ଦିଗପହଣ୍ଡିରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଓ ଲୁଟ୍‌ ମାମଲା: ୨ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ନୂଆ ଅନନ୍ତେଇ ଗ୍ରାମର ସନ୍ତୋଷ ସେଠୀ ଓରଫ କେଳା(୩୪) ଏବଂ ଜିତେନ୍ଦ୍ର ଗୌଡ଼ ଓରଫ ଜିତୁ (୩୭)ଙ୍କୁ ପୋଲିସ ସୋମବାର ଗିରଫ କରି ବ୍ରହ୍ମପୁର ଏସଡିଜେଏମ କୋର୍ଟକୁ ଚାଲାଣ କରିଛି ।ମାମଲା ନଂ.୪୫୨/୨୬ ବିଏନ୍ଏସ ର ଦଫା -୧୨୬(୨)/୧୧୮(୧)/୧୧୮(୨)/୨୯୬/୧୧୫(୨)/୩୦୩(୨)/୧୦୯/୧୯୦/୧୯୧(୩)/୧୯୧(୨)/୧୧୭(୨) ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଦ୍ବୟଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।

ସୂଚନା ଅନୁସାରେ, ନୂଆ ଅନନ୍ତେଇ ଗ୍ରାମର ଜଗନ୍ନାଥ  ଗୌଡ଼ ଗତ ଶନିବାର ରାତି ପ୍ରାୟ ସାଢେ ୮ ଟାରେ ଘରେ ରାତ୍ରି ଭୋଜନ ସାରି ତାଙ୍କ ସାଙ୍ଗ ପ୍ରଭାକର ଗୌଡ଼ଙ୍କ ସହ ଶାଳକ ଘରକୁ ସ୍କୁଟିରେ ଯାଉଥିଲେ । ଏହି ସମୟରେ ଗ୍ରାମ ନିକଟ ପଞ୍ଚପୁଟିଆ ଛକ ନିକଟରେ ପୂର୍ବ ଯୋଜନା ପ୍ରକାରେ ଗ୍ରାମର ତ୍ରିପତି ଗୌଡ଼ ଏକ ବାଇକରେ ଦ୍ରୁତଗତିରେ ଆସି ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲେ।ଜଗନ୍ନାଥ ଏବଂ ତାଙ୍କ ସାଙ୍ଗ ପ୍ରଭାକର ତଳେ ପଡିଯିବାରୁ ପୂର୍ବରୁ ସେଠାରେ ବିଭିନ୍ନ ମାରଣାସ୍ତ୍ର ଧରି ଉପସ୍ଥିତ ଥିବା ପ୍ରାୟ ୬ ଜଣ ଜଗନ୍ନାଥଙ୍କୁ ହତ୍ୟା ଉଦ୍ଦେଶ୍ୟରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ପରେ ଜଣେ ଅଭିଯୁକ୍ତ ତାଙ୍କ ସ୍କୁଟି ନେଇଯିବା ସହ ଅନ୍ୟ ଅଭିଯୁକ୍ତମାନେ ତାଙ୍କ ପକେଟରୁ ୨ ଲକ୍ଷ ଟଙ୍କା, ସୁନା ଚେନ ଏବଂ ମୁଦି ଜବରଦସ୍ତ ଛଡାଇ ନେଇଯାଇଥିଲେ। ମାଡ଼ ଭୟରେ ଜଗନ୍ନାଥଙ୍କ ସାଙ୍ଗ ପ୍ରଭାକର ପ୍ରାଣ ବିକଳରେ ଦୌଡ଼ି ଯାଇ ଜଗନ୍ନାଥଙ୍କ ଘର ଲୋକଙ୍କୁ ଫୋନ କରି ଘଟଣା ଜଣାଇଥିଲେ।

ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏନେଇ ଜଗନ୍ନାଥଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ଗୌଡ଼ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲା ପ୍ରକାରେ ଆଇଆଇସି କିଶୋର କୁମାର ସାମଲ ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ମୀପୂଜା ଦେଖି ଫେରିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ୨ଜୀବନ

ପରଜଙ୍ଗ,୨୭।୧୦(ନିଗମାନନ୍ଦ ଦଳବେହେରା): ଲକ୍ଷ୍ମୀପୂଜା ଦେଖି ଘରକୁ ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି…

ଦାଦନ ଖଟିବାକୁ ଯାଇ ଚାଲିଗଲା ଯୁବକଙ୍କ ଜୀବନ, ଗାଁରେ ଶୋକର ଛାୟା

ଗୁଡାରି,୨୬।୧୦(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମପଂଚାୟତ ଅନ୍ତର୍ଗତ ଗୌଡ଼ ଢ଼େପାଗୁଡା ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସୁଦୂର ଗୁଜରାଟ ରାଜ୍ୟକୁ…

ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ପ୍ରଶାସନ ତତ୍ପର, କାଲି ସ୍ବାସ୍ଥ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ

ଭବାନୀପାଟଣା,୨୬।୧୦(ଉତ୍ତମ କୁମାର ଦାଶ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ର ମୁକାବିଲା ତଥା ପୂର୍ବ ପ୍ରସ୍ତୁତି ନେଇ କଳାହାଣ୍ଡି ଜିଲା ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି ।…

ଜାତୀୟ ରାଜପଥରେ କାରକୁ ଧକ୍କା ଦେଲା ଟ୍ରକ: ୫ ଗୁରୁତର

ମାର୍ଶାଘାଇ ୨୬।୧o(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):ଚଣ୍ଡିଖୋଲ-ପାରାଦ୍ୱୀପ ୫୩ ନଂ ଜାତୀୟ ରାଜପଥର ମାର୍ଶାଘାଇ ଥାନା ଅନ୍ତର୍ଗତ କୁସୁନପୁର ଆଖଣ୍ଡଳମଣି ମନ୍ଦିର ନିକଟରେ କାରକୁ ଏକ ଦ୍ରୁତଗାମୀ ଟ୍ରକ ଧକ୍କା…

କୋଟିଆ ବିବାଦ, ଓଡିଶା ପୋଲିସ୍ ପୋଷ୍ଟ୍ ସ୍ଥାପନର ୨୪ ଘଣ୍ଟା ନପୁରୁଣୁ ଆନ୍ଧ୍ରର ଫୋର୍ସ ମୁତୟନ

ପଟ୍ଟାଙ୍ଗି,୨୬।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା କୋଟିଆ ପଞ୍ଚାୟତକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି…

ପୂର୍ବଶତ୍ରୁତାରୁ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ: ଧରାପଡ଼ି ଜେଲ ଗଲେ ୪ ଅଭିଯୁକ୍ତ

ଦିଗପହଣ୍ଡି,୨୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରବିବାର କୁମାର ପୂର୍ଣ୍ଣମୀ ସାରେ କାଳୁ ଗୌଡ଼(୪୧) ନାମକ…

ବାତ୍ୟା ମୁକାବିଲା ପ୍ରସ୍ତୁତି: ଜିରୋ କାଜୁଆଲିଟି ଲକ୍ଷ୍ୟ

ଭଞ୍ଜନଗର,୨୬।୧୦(ବାବୁଲା ପ୍ରଧାନ):ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଭଞ୍ଜନଗର ଉପଜିଲ୍ଲାପାଳ…

‘ଡୋର୍‌-ଟୁ-ଡୋର୍‌ ସର୍ଭେ’ ଆରମ୍ଭ, ଯୋଗଦେଲେ ଉପଜିଲାପାଳ

ଛତ୍ରପୁର,୨୬।୧୦(ଦିଲୀପି ସାମଲ/ଦ୍ୱାରିକା ପଟ୍ଟନାୟକ): ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ପୌରାଞ୍ଚଳରେ ସୋମବାରଠାରୁ ‘ଡୋର୍‌-ଟୁ-ଡୋର୍‌ ସର୍ଭେ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗେଦଲ ନାଇଡୁପାଲମ ଗ୍ରାମରୁ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?