ଷ୍ଟାର୍କଙ୍କ ସ୍ବତନ୍ତ୍ର ରେକର୍ଡ

ଲଡର୍‌ସ,୩୦।୬- ମିଚେଲ ଷ୍ଟାର୍କଙ୍କ ଘାତକ ବୋଲିଂ ଯୋଗୁ ଅଷ୍ଟ୍ରେଲିଆ ଦଳ ଆଇକନିକ ଗ୍ରାଉଣ୍ଡରେ ଚିରପ୍ରତିଦ୍ୱନ୍ଦ୍ୱୀ ନ୍ୟୁଜିଲାଣ୍ଡକୁ ୮୬ ରନ୍‌ର ବୃହତ୍‌ ବ୍ୟବଧାନରେ ହରାଇ ଦେଇଛି। ମ୍ୟାଚ୍‌ରେ ୫ ଉଇକେଟ ନେବା ସହ ଷ୍ଟାର୍କ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ବିଶ୍ୱକପ୍‌ ଇତିହାସରେ ପ୍ରଥମ ବୋଲର ଭାବେ ୩ଥର ଗୋଟିଏ ଇନିଂସ୍‌ରେ ୫ ଉଇକେଟ ନେବାର ସଫଳତା ପାଇଛନ୍ତି। ୨୦୧୫ ବିଶ୍ୱକପ୍‌ରେ ଷ୍ଟାର୍କ ଅକ୍‌ଲାଣ୍ଡଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ଲିଗ୍‌ ମ୍ୟାଚ୍‌ରେ ୬ ଉଇକେଟ ନେଇଥିଲେ। ବିଶ୍ୱକପ୍‌ ଇତିହାସରେ ଏକ ନିର୍ଦ୍ଧିଷ୍ଟ ଦଳ ବିପକ୍ଷରେ ଦୁଇ ଥର ୫ ଉଇକେଟ ନେବାରେ ଷ୍ଟାର୍କ ଏକମାତ୍ର ବୋଲର। ଚଳିତ ବିଶ୍ୱକପ୍‌ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୫ ଉଇକେଟ ନେଇଥିଲେ। ଏଥିସହ ୨୪ ଉଇକେଟ ସହ ଷ୍ଟାର୍କ ଚଳିତ ବିଶ୍ୱକପ୍‌ରେ ସର୍ବାଧିକ ଉଇକେଟ ନେଇଥିବା ବୋଲର ହୋଇ ରହିଛନ୍ତି। ବିଶ୍ୱକପ୍‌ର ଦୁଇଟି ସଂସ୍କରଣରେ ସେ ମୋଟ ୪୬ ଉଇକେଟ ନେଇସାରିଛନ୍ତି। ଉଲ୍ଲେଖଥାଉ କି, ଅଷ୍ଟ୍ରେଲିଆ ପକ୍ଷରୁ ଧାର୍ଯ୍ୟ ୨୪୪ ରନ୍‌ର ବିଜୟ ଲକ୍ଷ୍ୟ ଆଗରେ ନ୍ୟୁଜିଲାଣ୍ଡ ୧୫୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲେ ଅଫ୍‌ ଯାଇପାରିବ କି ଚେନ୍ନାଇ ସୁପର କିଙ୍ଗ୍ସ: କ’ଣ କହୁଛି ସମୀକରଣ ଜାଣନ୍ତୁ

ଧର୍ମଶାଳା,୫।୫:ଆଇପିଏଲ୍‌ ୨୦୨୪ରେ ପ୍ଲେ ଅଫ ର ସମୀକରଣ ସ୍ପଷ୍ଟ ହେବାରେ ଲାଗିଛି। ରବିବାର ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଜାବ କିଙ୍ଗସକୁ ୨୮ ରନରେ ପରାସ୍ତ କରିଛି,...

୪୨ ବର୍ଷ ବୟସରେ ଏମିତି କାରନାମା କଲେ ଧୋନୀ

ଧର୍ମଶାଳା,୫।୫: ଯଦିଓ ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଖେଳାଳି ମହେନ୍ଦ୍ର ସିଂ ଧୋନୀ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଶୂନ୍ୟରେ ଆଉଟ୍‌ ହୋଇଥିଲେ ମଧ୍ୟ ଏହି ୪୨...

ପାଖାପାଖି ୧୧୦୦ ଦିନ ପରେ ପଞ୍ଜାବକୁ ଧୂଳି ଚଟେଇଲା ଚେନ୍ନାଇ

ଚେନ୍ନାଇ,୫।୫: ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଜାବ କିଙ୍ଗସକୁ ୨୮ ରନରେ ପରାସ୍ତ କରିଛି। ଚେନ୍ନାଇର ବିଜୟରେ ରବିନ୍ଦ୍ର ଜାଡେଜାଙ୍କ ତୀକ୍ଷ୍ଣ ବୋଲିଂରେ ଅନେକ ଅବଦାନ ରହିଛି।...

ବିରାଟ କୋହଲିଙ୍କୁ ଅରେଞ୍ଜ କ୍ୟାପ ପିନ୍ଧାଇଲେ ଦିନେଶ କାର୍ତ୍ତିକ, ଭିଡିଓ ସୃଷ୍ଟି କରୁଛି ହଇଚଇ

ନୂଆଦିଲ୍ଲୀ,୫।୫: ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିରାଟ କୋହଲି ଏବଂ ଦୀନେଶ କାର୍ତ୍ତିକ ପ୍ରଶଂସକଙ୍କୁ ଖୁସିର ମୁହୂର୍ତ୍ତ ଦେଇଛନ୍ତି। କୋହଲି...

ସାଥ୍‌ ଦେଉନି ଋତୁରାଜଙ୍କ ଭାଗ୍ୟ: ଏଥର୍‌ ବି ଫେଲ୍‌

ନୂଆଦିଲ୍ଲୀ,୫।୫: ନୂଆ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଋତୁରାଜ ଗାଇକୱାଡଙ୍କ ଭାଗ୍ୟ ଆଇପିଏଲ ୨୦୨୪ ରେ ବହୁତ ଖରାପ ହୋଇଛି। ସେ ବର୍ତ୍ତମାନ ପଞ୍ଜାବ କିଙ୍ଗ୍ସ...

ଯିଏ ଆଉଟ୍‌ କରିଥିଲେ, ତାଙ୍କୁ ବଡ଼ ଗିଫ୍ଟ ଦେଲେ କୋହଲି

ନୂଆଦିଲ୍ଲୀ,୫।୫: ଜଣେ ମହାନ ବ୍ୟାଟ୍ସମ୍ୟାନ ହେବା ବ୍ୟତୀତ ବିରାଟ କୋହଲି ମଧ୍ୟ ଜଣେ ବଡ଼ ହୃଦୟର ବ୍ୟକ୍ତି ଅଟନ୍ତି। କୋହଲି ତାଙ୍କ ଜର୍ସି ନୁର ଅହମ୍ମଦଙ୍କୁ...

ଟି -୨୦ ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଜାରି: ଏହି ଦିନ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍‌

ନୂଆଦିଲ୍ଲୀ,୫।୫: ଆଇସିସି ମହିଳା ଟି -୨୦ ବିଶ୍ୱକପ ୨୦୨୪ର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଏହି ଟୁର୍ନାମେଣ୍ଟ ବାଂଲାଦେଶରେ ଆୟୋଜିତ ହେବ। ଭାରତୀୟ ମହିଳା ଦଳକୁ ଗ୍ରୁପ...

ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା; ନିଲମ୍ବନ କଲା NADA

ନୂଆଦିଲ୍ଲୀ,୫।୫: ଭାରତୀୟ ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ନ୍ୟାଶନାଲ ଆଣ୍ଟିଂ ଡୋପିଂ ଏଜେନ୍ସି(ଏନ୍‌ଏଡିଏ) ଅସ୍ଥାୟୀ ଭାବେ ତାଙ୍କୁ ନିଲମ୍ବିତ କରିଛି। ସେ ମାର୍ଚ୍ଚରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri