ସାର୍ଥକ ମାର୍ଗ

ଅନୀତା ପଟ୍ଟନାୟକ

ପାଞ୍ଚ ଝିଅଙ୍କ ପରେ ଆମ ଘରେ ପ୍ରଣବର ଜନ୍ମ। ସେଥିପାଇଁ ପ୍ରଣବର ସ୍ଥାନ ଆମ ଘରେ ସ୍ବତନ୍ତ୍ର ଥିଲା। ମୋର ମାତାପିତା ତାକୁ ଖୁବ୍‌ ଭଲ ପାଉଥିଲେ ମୁଁ କୋଡ଼ପୋଛା ଝିଅ ହୋଇଥିବାରୁ ପ୍ରଣବର ଜନ୍ମ ପୂର୍ବରୁ ମୋର ମାତାପିତା ଓ ବଡ଼ଭଉଣୀଙ୍କଠାରୁ ଅଧିକ ସ୍ନେହ ପାଉଥିଲି। ପ୍ରଣବ ଜନ୍ମ ହେବା ପରେ ମୋ ଜୀବନରେ ସତେଯେପରି ସବୁକିଛି ଓଲଟପାଲଟ ହୋଇଗଲା। ଘରେ ମହାଆଡ଼ମ୍ବରରେ ପ୍ରଣବର ଜନ୍ମଦିନ ପାଳିତ ହେବାକୁ ଲାଗିଲା ଓ ଆମ ଭଉଣୀମାନଙ୍କର ଜନ୍ମଦିନ ପାଳନ ବନ୍ଦ ହୋଇଗଲା। ମୁଁ ଏହାର କାରଣ ବୁଝିବାକୁ ଯାଇ ଅତ୍ୟନ୍ତ କ୍ଷୋଭର ସହ ମୋର ମାମୁ ସରଞ୍ଜନଙ୍କୁ ପଚାରିବାରୁ ସେ କହିଲେ ‘ସଂସାରରେ ଆମେ ସମ୍ମୁଖୀନ ହେଉଥିବା ଉତ୍ଥାନ, ପତନ ହିଁ ସୁଖ ଓ ଦୁଃଖର କାରଣ। ଦୁଃଖ ନିବୃତ୍ତିକୁ ସୁଖ ହିସାବରେ ସ୍ବାଗତ କରାଯାଏ ଓ ସୁଖ ନ ମିଳିଲେ ତାହା ଦୁଃଖଦ ବିଳାପ ପାଲଟିଯାଏ। ସୁଖ ଓ ଦୁଃଖ ସଂସାରରୂପୀ ମୁଦ୍ରାର ଦୁଇଟି ପାର୍ଶ୍ୱ। ସଂସାରରେ ଅଣୁମାତ୍ର ସତ୍ୟ ଅଛି। ଏହା ଅଶ୍ୱ ବୃକ୍ଷ ଭାବେ ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି। ଏହାର ଅର୍ଥ କାଲିକି ଯାହା ନ ଥିବ। ମାମୁ କହିଲେ, ତତେ ସଂସାର ଚିରସ୍ଥାୟୀ ବା ସତ ଲାଗୁଛି। ଏହା ପ୍ରକୃତରେ ଏକ ମୋହ ଓ ବିଶାଳ ବୃକ୍ଷ ସଦୃଶ। ଜ୍ଞାନାଗ୍ନି ଦ୍ୱାରା ଏ ବିଶାଳ ବୃକ୍ଷକୁ ନଷ୍ଟ କରାଯାଇପାରିବ।’
ମୋର ଜ୍ଞାନ ତୁଳନାରେ ମାମୁଙ୍କ କଥା ମୁଁ ବୁଝିପାରି ନ ଥିଲି। ବଡ଼ ହେବା ସହିତ ଜଗନ୍ନାଥ ଚେତନାରେ ନିମଗ୍ନ ହେଲି। ସାଂସାରିକ ଜିନିଷରେ ଅଧିକ ମୁଣ୍ଡ ଖେଳାଇ ଲାଭ ନାହିଁ। ଦିନେ ମୋର ଜଣେ ବାନ୍ଧବୀ ମୁକ୍ତି ସହିତ ପୁରୀରେ ଦେଖାହେଲା। ମୁକ୍ତି କହିଲା ତୋର ସଂସାର କିପରି ଚାଲିଛି? ମୁଁ କହିଲି ଜଗନ୍ନାଥଙ୍କ କୃପାରୁ ସବୁ ଠିକ୍‌ଠାକ୍‌ ଚାଲିଛି। ମୁଁ ତା’ ପରିବାର ବିଷୟରେ ପଚାରିବାରୁ ସେ ପରିବାର ତ୍ୟାଗ କରି ଏକ ମଠରେ ରହୁଥିବାର କହିଲା। ମୁକ୍ତି କହିଲା ଚେତନାର ଅଗ୍ନି ଉପତ୍ନ୍ନ କରିବାକୁ ହେଲେ ଆଧ୍ୟାତ୍ମିକ ଶୃଙ୍ଖଳା ଆବଶ୍ୟକ। ଏହା ହିଁ ଏକମାତ୍ର ମାର୍ଗ। ଚେତନାରେ ଚେର ବିସ୍ତାର କରିଥିବା ଅହଂକାରକୁ ଅତିକ୍ରମ କରିବା ଅତ୍ୟନ୍ତ ଜରୁରୀ। ପ୍ରତିଟି କର୍ମ ଈଶ୍ୱରଙ୍କୁ ଅର୍ପିତ ହେବା ଆବଶ୍ୟକ। ସତ୍‌କର୍ମ, ସତ୍‌ସଙ୍ଗ, ଗୁଣ ମଣ୍ଡିତ ପ୍ରେମରେ ଉବୁଟୁବୁ ହେବା ଦରକାର। ଏହି ଗୁଣଗୁଡ଼ିକ ମଣିଷର ଅନ୍ତର୍ନିହିତ ଶୋଭା। ଭଗବାନଙ୍କ ପ୍ରତି ସଭକ୍ତି ପାଇଁ ମୁଁ ମଠରେ ରହୁଛି। ସାଂସାରିକ ବିବାଦ, କଳହ ମୋର ଶୃଙ୍ଖଳାକୁ ଭାଙ୍ଗି ନ ଦେଉ, ସେ ନିମନ୍ତେ ପ୍ରାର୍ଥନା ପାଇଁ ପୁରୀ ଜଗନ୍ନାଥଙ୍କ ପାଖକୁ ଆସିଛି। ମୁଁ କହିଲି ଠିକ୍‌ କହିଲୁ। ଧର୍ମ ନାମରେ ବିଭିନ୍ନ ସମ୍ପ୍ରଦାୟର ଲୋକ, ଯେଉଁମାନେ କେବେ ବି ଭଗବାନଙ୍କୁ ଦର୍ଶନ କରି ନ ଥାନ୍ତି, ସେମାନେ ବିବାଦୀୟ କଳହ ସୃଷ୍ଟି କରିଥାନ୍ତି। ଶୁକୁବାଇ ପଥରମୂର୍ତ୍ତିକୁ ଏକ ସାକାର ପ୍ରତିମାରେ ପରିଣତ କରିପାରିଥିଲେ। ଆମେ ନିଜର ବିଶ୍ୱାସକୁ ବଢ଼ାଇବା, ଅନ୍ୟର ବିଶ୍ୱାସକୁ ବିଚଳିତ କରିବା ନାହିଁ। ଦୁଇବନ୍ଧୁ ମିଶି ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିବାକୁ ଗଲୁ। ମୁଁ ପଚାରିଲି ତୁ ଘର ଛାଡ଼ିଲୁ କାହିଁକି? ସେ କହିଲା, ଆଧ୍ୟାତ୍ମିକ ଶୃଙ୍ଖଳା ପାଇଁ ଚାଲାକି, ଆଡ଼ମ୍ବରପୂର୍ଣ୍ଣ ଜୀବନ ଓ ବାକ୍‌ଚାତୁରି କାମ କରେ ନାହିଁ। କଥା ଚାତୁରିରେ ଆମେ ସାରସ ପକ୍ଷୀକୁ ଚନ୍ଦ୍ରଠାରୁ ବଡ଼ ବୋଲି ପ୍ରମାଣ କରିବାକୁ ଯାଇ ଆମେ କହିଥାଉ, ଚନ୍ଦ୍ର କେବଳ ଗୋଟିଏ ପକ୍ଷରେ ଧଳା କିନ୍ତୁ ସାରସ ପକ୍ଷୀ ସବୁବେଳେ ଧଳା। ଚନ୍ଦ୍ର ଫୁଟୁଥିବା ପଦ୍ମଫୁଲର ଶତ୍ରୁ, କାରଣ ଚନ୍ଦ୍ର ଉଦୟ ହେଲେ ପଦ୍ମ ବୁଜି ହୋଇଯାଏ। ଏପରି ସବୁ ପାଣ୍ଡିତ୍ୟ ମୂଲ୍ୟହୀନ। ମୋ ଜଗନ୍ନାଥଙ୍କ ପାଇଁ ପ୍ରେମ ଯଥେଷ୍ଟ। ସେ ପୁଣି ଘୃଣାଭାବ ନ ଥିବା ପ୍ରେମ, ସ୍ନେହ ଓ ସମବେଦନାଶୀଳ ପ୍ରେମ। ଜଗନ୍ନାଥଙ୍କର ଚାରୋଟି ଗୁଣ ଅଛି। ପ୍ରେମ, ସୌନ୍ଦର୍ଯ୍ୟ, ମାଧୁର୍ଯ୍ୟ ଓ ଶୋଭା ପ୍ରେମ, ଯାହା ସମସ୍ତଙ୍କୁ ପୁରୀ ବଡ଼ଦାଣ୍ଡକୁ ଟାଣି ଆଣେ। ଭଗବାନଙ୍କ ସହ ପ୍ରେମ ହିଁ ସୌନ୍ଦର୍ଯ୍ୟ। ତୁମେ ଯେତେବେଳେ ବିଶ୍ୱପ୍ରେମରେ ନିମଜ୍ଜିତ ହେବ ତାହା ହେବ ମାଧୁର୍ଯ୍ୟତା। ଭଗବାନଙ୍କ ମନ ଓ ତୋ ମନ ଏକ ହୋଇଗଲେ ତୁ ତୋର ପରିଚୟ ହରାଇବୁ ଓ ତୋ ନିକଟରେ ଅବର୍ଣ୍ଣନୀୟ ଶୋଭା ପରିଲକ୍ଷିତ ହେବ। ମୁଁ କହିଲି ଶୃଙ୍ଖଳାବାଟ ଦୁର୍ବଳ ଓ ଅସ୍ଥିର ମଣିଷଙ୍କ ପାଇଁ ନୁହେଁ। ନିଜକୁ ପ୍ରମାଣିତ କରିବା ପାଇଁ ସେ କୌଣସି ନା କୌଣସି ଆଳ ଦେଖାଇବେ।
ଥରେ ଆମ ଘର ପୋଷା ବିଲେଇ ମତେ ରାମ୍ପୁଡ଼ି ଦେଲା। ମୁଁ ତାକୁ ଗୋଟିଏ କଣ୍ଟାବାଡ଼ିରେ ପିଟିଲି। ମୋର ଭାଇ ପ୍ରଣବ ବାପାଙ୍କୁ ଏକଥା ଜଣାଇଲା। ବାପା କହିଲେ, ନିଜକୁ ବଞ୍ଚାଇବା ପାଇଁ ତୁ କ’ଣ ଗୋଟିଏ କଣ୍ଟା ନ ଥିବା ବାଡ଼ିରେ ବିଲେଇକୁ ବାଡ଼େଇ ପାରିନଥାନ୍ତୁ। ମୁଁ କହିଲି ଜୀବନ ବଞ୍ଚାଇବା ସମୟରେ ବାଡ଼ି ବାଛିବା ଓ ତାକୁ ପସନ୍ଦ କରି ଜୀବନ ରକ୍ଷା କରିବାକୁ ବେଳ ନଥିଲା। ସେ ତା’ର ମୁନିଆ ଦାନ୍ତ ଦେଖାଇ ମତେ ରାମ୍ପୁଡ଼ି ନ ଥିଲେ ଓ ତା’ର ରୁମୁରୁମିଆ ଲାଞ୍ଜ ମୋ ଦେହରେ ବଜାଇ ଥିଲେ ମୁଁ ଏପରି କରି ନ ଥାନ୍ତି। କଥା ଚାତୁରିରେ ବାପାଙ୍କଠାରୁ ଗାଳି ଖାଇବାରୁ ମୁଁ ବଞ୍ଚତ୍ଗଲି। କିନ୍ତୁ ମୋର କାର୍ଯ୍ୟରେ ଶୃଙ୍ଖଳା ନ ଥିଲା। ମୁକ୍ତି କହିଲା, ତୁ ଠିକ୍‌ କହିଲୁ। ସିଧାସଳଖ କଥାରେ ଆମ ମନ ଭରେ ନାହିଁ। ଏହି ସମୟରେ ମନ୍ଦିର ଭିତରୁ ଓଁକାର ଧ୍ୱନି ଶୁଣାଗଲା। ମୁକ୍ତି କହିଲା, ଓଁ ସୃଷ୍ଟିର ମୂଳ। ଏହା ହିଁ ଜୀବନ ଶକ୍ତି, ଏହା ହିଁ ବଳ। ପ୍ରତ୍ୟେକ ଜୀବର ପ୍ରାଣ ହେଉଛି ଓଁ। ଗୀତାରେ ଭଗବାନ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଯିଏ ପ୍ରଣବ ଧ୍ୱନି (ଓଁ) ସହ ଶେଷ ନିଃଶ୍ୱାସ ତ୍ୟାଗ କରେ ସେ ନିଶ୍ଚୟ ମୁକ୍ତିଲାଭ କରେ। ମୁଁ କହିଲି, ଏହା କ’ଣ ସ୍ତ୍ରୀଲୋକଙ୍କ ପକ୍ଷେ ସମ୍ଭବ ? ମୁକ୍ତି କହିଲା ନିଶ୍ଚୟ। ଯାଜ୍ଞବଳ୍‌କଙ୍କ ସ୍ତ୍ରୀ ମୈତ୍ରେୟୀ ବ୍ରହ୍ମବିଦ୍ୟା ଲାଭ କରିଥିଲେ। ଗାର୍ଗୀ ଜଣେ ବିଦୁଷୀ ନାରୀ ଥିଲେ ଯେ ନିଜକୁ ଜନକଙ୍କ ରାଜଦରବାରରେ ଜଣେ ଅପ୍ରତିଦ୍ୱନ୍ଦ୍ୱୀ ମହାନ ପଣ୍ଡିତ ଭାବେ ପ୍ରମାଣିତ କରିଥିଲେ। ପ୍ରଣବ ହିଁ ଓଁ। ଓଁ ଏକାକ୍ଷର ବ୍ରହ୍ମ। ତେଣୁ ପାଠପଢ଼ା ଆରମ୍ଭ କରିବା ପୂର୍ବରୁ ଓଁ ଲେଖାଯାଏ। ମୁଁ ସେହି ଦିନ ବୁଝିପାରିଲି ବାପା ଭାଇର ନାଁ କାହିଁକି ପ୍ରଣବ ରଖିଛନ୍ତି। ମୁଁ ମଧ୍ୟ ମୋର ବାନ୍ଧବୀ ମୁକ୍ତିକୁ ପ୍ରତିଶ୍ରୁତି ଦେଲି ମୁଁ ମଧ୍ୟ ସେହି ମାର୍ଗରେ ବ୍ରତୀ ହେବି। ସେ ମତେ ଆନନ୍ଦରେ କୁଣ୍ଢାଇ ପକାଇଲା।
ଅବସରପ୍ରାପ୍ତ ପ୍ରଧ୍ୟାପିକା, ସିଡିଏ, କଟକ
ମୋ: ୯୬୯୨୯୮୦୦୨୬


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?