ନିଯୁକ୍ତି ବାଟ ଫିଟୁନି

ଝାରସୁଗୁଡ଼ା ଏକ ଶିଳ୍ପ ବହୁଳ ଜିଲା। ଏଠାରେ ପ୍ରାୟ ୧୧ଟି ବୃହତ୍‌ ଓ ମଧ୍ୟମ ଶ୍ରେଣୀର ଶିଳ୍ପାନୁଷ୍ଠାନ ରହିଛି। ମାତ୍ର ସରକାରଙ୍କ କୋହଳ ନୀତି ଯୋଗୁ ଅଞ୍ଚଳର ବେକାର ଯୁବତୀ ଯୁବକଙ୍କ ନିଯୁକ୍ତି ପାଇଁ ବାଟ ଫିଟି ପାରୁନାହିଁ। ଏବେ ମଧ୍ୟ ଜିଲାର ଶହ ଶହ ଶିକ୍ଷିତ ଯୁବତୀ ଯୁବକ ନିଯୁକ୍ତି ଅନ୍ବେଷଣରେ ଗୋଟିଏ ଶିଳ୍ପାନୁଷ୍ଠାନରୁ ଆଉ ଗୋଟିଏ ଶିଳ୍ପାନୁଷ୍ଠାନକୁ ବାୟୋଡ଼ାଟା ଧରି ଘୂରି ବୁଲୁଛନ୍ତି। ବହୁ ଶିକ୍ଷିତ ଯୁବତୀ ଯୁବକ ଜିଲାରେ ଚାକିରି ଆଶା ଛାଡ଼ି ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ ନିଜର ଭବିଷ୍ୟତ ତଥା ପରିବାର ପେଟପାଟଣା ପାଇଁ ଅନ୍ୟ ରାଜ୍ୟକୁ ଯାଇ ଛୋଟ ଛୋଟ ଶିଳ୍ପ ସଂସ୍ଥାରେ ଚାକିରି କରିବା ପାଇଁ ବାଧ୍ୟ ହେଉଛନ୍ତି। ବହୁ ଅଶିକ୍ଷିତ ଯୁବକ ଏବେ ମଧ୍ୟ ବିଭିନ୍ନ ଠିକା ସଂସ୍ଥାରେ କାମ ପାଇବା ପାଇଁ ସଂଘର୍ଷ କରୁଛନ୍ତି। ଗତ ସେପ୍ଟେମ୍ବର ମାସ ସୁଦ୍ଧା ନିଯୁକ୍ତି ଆଶା ରଖି ୧୮ ହଜାର ଯୁବତୀ ଯୁବକ ଜିଲା କର୍ମ ନିୟୋଜନ କାର୍ଯ୍ୟାଳୟରେ ନାମ ପଞ୍ଜୀକରଣ କରିଛନ୍ତି। ହେଲେ ସେମାନଙ୍କୁ କୌଣସି ସ୍ଥାନରେ ଚାକିରି ମିଳୁନି। କର୍ମ ନିୟୋଜନ ବିଭାଗ ପକ୍ଷରୁ ବର୍ଷକୁ ଥରେ ଦି ଥର ନିଯୁକ୍ତି ମେଳାର ଆୟୋଜନ କରାଯାଉଛି। ଅନେକ ଶିଳ୍ପ ସଂସ୍ଥା ଏହି ମେଳାକୁ ଉପେକ୍ଷା କରି ଚାଲିଛନ୍ତି। ଯଦିଓ କିଛି ସଂସ୍ଥାର ପ୍ରତିନିଧି ମେଳାକୁ ଆସୁଛନ୍ତି ସେମାନେ ପ୍ରାର୍ଥୀମାନଙ୍କ ଅଭିିଜ୍ଞତା ନ ଥିବା କହି କିମ୍ବା ଶିଳ୍ପସଂସ୍ଥାରେ ଆବଶ୍ୟକତା ନ ଥିବା ଦର୍ଶାଇ ଯୁବତୀ ଯୁବକମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି। କେବଳ କେତେଜଣ ଯୁବକଙ୍କୁ ଠିକାସଂସ୍ଥାରେ ନିଯୁକ୍ତି ଦେଇ ଶିଳ୍ପସଂସ୍ଥାଗୁଡ଼ିକ ବାହାବା ସାଉଁଟି ଚାଲିଛନ୍ତି। ବାସ୍ତବରେ ଅଧିକାଂଶ ଶିଳ୍ପାନୁଷ୍ଠାନରେ ନେତା ଓ ଅଧିକାରୀଙ୍କ ସଲାସୁତରାରେ ଭିତିରି ନିଯୁକ୍ତି ଚାଲିଛି। ମାତ୍ର ଏ କ୍ଷେତ୍ରରେ ପ୍ରଶାସନ ଓ ସରକାର ନୀରବ ରହିଛନ୍ତି। ସବୁଠାରୁ ବଡ଼ ସମସ୍ୟା ଜିଲାରେ ନିଯୁକ୍ତି ଆଶାଥିବା ତଥା ବନ୍ଦ ପଡ଼ିଥିବା ଶିଳ୍ପାନୁଷ୍ଠାନଗୁଡ଼ିକର ପୁନରୁଦ୍ଧାର ହୋଇପାରୁନି। ଉଦାହରଣ ସ୍ବରୂପ ବ୍ରଜରାଜନଗରର ସର୍ବ ପୁରାତନ ଶିଳ୍ପାନୁଷ୍ଠାନ ଓରିଏଣ୍ଟ କାଗଜ କଳ ୧୯୯୯ ମସିହାରୁ ବନ୍ଦ ପଡିଛି ା ମରାକୁଟା ଗଁା ନିକଟରେ ଥିବା ଏମ୍‌ଏସ୍‌ପି ମେଟାଲିକ ପ୍ଲାଣ୍ଟ ୨୦୧୬ ଫେବୃୟାରୀରୁ ଲକ୍‌ଆଉଟ ହେଲା ପରେ ଶତାଧିକ ଯୁବକ କର୍ମସଂସ୍ଥାନ ହରାଇଛନ୍ତି। ଜିଲାର ସାହାଜବାହାଲଠାରେ ସ୍ଥାପିତ ଶିଳ୍ପସଂସ୍ଥା ଇଣ୍ଡବରାଥ ଏନର୍ଜି ଉତ୍କଳ ଲିମିଟେଡ ମଧ୍ୟ ନିର୍ମାଣାଧୀନ ଅବସ୍ଥାରେ ଗତ ୩ ବର୍ଷ ପୂର୍ବରୁ ବନ୍ଦ ହୋଇରହିଛି। ସରକାରଙ୍କ ନିଯୁକ୍ତି ନୀତିର କାର୍ଯ୍ୟାନ୍ବୟନ ଅଭାବ ଯୋଗୁ ମହାନଦୀ କୋଇଲା ଖଣି ଅଧୀନ ଇବ୍‌ କୋଇଲା କ୍ଷେତ୍ର ଓ ଲଖନପୁର କୋଇଲା କ୍ଷେତ୍ରରେ ମଧ୍ୟ ସ୍ଥାନୀୟ ଯୁବତୀ ଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ସଙ୍କୁଚିତ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri