ଶିଶୁପାଳଗଡ଼ ମହୋତ୍ସବର ତୃତୀୟ ସନ୍ଧ୍ୟା: ଋତୁରାଜଙ୍କ ସୁଫି ସଙ୍ଗୀତରେ ଝୁମିଲେ ଶ୍ରୋତା, ଆଜି ସରିବ

ଭୁବନେଶ୍ୱର(ବ୍ୟୁରୋ)/ ପୁରୁଣା ଭୁବନେଶ୍ୱର(ଡି.ଏନ୍‌.ଏ.), ୧୯।୧ – କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ) ପକ୍ଷରୁ ଆୟୋଜିତ ଶିଶୁପାଳଗଡ଼ ମହୋତ୍ସବର ଶନିବାର ଥିଲା ତୃତୀୟ ସନ୍ଧ୍ୟା। ପାଇକ ଆଖଡ଼ାରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ। ବାଳିକାମାନେ ଖଣ୍ଡା ଓ ଲାଠି ମାଧ୍ୟମରେ ଏହି ସମରକଳା ମାଧ୍ୟମରେ ସାହସିକତା ପରିଦର୍ଶନ କରିଥିଲେ। ପରେ ଶ୍ରୀ ଡ୍ୟାନ୍ସ ଇନ୍‌ଷ୍ଟିଚ୍ୟୁଟ୍‌ର ଛାତ୍ରୀଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ‘ରାମ ପାଦ ପୂଜା’ ଏବଂ ସୋନି ଡ୍ୟାନ୍ସ ଗ୍ରୁପର କଳାକାରଙ୍କ ଦ୍ୱାରା ‘ଗଣେଶ ବନ୍ଦନା’ ନୃତ୍ୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ସେହିଭଳି ନୃତ୍ୟ ନିର୍ଦ୍ଦେଶକ ହରିହର ଦାଶ ଓ ସାଥୀଙ୍କ ସୁରଜ୍‌ ହୁଆ ମଧ୍ୟମ୍‌, ଘୁଙ୍ଗୁର, ଏ ବଲମ ନୃତ୍ୟ ଦର୍ଶକଙ୍କୁ ବେଶ୍‌ ମନୋରଞ୍ଜନ ଯୋଗାଇଥିଲା। ଭିକି ଡ୍ୟାନ୍ସ ଗ୍ରୁପର କୁନି କଳାକାରମାନେ ନୃତ୍ୟ ମାଧ୍ୟମରେ ସର୍ଜିକାଲ ଷ୍ଟ୍ରାଇକ୍‌ ଓ ଶିଶୁ ଶ୍ରମିକ ନୃତ୍ୟ ମାଧ୍ୟମରେ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ। ସୋନି ଡ୍ୟାନ୍ସ ଗ୍ରୁପର କଳାକାରଙ୍କ ଚମତ୍କାର ଫାୟାର ଡ୍ୟାନ୍ସ କାର୍ଯ୍ୟକ୍ରମର ସ୍ବତନ୍ତ୍ର ଆକର୍ଷଣ ଥିଲା। ଏହାପରେ କଣ୍ଠଶିଳ୍ପୀ ଋତୁରାଜ ମହାନ୍ତିଙ୍କ ସୁଫି ସଙ୍ଗୀତ ନିଆରା ପରିବେଶ ସୃଷ୍ଟି କରିଥିଲା। ଛେୟାଁ ଛେୟାଁ…, ରମତା ଯୋଗୀ…, ଗଲିୟାଁ …, ଅଧୁରି ଜିନ୍ଦେଗି….. ଆଦି ଗୀତ ଗାଇ ଋତୁରାଜ ଶ୍ରୋତାଙ୍କୁ ଝୁମାଇଥିଲେ।
କାପୋକ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଯୋଗାଦେଇ ଓଡ଼ିଶାର ଇତିହାସ ସମ୍ପର୍କରେ କହିଥିଲେ। ଶିଶୁପାଳଗଡ଼ର ଇତିହାସ, ଖାରବେଳଙ୍କ ବୀରତ୍ୱ, ଉତ୍କଳୀୟ ସଂସ୍କୃତି ପରମ୍ପରାର ଅସ୍ମିତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସ୍ମରଣିକା ପ୍ରବନ୍ଧ ନାମ ‘ଶିଶୁପାଳଗଡ଼ ଦି ଲଷ୍ଟ ସିଟି’କୁ ପରିବର୍ତ୍ତନ କରି ‘ପ୍ରାଚୀନ ଗୌରବ’ କରାଇବା ପାଇଁ ମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ଅତିଥିଙ୍କ ସହ କାପୋକ ସମ୍ପାଦକ ଚିତ୍ତରଞ୍ଜନ ମହାନ୍ତି, ସହ ସମ୍ପାଦକ ରବୀନ୍ଦ୍ର ପାତ୍ର ପ୍ରମୁଖ ତୃତୀୟ ସନ୍ଧ୍ୟାକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସମସ୍ତ କଳାକାର ଓ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାପୋକର ସଭ୍ୟ ଭକ୍ତଭୂଷଣ ବାରିକ ଧନ୍ୟବାଦ ଦେଇଥିଲେ।

ଆଜି ସରିବ, ମିଳିବ ‘ଓଲିଉଡ୍‌ ସମ୍ମାନ’
ରବିବାର ମହୋତ୍ସବର ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହେବ। ସନ୍ଧ୍ୟାରେ ଓଡ଼ିଆ ଚଳଚ୍ଚିତ୍ର ଓ ଟିଭି ଧାରାବାହିକ କଳାକାରମାନଙ୍କ ପାଇଁ ସମର୍ପିତ ହେବ। ବିଜୟ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ପ୍ରଦ୍ୟୁମ୍ନ ଲେଙ୍କା, ବାବୁସାନ, ପପୁ ପମ୍‌ପମ୍‌, ସୋମେଶ୍‌, ଲିପ୍‌ସା ମିଶ୍ର, ଅନୁ ଚୌଧୁରୀ, ଏଲିନା ସାମନ୍ତରାୟ, ଶୁଭାଶିଷ ଶର୍ମା ପ୍ରମୁଖ ଯୋଗଦେବା ସହିତ ୩୫ରୁ ଅଧିକ କଳାକାରଙ୍କୁ ଶିଶୁପାଳଗଡ଼ ମହୋତ୍ସବରେ ‘ଓଲିଉଡ଼ ସମ୍ମାନ-୨୦୨୦’ ପ୍ରଦାନ କରାଯିବ ବୋଲି କାପୋକ୍‌ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri