ସୁନ୍ଦରଗଡ଼ରେ ଇସ୍ରୋର ସ୍ବତନ୍ତ୍ର ପ୍ରଦର୍ଶନ ଯାନ : ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ ଛାତ୍ରୀଛାତ୍ର

ସୁନ୍ଦରଗଡ଼, ୨୬।୧୦ (ଡି.ଏନ୍‌.ଏ. )-ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ଭ୍ରାମ୍ୟମାଣ ପ୍ରଦର୍ଶନ ଯାନ ଶନିବାର ସୁନ୍ଦରଗଡ ଠାରେ ପହଞ୍ଚିଥିଲା। ସୁନ୍ଦରଗଡରେ ଥିବା ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ପ୍ରାୟ ୨୦୦୦ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ, ଶିକ୍ଷକ ଓ ଜନସାଧାରଣଙ୍କ ପ୍ରଦର୍ଶନ ପାଇଁ ଏହି ସ୍ବତନ୍ତ୍ର ଯାନ ସ୍ଥାନୀୟ ଭବାନୀ ଶଙ୍କର ସରକାରୀ ଉଚ୍ଚବିଦ୍ୟାଳୟ ଓ ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟଠାରେ ଅଟକିଥିଲା। ଏହି ସ୍ବତନ୍ତ୍ର ଯାନରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଦ୍ୱାରା ପ୍ରସ୍ତୁତ ହୋଇ ପ୍ରଦର୍ଶିତ ହୋଇଥିବା ରକେଟ ମଡେଲ, ରକେଟ ଉତ୍‌କ୍ଷେପଣ, ଭାରତୀୟ ଉପଗ୍ରହର ପ୍ରୟୋଗ, ଚନ୍ଦ୍ରଯାନ -୧, ଚନ୍ଦ୍ରଯାନ-୨, ମଙ୍ଗଳ ଅଭିଯାନ ସମ୍ପର୍କରେ ଥିବା ସମସ୍ତ ପ୍ରକଳ୍ପଗୁଡିକ ବିଦ୍ୟାର୍ଥୀମାନେ ପରିଦର୍ଶନ କରି ଧାରଣା ପାଇଥିଲେ। ଯାନ ସହିତ ଆସିଥିବା ଟେକ୍‌ନିକାଲ ଅଧିକାରୀମାନେ ପିଲାମାନଙ୍କୁ ବୁଝାଉଥିଲେ। ମହାବିଦ୍ୟାଳୟ ସ୍ତରରେ ସ୍ନାତକ ଶ୍ରେଣୀର ପଦାର୍ଥ ବିଜ୍ଞାନ ପଢୁଥିବା ଛାତ୍ରୀଛାତ୍ରମାନେ ବିଶେଷ ଭାବେ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା। ସକାଳେ ସ୍ଥାନୀୟ ଭବାନୀ ଶଙ୍କର ସରକାରୀ ଉଚ୍ଚ ବିଦ୍ୟାଳୟ, ମ୍ୟୁନିସିପାଲ ଉଚ୍ଚ ବିଦ୍ୟାଳୟ, ଶିଶୁ ବିଦ୍ୟାମନ୍ଦିର, ସୁନ୍ଦରଗଡ ପବ୍ଲିକ ସ୍କୁଲ ଛାତ୍ରୀଛାତ୍ର ବୁଲି ଦେଖିଥିଲେ। ମଧ୍ୟାହ୍ନରେ ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟର ଶିକ୍ଷାର୍ଥୀମାନେ ଶୃଙ୍ଖଳିତ ଭାବେ ପ୍ରକଳ୍ପଗୁଡିକ ବୁଲି ଦେଖିଥିଲେ। କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. କିଶୋର କୁମାର ଦାଶ ଉଦ୍‌ଘାଟନ କରିଥିଲେ। ଇସ୍ରୋର ଟେକ୍‌ନିକାଲ ଅଧିକାରୀ ଇଂ. ଅର୍ଜୁନ ସାହୁ, ମହାବିଦ୍ୟାଳୟର ପ୍ରାଧ୍ୟାପକ ଆର୍ଯ୍ୟ ବିଭାସ କୁମାର, ଜିଲା ବିଜ୍ଞାନ ନିରୀକ୍ଷକ ଗୋପୀନାଥ ନାଏକ, ଭବାନୀଶଙ୍କର ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସୁଧାଂଶୁ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଶ୍ରୀହରିକୋଟାରୁ ଏହି ସ୍ବତନ୍ତ୍ର ଯାନ ଓଡିଶା ଗସ୍ତରେ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାମୁଙ୍କୁ ପଥରରେ ଛେଚି ହତ୍ୟା କଲେ ଭଣଜା

ବଣାଇ,୧ା୫(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନାର ଗଉଡ଼ ଗ୍ରାମରେ ରହୁଥିବା ଭଉଣୀ ଘରକୁ ଲହୁଣିପଡ଼ା ଥାନା ଅନ୍ତର୍ଗତ କେନାପାଲି ଗ୍ରାମର ସୁବର୍ଣ୍ଣ କଂସୁରିଆ (୬୦)...

ପ୍ରାର୍ଥିପତ୍ର ଦାଖଲ କଲେ ଅଭିଷେକ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କଂଗ୍ରେସ ପ୍ରାର୍ଥୀ ଅଭିଷେକ ସେଠ୍‌ ବୁଧବାର ନାମାଙ୍କନ ଦାଖଲ କରିଛନ୍ତି।...

ପୁଅଙ୍କୁ ଭୁଜାଲିରେ ହାଣି ହତ୍ୟାକଲେ ବାପା

ଭଦ୍ରକ,୧ା୫: ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ସୁନାଗଡ଼ିଆ ଗାଁରେ। ଘରେ ଖାଉଥିବା ସମୟରେ ସାମାନ୍ୟ...

ଛାନୁଆରେ ଜଘନ୍ୟ ହତ୍ୟାକାଣ୍ଡ: ଟାଓ୍ବାରରେ କାମ କରୁଥିବା ଯୁବକଙ୍କୁ ମାରି ଫିଙ୍ଗି ଦେଲେ

ରୂପସା,୧।୫(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲl ସଦର ବ୍ଲକ ଅନ୍ତର୍ଗତ ଛାନୁଆ ଗ୍ରାମରେ ବୁଧବାର ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଛାନୁଆ ପ୍ରାଥମିକ ବିଦ୍ୟାଳୟ ନିକଟ ରାସ୍ତା ପାର୍ଶ୍ୱରୁୁ...

ନାମାଙ୍କନପତ୍ର ଦାଖଲ କଲେ ରୀତା ସାହୁ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବିଜେଡି ପ୍ରାର୍ଥିନୀ ରୀତା ସାହୁ ବୁଧବାର ତାଙ୍କର ନାମାଙ୍କନପତ୍ର ଦାଖଲ...

ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରଦୀପ ପୁରୋହିତ

ବରଗଡ଼,୧।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକ ସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ବୁଧବାର ନାମାଙ୍କନ ଦାଖଲ କରିଛନ୍ତି ।...

ନୟାଗଡ଼ ବଉଳସାହିରେ ଗୋଷ୍ଠୀ ସଂଘର୍ଷ: ବୋମାମାଡ଼-ଗୁଳିମାଡ଼ରେ ୨ ଗୁରୁତର

ନୟାଗଡ଼,୧।୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନାର ବଉଳସାହି ଗାଁରେ ବୁଧବାର ଗୋଷ୍ଠୀ ସଂଘର୍ଷ ଘଟିଛି। ବିଜେଡି ଓ ଭାଜପା ସମର୍ଥକଙ୍କ ମଧ୍ୟରେ ବୋମାମାଡ଼ ଏବଂ...

ନାମାଙ୍କନପତ୍ର ଦାଖଲ କଲେ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ

ଜି.ଉଦୟଗିରି,୧।୫(ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲା ଜି. ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀର ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ବର୍ତ୍ତମାନର ବିଧାୟକ ସାଲୁଗା ପ୍ରଧାନ ନାମାଙ୍କନପତ୍ର ଦାଖଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri