ସର୍କୁଲାର ଜାରି କଲେ ପରିବହନ କମିଶନର: ଯେକୌଣସି ଆର୍‌ଟିଓରେ ଡିଏଲ୍‌ ଆବେଦନ କରିହେବ

କଟକ ଅଫିସ, ଭୁବନେଶ୍ୱର,୨ା୧୧ (ବ୍ୟୁରୋ): ଯାନବାହନ ମାଲିକମାନେ ରାଜ୍ୟର ଯେକୌଣସି ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ଙ୍କ କାର୍ଯ୍ୟାଳୟରେ ନିଜ ଗାଡିର ପଞ୍ଜୀକରଣ କରିବା ସହ ଡ୍ରାଇଭିଂ ଲାଇସେନ୍ସ ପାଇଁ ମଧ୍ୟ ଆବେଦନ କରିପାରିବେ। ରାଜ୍ୟ ପରିବହନ କମିଶନର ସଞ୍ଜୀବ ପଣ୍ଡା ଶୁକ୍ରବାର ଏ ନେଇ ସମସ୍ତ ଆରଟିଓଙ୍କୁ ଏକ ସର୍କୁଲାର ଜାରି କରିଛନ୍ତି। ଲର୍ନର ଲାଇସେନ୍ସ(ଏଲଏଲ), ଡ୍ରାଇଭିଂ ଲାଇସେନ୍ସ (ଡିଏଲ) ଏବଂ ଗାଡି ପଞ୍ଜୀକରଣ ପାଇଁ ବାସସ୍ଥାନକୁ ବାଧ୍ୟତାମୂଳକ ନ କରିବାକୁ ସର୍କୁଲାରରେ କୁହାଯାଇଛି। କେତେକ ଆରଟିଓ ନିଜ କାର୍ଯ୍ୟାଳୟ ଅଧୀନରେ ଯାନବାହନ ମାଲିକଙ୍କର ବାସସ୍ଥାନ ଅଛି କି ନାହିଁ ସେ ନେଇ ପ୍ରମାଣ ମାଗୁଥିଲେ। ଆରଟିଓମାନଙ୍କର ଏଭଳି ଧାରଣା ଠିକ୍‌ ନୁହେଁ, ଯାହାକି ମୋଟରଯାନ ଆଇନର ବିରୋଧାଚରଣ ବୋଲି ସର୍କୁଲାରରେ କୁହାଯାଇଛି। ମୋଟରଯାନ ଆଇନ-୧୯୮୮ ଅନୁଯାୟୀ ଯାନବାହନ ମାଲିକ ସାଧାରଣ ଭାବେ ରହୁଥିବା କିମ୍ବା ବ୍ୟବସାୟ କରୁଥିବା, ସ୍କୁଲରେ ଶିକ୍ଷାଦାନ କିମ୍ବା କୌଣସି ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ରାଜ୍ୟର ଯେ କୌଣସି ସ୍ଥାନରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିବା ନିୟମ ରହିଛି। ତେବେ ଆବେଦନକାରୀଙ୍କୁ ବାସସ୍ଥାନ କିମ୍ବା ଓଡିଶାରେ କୌଣସି ବ୍ୟବସାୟ ଥିବା ପ୍ରମାଣପତ୍ର ଦେବାକୁ ପଡିବ।
ମିଳିଥିବା ସୂଚନା ଅନୁଯାୟୀ ୨୦୧୯ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ସମସ୍ତ ଆରଟିଓ ୩.୫୧ ଲକ୍ଷ ଲର୍ନର ଲାଇସେନ୍ସ ପ୍ରଦାନ କରିଛନ୍ତି। ୨୦୧୮ ତୁଳନାରେ ଏହା ବହୁ ଅଧିକ। ୨୦୧୮ରେ ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ୩.୪୮ ଲକ୍ଷ ଲର୍ନର ଲାଇସେନ୍ସ ପ୍ରଦାନ କରିଥିଲେ। ସେପ୍ଟେମ୍ବର ଓ ଅକ୍ଟୋବରରେ ମାତ୍ର ୫୨ ହଜାର ଲାଇସେନ୍ସ ଇସ୍ୟୁ କରାଯାଇଛି। ବିଗତ ବର୍ଷଗୁଡିକରେ ଦୁଇମାସ(ସେପ୍ଟେମ୍ବର ଓ ଅକ୍ଟୋବର) ମଧ୍ୟରେ ହୋଇଥିବା ଲାଇସେନ୍ସଠାରୁ ଚଳିତ ବର୍ଷ ୬ ଗୁଣା ଅଧିକ ଇସ୍ୟୁ କରାଯାଇଛି। ଗତ ଦୁଇ ମାସରେ ଭୁବନେଶ୍ୱର ଆରଟିଓ-୧ ୩୫୦୦ ଏଲଏଲ ଦେଇଥିବା ବେଳେ ଗଞ୍ଜାମ ୨୩୦୦୦, ଭୁବନେଶ୍ୱର-୨ ୨୦ ହଜାର, କଟକ ୧୮୦୦୦ ଏବଂ ବାଲେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ୧୩ ହଜାର ଏଲଏଲ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri