Posted inଖେଳ

ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ସଚିନ

ନୂଆଦିଲ୍ଲୀ,୭।୨- ଭାରତୀୟ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଶୁକ୍ରବାର ଅଷ୍ଟ୍ରେଲିଆର ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି) ଗସ୍ତ କରି ଷ୍ଟାଡିୟମରେ ତାଙ୍କ ପସନ୍ଦୀୟ ଜାଗା ଦେଖାଇଛନ୍ତି। ଏବେ ତେନ୍ଦୁଲକର ବଶଫାୟାର ବାଶ ମ୍ୟାଚ୍‌ ପାଇଁ ପଣ୍ଟିଂ ଏକାଦଶର କୋଚ୍‌ ଭାବେ ଅଷ୍ଟ୍ରେଲିଆରେ ଅଛନ୍ତି। ୪୬ ବର୍ଷୀୟ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଏସ୍‌ସିଜିଠାରେ ୫ ଟେଷ୍ଟ ଖେଳି ୭୮୫ ରନ୍‌ କରିଥିଲେ। ୨୦୦୪ରେ ଅଷ୍ଟ୍ରେଲିଆ ବିପକ୍ଷରେ ଏଠାରେ ହିଁ ସେ ୨୪୧ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ୨୦୦୩-୦୪ ସିରିଜ୍‌ରେ ତେନ୍ଦୁଲକର ନିଜର ଟ୍ରେଡମାର୍କ ଶଟ୍‌ କଭର ଡ୍ରାଇଭ ଖେଳି ନ ଥିଲେ। ରିକି ପଣ୍ଟିଂ ଏକାଦଶ ଦଳର କୋଚ୍‌ ସଚିନ ପ୍ରଶଂସକଙ୍କୁ ଅଷ୍ଟ୍ରେଲିଆରେ ଜଙ୍ଗଲ ନିଆଁ କ୍ଷୟକ୍ଷତି ଭରଣା ପାଇଁ ଦାନ କରିବାକୁ କହିଛନ୍ତି। ୧୯୮୯ରେ ୧୬ ବୟସରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିବା ସଚିନ ମୋଟ ୩୪,୩୫୭ ରନ୍‌ କରିଛନ୍ତି। ସେ ଦ୍ୱିତୀୟ ସ୍ଥାନରେ ଥିବା ଶ୍ରୀଲଙ୍କାର କୁମାର ସଙ୍ଗକାରା (୨୮,୦୧୬)ଙ୍କ ଠାରୁ ୬ ହଜାର ରନ୍‌ ଆଗରେ ଅଛନ୍ତି। ଦିନିକିଆରେ ୧୮,୪୨୬ ଓ ଟେଷ୍ଟରେ (୧୫,୯୨୧ ରନ୍‌) ସର୍ବାଧିକ ରନ୍‌ କରିବାର ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି। ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ତମ ଶତକର ରେକର୍ଡ ସହ ସେ ଅନ୍ତର୍ଜାତୀୟ କ୍ରିକେଟରୁ ସେ ବିଦାୟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁଜିଲାଣ୍ଡରେ ପହଞ୍ଚିଲେ କିଙ୍ଗ କୋହଲି: ଘଟିଲା ଏମିତି, ଯାହାକୁ ଦେଖି କାନ୍ଦି ପକାଇଲେ ମହିଳା ଫ୍ୟାନ

ନୂଆଦିଲ୍ଲୀ,୩୦।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ନଭେମ୍ବର ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ ପାଇଁ ଶୁଭମନ…

ମାତ୍ର ୩୫ ରନ୍‌ କରିବା କ୍ଷଣି ବିଶ୍ୱରେକର୍ଡ ଭାଙ୍ଗିବେ ଅଭିଷେକ ଶର୍ମା: ହାତରେ ରହିଛି ବଡ଼ ସୁଯୋଗ

ନୂଆଦିଲ୍ଲୀ,୩୦।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜ୍‌ର ଚତୁର୍ଥ ମ୍ୟାଚ ଆଜି ଅକଲାଣ୍ଡର ଇଡେନ ପାର୍କରେ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତୀୟ ଓପନର ଅଭିଷେକ ଶର୍ମାଙ୍କ…

ଭଞ୍ଜନଗର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ବନ୍ୟାଞ୍ଚଳର ସ୍ଥିତି କରିବେ ଅନୁଧ୍ୟାନ

ଭଞ୍ଜନଗର, ୩୦।୧୦ (ବାବୁଲା ପ୍ରଧାନ)- ବାତ୍ୟା ପରବର୍ତ୍ତୀ ବନ୍ୟା ପରିସ୍ଥିତିର ଅନୁଧ୍ୟାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଗଞ୍ଜାମ ଜିଲା ଗସ୍ତରେ ଆସୁଛନ୍ତି।…

୨୦୨୮ ଦଶମ ବୋର୍ଡ ପରୀକ୍ଷା ନିୟମ ଜାରିକଲା ସିବିଏସ୍‌ଇ

ନୂଆଦିଲ୍ଲୀ, ୩୦୧୦: ସିବିଏସଇ ଗୁରୁବାର ୨୦୨୮ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଢାଞ୍ଚା ସମ୍ପର୍କରେ ସ୍ପଷ୍ଟ କରିଛି। ଏଥିରେ ଛାତ୍ରୀଛାତ୍ରଙ୍କ ପାଇଁ ୫ଟି ବାଧ୍ୟତାମୂଳକ ବିଷୟ ରହିବ…

ଟ୍ରେନ୍‌ ଦୁର୍ଘଟଣା ପରେ ସ୍ପେନରେ ବିକ୍ଷୋଭ

ମାଡ୍ରିଡ୍‌, ୩୦ା୧୦: ବୁଧବାର ଏକ ଭୟାବହ ହାଇ-ସ୍ପିଡ ଟ୍ରେନ ଦୁର୍ଘଟଣାରେ ୬୮ ଜଣଙ୍କ ମୃତ୍ୟୁ ଗଟିବା ପରେ ସ୍ପେନର ପରିବହନ ମନ୍ତ୍ରୀ ଓସ୍କାର ପୁଏନ୍ତେଙ୍କ ଇସ୍ତଫା ଦାବି…

ନାଗପୁର ଏମ୍‌ଏଲ୍‌ସି ଆସନରେ କଂଗ୍ରେସର ବିଜୟ: ଭାଜପାକୁ ଝଟକା

ନାଗପୁର, ୩୦।୧୦: ଏକ କଡ଼ା ପ୍ରତିଦ୍ୱନ୍ଦ୍ୱିତାରେ କଂଗ୍ରେସ ପ୍ରାର୍ଥୀ ତଥା ବର୍ତ୍ତମାନର ଏମ୍‌ଏଲ୍‌ସି ଅଭିଜିତ ୱଞ୍ଜାରୀ ନାଗପୁର ଡିଭିଜନ ଗ୍ରାଜୁଏଟ୍ସ ନିର୍ବାଚନମଣ୍ଡଳୀ ଆସନରେ ଭାଜପାର ସୁଧାକର କୋହଲେଙ୍କୁ…

ବିନା ଛକାରେ ୧୬୭ ରନ୍‌ର ବିସ୍ଫୋରକ ଇନିଂସ ଖେଳିଲେ ଏହି ବ୍ୟାଟ୍‌ର୍‌: ହାସଲ କଲେ ବିରଳ ରେକର୍ଡ

ଲାହୋର,୩୦।୧୦: ଇଂଲଣ୍ଡର ଷ୍ଟାର୍‌ ଓପନର୍‌ ବେନ ଡକେଟଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଦମ୍‌ଦାର ଇନିଂସ। ପାକିସ୍ତାନ ଆୟୋଜିତ ଦିନିକିଆ ଟ୍ରାଇ ସିରିଜ୍‌ରେ ଶ୍ରୀଲଙ୍କା ବିପକ୍ଷ ଶେଷ ମ୍ୟାଚ୍‌ରେ…

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ: ଜଳବନ୍ଦୀ ଗାଁ ବୁଲି ସ୍ଥିତି ପରଖିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ବିଧାୟକ

ଗଞ୍ଜାମ,୩୦।୧୦(ଅନାଥ ତରାଇ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ବ୍ଲକ୍ର ବିଭିନ୍ନ ପଞ୍ଚାୟତରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି। ଅନେକ ଗାଁ ଜଳଘେରରେ ରହିଥିବାରୁ ଜନଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?