Posted inଖେଳ

ଲିଜେଣ୍ଡ୍ସ ମ୍ୟାଚ ଖେଳିବେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, ୪।୮ (କ୍ରୀଡ଼ା ପ୍ରତିନିଧି):୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପର ୭ମ ସଂସ୍କରଣ ଆସନ୍ତା ଅକ୍ଟୋବର ୧୧ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ମ୍ୟାଚ ଗୁଡ଼ିକ ଭୁବନେଶ୍ୱର ସମେତ ୩ଟି ଭେନ୍ୟୁରେ ଖେଳାଯିବ। ଏହାର ଟିକେଟ ଲଞ୍ଚ୍‌ କାର୍ଯ୍ୟକ୍ରମ ଶୁକ୍ରବାର ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଏହି ଅବସରରେ ଏକ ଲିଜେଣ୍ଡ୍ସ ମ୍ୟାଚ ମଧ୍ୟ ଆୟୋଜନ ହେବ। ଏଥିରେ ଦେଶର ଖ୍ୟାତନାମା ଫୁଟବଲ ଖେଳାଳିମାନେ ଅଂଶଗ୍ରହଣ କରିବେ। ଲିଜେଣ୍ଡ୍ସ ମ୍ୟାଚରେ ଖେଳିବା ସହ ଟିକେଟ ଲଞ୍ଚ୍‌ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ପୂର୍ବତନ ଭାରତୀୟ ମହିଳା ଫୁଟବଲ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କୁ ଫିଫା ପକ୍ଷରୁ ନିମନ୍ତ୍ରଣ କରାଯାଇଛି। ଫିଫା ନିମନ୍ତ୍ରଣ ପାଇବା ପରେ ସ୍ବାଭାବିକଭାବେ ଉଲ୍ଲସିତ ହୋଇଛନ୍ତି ଶ୍ରଦ୍ଧାଞ୍ଜଳି। ଫିଫାର ଲିଜେଣ୍ଡ୍ସ ତାଲିକାରେ ଜଣେ ଓଡ଼ିଆ ଝିଅ ସାମିଲ ହୋଇଥିବାରୁ ରାଜ୍ୟ କ୍ରୀଡ଼ା ମହଲରେ ମଧ୍ୟ ଆନନ୍ଦ ପ୍ରକାଶ ପାଇଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଟିକେଟ ଲଞ୍ଚ୍‌ କାର୍ଯ୍ୟକ୍ରମରେ ଯୋଗଦେବା ସହ ଲିଜେଣ୍ଡ୍ସ ମ୍ୟାଚ ସମୟରେ ଉପସ୍ଥିତ ରହିବେ ବୋଲି ଜଣାଯାଇଛି। ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ ପାଇଁ ଭୁବନେଶ୍ୱର ଭେନ୍ୟୁ ହୋଇଥିବାରୁ ରାଜ୍ୟ ଫୁଟବଲ ଖେଳାଳିଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସହିତ ମାର୍ଗାଓର ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମ ଏବଂ ନଭି ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ମ୍ୟାଚ ଗୁଡ଼ିକ ଅନୁଷ୍ଠିତ ହେବ। ଭାରତ, ଆମେରିକା, ମରକ୍କୋ ଓ ବ୍ରାଜିଲ ସାମିଲ ଥିବା ଗ୍ରୁପ୍‌ ‘ଏ’ ମ୍ୟାଚ ଭୁବନେଶ୍ୱରରେ ଅନୁଷ୍ଠିତ ହେବ।
ପ୍ରକାଶ ଯୋଗ୍ୟ ଯେ, ୧୯୯୨ରେ ଓଡ଼ିଶାରେ ପ୍ରଥମଥରପାଇଁ ମହିଳା ଫୁଟବଲ ଆରମ୍ଭ ହେବାବେଳେ ଶ୍ରଦ୍ଧାଞ୍ଜଳି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଗତ ୩୦ ବର୍ଷ ହେଲା ସେ ନିରବଚ୍ଛିନ୍ନଭାବେ ମହିଳା ଫୁଟବଲ ସହ ଜଡ଼ିତ ଅଛନ୍ତି। ଖେଳାଳିଭାବେ ସେ ଜାତୀୟ ଦଳର ଅଧିନାୟିକା ଦାୟିତ୍ୱ ତୁଲାଇବାପରେ ଜାତୀୟ ଓ ରାଜ୍ୟ ଦଳର କୋଚ୍‌ ଏବଂ ଚୟନକର୍ତ୍ତା ଦାୟିତ୍ୱକୁ ସୁଚାରୁରୂପେ ତୁଲାଇବାରେ ସକ୍ଷମ ହୋଇଛନ୍ତି। ଲିଜେଣ୍ଡ୍ସ ମ୍ୟାଚ ପାଇଁ ଖେଳିବା ସୁଯୋଗ ପାଇଥିବାରୁ ସେ ନିଜ ବୃତ୍ତିଗତ ସଂସ୍ଥା ନାଲ୍‌କୋ, ରାଜ୍ୟ ସରକାର, ସର୍ବଭାରତୀୟ ଫୁଟବଲ ଫେଡେରେଶନ ଏବଂ ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନା ଅନୁସାରେ ଲିଜେଣ୍ଡ୍ସ ମ୍ୟାଚ ପାଇଁ ଶ୍ରଦ୍ଧାଞ୍ଜଳିଙ୍କ ସମେତ ବାଲା ଦେବୀ, ଗୁରପ୍ରୀତ ସିଂ ସାନ୍ଧୁ, ଆଶାଲତା ଦେବୀ, ଜେଜେ ଲାଲପେଖଲୁଆ, ବାଇଚୁଙ୍ଗ ଭୂତିଆ, ମେମୋଲ ରକି, ଜୋ ପଲ୍‌, ଲିଣ୍ଡସେ ତାରପ୍ଲେ, ଅଦିତି ଚୌହାନ, ସୁନୀଲ ଛେତ୍ରୀ, ବେମ୍‌ବେମ୍‌ ଦେବୀ, ମେହରାଜୁଦ୍ଦିନ ଓ୍ବାଡୋ, ବ୍ରୁନୋ କୌଟିନୋ, ସନ୍ତୋଷ, ରେନେଡି ସିଂ, ଆଇ.ଏମ୍‌. ବିଜୟନ ପ୍ରମୁଖଙ୍କୁ ଫିଫା ପକ୍ଷରୁ ଡାକରା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସାଥୀ କ୍ରିକେଟର୍‌ଙ୍କ ଭଉଣୀଙ୍କୁ ମନ ଦେଇ ବସିଥିଲେ ହିଟ୍‌ମ୍ୟାନ୍‌

ଭାରତୀୟ କ୍ରିକେଟ ଦଳର ‘ହିଟ୍‌ମ୍ୟାନ୍‌’ ରୋହିତ ଶର୍ମା ଆଜି ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ମୁମ୍ବାଇର ଏହି ବିସ୍ଫୋରକ ବ୍ୟାଟମ୍ୟାନ୍‌ ଅନେକ ରେକର୍ଡ ହାସଲ କରିଚନ୍ତି।...

କେକେଆର ବୋଲର ପ୍ରଭାବୀ

କୋଲକାତା,୩୦ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ବୋଲର ପ୍ରଭାବୀ ବୋଲିଂ କରିଛନ୍ତି। ବରୁନ ଚକ୍ରବର୍ତ୍ତୀଙ୍କ ୩/୧୬...

ଇଂଲଣ୍ଡକୁ ହରାଇ କ୍ୱାର୍ଟରରେ ଭାରତ

ଚେଙ୍ଗଡୁ,୩୦ା୪(ପି.ଟି.): ଥୋମାସ୍‌ କପ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡକୁ ଏକପାଖିଆ ୫-୦ରେ ପରାସ୍ତ କରିବା ସହ ଗ୍ରୁପ୍‌...

୨୨ ଜଣିଆ ଓଡ଼ିଶା ମହିଳା ଦଳ ଘୋଷଣା

ଭୁବନେଶ୍ୱର,୩୦ା୪, (ସରୋଜ ଜେନା): ରାଜମାତା ଜିଜାବାଈ ଫୁଟବଲ ଟୁର୍ନାମେଣ୍ଟ ପାଇଁ ୨୨ ଜଣିଆ ଓଡ଼ିଶା ମହିଳା ଫୁଟବଲ ଦଳ ସୋମବାର ଘୋଷଣା କରାଯାଇଛି। ମେ ୧ରୁ...

କ୍ରିକେଟର ହେବେ ଅବରାମ! ଦେଖାଇଲେ ପ୍ରଥମ ଝଲକ

ନୂଆଦିଲ୍ଲୀ,୨୯।୪: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୪ ର ୪୭ ତମ ମ୍ୟାଚ ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । ଏହି ମ୍ୟାଚ କୋଲକାତାର ଇଡେନ...

ଆଇପିଏଲ୍‌ ମଝିରେ ଆମେରିକା ଯିବ ଭାରତୀୟ ଟିମ୍‌!

ନୂଆଦିଲ୍ଲୀ,୨୯।୪: ଆଇପିଏଲ ୨୦୨୪ ପରେ ଟି-୨୦ ବିଶ୍ୱକପ ଆରମ୍ଭ ହେବ। ଆଇପିଏଲର ଫାଇନାଲ ମେ ୨୬ ଖେଳାଯିବ। ଏହାର ୫ ଦିନ ପରେ ଅର୍ଥାତ୍‌ ଜୁନ୍‌...

ଏହି ଦିନ ହୋଇପାରେ ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୨୯।୪: ଜୁନ ୧ ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଦଳ ଘୋଷଣା କରିଥିବା ନ୍ୟୁଜିଲାଣ୍ଡ ହେଉଛି ପ୍ରଥମ...

ଏବି ଡି ଭିଲିୟର୍ସଙ୍କ ‘ମହାରେକର୍ଡ’ ଭାଙ୍ଗିଲେ କୋହଲି

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ବିରାଟ କୋହଲି ଏକ ଚମତ୍କାର ଇନିଂସ ଖେଳିଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପୂର୍ବତନ ଅଧିନାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri