ରୋତରେ ଭାସିଯାଇଥିଲେ, ଚାଲିଗଲା ଯୁବ ଅଧ୍ୟାପକଙ୍କ ଜୀବନ

ବୈଶିଙ୍ଗା,୧୫|୮(ରତନ ଦାଶ): ମୟୂରଭଞ୍ଜ ଓ ବାଲେଶ୍ଵର ଜିଲା ସୀମାନ୍ତ ବୁଢ଼ାବଳଙ୍ଗ ନଦୀର ଏକ ନାଳରେ ଶନିବାର ଦିନ ୧୦ଟା ସମୟରେ ମାଛ ଧରୁଥିବା ବେଳେ ପାଣିର ପ୍ରଖର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri