ସମସିଆ ଘେରରେ କମେଇମୁଣ୍ଡା ଉନ୍ନୀତ ହାଇସ୍କୁଲ

କଣ୍ଟାବାଞ୍ଜି, ୩ା୩ (ଡି.ଏନ୍‌.ଏ.)-
ଶିକ୍ଷାର ପରସାର ଲାଗି ରାଏଜ୍‌ ସରକାର ଯେନ୍‌ ପଁଚେତ୍‌ରେ ହାଇସ୍କୁଲ ନଁାଇଁନ ସେ ପଁଚେତ୍‌ରେ ହାଇସ୍କୁଲ ଖୁଲବାକେ ଅନୁମତି ଦେଇଥିଲେ। ସେନ୍‌ତା ଆରକେତେ ଜାଗାରେ ସରକାର ଉଚ୍ଚ ପ୍ରାଥମିକ ସ୍କୁଲମାନକୁ ହାଇସ୍କୁଲର ମାଏନ୍‌ତା ଦେଲେ। ହେଲେ ପରଶାସନ ଆର ଥାନୀଅ ନେତାମାନକର ଅଁାତରିକତା ଅଭାବୁ ଆଏଜ୍‌ ବି ଅନେକ ଉନ୍ନୀତ ହାଇସ୍କୁଲର ଛାତ୍ରୀଛାତ୍ର ପଢ଼ାକୁଠି, ଶିକ୍ଷକ ଅଭାବ ସମସିଆରେ ଯୁଝୁଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ତୁରେକେଲା ବ୍ଲକରେ।
ସୂଚନା ଅନ୍‌ସାରେ ତୁରେକେଲା ବ୍ଲକର କମେଇମୁଣ୍ଡା, କନ୍ଦେଇ, ଚଟୁଅନକା, ହଲନଭଟା, ଖଗସା, ବୁରୋମାଲ, ହିଆଁଲ ପଁଚେତ୍‌ ସଦର ଗଁାନେ ଆରୁ ଝରନି ପଁଚେତ୍‌ର ରାମୋଡ ଗଁାରେ ଥିବାର ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲକେ ହାଇସ୍କୁଲର ମାଏନ୍‌ତା ଦେଇଥିଲେ। ସରକାର ହାଇସ୍କୁଲର ମାଏନ୍‌ତା ଦେବାର ବି ଆଏଜ୍‌କେ ଅନେକ ବଛର ବିତିଯାଇଛେ। ହେଲେ ଆଏଜ୍‌ ବି ଅନେକ ହାଇସ୍କୁଲର ଛାତ୍ରୀଛାତ୍ର ପଢ଼ାକୁଠି ଅଭାବ ସଂଗେ ଶିକ୍ଷକ ସମସିଆରେ ଯୁଝୁଛନ୍‌। ସେନ୍‌ତା ନିପଟପଟ ଜଂଗଲ ଭିତରେ ଥିବାର ବ୍ଲକର ଆଦିବାସୀ ବହୁଲ କମେଇମୁଣ୍ଡା ଉନ୍ନୀତ ହାଇସ୍କୁଲ ନାନା ସମିଆ ଘେରରେ ରହିଛେ। ୨୦୧୦ ସାଲେ ସରକାର କୁମେଇମୁଣ୍ଡା ଉଚ୍ଚ ପ୍ରାଥମିକ ସ୍କୁଲକେ ଉନ୍ନୀତ ହାଇସ୍କୁଲର ମାଏନ୍‌ତା ଦେଇଥିଲେ। ଏହେଦେ ଇ ସ୍କୁଲରେ ୧ମରୁ ୮ମ ଶ୍ରେଣୀ ତକ୍‌ ୧୧୮ ଛାତ୍ରୀଛାତ୍ର ରହିଥିଲାବେଲେ ପାଠ୍‌ ପଢ଼ାବାର ଲାଗି ୩ ଝନ୍‌ ଶିକ୍ଷକ ରହିଛନ୍‌। ସେନ୍‌ତା ୯ମ ଆର ୧୦ମ ଶ୍ରେଣୀରେ ମୋଟ ୩୬ ଛାତ୍ରୀଛାତ୍ର ପାଠ୍‌ ପଢ଼ୁଥିଲାବେଲେ ପଠ୍‌ ପଢ଼ାବାର ଲାଗି ୨ ଝନ୍‌ ନ ଶିକ୍ଷକ ରହିଛନ୍‌। ହାଇସ୍କୁଲ ଆରମ୍‌ ହେଲାଦିନୁ ଖେଲ ଶିକ୍ଷକ ଆରୁ ଝନେ ଟିଜିଟି ଶିକ୍ଷକ ପାଠ୍‌ ପଢ଼େଇ ଆସୁଛନ୍‌। ୨୦୧୧ ସାଲେ ପହେଲା କରି ଇ ହାଇସ୍କୁଲର ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେଇଥିଲେ। ହେଲେ ଦୁଖର କଥା ହାଇସ୍କୁଲ ହେବାର ଆଏଜ୍‌କେ ୧୦ ବଛର ବିତିଯାଇଥିଲେ ବି ଶିକ୍ଷକ ସଂଖ୍ୟା ୨ରେ ରହିଛେ। ଉଚ୍ଚ ପ୍ରାଥମିକ ସ୍କୁଲର ଝନେ ବିଜ୍ଞାନ ଶିକ୍ଷକ ୮ମନୁ ୧୦ମ ଶ୍ରେଣୀ ତକ୍‌ ଗଣିତ ଆରୁ ବିଜ୍ଞାନ ପଢ଼ଉଛନ୍‌। ଏନ୍‌ତା ଅବେବସ୍‌ତା ଭିତରେ ବି ୯ ବଛର ହେଲା ହାଇସ୍କୁଲର ଶତ ପରତିଶତ ଛତ୍ରୀଛାତ୍ର ମାଟ୍ରିକ ପାସ କରୁଛନ୍‌ ବଲି ପ୍ରଧାନଶିକ୍ଷକ ଦାଇତିଅରେ ଥିବାର ଶିକ୍ଷକ ପ୍ରମୋଦ ମାଝି କହିଛନ୍‌। ସେନ୍‌ତା ହାଇସ୍କୁଲର ସମସିଆ ବାବ୍‌ଦେ ପରିଚାଲନା କମିଟିର ସଭାପତି ତ୍ରୀନାଥ ଭୋଇକୁଁ ପଚ୍‌ରାଲାରୁ ଇଠାନେ ହାଇସ୍କୁଲ ନିହେବାର ଆଗରୁ ଅଂଚଲର ଛାତ୍ରୀଛାତ୍ର ୧୨ କି.ମି. ଦୂର କଣ୍ଟାବାଞ୍ଜି, ୧୦ କି.ମି. ଦୂର ତୁରେକଲାକେ ପଢ଼ି ଯାଉଥିଲେ। କମେଇମୁଣ୍ଡାନେ ହାଇସ୍କୁଲ ହେଲା ଦିନୁ ଇଠାନେ ପଢ଼ାକୁଠି ଅଭାବ ରହିଛେ। ସେନ୍‌ତା ମୂଲ ଦିନୁ ୨ ଝନ୍‌ ଶିକ୍ଷକରେ ପାଠ୍‌ପଢ଼ା ଚାଲିଛେ। ଇ ସମସିଆ ଉପରେ ସରକାର କି ପରଶାସନ କେହି ଧିଆନ୍‌ ନାଇଁ ଦେବାର ବଲି ସେ କହିଛନ୍‌। ସେନ୍‌ତା ହାଇସ୍କୁଲର ଛାତ୍ରୀଛାତ୍ର ପଢ଼ାକୁଠି, ଶୌଚାଲୟ, ବେଞ୍ଚ ଟେବୁଲ, ବିଜ୍ଞାନ ହଲ, ଲାଇବ୍ରେରୀ ହଲ, ପିଇଲା ପାଏନର ସମାଧାନ ସଂଗେ ଦରକାର ହିସାବେ ଶିକ୍ଷକ ଯୁଗେଇ ଦେବାକେ ଧରିତ୍ରୀ ଖବର କାଗଜ ଜରିଆରେ ପରଶାସନକେ ଗୁହାରି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଚେକ୍‌ ଡ୍ୟାମ୍‌ ନିର୍ମାଣକୁ ଚାଷୀଙ୍କ ବିରୋଧ

ଲାଠୋର,୧୬।୫(ଭୁବନେଶର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ପତ୍ରାପାଲି ଗ୍ରାମ ଏବଂ ବରଗଡ଼ ଜିଲା ପାଇକମାଲ ବ୍ଲକ ଝାରବନ୍ଧ ପଞ୍ଚାୟତ ମେନକାମୁଣ୍ଡା ଗ୍ରାମର ଚାଷୀମାନେ…

ଘରପୋଡ଼ି କ୍ଷତିଗ୍ରସ୍ତଙ୍କୁ ଭେଟିଲେ ସ୍ବାସ୍ଥ୍ୟମନ୍ତ୍ରୀ, ବସ୍ତ୍ର, ଆବଶ୍ୟକୀୟ ସାମଗ୍ରୀ ସହ ଦେଲେ…

ବଲାଙ୍ଗୀର, ୧୬।୫ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲା ପୁଇଁତଲା ବ୍ଲକର ବୁଢ଼ୀସିଣ୍ଡୋଲ ଗାଁର ଡାଙ୍ଗଗୋଠ ଠାରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ତିନିଜଣ ବ୍ୟକ୍ତିଙ୍କ ଘର…

ଢୋଲମହୁଲ ଗୋଚର ଜମିରେ ବେଆଇନ ଆଡ଼ିବନ୍ଧ ନିର୍ମାଣ: ଖରିଫ ଚାଷ ପ୍ରଭାବିତ ଆଶଙ୍କା

ଲୋଇସିଂହା,୧୬।୫(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ବୁର୍ଡା ମୌଜାର ଢୋଲମହୁଲ ଗୋଚର ଜମି ଉପରେ ଏବେ ଜମି ବ୍ୟବସାୟୀଙ୍କ ଲୋଲୁପ ଦୃଷ୍ଟି ପଡିଛି। ବର୍ଷ ବର୍ଷ ଧରି…

ଆବାସ ଯୋଜନାରୁ ବଞ୍ଚିତ ଦୈମତିଙ୍କ ଦୁର୍ଦ୍ଦଶା ବଢ଼ାଇଲା କାଳବୈଶାଖୀ

ଲୋଇସିଂହା,୧୫।୫(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦର ପଞ୍ଚାୟତ ନେଗିପାଲି ଗ୍ରାମର ଦୈମତି ମେସୁଆ (୬୬)। ସରକାରଙ୍କ ବିଭିନ୍ନ ଆବାସ ଯୋଜନା ଥିବା ସତ୍ତ୍ୱେ ସେ…

ସପ୍ତମ ଶ୍ରେଣୀ ପାଠ୍ୟପୁସ୍ତକରେ ଶହିଦ ମାଧୋ ସିଂଙ୍କ ଭୁଲ ଇତିହାସ ସ୍ଥାନିତ: ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କଲେ…

ବଲାଙ୍ଗୀର,୧୪।୫ (ସୁନିଲ କୁମାର ମହାନ୍ତି): କୋସଲାଞ୍ଚଳର ମହାନ ସ୍ବାଧୀନତା ସଂଗ୍ରାମୀ ଶହିଦ ମାଧୋ ସିଂଙ୍କ ଜୀବନୀ ବିଷୟରେ ସ୍କୁଲ ପାଠ୍ୟ ପୁସ୍ତକରେ ଭୁଲ ତଥ୍ୟ ଦିଆଯାଇଥିବା ପ୍ରତିବାଦରେ…

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଳିଗଲେ ଓଡ଼ିଆ ଶ୍ରମିକ, ଗାଁକୁ ଫେରୁଛି ମୃତଦେହ

ବଲାଙ୍ଗୀର,୧୪ା୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରୁ ଶ୍ରମିକମାନେ ନିଜ ପରିବାର ପୋଷଣ କରିବା ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ହେଲେ ଅନେକ ଶ୍ରମିକଙ୍କ…

ପବନରେ ଉଡିଗଲା ରେଳ ଷ୍ଟେଶନ ଆଜବେଷ୍ଟସ୍‌: କାମକୁ ନେଇ ଲୋକଙ୍କ ମନରେ ଉଠୁଛି ପ୍ରଶ୍ନ

ଲାଠୋର,୧୪/୫(ଭୁବନେଶ୍ୱର ବାରିକ): କାଳବୈଶାଖୀ ବଲାଙ୍ଗିର ଜିଲା ହରିଶଙ୍କର ରୋଡ ରେଳ ଷ୍ଟେଶନ ପ୍ଲାଟଫର୍ମରେ ଥିବା ସେଡର ଆଜବେଷ୍ଟସ ଉଡ଼ିବା ସହ ଲୁହା ପାଚେରି ଲେଉଟି ପଡ଼ିଥିବା ଗୁରୁବାର…

ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ: ନିଲମ କଲେଜ ଟପ୍ପର

ଲୋଇସିଂହା,୧୪।୫(ସୁଶାନ୍ତ ବାରୁକ): ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ବଲାଙ୍ଗୀର ଲୋଇସିଂହା ବ୍ଲକ ଯୋଗୀସର୍ଡା ଗ୍ରାମ ତଥା ବଲାଙ୍ଗୀର ଜେଆଇଟିମ କଲେଜ କଳା ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri