ସର୍କୁଲାର ଜାରି କଲେ ପରିବହନ କମିଶନର: ଯେକୌଣସି ଆର୍‌ଟିଓରେ ଡିଏଲ୍‌ ଆବେଦନ କରିହେବ

କଟକ ଅଫିସ, ଭୁବନେଶ୍ୱର,୨ା୧୧ (ବ୍ୟୁରୋ): ଯାନବାହନ ମାଲିକମାନେ ରାଜ୍ୟର ଯେକୌଣସି ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ଙ୍କ କାର୍ଯ୍ୟାଳୟରେ ନିଜ ଗାଡିର ପଞ୍ଜୀକରଣ କରିବା ସହ ଡ୍ରାଇଭିଂ ଲାଇସେନ୍ସ ପାଇଁ ମଧ୍ୟ ଆବେଦନ କରିପାରିବେ। ରାଜ୍ୟ ପରିବହନ କମିଶନର ସଞ୍ଜୀବ ପଣ୍ଡା ଶୁକ୍ରବାର ଏ ନେଇ ସମସ୍ତ ଆରଟିଓଙ୍କୁ ଏକ ସର୍କୁଲାର ଜାରି କରିଛନ୍ତି। ଲର୍ନର ଲାଇସେନ୍ସ(ଏଲଏଲ), ଡ୍ରାଇଭିଂ ଲାଇସେନ୍ସ (ଡିଏଲ) ଏବଂ ଗାଡି ପଞ୍ଜୀକରଣ ପାଇଁ ବାସସ୍ଥାନକୁ ବାଧ୍ୟତାମୂଳକ ନ କରିବାକୁ ସର୍କୁଲାରରେ କୁହାଯାଇଛି। କେତେକ ଆରଟିଓ ନିଜ କାର୍ଯ୍ୟାଳୟ ଅଧୀନରେ ଯାନବାହନ ମାଲିକଙ୍କର ବାସସ୍ଥାନ ଅଛି କି ନାହିଁ ସେ ନେଇ ପ୍ରମାଣ ମାଗୁଥିଲେ। ଆରଟିଓମାନଙ୍କର ଏଭଳି ଧାରଣା ଠିକ୍‌ ନୁହେଁ, ଯାହାକି ମୋଟରଯାନ ଆଇନର ବିରୋଧାଚରଣ ବୋଲି ସର୍କୁଲାରରେ କୁହାଯାଇଛି। ମୋଟରଯାନ ଆଇନ-୧୯୮୮ ଅନୁଯାୟୀ ଯାନବାହନ ମାଲିକ ସାଧାରଣ ଭାବେ ରହୁଥିବା କିମ୍ବା ବ୍ୟବସାୟ କରୁଥିବା, ସ୍କୁଲରେ ଶିକ୍ଷାଦାନ କିମ୍ବା କୌଣସି ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ରାଜ୍ୟର ଯେ କୌଣସି ସ୍ଥାନରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିବା ନିୟମ ରହିଛି। ତେବେ ଆବେଦନକାରୀଙ୍କୁ ବାସସ୍ଥାନ କିମ୍ବା ଓଡିଶାରେ କୌଣସି ବ୍ୟବସାୟ ଥିବା ପ୍ରମାଣପତ୍ର ଦେବାକୁ ପଡିବ।
ମିଳିଥିବା ସୂଚନା ଅନୁଯାୟୀ ୨୦୧୯ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ସମସ୍ତ ଆରଟିଓ ୩.୫୧ ଲକ୍ଷ ଲର୍ନର ଲାଇସେନ୍ସ ପ୍ରଦାନ କରିଛନ୍ତି। ୨୦୧୮ ତୁଳନାରେ ଏହା ବହୁ ଅଧିକ। ୨୦୧୮ରେ ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ୩.୪୮ ଲକ୍ଷ ଲର୍ନର ଲାଇସେନ୍ସ ପ୍ରଦାନ କରିଥିଲେ। ସେପ୍ଟେମ୍ବର ଓ ଅକ୍ଟୋବରରେ ମାତ୍ର ୫୨ ହଜାର ଲାଇସେନ୍ସ ଇସ୍ୟୁ କରାଯାଇଛି। ବିଗତ ବର୍ଷଗୁଡିକରେ ଦୁଇମାସ(ସେପ୍ଟେମ୍ବର ଓ ଅକ୍ଟୋବର) ମଧ୍ୟରେ ହୋଇଥିବା ଲାଇସେନ୍ସଠାରୁ ଚଳିତ ବର୍ଷ ୬ ଗୁଣା ଅଧିକ ଇସ୍ୟୁ କରାଯାଇଛି। ଗତ ଦୁଇ ମାସରେ ଭୁବନେଶ୍ୱର ଆରଟିଓ-୧ ୩୫୦୦ ଏଲଏଲ ଦେଇଥିବା ବେଳେ ଗଞ୍ଜାମ ୨୩୦୦୦, ଭୁବନେଶ୍ୱର-୨ ୨୦ ହଜାର, କଟକ ୧୮୦୦୦ ଏବଂ ବାଲେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ୧୩ ହଜାର ଏଲଏଲ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡକୁ ଜିତାଇଲେ ବେଥେଲ, ୧-୦ରେ ସିରିଜ୍‌ ଆଗୁଆ

ମାଞ୍ଚେଷ୍ଟର,୪ା୭: ଜେକବ ବେଥେଲଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାଳି ବଳରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୪ ଉଇକେଟରେ ଭାରତକୁ ପରାସ୍ତ କରିଛି। ସିରିଜ୍‌ର ପ୍ରଥମ…

ଦେଶୀ, ବିଦେଶୀ ମଦ ଜବତ, ମହିଳାଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୪ା୭(ଅଶେଷ ନାଥ ମିଶ୍ର): ଦେଶୀ ଓ ବିଦେଶୀ ମଦ କାରବାର ଅଭିଯୋଗରେ ପୋଲିସ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଛି। ସେମାନେ ହେଲେ ସାନୁ…

ବଦ୍ରିନାଥ, କେଦାରନାଥ ମନ୍ଦିରରୁ ଦାନ ଟଙ୍କା ଚୋରି ଅଭିଯୋଗ

ଡେରାଡୁନ୍‌,୪ା୭, ଅଯୋଧ୍ୟା ରାମମନ୍ଦିରରୁ ବହୁ କୋଟି ଟଙ୍କାର ଦାନ ଚୋରି ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏବେ ଉତ୍ତରାଖଣ୍ଡର ବଦ୍ରିନାଥ ଓ କେଦାରନାଥ ମନ୍ଦିରରେ…

ବୀରମହାରାଜପୁର ପ୍ରବଳ ବର୍ଷା, ପୂର୍ବତନ ସରପଞ୍ଚଙ୍କ ଘରେ ପସିଲା ପାଣି

ବୀରମହାରାଜପୁର,୪।୭(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳର ଶନିବାର ସାରୁ ତୁହାକୁ ତୁହା ବର୍ଷା ଲାଗି ରହିଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ…

ଦଶମନ୍ତପୁରରେ ରେକର୍ଡ ଭାଙ୍ଗିଲା ବର୍ଷା

କୋରାପୁଟ/ନନ୍ଦପୁର,୪ା୭(ଅମିତାଭ ବେହେରା/ତୁଷାରକାନ୍ତ ମହାନ୍ତି)-କୋରାପୁଟ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ସହରର ମିଶନ କମ୍ପାଉଣ୍ଡ ଛକରେ ଗଛ ପଡ଼ି ୨୬ ନଂ. ଜାତୀୟ ରାଜପଥ…

ଚିକିତ୍ସାରେ ଅବହେଳା, ପ୍ରସୂତିଙ୍କ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ବରଗଡ଼,୪।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁରସ୍ଥିତ ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସାରେ ଅବହେଳା କରାଯାଇଥିବା ଯୋଗୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ ଘଟଣାକୁ ଜିଲାପାଳ ଆଦିତ୍ୟ ଗୋୟଲ ଗୁରୁତ୍ୱର…

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଅସୁସ୍ଥ, ମେଡିକାଲରେ ଭର୍ତ୍ତୀ

କଲ୍ୟାଣସିଂହପୁର,୪।୭(ଦୀପକ କୁମାର ପରିଡା): କଲ୍ୟାଣସିଂହପୁର ବ୍ଲକ ସୀମାନ୍ତ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ପଞ୍ଚାୟତ ଫୁକେର ଗାଁରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର…

ତାମିଲନାଡୁରୁ କେନ୍ଦୁଝର ଫେରିଲେ ୧୦ ଶ୍ରମିକ

କେନ୍ଦୁଝର,୨୭ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ରାଜ୍ୟ ତିରୁଭାଲ୍ଲୁର ଜିଲା ଅନ୍ତର୍ଗତ ପେରୀୟାପାଲ୍ୟମ ଅଞ୍ଚଳରେ ଥିବା ସାମୁଦ୍ରିକ ଖାଦ୍ୟ (ଚିଙ୍ଗୁଡି) ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri