Posted inଫୁରସତ

ଲୋରି ଅଗ୍ନିରେ କାହିଁକି ପକାଯାଏ ରାଶି ଓ ବାଦାମ୍‌

ପୂର୍ବ-ଉତ୍ତର ଭାରତରେ ସୋମବାର ଆଡ଼ମ୍ବରରେ ଲୋରି ପର୍ବ ପାଳନ କରାଯାଇଛି। ଜାନୁୟାରୀ ୧୩ରେ ପଞ୍ଜାବ ଓ ହରିୟାଣାରେ ଏହି ପର୍ବ ପାଳନ କରାଯାଉଛି। ଲୋକମାନେ ବେଶ୍‌ ଉତ୍ସାହର ସହ ଏହି ପର୍ବକୁ ପାଳନ କରୁଥିବା ବେଳେ ପ୍ରଥମେ ନିଜ ସମ୍ପର୍କୀୟଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇବା ସହ ବରିଷ୍ଠଙ୍କଠାରୁ ଆଶୀର୍ବାଦ ନେଇଥାନ୍ତି। ଏହାପରେ ସନ୍ଧ୍ୟାରେ ଖୋଲାସ୍ଥାନରେ ଲୋରି ଜଳାଇଥାନ୍ତି। ଏହି ପବିତ୍ର ଅଗ୍ନିରେ ବାଦାମ, ଲଡୁ ଓ ରାଶିକୁ ସମର୍ପିତ କରି ଏହାର ଚାରିପଟେ ପରିକ୍ରମା କରିଥାନ୍ତି। ଏହାପରେ ନାଚଗୀତର ଆସର ଜମିଥାଏ। ତେବେ ଏହିସବୁକୁ ଅଗ୍ନିରେ ପକାଇବା ପଛରେ ବି କିଛି କାରଣ ରହିଛି।


* ଲୋରିର ପର୍ବ ଫସଲ ବୁଣିବା ଓ ଅମଳ କରିବା ସହ ଜଡିତ। ଲୋରି ଅଗ୍ନିରେ ରବି ଫସଲରେ ଅମଳ ହୋଇଥିବା ରାଶି, ରେବଡି, ବାଦାମ, ଗୁଡର ଲଡୁକୁ ସମର୍ପଣ କରାଯାଇଥାଏ। କାରଣ ଚଳିତବର୍ଷର ଫସଲ ସୂର୍ଯ୍ୟ ଓ ଅଗ୍ନି ଦେବତାଙ୍କ ଦୟାରୁ ଭଲ ହୋଇଛି ବୋଲି ସେମାନେ ତାଙ୍କୁ ଏହି ଜରିଆରେ କୃତଜ୍ଞତା ଜଣାଇଥାନ୍ତି।


* ସେହିପରି ଏହି ପର୍ବ ପଛରେ ଧାର୍ମିକ ମାନ୍ୟତା ମଧ୍ୟ ରହିଛି। କୁହାଯାଏ ଯେତେବେଳେ ଦେବୀ ସତୀଙ୍କ ବାପା ରାଜା ଦକ୍ଷ ପ୍ରଜାପତି ଏକ ମହାଯଜ୍ଞ ଅନୁଷ୍ଠିତ କରିଥିଲେ, ସେତେବେଳେ ଭଗବାନ ଶିବଙ୍କ ବିନା ଅନୁମତିରେ ସତୀ ସେଠାକୁ ଚାଲିଯାଇଥିଲେ। ହେଲେ ନିଜ ଝିଅକୁ ସ୍ବାଗତ କରିବା ପରିବର୍ତ୍ତେ ଦକ୍ଷରାଜା ତାଙ୍କୁ ଓ ତାଙ୍କ ସ୍ବାମୀ ମହାଦେବଙ୍କୁ ଅପମାନିତ କରିଥିଲେ। ଏହି ଅପମାନରେ କ୍ରୋଧିତ ହୋଇ ଦେବୀ ସତୀ ନିଜକୁ ଯଜ୍ଞ କୁଣ୍ଡରେ ଦାହ କରିଥିଲେ।


* ଦେବୀ ସତୀଙ୍କ ଆତ୍ମଦାହ ପରେ ଭଗବାନ ଶିବ ଦକ୍ଷ ପ୍ରଜାପତିଙ୍କୁ କଠୋର ଦଣ୍ଡ ଦେଇଥିଲେ। ଏହାପରେ ଦକ୍ଷରାଜା ନିଜର ଭୁଲ୍‌ ପାଇଁ ପଶ୍ଚାତ୍ତାପ କରିବା ସହ ଶିବଙ୍କୁ କ୍ଷମା ମାଗିଥିଲେ। ଯେତେବେଳେ ସତୀଙ୍କର ପାର୍ବତୀ ରୂପରେ ପୁନର୍ଜନ୍ମ ହୋଇଥିଲା, ସେତେବେଳେ ଏହି ଲୋରି ଅବସରରେ ସେ ପାର୍ବତୀଙ୍କୁ ତାଙ୍କ ଶ୍ୱଶୁରଘରକୁ ଉପହାର ସ୍ବରୂପ ଦେଇଥିଲେ। ସେହି ସମୟରୁ ଏହି ପର୍ବରେ ନବବିବାହିତାଙ୍କୁ ତାଙ୍କ ବାପଘରୁ ବସ୍ତ୍ର ଓ ଉପହାର ମିଳିଥାଏ। ଆଉ ନବବିବାହିତା ଯୋଡି ଏହି ଅଗ୍ନିର ପରିକ୍ରମା କରି ଦାମ୍ପତ୍ୟ ଜୀବନ ଖୁସି ପାଇଁ କାମନା କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ଭଡ଼ା ଘରୁ ମିଳିଲା CDA ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍ ନୋଟ୍‌କୁ ନେଇ ବଢ଼ିଲା…

ବାଲେଶ୍ୱର,୧୭। ୭(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ…

ପୁଣି ଖାକିରେ ଦାଗ: ମହିଳାଙ୍କୁ ପ୍ରତାରଣା-ବଳାତ୍କାର ଅଭିଯୋଗରେ ପୋଲିସ ଓଏଏସଆଇ ଗୌରାଙ୍ଗ ବେହେରା ଗିରଫ

ଛତ୍ରପୁର, ୧୭।୭(ଦିଲ୍ଲୀପ ସାମଲ): ପୁଣି ଥରେ ଖାକି ପୋଷାକରେ ଲାଗିଛି ଦାଗ। ଜଣେ ମହିଳାଙ୍କ ଇଚ୍ଛା ବିରୋଧରେ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଏବଂ ପ୍ରତାରଣା କରିବା…

ଘରେ ଏକୁଟିଆ ଦେଖି ଜବରଦସ୍ତି ଉଠାଇ ନେଇ ୮ ବର୍ଷର ନାବାଳିକାକୁ ବଳାତ୍କାର: ଅଭିଯୁକ୍ତ କୁଶୁନୁ ମୁଣ୍ଡାଙ୍କୁ…

ପାଟଣା,୧୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାକୁ ବଳାତ୍କାର କରାଯାଇଥିବା ନେଇ ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି।…

ଦେଶୀ ମଦ କାରବାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୧୭ା୭ (ମନ୍ମଥ ମିଶ୍ର): ଅଡବା ଥାନା ପୋଲିସ ଗମ୍ଭାରିଗାଁ ଗ୍ରାମରେ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି କରିବା ବିରୋଧରେ ଚଢ଼ାଉ କରି ୨ଙ୍କୁ ଗିରଫ…

କିମ୍ବଦନ୍ତୀ କ୍ରିକେଟର ସାର୍ ଗ୍ୟାରୀ ସୋବର୍ସଙ୍କ ପରଲୋକ, କ୍ରିକେଟ୍ ଜଗତରେ ଶୋକର ଛାୟା

ବ୍ରିଜ୍‌ଟାଉନ୍,୧୭।୭: ବିଶ୍ୱ କ୍ରିକେଟ୍ ଇତିହାସର ମହାନତମ ଅଲରାଉଣ୍ଡର ତଥା ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଧିନାୟକ ସାର୍ ଗାରଫିଲ୍ଡ ସୋବର୍ସ (Garry Sobers)ଙ୍କ ପରଲୋକ ହୋଇଯାଇଛି। ୮୯ ବର୍ଷ ବୟସରେ…

ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତ କାର୍ଯ୍ୟକ୍ରମକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି, ସ୍ଥିତି ପରଖିଲେ ଜିଲାପାଳ, ଏସ.ପି

ଦିଗପହଣ୍ଡି,୧୭|୭(ଅଶେଷ ନାଥ ମିଶ୍ର) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ମ ପସ୍ରବଣ ତପ୍ତପାଣି ପରିଦର୍ଶନ କାର୍ଯ୍ୟକ୍ରମ କୁ ଦୃଷ୍ଟିରେ ରଖି…

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ: ଭାଜପା ସାମିଲ ହେଲେ ଗୁଡାରି ବ୍ଲକ ଅଧ୍ୟକ୍ଷ, ସମୀକରଣ ଉପରେ…

ଗୁଡାରି, ୧୭।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ଶବର ଶୁକ୍ରବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ଭାଜପା)ରେ ସାମିଲ…

ଖରିଫ ଚାଷ ପାଇଁ ୨୪ରେ ଛଡ଼ାଯିବ ପାଣି, ଘୋଡ଼ାହାଡ଼ ଡ୍ୟାମରେ ହେଲା ବୃଷ୍ଟିଯଜ୍ଞ

ଦିଗପହଣ୍ଡି, ୧୭ା୭ (ଅଶେଷ ନାଥ ମିଶ୍ର): ଖରିଫ ଧାନ ଚାଷ ନିମନ୍ତେ ଚଳିତ ବର୍ଷ ମଧ୍ୟ ଦିଗପହଣ୍ଡି ବ୍ଲକ୍‌ ଖମାରି ଗାଁ ନିକଟରେ ଥିବା ଘୋଡ଼ାହାଡ଼ ଡ୍ୟାମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri