Odisha Elections 2024

ସରିନି କମଳାଙ୍କ ଜୀବନ ଯୁଦ୍ଧ: ୨୧ବର୍ଷ ପରେ ଫେରିଲେ ପୁଅ

କାମାକ୍ଷାନଗର, ୨୦।୫(ଡି.ଏନ୍‌.ଏ.)   କୁହାଯାଏ ନାରୀ ସର୍ବସଂହା। ଦୁନିଆର ଯେତେ ଦୁଃଖକୁ ସେ ହସି ହସି ସହିଯାଇପାରେ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କାମାକ୍ଷାନଗର ଏନ୍‌ଏସି ୮ନଂ. ଓ୍ବାର୍ଡରେ ରହୁଥିବା କମଳା ରାଉଳ। ୨୧ବର୍ଷ ତଳେ ଚାକିରି ଖୋଜିବାକୁ ଯାଇ ନିଖୋଜ ହୋଇଗଲେ କମଳାଙ୍କ ମଝିଆ ପୁଅ। ୧୫ବର୍ଷ ତଳେ ରୋଜଗାର ଆଶାରେ ଘରୁ ଗୋଡ଼ କାଢ଼ିଥିବା ସାନ ପୁଅର ବି ପତ୍ତା ମିଳୁନି। ୧୦ବର୍ଷ ହେଲା ସ୍ବାମୀ ଆରପାରିରେ। ଏପଟେ ବେକରେ ବନ୍ଧା ହୋଇଛନ୍ତି ମାନସିକ ଅନଗ୍ରସର ଝିଅ। ଏଠାରେ ପ୍ରଶ୍ନ ଉଠିବା ସ୍ବାଭାବିକ, ସତରେ କ’ଣ ସମୟ ଜଣଙ୍କ ପ୍ରତି ଏତେ ନିଷ୍ଠୁର ହୋଇପାରେ। ହେଲେ ଏବେ ଭାଗ୍ୟ କଡ଼ ଲେଉଟାଇଛି। ଘରକୁ ଫେରି ଆସିଛନ୍ତି ମେଧାବୀ ମଝିଆ ପୁଅ। ଏହାପରେ ଅସଜଡ଼ା ଘର ପୁଣି ଥରେ ସଜାଡ଼ି ହୋଇଯିବ, ସେହି ଆଶା ଉଙ୍କିମାରିଛି କମଳାଙ୍କ ମନରେ।
ଜୀବନ ଯୁଦ୍ଧରେ କମଳାଙ୍କୁ ଦେବାକୁ ପଡ଼ିଛି ବାରମ୍ବାର ପରୀକ୍ଷା। ଅନେକ ଥର ତାଙ୍କ ଧୈର୍ଯ୍ୟର ପରୀକ୍ଷା ନେଇଛି ସମୟ। ୧୯୯୯ ମହାବାତ୍ୟା ଓଡ଼ିଶାକୁ ଦୋହଲାଇ ଦେଇଥିବାବେଳେ କମଳାଙ୍କ ଜୀବନରେ ମଧ୍ୟ ସୃଷ୍ଟି ହୋଇଥିଲା ଝଡ଼। ମେଧାବୀ ମଝିଆ ପୁଅ ରଞ୍ଜନ ଯୁକ୍ତ ୨ ବିଜ୍ଞାନରେ ପାସ୍‌ କରିବା ପରେ ଚାକିରି ଅନ୍ବେଷଣରେ ରାଜ୍ୟ ବାହାରକୁ ଚାଲିଯାଇଥିଲେ। ଏହାପରେ ତାଙ୍କର କୌଣସି ଖୋଜ୍‌ ଖବର ମିଳିଲାନାହିଁ। ସେତିକିରେ ମଧ୍ୟ ସରି ନ ଥିଲା ଦୁଃଖ। ଏହା ପରେ କମଳାଙ୍କ ସାନପୁଅ ମଧ୍ୟ କେଉଁଆଡେ ଚାଲିଗଲେ। ଏଯାଏ ତାଙ୍କର ପତ୍ତା ମିଳୁନାହିଁ। ଏସବୁ ଭିତରେ ଆହୁରି ଦାରୁଣ ହେଲା ଭାଗ୍ୟ। ୧୦ବର୍ଷ ତଳେ ସ୍ବାମୀ ଗୌରାଙ୍ଗ ରାଉଳଙ୍କୁ ହରାଇଲେ କମଳା। ଗୌରାଙ୍ଗଙ୍କ ଆକସ୍ମିକ ମୃତ୍ୟୁ ପରେ ଦୋହଲିଗଲା ସମ୍ପୂର୍ଣ୍ଣ ପରିବାର। କମଳାଙ୍କ ବେକରେ ବାନ୍ଧି ହୋଇଥିଲେ ମାନସିକ ଅନଗ୍ରସର ସାନ ଝିଅ। ଏତେ ସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଅଣ୍ଟାରେ ପଣତ ବାନ୍ଧି ଘର ସଜାଡ଼ିବା ଆରମ୍ଭ କଲେ ସେ। ରବିବାର ହଠାତ୍‌ ରଞ୍ଜନ ଘରେ ଆସି ପହଞ୍ଚତ୍ବା ପରେ ନିଜ ଆଖିକୁ ବିଶ୍ୱାସ କରିପାରି ନ ଥିଲେ କମଳା। ଖୁସିରେ ଆତ୍ମହରା ହୋଇ ସେ କହୁଥିଲେ କେବଳ ଗୋଟିଏ କଥା ‘ସବୁ ଭଗବାନଙ୍କ ଲୀଳା’। ‘୨୧ବର୍ଷ ହେଲା ପୁଅ ବାଟକୁ ଚାହିଁ ରହିଥିଲି। ମନ କହୁଥିଲା କେବେ ନା କେବେ ପୁଅ ଫେରିବ। ଠାକୁରଙ୍କ ପାଖରେ ସବୁଦିନ ଗୁହାରି କରୁଥିଲି। ଶେଷରେ ଠାକୁର ଡାକ ଶୁଣିଛନ୍ତି। ପୁଅ ଘରକୁ ଫେରି ଆସିଛି। ସାନପୁଅ ମଧ୍ୟ ଦିନେ ଫେରିବ, ସେହି ଆଶାରେ ବଞ୍ଚତ୍ଛି ବୋଲି ଲୁହ ଛଳ ଛଳ ଆଖିରେ କହିଛନ୍ତି କମଳା। ଉଲ୍ଲେଖଯୋଗ୍ୟ, ରଞ୍ଜନଙ୍କ ବଡ଼ଭାଇ, ବଡ଼ ଭଉଣୀଙ୍କ ବିବାହ ଶେଷ ହୋଇଛି। ସେମାନେ ଖୁସିରେ ଘରସଂସାର କରି ରହିଛନ୍ତି। ଏବେ ରଞ୍ଜନଙ୍କ ଫେରିବା ପରେ ପରିବାରରେ ଖୁସି ହିଁ ଖୁସି।
ରଞ୍ଜନଙ୍କୁ ଉଦ୍ଧାର କରିଥିବା ମହାରାଷ୍ଟ୍ରସ୍ଥିତ ଶ୍ରଦ୍ଧା ରିହାବିଲିଟେଶନ ଫାଉଣ୍ଡେଶନର ସାମାଜିକ କର୍ମୀ ବାସ ବରାଜ, ଅଜୟ ଭାଡି, ଅଜୟ ରାନସୁଙ୍କ କହିବା କଥା, ଚାକିରି ଅନ୍ବେଷଣରେ ରଞ୍ଜନ ମହାରାଷ୍ଟ୍ର ଯାଇଥିବାବେଳେ କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ରାସ୍ତାରେ ବୁଲୁଥିବାବେଳେ ଭାୟଗଡ଼ ଜିଲାରୁ ତାଙ୍କୁ ଉଦ୍ଧାର କରିଥିଲେ ସଂସ୍ଥାର ସ୍ବେଚ୍ଛାସେବୀ। ଦୀର୍ଘ ୮ବର୍ଷ ଧରି ତାଙ୍କର ଚିକିତ୍ସା ଚାଲିଲା। ଧୀରେ ଧୀରେ ରଞ୍ଜନ ସୁସ୍ଥ ହେବାକୁ ଲାଗିଲେ। ତାଙ୍କର ସ୍ମୃତି ଶକ୍ତି ଫେରିଲା। ସେ ନିଜର ଘର ଠିକଣା ଓ ପରିଚୟ ଦେବା ପରେ ରବିବାର ତାଙ୍କୁ ଧରି କାମାକ୍ଷାନଗର ଆସିଥିବା ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟରଙ୍କୁ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ: ଏଥିରେ ରହିଛି ବଡ଼ ପ୍ରତିଶ୍ରୁତି

ମୋରଡ଼ା,୨୦ା୫(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ପାଣିପାଗରେ ଉଷ୍ମତା ଦେଖିବାକୁ ମିଳିଛି। ପ୍ରମୁଖ ରାଜନୈତିକ ଦଳ ଭାଜପା,...

ଭୁଜାଲି ମାଡ଼ରେ ଜଣଙ୍କ ଜୀବନ ଗଲା

ବରଗଡ଼,୨୦ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ସରସରା ଗ୍ରାମରେ ସୋମବାର ସ୍ପଷ୍ଟ ଦିବାଲୋକରେ ଏକ ହତ୍ୟାକାଣ୍ଡ ଘଟିଛି। ଭୁଜାଲି ମାଡ଼ରେ ଜଣେ ଲୋକଙ୍କ ମୃତ୍ୟୁ...

୩ ପ୍ରମୁଖ ଦଳ ମଧ୍ୟରେ ହେବ କଡ଼ା ଟକ୍କର

ପରଜଙ୍ଗ,୨୦ା୫(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦୧୯ ନିର୍ବାଚନରେ ଅଳ୍ପକେ ବିଜୟ ପାଇଥିଲା ବିଜେଡି। ଭାଜପା ଏଠାରେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ରହିଥିଲା। ହେଲେ...

ନିଜ ବଳରେ ଲଢୁଛନ୍ତି ଢେଙ୍କାନାଳ କଂଗ୍ରେସ ପ୍ରାର୍ଥୀ

ଢେଙ୍କାନାଳ,୨୦ା୫(ରତନ ନାୟାର): ଢେଙ୍କାନାଳ ଜିଲାରେ ଆସନ୍ତା ୨୫ ତାରିଖରେ ଭୋଟ ଗ୍ରହଣ ହେବ। ତେବେ ୨୩ ତାରିଖରେ ପ୍ରଚାର ପର୍ବ ଶେଷ ହେବ। ତେଣୁ ପ୍ରାର୍ଥୀମାନଙ୍କ...

ଜି ଉଦୟଗିରିରେ ୧୧ଟା ସୁଦ୍ଧା ୨୦% ମତଦାନ

ଜି ଉଦୟଗିରି,୨୦।୫(ଶିଶିର ପଟ୍ଟନାୟକ): ଜି ଉଦୟଗିରି ବିଧାନସଭା ଓ ଫୁଲବାଣୀ ଲୋକ ସଭା ଆସନ ନିମନ୍ତେ ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଜି...

ଅତାବିରାରେ ସର୍ବାଧିକ ମତଦାନ, ପଦ୍ମପୁରରେ ସର୍ବନିମ୍ନ

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ର ଗୁଡିକରେ ମତଦାତାଙ୍କ ଲମ୍ବା...

ପୂର୍ବାହ୍ନ ୧୧ଟା ସୁଦ୍ଧା ୨୧% ମତଦାନ

ଛତ୍ରପୁର,୨୦ା୫(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଆସିକା ଲୋକ ସଭା ଓ ଏହା ଅଧୀନ ୭ ବିଧାନସଭା ଆସନ ଏବଂ କନ୍ଧମାଳ ଲୋକ ସଭା ଅଧୀନ ତଥା...

ମାଓବାଦୀ-ଯବାନ ଗୁଳିବିନିମୟ: ଯବାନ ଗୁରୁତର

ନୂଆପଡ଼ା,୨୦।୫,(ମକାରୁ ବେମାଲ): ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟ ଭିତରେ ଶିବନାରାୟଣପୁର ନିକଟରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri