Posted inଖେଳ

ସାଇକେଲ ଚାଳନା ମାଧ୍ୟମରେ ସ୍ବାସ୍ଥ୍ୟ ଓ ପରିବେଶ ସଚେତନତା

ଭୁବନେଶ୍ୱର, ୬।୮(କ୍ରୀଡ଼ା ପ୍ରତିନିଧି)-
ସାମ୍ପ୍ରତିକ ସମାଜରେ ଅତ୍ୟଧିକ ଯାନର ବ୍ୟବହାର ଯୋଗୁ ପରିବେଶ ଦୁଷିତ ହେଉଛି ଏବଂ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ପରିବେଶ ଦୁଷିତ ହେବାଦ୍ୱାରା ଜଳବାୟୁରେ ମଧ୍ୟ ଅନିୟମିତତା ଦେଖା ଦେଉଛି। ତେଣୁ ସ୍ବାସ୍ଥ୍ୟ ଓ ପରିବେଶ ସଚେତନତା ବାର୍ତ୍ତା ନେଇ ଭୁବନେଶ୍ୱର ସାଇକ୍ଲିଂ ଆଣ୍ଡ ଆଡଭେଞ୍ଚର କ୍ଲବ(ବିସିଏସି) ପକ୍ଷରୁ ସାଇକେଲ ଯୋଗେ ଚିଲିକା ପରିକ୍ରମା କରାଯାଇଛି। କ୍ଲବର ମୋଟ ୨୦ ସଦସ୍ୟ ଏହି ପରିକ୍ରମାରେ ସାମିଲ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ଥିଲେ ୧୧ ବର୍ଷର ବାଳକ ଅଚିନ୍ତ୍ୟ ଅନୁଭବ। ସେହିପରି ସବୁଠାରୁ ବରିଷ୍ଠ ସଦସ୍ୟ ଥିଲେ ରମେଶ(୬୦ ବର୍ଷରୁ ଊର୍ଦ୍ଧ୍ୱ)। ୩ ତାରିଖରେ ଭୁବନେଶ୍ୱରରୁ ବାହାରିଥିବା ଏହି ସାଇକେଲ ଯାତ୍ରାରେ ସଦସ୍ୟମାନେ ପ୍ରଥମ ଦିବସରେ ଡେଲାଙ୍ଗ, ବ୍ରହ୍ମଗିରି, ସାତପଡ଼ା ପର୍ଯ୍ୟନ୍ତ ଯାଇ ସେଠାରୁ ବୋଟ୍‌ ଯୋଗେ କୃଷ୍ଣପ୍ରସାଦ ପର୍ଯ୍ୟନ୍ତ ଯାଇଥିଲେ। ସେଠାରୁ ପୁଣି ସାଇକେଲ ଯାତ୍ରାରେ ଆସି ରମ୍ଭାରେ ରାତ୍ରି ଯାପନ କରିଥିଲେ। ତେଣୁ ପ୍ରଥମ ଦିବସରେ ମୋଟ ୧୭୫ କିଲୋମିଟର ଯାତ୍ରା ହୋଇଥିଲା। ୪ ତାରିଖ ଦ୍ୱିତୀୟ ଦିବସରେ ରମ୍ଭାରୁ ସିଧା ଭୁବନେଶ୍ୱର ପାଖାପାଖି ୧୩୦ କିଲୋମିଟର ଯାତ୍ରା କରିଥିଲେ। ଏହି ଯାତ୍ରାରେ ୩୦୦ କିଲୋମିଟରରୁ ଊର୍ଦ୍ଧ୍ୱ ପଥ ପରିକ୍ରମା ହୋଇଥିଲା। ସାଇକେଲ ଯୋଗେ ଚିଲିକା ପରିକ୍ରମା ଅବସରରେ କ୍ଲବର ସଦସ୍ୟମାନେ ବିଭିନ୍ନ ଲୋକଙ୍କ ସହ ମିଶି ଭାବର ଆଦାନ ପ୍ରଦାନ କରିଥିଲେ ଏବଂ ସାଇକେଲର ଉପାଦେୟତା ସମ୍ପର୍କରେ ସଚେତନ କରାଇଥିଲେ। କ୍ଲବର କନିଷ୍ଠ ସଦସ୍ୟ ଅଚିନ୍ତ୍ୟଙ୍କ ସାହସ ଓ ଉତ୍ସାହକୁ ସମସ୍ତେ ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଫାଇନାଲରେ ଏହି ୩ ପାକିସ୍ତାନୀ ଖେଳାଳି ଭାରତ ପାଇଁ କାଳ! ମ୍ୟାଚର ମୋଡ଼ ପଲଟାଇବାରେ ମାହିର, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ହେଲେ ରୋମାଞ୍ଚର କୌଣସି ଅଭାବ ରହେ ନାହିଁ। ଏବେ ଏସିଆନ ଗେମ୍ସ ୨୦୨୬ର ଫାଇନାଲରେ ଦୁଇ ଦଳ…

କ୍ରିକେଟରେ ବଡ଼ ନିୟମ ପରିବର୍ତ୍ତନ: ICC ଜାରି କଲା ନୂଆ ଗାଇଡଲାଇନ, ଏଣିକି ରନ୍‌ଆଉଟ୍‌ରେ…

ନୂଆଦିଲ୍ଲୀ,୧।୧୦: କ୍ରିକେଟରେ ଆଉ କିଛି ନିୟମ ବଦଳିଛି। ଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ଏହି ନୂଆ ନିୟମଗୁଡ଼ିକ ଅକ୍ଟୋବର ୧ କିମ୍ବା ଏହା ପରେ ଆରମ୍ଭ ହେଉଥିବା…

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଲେ ଏହି ଖେଳାଳି; BCCI ପକ୍ଷରୁ ରିପ୍ଲେସମେଣ୍ଟ ଖେଳାଳିଙ୍କ ନାମ ଘୋଷଣା, ପ୍ରଶଂସକ ଚକିତ

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଭାରତୀୟ ଦଳରେ ହଠାତ ଏକ ପରିବର୍ତ୍ତନ କରିଛି। ବିଶେଷ ଭାବରେ, ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦…

ଭାରତ ନା ପାକିସ୍ତାନ କିଏ ଜିତିବ ସ୍ବର୍ଣ୍ଣ ପଦକ? 2026 ଏସୀୟ କ୍ରୀଡାର ଫାଇନାଲରେ ମୁହାଁମୁହିଁ ହେବେ ଏମାନେ, ବୁଝନ୍ତୁ ଗଣିତ

ନୂଆଦିଲ୍ଲୀ,୧।୧୦: ୨୦୨୬ ଏସୀୟ କ୍ରୀଡ଼ାର ଫାଇନାଲ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି। କ୍ରିକେଟ ପଡ଼ିଆରେ ପୁଣିଥରେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?