ସନ୍ଦିହାନ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ

ଅନୁଗୋଳ ଅଫିସ, ୭।୭ – ବାଘ ବଂଶ ବୃଦ୍ଧି ପାଇଁ ଅନୁଗୋଳ ଜିଲା ସାତକୋଶିଆରେ ଆରମ୍ଭ ହୋଇଥିବା ବ୍ୟାଘ୍ର ପ୍ରକଳ୍ପର ଭାଗ୍ୟ ଏବେ ସନ୍ଦିହାନ। ଗତ ବର୍ଷ ନଭେମ୍ବରରେ ଯୁବ ମହାବଳ ମୃତ୍ୟୁ ପରେ ବନ୍ଦୀ ବାଘୁଣୀ ସୁନ୍ଦରୀକୁ ଅଭୟାରଣ୍ୟକୁ ଛଡାଯିବାକୁ ନେଇ ଅନିଶ୍ଚିତତା ଘେରରେ ୨୦୧୬ରୁ ପରିକଳ୍ପିତ ଏହି ପ୍ରକଳ୍ପର ଭବିଷ୍ୟତ। ବର୍ତ୍ତମାନ ସ୍ଥିତିରେ ପ୍ରକଳ୍ପକୁ ଆଗକୁ ନେବାକୁ ସରକାରଙ୍କ ପକ୍ଷରୁ କୌଣସି ଯୋଜନା ନ ଥିବା ପରିବେଶବିତ୍‌ଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ମହାବଳ ମୃତ୍ୟୁକୁ ଇତି ମଧ୍ୟରେ ପ୍ରାୟ ୮ ମାସ ବିତି ଯାଇ ସାରିଛି। ଅନ୍ୟପକ୍ଷରେ ବାଘୁଣୀ ସୁନ୍ଦରୀକୁ ପିଞ୍ଜରା ମୁକ୍ତ କରାଯିବା ନେଇ କୌଣସି କାର୍ଯ୍ୟପନ୍ଥା ସ୍ଥିର କରା ନ ଯିବା ପ୍ରକଳ୍ପର ଭାଗ୍ୟକୁ ସଂଶୟ ମଧ୍ୟକୁ ଠେଲିଦେଇଛି।
୨୦୧୮ ଜୁନ ୨୧ରେ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ୩ ବର୍ଷୀୟ ମହାବଳକୁ ସାତକୋଶିଆ ଅଣାଯାଇଥିଲା। ଜୁଲାଇ ୬ରେ ତାହାକୁ ଅଭୟାରଣ୍ୟ ମଧ୍ୟକୁ ଛାଡ଼ି ଦିଆଯାଇଥିଲା। ବାଘ ଉପରେ ନଜର ରଖିବା ପାଇଁ ବନ ବିଭାଗର ଏକ ୮ ଜଣିଆ ଟିମ୍‌ ମଧ୍ୟ ଗଠନ ହୋଇଥିଲା। ବେକରେ ରେଡିଓ କଲାର ବନ୍ଧା ଯାଇଥିବାରୁ ସାଟେଲାଇଟ୍‌ ସିଗ୍‌ନାଲ ମାଧ୍ୟମରେ ତାହାର ଉପସ୍ଥିତି ସମ୍ପର୍କରେ ଜଣାପଡ଼ୁଥିଲା। କୋର୍‌ ଜଙ୍ଗଲ ମଧ୍ୟରେ ଥିବା ପୁରୁଣା ବାଘୁଣୀ ସହ ମହାବଳ ବାଘ ସମ୍ପର୍କ ସ୍ଥାପନ କରିଥିବା ବିଭାଗ ସ୍ପଷ୍ଟ ମଧ୍ୟ କରିଥିଲା। ହେଲେ ହଠାତ ନଭେମ୍ବର ୧୪ରେ ମହାବଳର ମୃତ୍ୟୁ ଘଟିଥିବା ଖବର ଜଣାପଡ଼ିଥିଲା। ବେକରେ ହୋଇଥିବା ଘା ସଂକ୍ରମଣ ଯୋଗୁ ବାଘର ଜୀବନ ଯାଇଥିବା ବନ ବିଭାଗ ପକ୍ଷରୁ ପ୍ରାଥମିକ ଭାବେ ସୂଚନା ଦିଆଯାଇଥିଲେ ହେଁ ବ୍ୟବଚ୍ଛେଦ ରିପୋର୍ଟରେ ବାଘର ପାକସ୍ଥଳୀରେ ଝିଙ୍କ କାଠି ଥିବା ଜଣାପଡିଥିଲା। ବାଘର କ୍ଷତ ସଙ୍କ୍ରମଣ ଓ ଭିନ୍ନ ଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଅକାମୀ ହୋଇଯିବାରୁ ମହାବଳର ମୃତ୍ୟୁ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଥିଲା। ଅନ୍ୟପକ୍ଷରେ ବାନ୍ଧବଗଡ଼ରୁ ଆସିଥିବା ସୁନ୍ଦରୀ ଜୀବନ ଏନ୍‌କ୍ଲୋଜରରେ ବିତୁଛି। କେବେ ଏହାକୁ ବନ୍ଦୀ ଜୀବନରୁ ମୁକ୍ତ କରାଯିବ ସେ ନେଇ ମଧ୍ୟ କୌଣସି ଠୋସ୍‌ ଯୋଜନା ନାହିଁ। ନିର୍ବାଚନ ପରେ ପ୍ରକଳ୍ପ କଥା ଚିନ୍ତା କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲେ ହେଁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଆଲୋଚନା ହେଉଛି। ବ୍ୟାଘ୍ର ପ୍ରକଳ୍ପ ପାଇଁ ସାତକୋଶିଆ ଅଭୟାରଣ୍ୟ ପକ୍ଷରୁ କରାଯାଇଥିବା ୨ ବର୍ଷର ପରିଶ୍ରମ ସବୁ ପାଣିରେ ଧୋଇ ଯାଇଛି। ତେବେ ଏ ନେଇ ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ପାଇଁ ବନ ବିଭାଗ ପକ୍ଷରୁ ସବୁ ପ୍ରକାର ଉଦ୍ଦ୍ୟମ କରାଯାଇଥିଲା। ମହାବୀର ମୃତ୍ୟୁକୁ ନେଇ ସମସ୍ତେ ମର୍ମାହତ ହୋଇଥିଲେ। ଏହି ଘଟଣାର ତଦନ୍ତ ଏନ୍‌ଟିସିଏ(ଜାତୀୟ ବ୍ୟାଘ୍ର ସଂରକ୍ଷକ କର୍ତ୍ତୃପକ୍ଷ) ଓ ଡବ୍ଲ୍ୟୁଆଇଆଇ(ୱାଇଲ୍ଡ ଲାଇଫ ଇନିଷ୍ଟିଟ୍ୟୁଟ ଅଫ ଇଣ୍ଡିଆ) କର୍ତ୍ତୃପକ୍ଷ କରିଛନ୍ତି। ହେଲେ ପ୍ରକଳ୍ପର ଭବିଷ୍ୟତକୁ ନେଇ ସେ କୌଣସି ତଥ୍ୟ ଦେଇ ନ ଥିଲେ। ୨୦୧୪ ବାଘ ଗଣନା ରିପୋର୍ଟ ମୁତାବକ ସାତକୋଶିଆରେ ମାତ୍ର ଦୁଇଟି ବାଘ ଥିବା ଜଣାପଡ଼ିଥିଲା। ପରେ ସାତକୋଶିଆରେ ଗୋଟିଏ ବାଘୁଣୀ ଥିବା କଥା ବନ ବିଭାଗ ପକ୍ଷରୁ କୁହାଯାଇଥିଲା। କିନ୍ତୁ ବାଘୁଣୀର ସ୍ଥିତି ଏବେ କ’ଣ ସେ ନେଇ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଉନାହିଁ। ଏପରିକି ବାଘୁଣୀଟି ଗର୍ଭିଣୀ ଥିବା ମଧ୍ୟ ବନ ବିଭାଗ କହିଥିଲା। ହେଲେ ଏବେ ତାହାର ଅବସ୍ଥା କିପରି ରହିଛି ସେ ବିଷୟରେ କେହି ମୁହଁ ଖୋଲୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ’ ଚାଲାଣବେଳେ ଫାଟିଲା ପିକ୍‌ଅପ୍‌ ଟାୟାର, ୩ ବଳଦ ମୃତ

ଜଗନ୍ନାଥପ୍ରସାଦ,୭ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ରବିବାର ମଧ୍ୟରାତ୍ରିରେ ବେଆଇନ ଗୋ-ଚାଲାଣ ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିରାବାଡ଼ି ଗ୍ରାମ ନିକଟରେ…

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ICC ଏକ ଯୋଜନା ପ୍ରସ୍ତୁତ କରିଛି

ନୂଆଦିଲ୍ଲୀ,୭।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି କୌଣସି ଦ୍ୱିପାକ୍ଷିକ କିମ୍ବା ତ୍ରି-ସିରିଜ ଖେଳାଯାଇ ନାହିଁ। ଭାରତ ଏପରି କାର୍ଯ୍ୟକ୍ରମକୁ ନିରନ୍ତର ମନା କରିଆସିଛି,…

୭ ଦିନରେ ସାଇନ୍‌ବୋର୍ଡ ବନାନ ସଂଶୋଧନ କରିବାକୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ଓଡ଼ିଆ ଉଚ୍ଚାରଣ ସହ ସମନ୍ବୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନ ନାମର ଇଂଲିଶ ବନାନକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ସମାନ…

ବୃହତ୍ତମ ‘ଟି-ରେକ୍ସ’ ଡାଇନୋସର ମୃତ୍ୟୁ ରହସ୍ୟରୁ ହଟିଲା ପରଦା

ସାସ୍କାଚେୱାନ(କାନାଡା),୭ା୯: ପ୍ରାୟ ୬ କୋଟି ୬୦ ଲକ୍ଷ ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରୁ ବିଲୁପ୍ତ ହୋଇଯାଇଥିବା ବିଶ୍ୱର ସବୁଠାରୁ ବୃହତ୍ତମ ‘ଟାଇରାନୋସରସ୍‌ ରେକ୍ସ’ (ଟି-ରେକ୍ସ) ଡାଇନୋସର ‘ସ୍କଟି’…

ପ୍ରତି ୪ ଜନଧନ ଆକାଉଣ୍ଟରୁ ଗୋଟିଏ ଅଚଳ

ବ୍ୟାଙ୍କ ସେବା ସହ ସମସ୍ତଙ୍କୁ ଯୋଡ଼ିବା ଉଦ୍ଦେଶ୍ୟରେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଆରମ୍ଭ କରିଥିଲେ। ଏପରି କି ଏହି ଯୋଜନାରେ…

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri