Posted inଫୁରସତ

ଲୋରି ଅଗ୍ନିରେ କାହିଁକି ପକାଯାଏ ରାଶି ଓ ବାଦାମ୍‌

ପୂର୍ବ-ଉତ୍ତର ଭାରତରେ ସୋମବାର ଆଡ଼ମ୍ବରରେ ଲୋରି ପର୍ବ ପାଳନ କରାଯାଇଛି। ଜାନୁୟାରୀ ୧୩ରେ ପଞ୍ଜାବ ଓ ହରିୟାଣାରେ ଏହି ପର୍ବ ପାଳନ କରାଯାଉଛି। ଲୋକମାନେ ବେଶ୍‌ ଉତ୍ସାହର ସହ ଏହି ପର୍ବକୁ ପାଳନ କରୁଥିବା ବେଳେ ପ୍ରଥମେ ନିଜ ସମ୍ପର୍କୀୟଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇବା ସହ ବରିଷ୍ଠଙ୍କଠାରୁ ଆଶୀର୍ବାଦ ନେଇଥାନ୍ତି। ଏହାପରେ ସନ୍ଧ୍ୟାରେ ଖୋଲାସ୍ଥାନରେ ଲୋରି ଜଳାଇଥାନ୍ତି। ଏହି ପବିତ୍ର ଅଗ୍ନିରେ ବାଦାମ, ଲଡୁ ଓ ରାଶିକୁ ସମର୍ପିତ କରି ଏହାର ଚାରିପଟେ ପରିକ୍ରମା କରିଥାନ୍ତି। ଏହାପରେ ନାଚଗୀତର ଆସର ଜମିଥାଏ। ତେବେ ଏହିସବୁକୁ ଅଗ୍ନିରେ ପକାଇବା ପଛରେ ବି କିଛି କାରଣ ରହିଛି।


* ଲୋରିର ପର୍ବ ଫସଲ ବୁଣିବା ଓ ଅମଳ କରିବା ସହ ଜଡିତ। ଲୋରି ଅଗ୍ନିରେ ରବି ଫସଲରେ ଅମଳ ହୋଇଥିବା ରାଶି, ରେବଡି, ବାଦାମ, ଗୁଡର ଲଡୁକୁ ସମର୍ପଣ କରାଯାଇଥାଏ। କାରଣ ଚଳିତବର୍ଷର ଫସଲ ସୂର୍ଯ୍ୟ ଓ ଅଗ୍ନି ଦେବତାଙ୍କ ଦୟାରୁ ଭଲ ହୋଇଛି ବୋଲି ସେମାନେ ତାଙ୍କୁ ଏହି ଜରିଆରେ କୃତଜ୍ଞତା ଜଣାଇଥାନ୍ତି।


* ସେହିପରି ଏହି ପର୍ବ ପଛରେ ଧାର୍ମିକ ମାନ୍ୟତା ମଧ୍ୟ ରହିଛି। କୁହାଯାଏ ଯେତେବେଳେ ଦେବୀ ସତୀଙ୍କ ବାପା ରାଜା ଦକ୍ଷ ପ୍ରଜାପତି ଏକ ମହାଯଜ୍ଞ ଅନୁଷ୍ଠିତ କରିଥିଲେ, ସେତେବେଳେ ଭଗବାନ ଶିବଙ୍କ ବିନା ଅନୁମତିରେ ସତୀ ସେଠାକୁ ଚାଲିଯାଇଥିଲେ। ହେଲେ ନିଜ ଝିଅକୁ ସ୍ବାଗତ କରିବା ପରିବର୍ତ୍ତେ ଦକ୍ଷରାଜା ତାଙ୍କୁ ଓ ତାଙ୍କ ସ୍ବାମୀ ମହାଦେବଙ୍କୁ ଅପମାନିତ କରିଥିଲେ। ଏହି ଅପମାନରେ କ୍ରୋଧିତ ହୋଇ ଦେବୀ ସତୀ ନିଜକୁ ଯଜ୍ଞ କୁଣ୍ଡରେ ଦାହ କରିଥିଲେ।


* ଦେବୀ ସତୀଙ୍କ ଆତ୍ମଦାହ ପରେ ଭଗବାନ ଶିବ ଦକ୍ଷ ପ୍ରଜାପତିଙ୍କୁ କଠୋର ଦଣ୍ଡ ଦେଇଥିଲେ। ଏହାପରେ ଦକ୍ଷରାଜା ନିଜର ଭୁଲ୍‌ ପାଇଁ ପଶ୍ଚାତ୍ତାପ କରିବା ସହ ଶିବଙ୍କୁ କ୍ଷମା ମାଗିଥିଲେ। ଯେତେବେଳେ ସତୀଙ୍କର ପାର୍ବତୀ ରୂପରେ ପୁନର୍ଜନ୍ମ ହୋଇଥିଲା, ସେତେବେଳେ ଏହି ଲୋରି ଅବସରରେ ସେ ପାର୍ବତୀଙ୍କୁ ତାଙ୍କ ଶ୍ୱଶୁରଘରକୁ ଉପହାର ସ୍ବରୂପ ଦେଇଥିଲେ। ସେହି ସମୟରୁ ଏହି ପର୍ବରେ ନବବିବାହିତାଙ୍କୁ ତାଙ୍କ ବାପଘରୁ ବସ୍ତ୍ର ଓ ଉପହାର ମିଳିଥାଏ। ଆଉ ନବବିବାହିତା ଯୋଡି ଏହି ଅଗ୍ନିର ପରିକ୍ରମା କରି ଦାମ୍ପତ୍ୟ ଜୀବନ ଖୁସି ପାଇଁ କାମନା କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri