ଶିଶୁପାଳଗଡ଼ ମହୋତ୍ସବର ତୃତୀୟ ସନ୍ଧ୍ୟା: ଋତୁରାଜଙ୍କ ସୁଫି ସଙ୍ଗୀତରେ ଝୁମିଲେ ଶ୍ରୋତା, ଆଜି ସରିବ

ଭୁବନେଶ୍ୱର(ବ୍ୟୁରୋ)/ ପୁରୁଣା ଭୁବନେଶ୍ୱର(ଡି.ଏନ୍‌.ଏ.), ୧୯।୧ – କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ) ପକ୍ଷରୁ ଆୟୋଜିତ ଶିଶୁପାଳଗଡ଼ ମହୋତ୍ସବର ଶନିବାର ଥିଲା ତୃତୀୟ ସନ୍ଧ୍ୟା। ପାଇକ ଆଖଡ଼ାରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ। ବାଳିକାମାନେ ଖଣ୍ଡା ଓ ଲାଠି ମାଧ୍ୟମରେ ଏହି ସମରକଳା ମାଧ୍ୟମରେ ସାହସିକତା ପରିଦର୍ଶନ କରିଥିଲେ। ପରେ ଶ୍ରୀ ଡ୍ୟାନ୍ସ ଇନ୍‌ଷ୍ଟିଚ୍ୟୁଟ୍‌ର ଛାତ୍ରୀଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ‘ରାମ ପାଦ ପୂଜା’ ଏବଂ ସୋନି ଡ୍ୟାନ୍ସ ଗ୍ରୁପର କଳାକାରଙ୍କ ଦ୍ୱାରା ‘ଗଣେଶ ବନ୍ଦନା’ ନୃତ୍ୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ସେହିଭଳି ନୃତ୍ୟ ନିର୍ଦ୍ଦେଶକ ହରିହର ଦାଶ ଓ ସାଥୀଙ୍କ ସୁରଜ୍‌ ହୁଆ ମଧ୍ୟମ୍‌, ଘୁଙ୍ଗୁର, ଏ ବଲମ ନୃତ୍ୟ ଦର୍ଶକଙ୍କୁ ବେଶ୍‌ ମନୋରଞ୍ଜନ ଯୋଗାଇଥିଲା। ଭିକି ଡ୍ୟାନ୍ସ ଗ୍ରୁପର କୁନି କଳାକାରମାନେ ନୃତ୍ୟ ମାଧ୍ୟମରେ ସର୍ଜିକାଲ ଷ୍ଟ୍ରାଇକ୍‌ ଓ ଶିଶୁ ଶ୍ରମିକ ନୃତ୍ୟ ମାଧ୍ୟମରେ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ। ସୋନି ଡ୍ୟାନ୍ସ ଗ୍ରୁପର କଳାକାରଙ୍କ ଚମତ୍କାର ଫାୟାର ଡ୍ୟାନ୍ସ କାର୍ଯ୍ୟକ୍ରମର ସ୍ବତନ୍ତ୍ର ଆକର୍ଷଣ ଥିଲା। ଏହାପରେ କଣ୍ଠଶିଳ୍ପୀ ଋତୁରାଜ ମହାନ୍ତିଙ୍କ ସୁଫି ସଙ୍ଗୀତ ନିଆରା ପରିବେଶ ସୃଷ୍ଟି କରିଥିଲା। ଛେୟାଁ ଛେୟାଁ…, ରମତା ଯୋଗୀ…, ଗଲିୟାଁ …, ଅଧୁରି ଜିନ୍ଦେଗି….. ଆଦି ଗୀତ ଗାଇ ଋତୁରାଜ ଶ୍ରୋତାଙ୍କୁ ଝୁମାଇଥିଲେ।
କାପୋକ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଯୋଗାଦେଇ ଓଡ଼ିଶାର ଇତିହାସ ସମ୍ପର୍କରେ କହିଥିଲେ। ଶିଶୁପାଳଗଡ଼ର ଇତିହାସ, ଖାରବେଳଙ୍କ ବୀରତ୍ୱ, ଉତ୍କଳୀୟ ସଂସ୍କୃତି ପରମ୍ପରାର ଅସ୍ମିତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସ୍ମରଣିକା ପ୍ରବନ୍ଧ ନାମ ‘ଶିଶୁପାଳଗଡ଼ ଦି ଲଷ୍ଟ ସିଟି’କୁ ପରିବର୍ତ୍ତନ କରି ‘ପ୍ରାଚୀନ ଗୌରବ’ କରାଇବା ପାଇଁ ମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ଅତିଥିଙ୍କ ସହ କାପୋକ ସମ୍ପାଦକ ଚିତ୍ତରଞ୍ଜନ ମହାନ୍ତି, ସହ ସମ୍ପାଦକ ରବୀନ୍ଦ୍ର ପାତ୍ର ପ୍ରମୁଖ ତୃତୀୟ ସନ୍ଧ୍ୟାକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସମସ୍ତ କଳାକାର ଓ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାପୋକର ସଭ୍ୟ ଭକ୍ତଭୂଷଣ ବାରିକ ଧନ୍ୟବାଦ ଦେଇଥିଲେ।

ଆଜି ସରିବ, ମିଳିବ ‘ଓଲିଉଡ୍‌ ସମ୍ମାନ’
ରବିବାର ମହୋତ୍ସବର ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହେବ। ସନ୍ଧ୍ୟାରେ ଓଡ଼ିଆ ଚଳଚ୍ଚିତ୍ର ଓ ଟିଭି ଧାରାବାହିକ କଳାକାରମାନଙ୍କ ପାଇଁ ସମର୍ପିତ ହେବ। ବିଜୟ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ପ୍ରଦ୍ୟୁମ୍ନ ଲେଙ୍କା, ବାବୁସାନ, ପପୁ ପମ୍‌ପମ୍‌, ସୋମେଶ୍‌, ଲିପ୍‌ସା ମିଶ୍ର, ଅନୁ ଚୌଧୁରୀ, ଏଲିନା ସାମନ୍ତରାୟ, ଶୁଭାଶିଷ ଶର୍ମା ପ୍ରମୁଖ ଯୋଗଦେବା ସହିତ ୩୫ରୁ ଅଧିକ କଳାକାରଙ୍କୁ ଶିଶୁପାଳଗଡ଼ ମହୋତ୍ସବରେ ‘ଓଲିଉଡ଼ ସମ୍ମାନ-୨୦୨୦’ ପ୍ରଦାନ କରାଯିବ ବୋଲି କାପୋକ୍‌ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?