ତାମିଲନାଡୁରୁ କେନ୍ଦୁଝର ଫେରିଲେ ୧୦ ଶ୍ରମିକ

କେନ୍ଦୁଝର,୨୭ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ରାଜ୍ୟ ତିରୁଭାଲ୍ଲୁର ଜିଲା ଅନ୍ତର୍ଗତ ପେରୀୟାପାଲ୍ୟମ ଅଞ୍ଚଳରେ ଥିବା ସାମୁଦ୍ରିକ ଖାଦ୍ୟ (ଚିଙ୍ଗୁଡି) ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇ କେନ୍ଦୁଝରର ୧୩ଜଣ ଶ୍ରମିକ ମୃତ୍ୟୁବରଣ କରିଛନ୍ତି । ଏହି ଘଟଣା ପରେ ଶନିବାର ୧୦ଜଣ ଶ୍ରମିକ ଘରକୁ ଫେରିଛନ୍ତି। ଭୁବନେଶ୍ୱରରୁ ସ୍ବତନ୍ତ୍ର ଗାଡିରେ କେନ୍ଦୁଝର ଫେରିଛନ୍ତି । ପୂର୍ବରୁ ଜୁନ ମାସ ୨୭ ତାରିଖରେ ୫୮ଜଣ ଶ୍ରମିକ କେନ୍ଦୁଝର ଫେରିଥିଲେ। ଆଜି ଫେରିଥିବା ଶ୍ରମିକ ମଧ୍ୟରୁ ବାଂଶପାଳ ବ୍ଲକର ୭ଜଣ, ତେଲକୋଇ ବ୍ଲକର ଜଣେ ଏବଂ ହରିଚନ୍ଦନପୁର ବ୍ଲକର ୨ଜଣ ଶ୍ରମିକ ଫେରିଛନ୍ତି ।

ବାଂଶପାଳ ବ୍ଲକ କୋଡିପଶା ଗ୍ରାମର ଗୁରୁବାରୀ ଜୁଆଙ୍ଗ, ଅଞ୍ଜଳୀ ଜୁଆଙ୍ଗ, ସ୍ବରସ୍ବତୀ ଜୁଆଙ୍ଗ, ରିଙ୍କି ଜୁଆଙ୍ଗ, ପଦ୍ମିନୀ ଜୁଆଙ୍ଗ, ଅଞ୍ଜଳୀ ଅଧିକାରୀ, ବାଂଶପାଳ ବ୍ଲକ କାଞ୍ଜିପାଣି ଥାନା ବୁଢିଘର ଗ୍ରାମର ରଞ୍ଜିତା ଜୁଆଙ୍ଗ, ତେଲକୋଇ ବ୍ଲକ ରଙ୍ଗମାଟିଆ ଗ୍ରାମର ରବି ଜୁଆଙ୍ଗ, ହରିଚନ୍ଦନପୁର ବ୍ଲକ କହ୍ନେଇଗୋଳା ଗ୍ରାମର ଯମୁନା ଜୁଆଙ୍ଗ, ଖଜୁରୀବାଣୀ ଗ୍ରାମର ଗୁଲି ଜୁଆଙ୍ଗ ।

ସୂଚନାଯୋଗ୍ୟ, ଶ୍ରମିକମାନେ ୬ ମାସ ତଳେ ତାମିଲନାଡୁ ଯାଇ ଚିଙ୍ଗୁଡି ଫାକ୍ଟ୍ରିରେ କାମ କରୁଥିଲେ। ମୃତ ଏବଂ ଆହତଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଶ୍ରମିକ ଥିବାରୁ ସେମାନଙ୍କୁ କିଭଳି ବିପଦପୂର୍ଣ୍ଣ କାମରେ ନିୟୋଜିତ କରାଯାଇଥିଲା। କେନ୍ଦୁଝର ଜିଲାରୁ ଏତେ ସଂଖ୍ୟାରେ ଶ୍ରମିକ ବାହାର ରାଜ୍ୟକୁ ଗଲେ ତାହାର ସୂଚନା ଜିଲା ପ୍ରଶାସନ କିମ୍ବା ଶ୍ରମ ବିଭାଗ ଜାଣି ନ ପାରିବା ତାହା ଆଶ୍ଚର୍ଯ୍ୟର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦ ବର୍ଷ ପରେ କ୍ରିକେଟ୍‌ ଜଗତରେ ଘଟିଲା ଏମିତି: ପରାଜିତ ହେବ ପାକିସ୍ତାନ!

ହେଡିଂଲି,୨୦।୮: ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ବର୍ତ୍ତମାନ ହେଡିଂଲିରେ ଚାଲିଛି। ପ୍ରଥମ ଦିନରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ଦୁଇ…

ଛାତ୍ରୀଙ୍କୁ ପକେଟ ମନି ଦେବେ ସରକାର! ମିଳିବ ୨,୦୦୦ ଟଙ୍କା, ଜାଣନ୍ତୁ କିଏ ପାଇବେ ଲାଭ

ମୁମ୍ବାଇ , ୨୦।୮: ମହାରାଷ୍ଟ୍ରରେ ଉଚ୍ଚଶିକ୍ଷା ହାସଲ କରୁଥିବା ଛାତ୍ରୀମାନଙ୍କ ପାଇଁ ସରକାର ଏକ ନୂଆ ପଦକ୍ଷେପ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଛାତ୍ରୀମାନଙ୍କୁ ଆର୍ଥିକ ସହାୟତା…

ମଣ୍ଡପରେ ବରଙ୍କ ମୁହଁ ଦେଖି ଚମକିଗଲେ କନ୍ୟା, ଶିଶୁପାଳ ହୋଇ ଫେରିଲେ ବର

ଚଣ୍ଡିଗଡ଼,୨୦ା୮: ପଞ୍ଜାବର ଫିରୋଜପୁରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ବିବାହ ସମୟରେ ବରକୁ ଦେଖିବା ପରେ କନ୍ୟା ସ୍ପଷ୍ଟ ଭାବେ ବିବାହ କରିବାକୁ ମନା…

‘ତୁମ ବାପା ମଧ୍ୟ ଅଟକାଇ ପାରିବେ ନାହିଁ…’ – ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଖୋଲା ଚ୍ୟାଲେଞ୍ଜ କଲେ ମନ୍ତ୍ରୀଙ୍କ ଝିଅ? ଉଠିଲାଣି ଝଡ଼

ହାଇଦ୍ରାବାଦ,୨୦।୮: ତେଲଙ୍ଗାନା କଂଗ୍ରେସ ଭିତରେ ଚାଲିଥିବା ବିଦ୍ରୋହ ଏବେ ଖୋଲା ଖୋଲି ଦେଖାଯାଇଛି। ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡିଙ୍କ କ୍ୟାବିନେଟର ଜଣେ ବରିଷ୍ଠ ମନ୍ତ୍ରୀଙ୍କ ଝିଅ ସାର୍ବଜନୀନ ଭାବରେ…

କ୍ଷୀର ଦେବା ବନ୍ଦକଲେ ମାଲିକ ଛାଡ଼ିଦେଉଛନ୍ତି ଗାଈ: ଫସଲ ଖାଇ କରୁଛନ୍ତି ନଷ୍ଟ

ଅମରପାଲି,୨୦ା୮(ପୀତାମ୍ବର ସାହୁ): ମାଲିକ ଗାଈ ପାଳନ କରି କ୍ଷୀର ବିକ୍ରି କରୁଛନ୍ତି। ଗାଈ କ୍ଷୀର ଦେଉଥିବା ପର୍ଯ୍ୟନ୍ତ ତାହାର ଯତ୍ନ ନେଉଛନ୍ତି। ହେଲେ କ୍ଷୀର ଦେବା ବନ୍ଦ…

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

ପ୍ରିନ୍ସିପାଲଙ୍କୁ ୨୭ ଥର ଛୁରା ମାଡ଼ କଲେ ଛାତ୍ର; ‘ବାବୁ’ ଶବ୍ଦ ଖୋଲିଲା…

ନାଲଗୋଣ୍ଡା,୨୦।୮: ତେଲଙ୍ଗାନା ନାଲଗୋଣ୍ଡା ଜିଲାର ଏକ ଘରୋଇ ସ୍କୁଲର ପ୍ରିନ୍ସିପାଲ ରୂପା ରେଡ୍ଡିଙ୍କୁ ତାଙ୍କ ଘରେ ହତ୍ୟା କରାଯିବାର ଏକ ସପ୍ତାହରୁ ଅଧିକ ସମୟ ପରେ, ପୋଲିସ…

ସୃଷ୍ଟି ହେଲା ଦୁର୍ଲଭ ରାଜଯୋଗ: କର୍କଟ ସମେତ ୫ ରାଶିଙ୍କ ଚମକିବ ଭାଗ୍ୟ, ଅଚାନକ ମିଳିବ ଖୁସିଖବର!

୨୦ ଅଗଷ୍ଟର ରାଶିଫଳ ଅନୁସାରେ, ଏହି ଦିନ ଚନ୍ଦ୍ରମା ଦିନ-ରାତି ବିଛା ରାଶିରେ ବିଶାଖା ପରେ ଅନୁରାଧା ନକ୍ଷତ୍ରରେ ଗୋଚର କରିବେ। ବିଛା ରାଶିରେ ଚନ୍ଦ୍ରମା ନୀଚସ୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri