ଲକ୍‌ଡାଉନ୍‌: ସମୁଦ୍ରକୁ ଯାଉନାହାନ୍ତି ମତ୍ସ୍ୟଜୀବୀ, ସାମୁଦ୍ରିକ ମାଛ ଦର ଆକାଶଛୁଆଁ

କେନ୍ଦ୍ରାପଡ଼ା ଅଫିସ, ୧।୪: କେନ୍ଦ୍ରାପଡ଼ା ଜିଲାରେ ତାଲା ବନ୍ଦର ପ୍ରଭାବ ସାମୁଦ୍ରିକ ଖାଦ୍ୟ ଉପରେ ପଡିଛି। ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ମହାକାଳପଡ଼ା, ରାଜନଗର ବ୍ଲକଠାରୁ ଆରମ୍ଭ କରି ଜିଲାର ସମସ୍ତ ମାଛ ବ୍ୟବସାୟୀ ଏହି ସମୟରେ ଦର ବଢ଼ାଇ ଚାଲିଛନ୍ତି। ସମୁଦ୍ରରୁ ମିଳୁଥିବା କାଣି, ପାମ୍ପଲେଟ, ଖଇଙ୍ଗା, ଖୁରାଣ୍ଟ, ଭେକ୍‌ଟି, ଖାସୁଲି ଆଦି ମାଛ ଦର ଆକାଶଛୁଆଁ ହୋଇଛି। ୨୧ ଦିନିଆ ତାଲାବନ୍ଦ ଯୋଗୁ ମତ୍ସ୍ୟଜୀବୀ ସମୁଦ୍ରକୁ ଯାଉ ନ ଥିବାରୁ ମାଛ ଦର ବଢ଼ୁଛି। ଦରବୃଦ୍ଧିରେ ଆମର କୌଣସି ହାତ ନାହିଁ ବୋଲି କେନ୍ଦ୍ରାପଡା ସହରସ୍ଥ ମାଛମଣ୍ଡିର ବ୍ୟବସାୟୀ ଅରକ୍ଷିତ ବେହେରା କହିଛନ୍ତି। ସାଧାରଣରେ ପାମ୍ପଲେଟ ମାଛ ୩୦୦ ଟଙ୍କା ପ୍ରତି କିଗ୍ରା ମିଳୁଥିବା ବେଳେ ଏବେ ଏହା ୪୫୦ ଟଙ୍କା ହୋଇଛି। କାଣି ମାଛ ପୂର୍ବରୁ ୧୫୦ ଟଙ୍କା କିଗ୍ରା ଥିବା ବେଳେ ଏବେ ବଜାରରେ ୨୫୦ ଟଙ୍କାରେ ବିକ୍ରି ହେଉଛି। ଏ ନେଇ ବ୍ୟବସାୟୀ ବେହେରା କହିଛନ୍ତି ଯେ, ତାଲାବନ୍ଦ ଯୋଗୁ ପାରାଦୀପ ବନ୍ଦର ଅଞ୍ଚଳ ଏକପ୍ରକାର ଅଚଳ ହୋଇଛି। ଏଠାରେ ଥିବା ମାଛ ପ୍ରକ୍ରିୟାକରଣ କେନ୍ଦ୍ରଗୁଡିକ ବନ୍ଦ ହୋଇଛି। ତାଲାବନ୍ଦ ଯୋଗୁ ଶ୍ରମିକଙ୍କ ଅଭାବ ଥିବାବେଳେ ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟକୁ ଯିବାକୁ ଅମଙ୍ଗ ହେଉଥିବା ବ୍ୟବସାୟୀ ବେହେରା ପ୍ରକାଶ କରିଛନ୍ତି। ଓଡିଶା ମତ୍ସ୍ୟଜୀବୀ ସଂଘ କର୍ମକର୍ତ୍ତା ହଳଧର ସେଠୀ କୁହନ୍ତି ଯେ, ଜିଲାରେ ଥିବା ୧ଲକ୍ଷରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ତାଲାବନ୍ଦ ଯୋଗୁ ସମସ୍ୟାରେ ପଡିଛନ୍ତି। ମହାମାରୀ ପାଇଁ ଗରିବ ଲୋକଙ୍କ ନିମନ୍ତେ କେନ୍ଦ୍ର ସରକାର ୧.୭ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି, କିନ୍ତୁ ଏହି ମତ୍ସ୍ୟଜୀବୀଙ୍କ କାର୍ଯ୍ୟରେ ଆସିବ ନାହିଁ। ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧିରେ ଏମାନେ ସାମିଲ ହୋଇନାହାନ୍ତି। ତାଲାବନ୍ଦ ଯୋଗୁ ସମୁଦ୍ରକୁ ଯାଇପାରୁ ନ ଥିବାରୁ ମତ୍ସ୍ୟଜୀବୀ ପରିବାର ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ପ୍ରତି ମତ୍ସ୍ୟଜୀବୀ ପରିବାରକୁ ମାସିକ ଅନୂ୍ୟନ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ଆସନ୍ତା ୩ ମାସ ପାଇଁ ଦିଆଯାଉ ବୋଲି ସେ ଦାବି କରିଛନ୍ତି। ନିଖିଳ ଓଡ଼ିଶା ମତ୍ସ୍ୟ ଉତ୍ପାଦନ ସଂଘ ସାଧାରଣ ସମ୍ପାଦକ ସୁମନ୍ତ ବିଶ୍ୱାଳ କହିଛନ୍ତି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ମନାକରାଯାଇନାହିଁ। ତେବେ ଶ୍ରମିକ ଅଭାବ, ମାଛର ପ୍ରକ୍ରିୟାକରଣ, ପରିବହନ ଆଦି ବ୍ୟବସ୍ଥା ତାଲାବନ୍ଦ ଯୋଗୁ ଠପ୍‌ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ଘରେ ରହିଥିବା ମତ୍ସ୍ୟଜୀବୀ ପରିବାରଙ୍କୁ ଚିହ୍ନଟ କରାଯାଇ ସହଯୋଗ ଯୋଗାଇ ଦେବା ଆବଶ୍ୟକ ବୋଲି ବିଶ୍ୱାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଷ୍ଟିହୀନ ଶିଶୁଙ୍କ ସନ୍ଧାନରେ ଯିବେ ୬୦୦୦ ଏନଏସଏସ ଛାତ୍ରୀ: ଦୁଇଜଣିଆ ଟିମ କରିବେ ସର୍ଭେ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ଅଧୀନରେ ପୁଷ୍ଟିହୀନ ଶିଶୁଙ୍କ ସର୍ଭେ କାର୍ଯ୍ୟରେ ସାମିଲ ହେବାକୁ ଥିବା ଜାତୀୟ ସେବା ଯୋଜନା (ଏନଏସଏସ) ସ୍ବେଚ୍ଛାସେବୀଙ୍କୁ ନେଇ ସୋମବାର…

ବୈଭବଙ୍କ ବୋଲିଂ ଆକ୍ସନ ଦେଖି ଯୁବରାଜଙ୍କ ମଜାଦାର କମେଣ୍ଟ, କହିଲେ ଏମିତି…ପଡିଗଲା ଚହଳ

ନୂଆଦିଲ୍ଲୀ, ୩୧।୮: ଭାରତୀୟ କ୍ରିକେଟର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ୨୦୨୬ ଦୁଲୀପ ଟ୍ରଫିରେ ନିଜ ପ୍ରତିଭାର ଝଲକ ଦେଖାଉଛନ୍ତି। ମାତ୍ର ୧୫ ବର୍ଷ ବୟସର…

ରାତିରେ ହେଲା ସ୍ବାମୀ-ସ୍ତ୍ରୀ ପାଟିତୁଣ୍ଡ: ସକାଳୁ ମିଳିଲା…

ଲାଞ୍ଜିଗଡ, ୩୧।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ଭାଟଗୁଡ଼ା ଗ୍ରାମରେ ଏକ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ମୃତ୍ୟୁର…

ଝିଆରୀଙ୍କୁ ଲିଫ୍ଟ ଦେଇ ବଳାତ୍କାର ଉଦ୍ୟମ କଲେ ଦାଦା: ବାନ୍ଧିଲା ପୋଲିସ

ପାଟଣା,୩୧।୮(ବୀର କିଶୋର ଦାଶ): ଯୁକ୍ତ୨ ପଢୁଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସମ୍ପର୍କୀୟ ଦାଦା ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୋମବାର ପାଟଣା ପୋଲିସ ଦାଦାଙ୍କୁ…

ପୁଟିନ- ମୋଦିଙ୍କ ମଧ୍ୟରେ ବୈଠକ: ଆଲୋଚନା ଭିତରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ, ୩୧।୮: ଦୁଇ ଦିନିଆ କିର୍ଗିଜସ୍ତାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶକେକ୍‌ରେ ପହଞ୍ଚିବା ପରେ ସୋମବାର ସାଂଘାଇ ସହଯୋଗ ସଂଗଠନ (SCO) ବୈଠକରେ ଯୋଗଦେଇଛନ୍ତି।…

୧୩୭ ଅଭିଯୋଗ ଶୁଣିଲେ ଅଧିକାରୀ: ଖୁବଶୀଘ୍ର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସଭାଗୃହ ପରିସରରେ ସୋମବାର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି…

ଭଞ୍ଜନଗର ସହରର ବିକାଶ ଉପରେ ଗୁରୁତ୍ୱ: ବିଧାୟକ କହିଲେ, ମିଳିତ ପ୍ରୟାସ ଆବଶ୍ୟକ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ଭଞ୍ଜନଗର ମ୍ୟୁନିସିପାଲିଟି ପକ୍ଷରୁ ସୋମବାର ସ୍ବାୟତ୍ତ ଶାସନ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି ଅବସରରେ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ପରିସରରେ…

ପ୍ରକାଶ ପାଇଲା ଚିଠା ଭୋଟର ତାଲିକା: ଦିଲ୍ଲୀରେ ବାଦ୍‌ ପଡିଛନ୍ତି ୪୭ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର

ନୂଆଦିଲ୍ଲୀ,୩୧ା୮: ଦିଲ୍ଲୀରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଦିଲ୍ଲୀର ମୋଟ ୧.୪୫ କୋଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri