ଗ୍ରୀଷ୍ମରେ ରକ୍ତ ଅଭାବ ଦୂର ପାଇଁ ପ୍ରୟାସ: ଷଷ୍ଠ ଶିବିରରେ ୨୪ ୟୁନିଟ୍‌ ରକ୍ତ ସଂଗ୍ରହ

ବ୍ରହ୍ମପୁର ଅଫିସ୍‌,୨୦ା୫-ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ବ୍ରହ୍ମପୁର ବଡ଼ ମେଡ଼ିକାଲ୍‌ ପରିସରରେ ଥିବା ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖିବାକୁ ମିଳିଛି। ଆବଶ୍ୟକ ସ୍ଥଳେ ମଧ୍ୟ ରୋଗୀଙ୍କୁ ରକ୍ତ ମିଳୁନି। ଏହି ଅଭାବ ଦୂର କରିବା ପାଇଁ ଉଦ୍ୟମ କରୁଛି ବ୍ରହ୍ମପୁର ସବୁଜ ବାହିନୀ, ଆଞ୍ଚଳିକ ବିକାଶ ପରିଷଦ ଗୁଣ୍ଠବନ୍ଧ, ମାରୱାଡି ମହିଳା ସମିତି, ନେଚର୍ସ ଲଭର୍ସ ଓଡିଶା ଏବଂ ବକ୍ସିଂ ଓଡ଼ିଶା। ଏଥିରେ ସହଯୋଗ କରୁଛି ରକ୍ତ ଭଣ୍ଡାର, ମହାତ୍ମା ହେଲ୍‌ପିଂ ହ୍ୟାଣ୍ଡ୍‌ସ। ରବିବାର ଷଷ୍ଠ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏଥିରେ ୨୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଡା.ରଶ୍ମୀତା ପାଣିଗ୍ରାହୀ ଓ ଅନ୍ୟାନ୍ୟ କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ। ୪ ଜଣ ପ୍ରଥମ ଥର ରକ୍ତ ଦାନ କରିଥିଲେ। କାର୍ଯ୍ୟକ୍ରମରେ ଦୁଇ ଭାଇ ରାକେଶ କୁମାର ବିଷୋୟୀ ଓ ବିକାଶ ବିଷୋୟୀ ମିଳିତ ରକ୍ତ ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ। ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବନ ଖଣ୍ଡ ଅଧିକାରୀ ଆଶିଷ କୁମାର ବେହେରା ଯୋଗଦେଇ ଏଭଳି ଉଦ୍ୟମକୁ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ରକ୍ତ ଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବନ୍ୟପ୍ରାଣୀ ବିଜ୍ଞାନୀ ଚନ୍ଦନ ଜାନୀ, ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଦୀପକ ପାତ୍ର, ପରିଷଦ ସଭାପତି ସାଗର କୁମାର ପାତ୍ର, ସମ୍ପାଦକ ବିଜେନ୍ଦ୍ର ମାଝି, ମହାତ୍ମା ହେଲ୍‌ପିଂ ହ୍ୟାଣ୍ଡ୍‌ସ ସଂଯୋଜକ ଏମ୍‌.ଭେଙ୍କଟ ରାମଣା, ଏସ୍‌.ଚିଟି ବାବୁ, ଏ.ସୁରେଶ, ଏମ୍‌.ଆଦର୍ଶ, ସୁଶିଲ କୁମାର, ସନିଆ ଗୌଡ଼, ସଞ୍ଜୟ ପାତ୍ର, ଏ.ବାବୁଲା ପାତ୍ର, ଈଶ୍ୱର ପ୍ରସାଦ ଗୌଡ଼, ମଣ୍ଟୁ ଜେନା, ସ୍ବରୂପ କୁମାର ପଣ୍ଡା, ନବୀନ କୁମାର ସାହୁ, ନେଚର୍ସ ଲଭର୍ସ ଓଡ଼ିଶାର ଆବାହକ ଶ୍ରୀନିବାସ ରାଜନାଙ୍କ ସମେତ ବହୁ ସ୍ବେଚ୍ଛାସେବୀ ଯୋଗ ଦେଇଥିଲେ। ଏହି ଶିବିର ଶେଷ ସୁଦ୍ଧା ମୋଟ ୬ ଶିବିରରେ ସମୁଦାୟ ୧୧୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର:୯ ବର୍ଷୀୟା ଝିଅଙ୍କ ଆଡ୍ରେନାଲ ଗ୍ରନ୍ଥି ବାହାରିଲା

ବ୍ରହ୍ମପୁର,୧୬ା୪ (ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଖାନାର ଏଣ୍ଡୋକ୍ରନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୯ବର୍ଷ...

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିଥିଲେ ପ୍ରେମିକ: ସୁରଟରୁ ହେଲେ ଉଦ୍ଧାର

ବ୍ରହ୍ମପୁର,୧୪ା୪(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ପୋଲିସ ରବିବାର ଜଣେ ଅପହୃତା ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ କାବୁ କରିଛି। ପୀଡିିତାଙ୍କ ବୟାନ...

ମେରୁଯାତ୍ରା ଦେଖିବାକୁ ଆସି ଝାମ୍ପି ନେଇଥିଲେ ସୁନା ହାର

ବ୍ରହ୍ମପୁର,୧୫ା୪(ସୁବାସ ଚନ୍ଦ୍ର ପାଢ଼ୀ): ବିଜିପୁରରେ ଗତ ରବିବାର ମେରୁଯାତ୍ରା ଦେଖିବାକୁ ଆସିଥିବା କେ. ଜୟନ୍ତୀଙ୍କ ବେକରୁ ସୁନା ହାର ଝାମ୍ପି ନେଇଥିବା ଜଣେ ମହିଳାଙ୍କୁ ସ୍ଥାନୀୟ...

ନୂଆବର୍ଷ ଭେଟି ଦେଲା କଂଗ୍ରେସ

ପୁରୁଷୋତ୍ତମପୁର,୧୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁରବାସୀଙ୍କୁ ଓଡ଼ିଆ ନବବର୍ଷରେ କଂଗ୍ରେସ ଭେଟି ଦେଇଛି ବିଧାୟକ ପ୍ରାର୍ଥୀ। ଚିତ୍ରସେନ ବେହେରାଙ୍କ ନାମ ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri