ଶାରଳା ମନ୍ଦିର ସେବାୟତଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଅଭିଯୁକ୍ତଙ୍କୁ ଗିରଫ କରିପାରୁନି ପୋଲିସ

ଜଗତ୍‌ସିଂହପୁର ଅଫିସ୍‌,୨୨ା୧:କନକପୁରସ୍ଥିତ ମା’ଶାରଳା ମନ୍ଦିରର ସେବାୟତ ତଥା କନକପୁର ଦେଉଳୀ ଗ୍ରାମର ତ୍ରିଲୋଚନ ରାଉଳ(ଗୁଲା)ଙ୍କୁ ରବିବାର ୩ଜଣ ମରଣାନ୍ତକ ଆକ୍ରମଣ କରିଥିଲେ। ସେମାନେ ହେଲେ ତିର୍ତ୍ତୋଲ ଥାନା ଓକଲାର ସୁଶାନ୍ତ ରାଉଳ, କନକପୁର ଶାସନର ପ୍ରଶାନ୍ତ ରାଉଳ ଓ କୁଟିଲୋ ଗ୍ରାମ ଦୟାନ୍ଦପୁରର ରାକେଶ ନାୟକ (ଶଙ୍କରା)। ପୋଲିସ ଆକ୍ରମଣ ଦିନ ପ୍ରଶାନ୍ତଙ୍କୁ ଗିରଫ କରିଥିବାବେଳେ ସୁଶାନ୍ତ ଓ ରାକେଶଙ୍କୁ ଏ ପର୍ଯ୍ୟନ୍ତ ଧରିପାରୁନି। ସେମାନେ ଓକଲା ଓ ଜଗତ୍‌ସିଂହପୁରରେ ବୁଲୁଥିବା କୁହାଯାଉଥିବା ବେଳେ ପୋଲିସ ଗିରଫ କରି ନ ପାରିବା ଆଲୋଚନାର ବିଷୟ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ ନ କରିବା ପାଇଁ ରାଜନୈତିକ ଚାପ ପଡୁଥିବାରୁ ପୋଲିସ ନୀରବ ରହୁଥିବା ଚର୍ଚ୍ଚା ଚାଲିଛି। ଅନ୍ୟପଟେ ତ୍ରିଲୋଚନଙ୍କୁ ସେମାନେ କାହିଁକି ଆକ୍ରମଣ କରିଥିଲେ ତା’ଉପରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। କୁହାଯାଉଛି, ଶାରଳା ମନ୍ଦିର ପରିସରରେ ଭୋଗ ଓ ଦୀପ ଦୋକାନ କରିଥିବା ବ୍ୟକ୍ତିମାନେ କିସ୍ତି ଟଙ୍କା ଦେଉ ନ ଥିବାରୁ ମନ୍ଦିର ରାଜସ୍ବ ହାନିକୁ ନେଇ ତ୍ରିଲୋଚନ ସ୍ବର ଉଠାଉଥିଲେ। ଏହି ରାଗ ସମେତ ନିକଟରେ ଶାରଳା ହାଟରେ ଜୁଆ ଖେଳୁଥିବାବେଳେ ଭୋଗ ଦୋକାନୀ ରମେଶ ରାଉଳ ଗିରଫ ହେବା ଘଟଣା ଅଭିଯୁକ୍ତଙ୍କୁ ରକ୍ତମୁଖା କରି ଦେଇଥିଲା। କାରଣ ଜୁଆଖେଳ ସମ୍ପର୍କରେ ପୋଲିସକୁ ଗୁଲା ଖବର ଦେଇଥିବାରୁ ଅଭିଯୁକ୍ତମାନେ ତାଙ୍କୁ ଆକ୍ରମଣ କରିଥିବା କୁହାଯାଉଛି। ଏସମ୍ପର୍କରେ ତିର୍ତ୍ତୋଲ ଆଇଆଇସି କୃଷ୍ଣପ୍ରସାଦ ମିଶ୍ର କହିଛନ୍ତି, ଶାରଳା ହାଟରେ ଜୁଆ ଖେଳ ଚାଲିଥିବା ସମ୍ପର୍କିତ ସୂଚନା ତ୍ରିଲୋଚନ ଦେଇ ନ ଥିଲେ। କିନ୍ତୁ ଅଭିଯୁକ୍ତମାନେ ତାଙ୍କ ଉପରେ ସନ୍ଦେହ କରି ଆକ୍ରମଣ କରିଛନ୍ତି। କେହି ପୋଲିସକୁ ସୂଚନା ଦେଲେ ତାଙ୍କ ଉପରେ ଆକ୍ରମଣ ହେବା ଆଇନ ବ୍ୟବସ୍ଥା ପ୍ରତି ଚ୍ୟାଲେଞ୍ଜ। ତେଣୁ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନିଆଯାଇଥିବା ଆଇଆଇସି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ବୃଦ୍ଧଙ୍କୁ ଠେଙ୍ଗାରେ ମାଡ଼, ରକ୍ଷା କରିବାକୁ ଆସି ଆକ୍ରମଣର ଶିକାର ହେଲେ ଦିବ୍ୟାଙ୍ଗ ଝିଅ, ପଡ଼ୋଶୀଙ୍କ ନାମରେ…

ଦିଗପହଣ୍ଡି, ୨୭।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ବଳରାମ ନଗରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର…

ଖଣି ଉତ୍ତୋଳନ ପ୍ରତିବାଦ ଦିବସ: ସେରୁବନ୍ଧ ସୁରକ୍ଷା ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୭ ଦଫା ଦାବିପତ୍ର ପ୍ରଦାନ

ପଟ୍ଟାଙ୍ଗି, ୨୭।୧୦(ଶରତ କୁମାର ଧଳ): ସାରା ରାଜ୍ୟରେ ‘ଖଣି ଉତ୍ତୋଳନ ପ୍ରତିବାଦ ଦିବସ’ ପାଳନ ହେଉଥିବା ଅବସରରେ, କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ର ସେରୁବନ୍ଧ ସୁରକ୍ଷା ସମିତି…

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପରେ ବି ବଦଳିନି ଭାଗ୍ୟ: ଗୁଡ଼ାରିରେ ପୋଲ ନଥିବାରୁ ନାଳରେ ବୁହାହେଲେ ରୋଗୀ

ଗୁଡ଼ାରି, ୨୭।୧୦ (ପ୍ରମୋଦ କୁମାର ପତି): ଆଜିର ଆଧୁନିକ ଯୁଗରେ ବି ଗାଁକୁ ରାସ୍ତା ଓ ପୋଲ ନଥିବାରୁ ଜରୁରୀ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ। ରାୟଗଡ଼ା…

କାର୍ଯ୍ୟରତ ବିଦ୍ୟୁତ୍ କର୍ମଚାରୀଙ୍କ ଅସୁସ୍ଥତା ପରେ ମୃତ୍ୟୁ: ଟାଟା ପାୱାର ଅଫିସ୍ ଆଗରେ ମୃତଦେହ ରଖି ରାସ୍ତାରୋକ, କ୍ଷତିପୂରଣ ଦାବି

ମାର୍ଶାଘାଇ, ୨୭।୧୦ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଟାଟା ପାୱାର କମ୍ପାନୀର ଫ୍ରାଞ୍ଚାଇଜି ସଂସ୍ଥା ଅଧୀନରେ…

ନଭେମ୍ୱରରେ ଏହି ୪ ରାଶିଙ୍କ ଗୋଲଡେନ ଟାଇମ୍‌ ଆରମ୍ଭ; ମିଳିବ ପ୍ରଚୁର ଧନ, ନୂଆ ଚାକିରିର ଅଫର୍‌

ନଭେମ୍ୱର ମାସର ଆରମ୍ଭରେ ବୃହସ୍ପତି ସିଂହ ରାଶିରେ ବିରାଜମାନ ରହିବେ। ଏହା ସହିତ ଶୁକ୍ର ବକ୍ରୀ ହୋଇ କନ୍ୟା ରାଶିକୁ ଗୋଚର କରିବା ଏବଂ ବୁଧ ତୁଳା…

୩୦ ପରେ ଖୋଲିବ କଳିଙ୍ଗା ଘାଟି ରାସ୍ତା: ବାତ୍ୟା ଭୟ ମଧ୍ୟରେ ଆଶ୍ରୟସ୍ଥଳୀରେ ଲୋକଙ୍କୁ ଖାଦ୍ୟ ପରଶିଲେ ଉପଜିଲାପାଳ

ଭଞ୍ଜନଗର, ୨୭।୧୦(ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ଏବଂ ପ୍ରବଳ ବର୍ଷାଜନିତ ଭୂସ୍ଖଳନ ଆଶଙ୍କାକୁ ଦୃଷ୍ଟିରେ ରଖି ଗଞ୍ଜାମ ଓ କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟି ରାସ୍ତା…

ମିଶନ ଶକ୍ତି ଓ ଓଡ଼ିଶା ରାଇଜିଂ ଫାଉଣ୍ଡେସନ ମଧ୍ୟରେ MOU: କଳାହାଣ୍ଡିର ଏସଏଚଜି ମହିଳା ପାଇବେ ଆର୍ଥିକ ସାକ୍ଷରତା ପ୍ରଶିକ୍ଷଣ

ଭବାନୀପାଟଣା, ୨୭/୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ସ୍ୱୟଂ ସହାୟକ ଗୋଷ୍ଠୀ (SHG) ମହିଳାମାନଙ୍କୁ ଆର୍ଥିକ ସ୍ତରରେ ସଶକ୍ତ ଓ ସାକ୍ଷର କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ…

ବାତ୍ୟା ‘ଅର୍ଣ୍ଣବ’ ସତର୍କତା: ଗୁଡ଼ାରି ‘ମା’ ଗୃହ’ରେ ୧୯ ଗର୍ଭବତୀ, ପ୍ରଶାସନର ‘ଜିରୋ କାଜୁଆଲଟି’…

ଗୁଡ଼ାରି, ୨୭।୧୦(ପ୍ରମୋଦ କୁମାର ପତି): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରକୋପକୁ ଦୃଷ୍ଟିରେ ରଖି ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?