ଦଶମନ୍ତପୁରରେ ରେକର୍ଡ ଭାଙ୍ଗିଲା ବର୍ଷା

କୋରାପୁଟ/ନନ୍ଦପୁର,୪ା୭(ଅମିତାଭ ବେହେରା/ତୁଷାରକାନ୍ତ ମହାନ୍ତି)-କୋରାପୁଟ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ସହରର ମିଶନ କମ୍ପାଉଣ୍ଡ ଛକରେ ଗଛ ପଡ଼ି ୨୬ ନଂ. ଜାତୀୟ ରାଜପଥ ଅବରୋଧ ହୋଇଛି।

ସହରର ଉପକଣ୍ଠ ରେଲଓ୍ବେ ଓଭର ବ୍ରିଜ୍‌ ନିକଟରେ ଆଣ୍ଠୁଏ ବର୍ଷା ପାଣି ପ୍ରବାହିତ ହେଉଥିବାରୁ ଗାଡ଼ି ଚଳାଚଳରେ ବାଧା ଉପୁଜିଛି। ଜିଲାର ବିଭିନ୍ନ ସ୍ଥାନରେ ମାଟିଘର ଭାଙ୍ଗିଥିବା ଓ କେତେକ ସ୍ଥାନରେ ବର୍ଷାଜଳ ଘରେ ପଶିଥିବା ସୂଚନା ମିଳିଛି। ଶନିବାର ସକାଳ ୮ଟାରୁ ସନ୍ଧ୍ୟା ୫ଟା ସୁଦ୍ଧା କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୮୪୨.୦ ମି.ମି. ବର୍ଷା ହୋଇଛି।

ହାରାହାରି ବର୍ଷା ପରିମାଣ ୬୦.୧୪ ମି.ମି. ରହିଛି। ଦଶମନ୍ତପୁର ବ୍ଲକ୍‌ରେ ସର୍ବାଧିକ ୮୪.୦ ମି.ମି. ବର୍ଷା ରେକର୍ଡ ହୋଇଛି। ଲକ୍ଷ୍ମୀପୁରରେ ୮୩.୪ ମି.ମି., ଜୟପୁରରେ ୮୦.୮ ମି.ମି., ବୋରିଗୁମ୍ମାରେ ୭୩.୬ ମି.ମି., ବୈପାରିଗୁଡ଼ାରେ ୭୦.୦ ମି.ମି., କୋରାପୁଟରେ ୬୯.୨ ମି.ମି., କୁନ୍ଦୁରାରେ ୬୯.୦ ମି.ମି. ବର୍ଷା ହୋଇଛି। ସେହିପରି ସେମିଳିଗୁଡ଼ାରେ ୬୩.୯ ମି.ମି., ନାରାୟଣପାଟଣାରେ ୫୯.୬ ମି.ମି., ଲମତାପୁଟରେ ୫୪.୩ ମି.ମି., ନନ୍ଦପୁରରେ ୪୪.୦ ମି.ମି., କୋଟପାଡ଼ରେ ୩୧.୦ ମି.ମି., ବନ୍ଧୁଗାଁରେ ୩୦.୦ ମି.ମି. ଓ ପଟ୍ଟାଙ୍ଗିରେ ସର୍ବନିମ୍ନ ୨୯.୨ ମି.ମି. ବର୍ଷା ରେକର୍ଡ ହୋଇଥିବା ଜିଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର(ଡିଇଓସି) ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡକୁ ଜିତାଇଲେ ବେଥେଲ, ୧-୦ରେ ସିରିଜ୍‌ ଆଗୁଆ

ମାଞ୍ଚେଷ୍ଟର,୪ା୭: ଜେକବ ବେଥେଲଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାଳି ବଳରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୪ ଉଇକେଟରେ ଭାରତକୁ ପରାସ୍ତ କରିଛି। ସିରିଜ୍‌ର ପ୍ରଥମ…

ଦେଶୀ, ବିଦେଶୀ ମଦ ଜବତ, ମହିଳାଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୪ା୭(ଅଶେଷ ନାଥ ମିଶ୍ର): ଦେଶୀ ଓ ବିଦେଶୀ ମଦ କାରବାର ଅଭିଯୋଗରେ ପୋଲିସ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଛି। ସେମାନେ ହେଲେ ସାନୁ…

ବଦ୍ରିନାଥ, କେଦାରନାଥ ମନ୍ଦିରରୁ ଦାନ ଟଙ୍କା ଚୋରି ଅଭିଯୋଗ

ଡେରାଡୁନ୍‌,୪ା୭, ଅଯୋଧ୍ୟା ରାମମନ୍ଦିରରୁ ବହୁ କୋଟି ଟଙ୍କାର ଦାନ ଚୋରି ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏବେ ଉତ୍ତରାଖଣ୍ଡର ବଦ୍ରିନାଥ ଓ କେଦାରନାଥ ମନ୍ଦିରରେ…

ବୀରମହାରାଜପୁର ପ୍ରବଳ ବର୍ଷା, ପୂର୍ବତନ ସରପଞ୍ଚଙ୍କ ଘରେ ପସିଲା ପାଣି

ବୀରମହାରାଜପୁର,୪।୭(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳର ଶନିବାର ସାରୁ ତୁହାକୁ ତୁହା ବର୍ଷା ଲାଗି ରହିଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ…

ଚିକିତ୍ସାରେ ଅବହେଳା, ପ୍ରସୂତିଙ୍କ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ବରଗଡ଼,୪।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁରସ୍ଥିତ ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସାରେ ଅବହେଳା କରାଯାଇଥିବା ଯୋଗୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ ଘଟଣାକୁ ଜିଲାପାଳ ଆଦିତ୍ୟ ଗୋୟଲ ଗୁରୁତ୍ୱର…

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଅସୁସ୍ଥ, ମେଡିକାଲରେ ଭର୍ତ୍ତୀ

କଲ୍ୟାଣସିଂହପୁର,୪।୭(ଦୀପକ କୁମାର ପରିଡା): କଲ୍ୟାଣସିଂହପୁର ବ୍ଲକ ସୀମାନ୍ତ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ପଞ୍ଚାୟତ ଫୁକେର ଗାଁରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର…

ତାମିଲନାଡୁରୁ କେନ୍ଦୁଝର ଫେରିଲେ ୧୦ ଶ୍ରମିକ

କେନ୍ଦୁଝର,୨୭ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ରାଜ୍ୟ ତିରୁଭାଲ୍ଲୁର ଜିଲା ଅନ୍ତର୍ଗତ ପେରୀୟାପାଲ୍ୟମ ଅଞ୍ଚଳରେ ଥିବା ସାମୁଦ୍ରିକ ଖାଦ୍ୟ (ଚିଙ୍ଗୁଡି) ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇ…

ଜିଲାପାଳଙ୍କୁ ଦାବିପତ୍ର ପରେ ପ୍ରଶାସନ ତତ୍ପର: ଅବକାରୀ ବିଭାଗର ବଡ଼ଧରଣର ଚଢ଼ାଉ, ୪ ଅଭିଯୁକ୍ତଙ୍କ ନାଁରେ ମାମଲା

ଥୁଆମୂଳ ରାମପୁର,୪ା୭(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଲନାଗୀ ପଞ୍ଚାୟତରେ ବେଆଇନ ମଦ କାରବାର ଯୋଗୁ ସ୍ଥାନୀୟ ଅଞ୍ଚଳରେ ଆର୍ଥିକ ଓ ସାମାଜିକ ସ୍ଥିତି ବିଗିଡ଼ିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri