ଦିଗପହଣ୍ଡି,୪ା୭(ଅଶେଷ ନାଥ ମିଶ୍ର): ଦେଶୀ ଓ ବିଦେଶୀ ମଦ କାରବାର ଅଭିଯୋଗରେ ପୋଲିସ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଛି। ସେମାନେ ହେଲେ ସାନୁ ସାହୁ ଓ ଇନ୍ଦୁ ନାୟକ। ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଜିଉରା ଗ୍ରାମ ରାସ୍ତାରେ ଶୁକ୍ରବାର ସକାଳେ ସାନୁ ଏକ ବ୍ୟାଗରେ ମଦ ନେଇ ଯାଉଥିବା ବେଳେ ପାଟ୍ରୋଲିଂ କରୁଥିବା ପୋଲିସ ସୂଚନା ପାଇ ତାଙ୍କୁ ଧରିଥିଲା। ତାଙ୍କ ନିକଟରୁ ୪୦ଟି ବିଦେଶୀ ମଦ ବୋତଲ ଜବତ ହୋଇଛି। ସେ ଗ୍ରାମାଞ୍ଚଳରେ ଏହି ମଦ ବିକ୍ରି ପାଇ ନେଉଥିବା ପଚରାଉଚରା ବେଳେ ସ୍ବୀକାର କରିଛନ୍ତି। ସେହିପରି ଇନ୍ଦୁ ଟି. ଗୋବିନ୍ଦପୁର ଗାଁ ଛକରେ ମଦ ବିକ୍ରି କରୁଥିବା ବେଳେ ପୋଲିସ ପହଞ୍ଚି ତାଙ୍କୁ ଧରିଥିଲା। ତାଙ୍କ ନିକଟରୁ ୧୮ ଲିଟର ଦେଶୀ ମଦ ଜବତ ହୋଇଛି।

