ସରିନି କମଳାଙ୍କ ଜୀବନ ଯୁଦ୍ଧ: ୨୧ବର୍ଷ ପରେ ଫେରିଲେ ପୁଅ

କାମାକ୍ଷାନଗର, ୨୦।୫(ଡି.ଏନ୍‌.ଏ.)   କୁହାଯାଏ ନାରୀ ସର୍ବସଂହା। ଦୁନିଆର ଯେତେ ଦୁଃଖକୁ ସେ ହସି ହସି ସହିଯାଇପାରେ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କାମାକ୍ଷାନଗର ଏନ୍‌ଏସି ୮ନଂ. ଓ୍ବାର୍ଡରେ ରହୁଥିବା କମଳା ରାଉଳ। ୨୧ବର୍ଷ ତଳେ ଚାକିରି ଖୋଜିବାକୁ ଯାଇ ନିଖୋଜ ହୋଇଗଲେ କମଳାଙ୍କ ମଝିଆ ପୁଅ। ୧୫ବର୍ଷ ତଳେ ରୋଜଗାର ଆଶାରେ ଘରୁ ଗୋଡ଼ କାଢ଼ିଥିବା ସାନ ପୁଅର ବି ପତ୍ତା ମିଳୁନି। ୧୦ବର୍ଷ ହେଲା ସ୍ବାମୀ ଆରପାରିରେ। ଏପଟେ ବେକରେ ବନ୍ଧା ହୋଇଛନ୍ତି ମାନସିକ ଅନଗ୍ରସର ଝିଅ। ଏଠାରେ ପ୍ରଶ୍ନ ଉଠିବା ସ୍ବାଭାବିକ, ସତରେ କ’ଣ ସମୟ ଜଣଙ୍କ ପ୍ରତି ଏତେ ନିଷ୍ଠୁର ହୋଇପାରେ। ହେଲେ ଏବେ ଭାଗ୍ୟ କଡ଼ ଲେଉଟାଇଛି। ଘରକୁ ଫେରି ଆସିଛନ୍ତି ମେଧାବୀ ମଝିଆ ପୁଅ। ଏହାପରେ ଅସଜଡ଼ା ଘର ପୁଣି ଥରେ ସଜାଡ଼ି ହୋଇଯିବ, ସେହି ଆଶା ଉଙ୍କିମାରିଛି କମଳାଙ୍କ ମନରେ।
ଜୀବନ ଯୁଦ୍ଧରେ କମଳାଙ୍କୁ ଦେବାକୁ ପଡ଼ିଛି ବାରମ୍ବାର ପରୀକ୍ଷା। ଅନେକ ଥର ତାଙ୍କ ଧୈର୍ଯ୍ୟର ପରୀକ୍ଷା ନେଇଛି ସମୟ। ୧୯୯୯ ମହାବାତ୍ୟା ଓଡ଼ିଶାକୁ ଦୋହଲାଇ ଦେଇଥିବାବେଳେ କମଳାଙ୍କ ଜୀବନରେ ମଧ୍ୟ ସୃଷ୍ଟି ହୋଇଥିଲା ଝଡ଼। ମେଧାବୀ ମଝିଆ ପୁଅ ରଞ୍ଜନ ଯୁକ୍ତ ୨ ବିଜ୍ଞାନରେ ପାସ୍‌ କରିବା ପରେ ଚାକିରି ଅନ୍ବେଷଣରେ ରାଜ୍ୟ ବାହାରକୁ ଚାଲିଯାଇଥିଲେ। ଏହାପରେ ତାଙ୍କର କୌଣସି ଖୋଜ୍‌ ଖବର ମିଳିଲାନାହିଁ। ସେତିକିରେ ମଧ୍ୟ ସରି ନ ଥିଲା ଦୁଃଖ। ଏହା ପରେ କମଳାଙ୍କ ସାନପୁଅ ମଧ୍ୟ କେଉଁଆଡେ ଚାଲିଗଲେ। ଏଯାଏ ତାଙ୍କର ପତ୍ତା ମିଳୁନାହିଁ। ଏସବୁ ଭିତରେ ଆହୁରି ଦାରୁଣ ହେଲା ଭାଗ୍ୟ। ୧୦ବର୍ଷ ତଳେ ସ୍ବାମୀ ଗୌରାଙ୍ଗ ରାଉଳଙ୍କୁ ହରାଇଲେ କମଳା। ଗୌରାଙ୍ଗଙ୍କ ଆକସ୍ମିକ ମୃତ୍ୟୁ ପରେ ଦୋହଲିଗଲା ସମ୍ପୂର୍ଣ୍ଣ ପରିବାର। କମଳାଙ୍କ ବେକରେ ବାନ୍ଧି ହୋଇଥିଲେ ମାନସିକ ଅନଗ୍ରସର ସାନ ଝିଅ। ଏତେ ସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଅଣ୍ଟାରେ ପଣତ ବାନ୍ଧି ଘର ସଜାଡ଼ିବା ଆରମ୍ଭ କଲେ ସେ। ରବିବାର ହଠାତ୍‌ ରଞ୍ଜନ ଘରେ ଆସି ପହଞ୍ଚତ୍ବା ପରେ ନିଜ ଆଖିକୁ ବିଶ୍ୱାସ କରିପାରି ନ ଥିଲେ କମଳା। ଖୁସିରେ ଆତ୍ମହରା ହୋଇ ସେ କହୁଥିଲେ କେବଳ ଗୋଟିଏ କଥା ‘ସବୁ ଭଗବାନଙ୍କ ଲୀଳା’। ‘୨୧ବର୍ଷ ହେଲା ପୁଅ ବାଟକୁ ଚାହିଁ ରହିଥିଲି। ମନ କହୁଥିଲା କେବେ ନା କେବେ ପୁଅ ଫେରିବ। ଠାକୁରଙ୍କ ପାଖରେ ସବୁଦିନ ଗୁହାରି କରୁଥିଲି। ଶେଷରେ ଠାକୁର ଡାକ ଶୁଣିଛନ୍ତି। ପୁଅ ଘରକୁ ଫେରି ଆସିଛି। ସାନପୁଅ ମଧ୍ୟ ଦିନେ ଫେରିବ, ସେହି ଆଶାରେ ବଞ୍ଚତ୍ଛି ବୋଲି ଲୁହ ଛଳ ଛଳ ଆଖିରେ କହିଛନ୍ତି କମଳା। ଉଲ୍ଲେଖଯୋଗ୍ୟ, ରଞ୍ଜନଙ୍କ ବଡ଼ଭାଇ, ବଡ଼ ଭଉଣୀଙ୍କ ବିବାହ ଶେଷ ହୋଇଛି। ସେମାନେ ଖୁସିରେ ଘରସଂସାର କରି ରହିଛନ୍ତି। ଏବେ ରଞ୍ଜନଙ୍କ ଫେରିବା ପରେ ପରିବାରରେ ଖୁସି ହିଁ ଖୁସି।
ରଞ୍ଜନଙ୍କୁ ଉଦ୍ଧାର କରିଥିବା ମହାରାଷ୍ଟ୍ରସ୍ଥିତ ଶ୍ରଦ୍ଧା ରିହାବିଲିଟେଶନ ଫାଉଣ୍ଡେଶନର ସାମାଜିକ କର୍ମୀ ବାସ ବରାଜ, ଅଜୟ ଭାଡି, ଅଜୟ ରାନସୁଙ୍କ କହିବା କଥା, ଚାକିରି ଅନ୍ବେଷଣରେ ରଞ୍ଜନ ମହାରାଷ୍ଟ୍ର ଯାଇଥିବାବେଳେ କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ରାସ୍ତାରେ ବୁଲୁଥିବାବେଳେ ଭାୟଗଡ଼ ଜିଲାରୁ ତାଙ୍କୁ ଉଦ୍ଧାର କରିଥିଲେ ସଂସ୍ଥାର ସ୍ବେଚ୍ଛାସେବୀ। ଦୀର୍ଘ ୮ବର୍ଷ ଧରି ତାଙ୍କର ଚିକିତ୍ସା ଚାଲିଲା। ଧୀରେ ଧୀରେ ରଞ୍ଜନ ସୁସ୍ଥ ହେବାକୁ ଲାଗିଲେ। ତାଙ୍କର ସ୍ମୃତି ଶକ୍ତି ଫେରିଲା। ସେ ନିଜର ଘର ଠିକଣା ଓ ପରିଚୟ ଦେବା ପରେ ରବିବାର ତାଙ୍କୁ ଧରି କାମାକ୍ଷାନଗର ଆସିଥିବା ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଟି୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଲକ୍ଷ୍ନୌ,୬ା୧୦(ପିଟି): ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ମଙ୍ଗଳବାର ଖେଳାଯିବ। ଗତ ଶନିବାର ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛୁଇବନ୍ଧରେ ଟ୍ରକକୁ ପିଟିଲା ପିକଅପ୍, ଦୁଇ ମୃତ

ବଲାଙ୍ଗୀର,୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌-୨୬ର ଛୁଇଁବନ୍ଧ ନିକଟରେ ମଙ୍ଗଳବାର ସକାଳୁ ଭୟଙ୍କର ଦୁର୍ଘଟଣା ହୋଇଛି । ପିକଅପ୍ ଗାଡ଼ି ଟ୍ରକକୁ ପଛରୁ ଧକ୍କା ଦେବା…

ନବୀନ ପଟ୍ଟନାୟକ ନେଲେ ବଡ଼ ନିଷ୍ପତ୍ତି: ଆଗକୁ ବିଜେଡି…

ଭୁବନେଶ୍ୱର,୬।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ଦିଲ୍ଲୀରେ ହେବାକୁ ଥିବା ବିରୋଧୀଙ୍କ ପ୍ରତିବାଦରେ ସାମିଲ ହେବ ବିଜୁ ଜନତା ଦଳ…

ଅକ୍ଟୋବର ୧୦ ଆନ୍ଦୋଳନ ପୂର୍ବରୁ CJPର ବଡ଼ ଘୋଷଣା, ସୌରଭ ଦାସ କହିଲେ Gen Z….

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ବଡ଼ ଯୁବ ଆନ୍ଦୋଳନ କରିବାକୁ ଘୋଷଣା କରିଛି କକରୋଚ୍ ଜନତା ପାର୍ଟି (CJP)। ଦଳର ପ୍ରବକ୍ତା ସୌରଭ ଦାସ କହିଛନ୍ତି,…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ଇସିଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?