ସନ୍ଦିହାନ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ

ଅନୁଗୋଳ ଅଫିସ, ୭।୭ – ବାଘ ବଂଶ ବୃଦ୍ଧି ପାଇଁ ଅନୁଗୋଳ ଜିଲା ସାତକୋଶିଆରେ ଆରମ୍ଭ ହୋଇଥିବା ବ୍ୟାଘ୍ର ପ୍ରକଳ୍ପର ଭାଗ୍ୟ ଏବେ ସନ୍ଦିହାନ। ଗତ ବର୍ଷ ନଭେମ୍ବରରେ ଯୁବ ମହାବଳ ମୃତ୍ୟୁ ପରେ ବନ୍ଦୀ ବାଘୁଣୀ ସୁନ୍ଦରୀକୁ ଅଭୟାରଣ୍ୟକୁ ଛଡାଯିବାକୁ ନେଇ ଅନିଶ୍ଚିତତା ଘେରରେ ୨୦୧୬ରୁ ପରିକଳ୍ପିତ ଏହି ପ୍ରକଳ୍ପର ଭବିଷ୍ୟତ। ବର୍ତ୍ତମାନ ସ୍ଥିତିରେ ପ୍ରକଳ୍ପକୁ ଆଗକୁ ନେବାକୁ ସରକାରଙ୍କ ପକ୍ଷରୁ କୌଣସି ଯୋଜନା ନ ଥିବା ପରିବେଶବିତ୍‌ଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ମହାବଳ ମୃତ୍ୟୁକୁ ଇତି ମଧ୍ୟରେ ପ୍ରାୟ ୮ ମାସ ବିତି ଯାଇ ସାରିଛି। ଅନ୍ୟପକ୍ଷରେ ବାଘୁଣୀ ସୁନ୍ଦରୀକୁ ପିଞ୍ଜରା ମୁକ୍ତ କରାଯିବା ନେଇ କୌଣସି କାର୍ଯ୍ୟପନ୍ଥା ସ୍ଥିର କରା ନ ଯିବା ପ୍ରକଳ୍ପର ଭାଗ୍ୟକୁ ସଂଶୟ ମଧ୍ୟକୁ ଠେଲିଦେଇଛି।
୨୦୧୮ ଜୁନ ୨୧ରେ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ୩ ବର୍ଷୀୟ ମହାବଳକୁ ସାତକୋଶିଆ ଅଣାଯାଇଥିଲା। ଜୁଲାଇ ୬ରେ ତାହାକୁ ଅଭୟାରଣ୍ୟ ମଧ୍ୟକୁ ଛାଡ଼ି ଦିଆଯାଇଥିଲା। ବାଘ ଉପରେ ନଜର ରଖିବା ପାଇଁ ବନ ବିଭାଗର ଏକ ୮ ଜଣିଆ ଟିମ୍‌ ମଧ୍ୟ ଗଠନ ହୋଇଥିଲା। ବେକରେ ରେଡିଓ କଲାର ବନ୍ଧା ଯାଇଥିବାରୁ ସାଟେଲାଇଟ୍‌ ସିଗ୍‌ନାଲ ମାଧ୍ୟମରେ ତାହାର ଉପସ୍ଥିତି ସମ୍ପର୍କରେ ଜଣାପଡ଼ୁଥିଲା। କୋର୍‌ ଜଙ୍ଗଲ ମଧ୍ୟରେ ଥିବା ପୁରୁଣା ବାଘୁଣୀ ସହ ମହାବଳ ବାଘ ସମ୍ପର୍କ ସ୍ଥାପନ କରିଥିବା ବିଭାଗ ସ୍ପଷ୍ଟ ମଧ୍ୟ କରିଥିଲା। ହେଲେ ହଠାତ ନଭେମ୍ବର ୧୪ରେ ମହାବଳର ମୃତ୍ୟୁ ଘଟିଥିବା ଖବର ଜଣାପଡ଼ିଥିଲା। ବେକରେ ହୋଇଥିବା ଘା ସଂକ୍ରମଣ ଯୋଗୁ ବାଘର ଜୀବନ ଯାଇଥିବା ବନ ବିଭାଗ ପକ୍ଷରୁ ପ୍ରାଥମିକ ଭାବେ ସୂଚନା ଦିଆଯାଇଥିଲେ ହେଁ ବ୍ୟବଚ୍ଛେଦ ରିପୋର୍ଟରେ ବାଘର ପାକସ୍ଥଳୀରେ ଝିଙ୍କ କାଠି ଥିବା ଜଣାପଡିଥିଲା। ବାଘର କ୍ଷତ ସଙ୍କ୍ରମଣ ଓ ଭିନ୍ନ ଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଅକାମୀ ହୋଇଯିବାରୁ ମହାବଳର ମୃତ୍ୟୁ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଥିଲା। ଅନ୍ୟପକ୍ଷରେ ବାନ୍ଧବଗଡ଼ରୁ ଆସିଥିବା ସୁନ୍ଦରୀ ଜୀବନ ଏନ୍‌କ୍ଲୋଜରରେ ବିତୁଛି। କେବେ ଏହାକୁ ବନ୍ଦୀ ଜୀବନରୁ ମୁକ୍ତ କରାଯିବ ସେ ନେଇ ମଧ୍ୟ କୌଣସି ଠୋସ୍‌ ଯୋଜନା ନାହିଁ। ନିର୍ବାଚନ ପରେ ପ୍ରକଳ୍ପ କଥା ଚିନ୍ତା କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲେ ହେଁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଆଲୋଚନା ହେଉଛି। ବ୍ୟାଘ୍ର ପ୍ରକଳ୍ପ ପାଇଁ ସାତକୋଶିଆ ଅଭୟାରଣ୍ୟ ପକ୍ଷରୁ କରାଯାଇଥିବା ୨ ବର୍ଷର ପରିଶ୍ରମ ସବୁ ପାଣିରେ ଧୋଇ ଯାଇଛି। ତେବେ ଏ ନେଇ ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ପାଇଁ ବନ ବିଭାଗ ପକ୍ଷରୁ ସବୁ ପ୍ରକାର ଉଦ୍ଦ୍ୟମ କରାଯାଇଥିଲା। ମହାବୀର ମୃତ୍ୟୁକୁ ନେଇ ସମସ୍ତେ ମର୍ମାହତ ହୋଇଥିଲେ। ଏହି ଘଟଣାର ତଦନ୍ତ ଏନ୍‌ଟିସିଏ(ଜାତୀୟ ବ୍ୟାଘ୍ର ସଂରକ୍ଷକ କର୍ତ୍ତୃପକ୍ଷ) ଓ ଡବ୍ଲ୍ୟୁଆଇଆଇ(ୱାଇଲ୍ଡ ଲାଇଫ ଇନିଷ୍ଟିଟ୍ୟୁଟ ଅଫ ଇଣ୍ଡିଆ) କର୍ତ୍ତୃପକ୍ଷ କରିଛନ୍ତି। ହେଲେ ପ୍ରକଳ୍ପର ଭବିଷ୍ୟତକୁ ନେଇ ସେ କୌଣସି ତଥ୍ୟ ଦେଇ ନ ଥିଲେ। ୨୦୧୪ ବାଘ ଗଣନା ରିପୋର୍ଟ ମୁତାବକ ସାତକୋଶିଆରେ ମାତ୍ର ଦୁଇଟି ବାଘ ଥିବା ଜଣାପଡ଼ିଥିଲା। ପରେ ସାତକୋଶିଆରେ ଗୋଟିଏ ବାଘୁଣୀ ଥିବା କଥା ବନ ବିଭାଗ ପକ୍ଷରୁ କୁହାଯାଇଥିଲା। କିନ୍ତୁ ବାଘୁଣୀର ସ୍ଥିତି ଏବେ କ’ଣ ସେ ନେଇ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଉନାହିଁ। ଏପରିକି ବାଘୁଣୀଟି ଗର୍ଭିଣୀ ଥିବା ମଧ୍ୟ ବନ ବିଭାଗ କହିଥିଲା। ହେଲେ ଏବେ ତାହାର ଅବସ୍ଥା କିପରି ରହିଛି ସେ ବିଷୟରେ କେହି ମୁହଁ ଖୋଲୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

ଶଙ୍ଖ ଚିହ୍ନ ପାଇଁ ଭୋଟ କର

ଅନୁଗୋଳ,୧୪।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ଇତିମଧ୍ୟରେ ଦଳ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ...

ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ ହେଉନି

ବଇଣ୍ଡା,୧୩।୪(ପରିକ୍ଷିତ ସାହୁ): କେତେକ ଉ.ପ୍ରା. ବିଦ୍ୟାଳୟରେ ଶିକ୍ଷାବିଭାଗ ପକ୍ଷରୁ ଅଷ୍ଟମ ଶ୍ରେଣୀ ଖୋଲାଯାଇଛି। ହେଲେ ଉକ୍ତ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ପାଇଁ ଆବଶ୍ୟକ ଶିକ୍ଷକ ନିଯୁକ୍ତ...

ଆଚରଣବିଧି ପରେ ନୂତନ ରାସ୍ତା ନିର୍ମାଣ, ଅସନ୍ତୋଷ

ବଇଣ୍ଡା,୧୨ା୪(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ସାନହୁଲାଠାରୁ ଭାୟା ମିଣ୍ଡୋଳ ଦେଇ ପାଇକସାହି ପର୍ଯ୍ୟନ୍ତ ଯାଇଥିବା ସାଢେ ୧୧ କି.ମି ପୂର୍ତ୍ତବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri