ସରକାରୀ ସୁବିଧାରୁ ବଁଚିତ୍‌ ଦିବ୍ୟାଙ୍ଗ କୃଷ୍ଣ: ସାହାଯ୍‌ ଲାଗି ନିରଦେଶ ଦେଲେ ଜିଲାପାଳ

ପାଟଣାଗଡ଼, ୨୧।୧ (ଡି.ଏନ୍‌.ଏ.)-
ପାଟଣାଗଡ଼ ଏନ୍‌ଏସି ସଭାକୁଠିଥି ସୋମବାର ଜିଲାପାଳକଁର ଉପଖଣ୍ଡସ୍ତରୀୟ ଜନଶୁନାନି କାଯ୍‌କରମ ଅନୁଷ୍‌ଠିତ ହେଇଯାଇଛେ। ଇ ଶିବିରରେ ଝନେ ଦୁଖିନୀ ମା’ର ଗୁଲ୍‌ଗୁଲା ଦେଖ୍‌ବାକେ ମିଲିଥିଲା। ସେ ରୋଗ୍‌ବେମାରୀରେ ଶଢ଼ୁଥିବାର ନିଜର ଦିବ୍ୟାଙ୍ଗ ପୁଓର ଚିକିଛା ଆର ଉନିଅଁା ସବୁ ସରକାରୀ ସାହାଯ୍‌ ଲାଗି ଜିଲାପାଳକୁଁ ଗୁହାରି କରବାକେ ଆସିଥିଲେ।
ସୂଚନା ଅନ୍‌ସାରେ ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ବିଲେଇମରା ଗଁାର ଦଶମୁ ବରିହା ଆର ଚନ୍ଦ୍ରା ବରିହାକଁର ପୁଓ କୃଷ୍ଣ ବରିହା(୫)। ପରିବାରଟା ନିହାତି ଗରିବ୍‌, ଘରେ ଅଭାବ ଅନାଟନ ସବୁବେଲେ ଲାଗି ରହିଛେ। ଏନ୍‌ତାଥି ଆଏଜ୍‌କେ ୫ ବଛର ତଲେ ଦଶମୁ କୁଟୁମବସିଆ ତାମିଲନାଡୁକେ ଇଟା ଗଢ଼ବାର ଲାଗି ଦାଦନ ଯାଇଥିଲେ। ଇ ସମିଆରେ ଲଗାତାର ବରଷା ଲାଗି ପୁଓ କୃଷ୍ଣର ଦିହିପା ଖରାପ ହେଇଥିଲା। ସେଠାନେ ଚିକିଛା ଅଭାବୁ କୃଷ୍ଣକଁର ଦିହିପା ଦିନୁଦିନ୍‌କେ ଅଧିକ୍‌ ବିଗିଡ଼ି ବସ୍‌ଲା। ଏନ୍‌ତାଥି କୁଟୁମଟା ପୁଓକେ ଧରି ନିଜର ଗଁା ବିଲେଇମରାକେ ପଲେଇ ଆଏଲେ। ହେଲେ ଇଠାନେ ବି ଟଁକା ପଏସା ଅଭାବୁ ପୁଓର ଠିକ୍‌ସେ ଚିକିଛା କରେଇ ନାଇଁପାରଲେ। ଯେନ୍‌ଥିରଲାଗି କୃଷ୍ଣ ରୋଗ୍‌ବେମାରୀଥି ପଡ଼ି ଦିବ୍ୟାଙ୍ଗ ପାଲଟିଗଲେ। କୃଷ୍ଣ ଦିବ୍ୟାଙ୍ଗ ହେଇଥିଲେ ବି ଆଏଜ୍‌ତକ ସବୁ ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ହେଇ ରହିଛନ୍‌। ଇ ଘଟନାଟା ଅଂଚଲର ସାମାଜିକ କରମୀ ଅଚ୍ୟୁତ ସିପୁନ ଖମାରୀ ଆର ବନମାଳୀ ନାଏକକଁର ନଜରକେ ଆସିଥିଲା। ସେମାନେ ଇ ଦୁଖି ପରିବାରକେ ସୋମବାର ପାଟଣାଗଡ଼ରେ ଅନୁଷ୍ଠିତ ଜିଲାପାଳକଁର ଅଭିଯୋଗ ଶୁନାନିରେ ହାଜର କରେଇଥିଲେ। କୃଷ୍ଣକଁର ଅବସ୍‌ତା ଦେଖି ଜିଲାପାଳ ଅରିନ୍ଦମ ଡାକୁଆ ପାଟଣାଗଡ଼ ଡାକ୍‌ତରଖାନାର ଚିକିଛା ଅଧ୍‌କାରୀ ଡା.ଦିଲୀପ ବିଶ୍ୱାଳକୁଁ କୃଷ୍ଣ ବରିହାକଁର ଦିହିପା ପରୀକ୍ଷା କରବାର ଲାଗି ନିରଦେଶ ଦେବାର ସଂଗେ ସାମାଜିକ ସୁରକ୍ଷା ଅଧ୍‌କାରୀ ଧବଳେଶ୍ୱର ଦଳପତିକୁଁ ସରକାରୀ ସାହାଯ୍‌ ଯୁଗେଇ ଦେବାକେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଣ୍ଡଜାମିନ ରଖି ପୁତୁରାକୁ ମାରିଲେ କକା

ଟିଟିଲାଗଡ଼,୨୧ା୪(ଶରତ ମିଶ୍ର)ଟଙ୍କା ପାଇଁ ମଣିଷ କେତେ କ୍ରୂର ହୋଇଯାଏ ତାହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ବେଲପଡ଼ା ଗ୍ରାମରେ। ୧୪...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ନବୀନ ଖେଳିଲେ ପଶ୍ଚିମ ଓଡ଼ିଶା କାର୍ଡ

ବଲାଙ୍ଗୀର, ୧୮ା୪(ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଶ୍ଚିମ ଓଡ଼ିଶାରେ...

୩ଦିନ ହେଲା ଜଳଯୋଗାଣ ବନ୍ଦ: ପାଣି ପାଇଁ ଭରସା ନଦୀଜଳ

ସଇଁତଳା, ୧୪ା୪ (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ଡ଼େଙ୍ଗ ପଞ୍ଚାୟତବାସୀ ଏବେ ଘୋର ପାନୀୟ ଜଳକଷ୍ଟରେ ରହିଛନ୍ତି। ପାଇପ୍‌ ଫାଟି ଯାଇଥିବାରୁ...

ସୋନିଆଙ୍କୁ ଭେଟିଲେ ନରସିଂହ

ବଲାଙ୍ଗୀର,୧୪ା୪(ବୀରେନ୍ଦ୍ର କୁମାର ଝାଙ୍କର)କଂଗ୍ରେସ ଦଳର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଶନିବାର ବଲାଙ୍ଗୀର ବିଧାୟକ ତଥା ବିଧାନ ସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ...

ଏଭଳି ନେତା ଦଳ ଛାଡିଲେ ପ୍ରଭାବ ପଡିବନି- ଶିବାଜୀ 

ବଲାଙ୍ଗୀର,୧୧ା୪ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭାଜପାର ପୂର୍ବତନ  ଜିଲା ସଭାପତି ପ୍ରଭାସ ପାଣିଗ୍ରାହୀ ଭାଜପାରୁ ଇସ୍ତଫା ଦେଇ ବିଜେଡିରେ ଯୋଗ  ଦେଇଛନ୍ତି। ଭୁବନେଶ୍ୱରଠାରେ ବିଜେଡି...

ବିଦ୍ୟାଳୟ ଆସୁନାହାନ୍ତି ପ୍ରଧାନଶିକ୍ଷକ

ଲାଠୋର, ୧୧ା୪(ଭୁବନେଶ୍ୱର ବାରିକ)ବଲାଙ୍ଗୀର ଜିଲା ତୁରେକେଲା ବ୍ଳକ ହଲନଭଟା ପଞ୍ଚାୟତ ଅଧିନ ବିଜମାଲପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବେ ନାନା ଅବ୍ୟବସ୍ଥାରେ ଚାଲିଛି। ପ୍ରଧାନ ଶିକ୍ଷକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri