ସରକାରୀ ସୁବିଧାରୁ ବଁଚିତ୍‌ ଦିବ୍ୟାଙ୍ଗ କୃଷ୍ଣ: ସାହାଯ୍‌ ଲାଗି ନିରଦେଶ ଦେଲେ ଜିଲାପାଳ

ପାଟଣାଗଡ଼, ୨୧।୧ (ଡି.ଏନ୍‌.ଏ.)-
ପାଟଣାଗଡ଼ ଏନ୍‌ଏସି ସଭାକୁଠିଥି ସୋମବାର ଜିଲାପାଳକଁର ଉପଖଣ୍ଡସ୍ତରୀୟ ଜନଶୁନାନି କାଯ୍‌କରମ ଅନୁଷ୍‌ଠିତ ହେଇଯାଇଛେ। ଇ ଶିବିରରେ ଝନେ ଦୁଖିନୀ ମା’ର ଗୁଲ୍‌ଗୁଲା ଦେଖ୍‌ବାକେ ମିଲିଥିଲା। ସେ ରୋଗ୍‌ବେମାରୀରେ ଶଢ଼ୁଥିବାର ନିଜର ଦିବ୍ୟାଙ୍ଗ ପୁଓର ଚିକିଛା ଆର ଉନିଅଁା ସବୁ ସରକାରୀ ସାହାଯ୍‌ ଲାଗି ଜିଲାପାଳକୁଁ ଗୁହାରି କରବାକେ ଆସିଥିଲେ।
ସୂଚନା ଅନ୍‌ସାରେ ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ବିଲେଇମରା ଗଁାର ଦଶମୁ ବରିହା ଆର ଚନ୍ଦ୍ରା ବରିହାକଁର ପୁଓ କୃଷ୍ଣ ବରିହା(୫)। ପରିବାରଟା ନିହାତି ଗରିବ୍‌, ଘରେ ଅଭାବ ଅନାଟନ ସବୁବେଲେ ଲାଗି ରହିଛେ। ଏନ୍‌ତାଥି ଆଏଜ୍‌କେ ୫ ବଛର ତଲେ ଦଶମୁ କୁଟୁମବସିଆ ତାମିଲନାଡୁକେ ଇଟା ଗଢ଼ବାର ଲାଗି ଦାଦନ ଯାଇଥିଲେ। ଇ ସମିଆରେ ଲଗାତାର ବରଷା ଲାଗି ପୁଓ କୃଷ୍ଣର ଦିହିପା ଖରାପ ହେଇଥିଲା। ସେଠାନେ ଚିକିଛା ଅଭାବୁ କୃଷ୍ଣକଁର ଦିହିପା ଦିନୁଦିନ୍‌କେ ଅଧିକ୍‌ ବିଗିଡ଼ି ବସ୍‌ଲା। ଏନ୍‌ତାଥି କୁଟୁମଟା ପୁଓକେ ଧରି ନିଜର ଗଁା ବିଲେଇମରାକେ ପଲେଇ ଆଏଲେ। ହେଲେ ଇଠାନେ ବି ଟଁକା ପଏସା ଅଭାବୁ ପୁଓର ଠିକ୍‌ସେ ଚିକିଛା କରେଇ ନାଇଁପାରଲେ। ଯେନ୍‌ଥିରଲାଗି କୃଷ୍ଣ ରୋଗ୍‌ବେମାରୀଥି ପଡ଼ି ଦିବ୍ୟାଙ୍ଗ ପାଲଟିଗଲେ। କୃଷ୍ଣ ଦିବ୍ୟାଙ୍ଗ ହେଇଥିଲେ ବି ଆଏଜ୍‌ତକ ସବୁ ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ହେଇ ରହିଛନ୍‌। ଇ ଘଟନାଟା ଅଂଚଲର ସାମାଜିକ କରମୀ ଅଚ୍ୟୁତ ସିପୁନ ଖମାରୀ ଆର ବନମାଳୀ ନାଏକକଁର ନଜରକେ ଆସିଥିଲା। ସେମାନେ ଇ ଦୁଖି ପରିବାରକେ ସୋମବାର ପାଟଣାଗଡ଼ରେ ଅନୁଷ୍ଠିତ ଜିଲାପାଳକଁର ଅଭିଯୋଗ ଶୁନାନିରେ ହାଜର କରେଇଥିଲେ। କୃଷ୍ଣକଁର ଅବସ୍‌ତା ଦେଖି ଜିଲାପାଳ ଅରିନ୍ଦମ ଡାକୁଆ ପାଟଣାଗଡ଼ ଡାକ୍‌ତରଖାନାର ଚିକିଛା ଅଧ୍‌କାରୀ ଡା.ଦିଲୀପ ବିଶ୍ୱାଳକୁଁ କୃଷ୍ଣ ବରିହାକଁର ଦିହିପା ପରୀକ୍ଷା କରବାର ଲାଗି ନିରଦେଶ ଦେବାର ସଂଗେ ସାମାଜିକ ସୁରକ୍ଷା ଅଧ୍‌କାରୀ ଧବଳେଶ୍ୱର ଦଳପତିକୁଁ ସରକାରୀ ସାହାଯ୍‌ ଯୁଗେଇ ଦେବାକେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ସ୍କୁଲ ବସ୍‌ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ: ଚାଲିଛି ସିସିଟିଭି ଫୁଟେଜ୍‌ ଯାଞ୍ଚ

ବଲାଙ୍ଗୀର, ୧।୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ସର୍କିଟ ହାଉସ ନିକଟରେ ବୁଧବାର ସକାଳେ ଏକ ଘରୋଇ ସ୍କୁଲ ବସ୍‌ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri