ସମ୍ପର୍କ ବାନ୍ଧିଛି ଶିକୁଳି

ଆଠମଲ୍ଲିକ,୧୮ା୫ (ଜୟଗୋପାଳ ଷଡ଼ଙ୍ଗୀ):  ବେରୋଜଗାର ସ୍ବାମୀ ରୋଗଗ୍ରସ୍ତ ହେବା ପରେ ଦୋହଲିଯାଇଥିଲା ନୀଳିମାଙ୍କ ମାନସିକ ସ୍ଥିତି। ସେବେଠୁ ବାହାରେ ବୁଲାବୁଲି କରୁଥିବା ନୀଳିମା ଶେଷରେ ପହଞ୍ଚି ଯାଇଥିଲେ ବଡ଼ ଭଉଣୀଙ୍କ ଘର ଅନୁଗୋଳ ଜିଲା ଆଠମଲ୍ଲିକ ଅଞ୍ଚଳରେ। ଦୁଃଖ ସହି ନ ପାରି ଗରିବ ଭଉଣୀ ଭିଣୋଇ ତାଙ୍କୁ ଘରେ ରଖିଥିଲେ ସିନା ହେଲେ ରୋକିପାରି ନ ଥିଲେ ଏଣେତେଣେ ଧାଉଁଥିବା ପାଦ ଯୋଡ଼ିକୁ। ବଢ଼ିଲା ବୟସରେ ନୀଳିମା ସାହି ଗଳିରେ ବୁଲିବା ବିଚଳିତ କରିଦେଇଥିଲା ସେମାନଙ୍କୁ। ତେଣୁ ଯେତେ କଷ୍ଟ ହେଲେ ବି ନିଜ ରକ୍ତ ସମ୍ପର୍କୀୟଙ୍କ ଗୋଡ଼ରେ ଶିକୁଳି ବାନ୍ଧିବାକୁ ବାଧ୍ୟ ହୋଇଥିଲେ ସେମାନେ।
ବିହାରୀ ମେହେରଙ୍କ ଝିଅ ନୀଳିମା (୨୫)ଙ୍କ ଘର ଅନୁଗୋଳ ଜିଲା ଛେଣ୍ତିପଦା ଥାନା ଅଞ୍ଚଳରେ। ୬ ବର୍ଷ ତଳେ ତାଳଚେର ସହର ଅନ୍ତରାମଗେଟ୍‌ ନିକଟ ଅଜି ମେହେରଙ୍କ ପୁଅ ମିଥୁନଙ୍କ ସହ ତାଙ୍କର ବାହାଘର ହୋଇଥିଲା। ସ୍ବାମୀଙ୍କର କିଛି ରୋଜଗାର କି ଜମିବାଡ଼ି ନ ଥିଲା। ତଥାପି ଘର ସଂସାର ଆଗକୁ ବଢ଼ୁଥିବା ବେଳେ ହଠାତ୍‌ ସ୍ବାମୀ ଯକ୍ଷ୍ମା ରୋଗରେ ପଡ଼ିବା ନୀଳିମାଙ୍କୁ ବିବ୍ରତ କରିଦେଇଥିଲା। ସେବେଠାରୁ ତାଙ୍କ ମାନସିକ ଅବସ୍ଥା ଧୀରେ ଧୀରେ ଖରାପ ଆଡ଼କୁ ଗତି କରିଥିଲା। କିଛି ଦିନ ପରେ ସେ ସମ୍ପୂର୍ଣ୍ଣ ମାନସିକ ରୋଗୀ ପାଲଟି ଯାଇଥିଲେ। ଘର ଛାଡ଼ି ବାହାରେ ବୁଲାବୁଲି କରୁଥିବା ବେଳେ ଲକ୍‌ଡାଉନ ପୂର୍ବରୁ ସେ ଭଉଣୀଘର ଆଠମଲ୍ଲିକ ସହର ମୋଚି ସାହି ଆଡ଼େ ପଳାଇ ଆସିଥିଲେ। ନୀଳିମାଙ୍କୁ ଦେଖି ଭିଣୋଇ ମହେଶ୍ୱର ମେହେର ଓ ବଡ଼ ଭଉଣୀ ନିରାଶ ମେହେର ଘରକୁ ନେଇଯାଇଥିଲେ। କିନ୍ତୁ ସେଠାରେ ମଧ୍ୟ ନୀଳିମା ରହିପାରୁ ନ ଥିଲେ। ଯେତେବେଳେ ପାରିଲେ ସାହି ଡେଇଁ ବଜାରରେ ପହଞ୍ଚି ଯାଉଥିଲେ। ନିଜ ଟ୍ରଲିରେ ପର ବୋଝ ଲଦି ପରିବାରର ପେଟ ପୂରାଇ ପାରୁ ନ ଥିବା ଭିଣୋଇ ମହେଶ୍ୱରଙ୍କୁ ଏହା ବେଶି ବାଧୁଥିଲା। ହେଲେ ନୀଳିମାଙ୍କ ଚିକିତ୍ସା କରିବା ତାଙ୍କ ପକ୍ଷେ ସମ୍ଭବ ହେଉ ନ ଥିଲା। କାଳେ ସରକାରଙ୍କ ନଜର ତାଙ୍କ ଦୁଃଖ ଦୂର କରିଦେବ ସେହି ଆଶାରେ ସେ ଶାଳୀ ଗୋଡ଼ରେ ଶିକୁଳି ପକାଇ ରଖିବାକୁ ବାଧ୍ୟ ହୋଇଥିଲେ।
ଏ ସମ୍ପର୍କରେ ଆଠମଲ୍ଲିକ ଏନ୍‌ଏସି ନିର୍ବାହୀ ଅଧିକାରୀ କାଦମ୍ବିନୀ ଜେନା କହିଛନ୍ତି, ନୀଳିମା ଆଠମଲ୍ଲିକ ଅଞ୍ଚଳର ନୁହନ୍ତି। ତାଙ୍କ ପରିବାର ମଧ୍ୟ ଏନ୍‌ଏସିରେ ଅଭିଯୋଗ କରିନାହାନ୍ତି। ବଜାରରେ ବୁଲୁଥିବା ବେଳେ ତାଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଥିଲା। ଏବେ ନୀଳିମାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ଉଚିତ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି। ଭିଣୋଇ ମହେଶ୍ୱର କହିଛନ୍ତି, ଚିକିତ୍ସା କରାଗଲେ ନୀଳିମା ଭଲ ହୋଇପାରିବେ। ସରକାର କିମ୍ବା ଅନ୍ୟ କେହି କାଳେ ସାହାଯ୍ୟ କରିବେ ସେହି ଆଶାରେ ଆମେ ଏଯାଏ ରହିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

ପାଟ୍ରୋଲିଂ ବେଳେ କାର୍‌ ଡିକିରୁ ଆସିଲା ଛେଳି ଗନ୍ଧ, ଧରାପଡ଼ିଲେ ୪ ଚୋର; କାର୍‌-ଖଣ୍ଡା ଜବତ…

ଦିଗପହଣ୍ଡି,୭|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ଜଣେ ଚାଷୀଙ୍କ ଗୁହାଳରୁ ଛେଳି ଚୋରି ଘଟଣାରେ ପୋଲିସ ୪…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

କନ୍ୟା ସଶକ୍ତୀକରଣର ବାର୍ତ୍ତା: ଦାରିଙ୍ଗବାଡ଼ିରେ ‘ୟୁଥ୍‌ କନ୍‌କ୍ଲେଭ୍‌’; ସହର ପରିକ୍ରମା କଲା ବିଶାଳ ଶୋଭାଯାତ୍ରା

ଦାରିଙ୍ଗବାଡି, ୭।୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ଡଃ ଭୀମରାଓ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ବ୍ଲକ୍‌ ସ୍ତରୀୟ ୟୁଥ୍‌ କନ୍‌କ୍ଲେଭ୍‌ ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?