ଲକ୍‌ଡାଉନ୍‌: ସମୁଦ୍ରକୁ ଯାଉନାହାନ୍ତି ମତ୍ସ୍ୟଜୀବୀ, ସାମୁଦ୍ରିକ ମାଛ ଦର ଆକାଶଛୁଆଁ

କେନ୍ଦ୍ରାପଡ଼ା ଅଫିସ, ୧।୪: କେନ୍ଦ୍ରାପଡ଼ା ଜିଲାରେ ତାଲା ବନ୍ଦର ପ୍ରଭାବ ସାମୁଦ୍ରିକ ଖାଦ୍ୟ ଉପରେ ପଡିଛି। ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ମହାକାଳପଡ଼ା, ରାଜନଗର ବ୍ଲକଠାରୁ ଆରମ୍ଭ କରି ଜିଲାର ସମସ୍ତ ମାଛ ବ୍ୟବସାୟୀ ଏହି ସମୟରେ ଦର ବଢ଼ାଇ ଚାଲିଛନ୍ତି। ସମୁଦ୍ରରୁ ମିଳୁଥିବା କାଣି, ପାମ୍ପଲେଟ, ଖଇଙ୍ଗା, ଖୁରାଣ୍ଟ, ଭେକ୍‌ଟି, ଖାସୁଲି ଆଦି ମାଛ ଦର ଆକାଶଛୁଆଁ ହୋଇଛି। ୨୧ ଦିନିଆ ତାଲାବନ୍ଦ ଯୋଗୁ ମତ୍ସ୍ୟଜୀବୀ ସମୁଦ୍ରକୁ ଯାଉ ନ ଥିବାରୁ ମାଛ ଦର ବଢ଼ୁଛି। ଦରବୃଦ୍ଧିରେ ଆମର କୌଣସି ହାତ ନାହିଁ ବୋଲି କେନ୍ଦ୍ରାପଡା ସହରସ୍ଥ ମାଛମଣ୍ଡିର ବ୍ୟବସାୟୀ ଅରକ୍ଷିତ ବେହେରା କହିଛନ୍ତି। ସାଧାରଣରେ ପାମ୍ପଲେଟ ମାଛ ୩୦୦ ଟଙ୍କା ପ୍ରତି କିଗ୍ରା ମିଳୁଥିବା ବେଳେ ଏବେ ଏହା ୪୫୦ ଟଙ୍କା ହୋଇଛି। କାଣି ମାଛ ପୂର୍ବରୁ ୧୫୦ ଟଙ୍କା କିଗ୍ରା ଥିବା ବେଳେ ଏବେ ବଜାରରେ ୨୫୦ ଟଙ୍କାରେ ବିକ୍ରି ହେଉଛି। ଏ ନେଇ ବ୍ୟବସାୟୀ ବେହେରା କହିଛନ୍ତି ଯେ, ତାଲାବନ୍ଦ ଯୋଗୁ ପାରାଦୀପ ବନ୍ଦର ଅଞ୍ଚଳ ଏକପ୍ରକାର ଅଚଳ ହୋଇଛି। ଏଠାରେ ଥିବା ମାଛ ପ୍ରକ୍ରିୟାକରଣ କେନ୍ଦ୍ରଗୁଡିକ ବନ୍ଦ ହୋଇଛି। ତାଲାବନ୍ଦ ଯୋଗୁ ଶ୍ରମିକଙ୍କ ଅଭାବ ଥିବାବେଳେ ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟକୁ ଯିବାକୁ ଅମଙ୍ଗ ହେଉଥିବା ବ୍ୟବସାୟୀ ବେହେରା ପ୍ରକାଶ କରିଛନ୍ତି। ଓଡିଶା ମତ୍ସ୍ୟଜୀବୀ ସଂଘ କର୍ମକର୍ତ୍ତା ହଳଧର ସେଠୀ କୁହନ୍ତି ଯେ, ଜିଲାରେ ଥିବା ୧ଲକ୍ଷରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ତାଲାବନ୍ଦ ଯୋଗୁ ସମସ୍ୟାରେ ପଡିଛନ୍ତି। ମହାମାରୀ ପାଇଁ ଗରିବ ଲୋକଙ୍କ ନିମନ୍ତେ କେନ୍ଦ୍ର ସରକାର ୧.୭ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି, କିନ୍ତୁ ଏହି ମତ୍ସ୍ୟଜୀବୀଙ୍କ କାର୍ଯ୍ୟରେ ଆସିବ ନାହିଁ। ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧିରେ ଏମାନେ ସାମିଲ ହୋଇନାହାନ୍ତି। ତାଲାବନ୍ଦ ଯୋଗୁ ସମୁଦ୍ରକୁ ଯାଇପାରୁ ନ ଥିବାରୁ ମତ୍ସ୍ୟଜୀବୀ ପରିବାର ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ପ୍ରତି ମତ୍ସ୍ୟଜୀବୀ ପରିବାରକୁ ମାସିକ ଅନୂ୍ୟନ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ଆସନ୍ତା ୩ ମାସ ପାଇଁ ଦିଆଯାଉ ବୋଲି ସେ ଦାବି କରିଛନ୍ତି। ନିଖିଳ ଓଡ଼ିଶା ମତ୍ସ୍ୟ ଉତ୍ପାଦନ ସଂଘ ସାଧାରଣ ସମ୍ପାଦକ ସୁମନ୍ତ ବିଶ୍ୱାଳ କହିଛନ୍ତି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ମନାକରାଯାଇନାହିଁ। ତେବେ ଶ୍ରମିକ ଅଭାବ, ମାଛର ପ୍ରକ୍ରିୟାକରଣ, ପରିବହନ ଆଦି ବ୍ୟବସ୍ଥା ତାଲାବନ୍ଦ ଯୋଗୁ ଠପ୍‌ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ଘରେ ରହିଥିବା ମତ୍ସ୍ୟଜୀବୀ ପରିବାରଙ୍କୁ ଚିହ୍ନଟ କରାଯାଇ ସହଯୋଗ ଯୋଗାଇ ଦେବା ଆବଶ୍ୟକ ବୋଲି ବିଶ୍ୱାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୀଷଣ ବାତ୍ୟାରେ ପରିଣତ ହେଲା ‘ଅର୍ଣ୍ଣବ’: ଆଖି ହେଲା ଦୃଶ୍ୟମାନ

ଭୁବନେଶ୍ୱର, ୨୬।୧୦: ବଙ୍ଗୋପସାଗର ପୂର୍ବ-କେନ୍ଦ୍ରୀୟ ଏବଂ ଏହାକୁ ଲାଗି ରହିଥିବା ଦକ୍ଷିଣ-ପୂର୍ବ ଅଞ୍ଚଳରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି। ଏହି ବାତ୍ୟାର ନାମ…

ଦାଦନ ଖଟିବାକୁ ଯାଇ ଚାଲିଗଲା ଯୁବକଙ୍କ ଜୀବନ, ଗାଁରେ ଶୋକର ଛାୟା

ଗୁଡାରି,୨୬।୧୦(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମପଂଚାୟତ ଅନ୍ତର୍ଗତ ଗୌଡ଼ ଢ଼େପାଗୁଡା ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସୁଦୂର ଗୁଜରାଟ ରାଜ୍ୟକୁ…

ଲେଖି ରଖନ୍ତୁ ଯଦି…ରୋହିତ-କୋହଲିଙ୍କୁ ନେଇ ଏମିତି କଥା କହିଦେଲେ ସୁରେଶ ରାଇନା, କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ

ନୂଆଦିଲ୍ଲୀ,୨୬।୧୦:ଭାରତୀୟ କ୍ରିକେଟ୍‌ର ଦୁଇ ମହାନ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରୈନା। ‘ମିଷ୍ଟର…

ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ପ୍ରଶାସନ ତତ୍ପର, କାଲି ସ୍ବାସ୍ଥ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ

ଭବାନୀପାଟଣା,୨୬।୧୦(ଉତ୍ତମ କୁମାର ଦାଶ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ର ମୁକାବିଲା ତଥା ପୂର୍ବ ପ୍ରସ୍ତୁତି ନେଇ କଳାହାଣ୍ଡି ଜିଲା ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି ।…

ଜାତୀୟ ରାଜପଥରେ କାରକୁ ଧକ୍କା ଦେଲା ଟ୍ରକ: ୫ ଗୁରୁତର

ମାର୍ଶାଘାଇ ୨୬।୧o(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):ଚଣ୍ଡିଖୋଲ-ପାରାଦ୍ୱୀପ ୫୩ ନଂ ଜାତୀୟ ରାଜପଥର ମାର୍ଶାଘାଇ ଥାନା ଅନ୍ତର୍ଗତ କୁସୁନପୁର ଆଖଣ୍ଡଳମଣି ମନ୍ଦିର ନିକଟରେ କାରକୁ ଏକ ଦ୍ରୁତଗାମୀ ଟ୍ରକ ଧକ୍କା…

କୋହଲି-ରୋହିତଙ୍କ ପରେ ଏହି ୨ ଖେଳାଳି ଭାରତର ସୁପରଷ୍ଟାର: ପୂର୍ବତନ ଅଲ୍‌ରାଉଣ୍ଡଙ୍କ ମନ୍ତବ୍ୟ ସମସ୍ତଙ୍କୁ କଲା ଚକିତ

ନୂଆଦିଲ୍ଲୀ,୨୬।୧୦: ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରେ ଭାରତୀୟ କ୍ରିକେଟ୍‌ର ଦାୟିତ୍ୱ ନେବାକୁ ନୂଆ ପିଢ଼ି ପ୍ରସ୍ତୁତ। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲ୍‌ରାଉଣ୍ଡର ଲାନ୍ସ କ୍ଲୁଜନର…

IPL 2027: ଚେନ୍ନାଇ ସୁପର କିଙ୍ଗ୍ସକୁ ମିଳିଲେ ନୂଆ କୋଚ୍, ଦାୟିତ୍ୱ ସମ୍ଭାଳିବେ…

ନୂଆଦିଲ୍ଲୀ,୨୬।୧୦: ଆଇପିଏଲ୍‌ ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର କୋଚିଂ ଷ୍ଟାଫ୍‌ରେ ନୂଆ ନିଯୁକ୍ତି ହୋଇଛି । ଇଂଲଣ୍ଡର ପୂର୍ବତନ ବୋଲର ଗାରେଥ୍ ବ୍ୟାଟିଙ୍କୁ ଦଳର…

କୋଟିଆ ବିବାଦ, ଓଡିଶା ପୋଲିସ୍ ପୋଷ୍ଟ୍ ସ୍ଥାପନର ୨୪ ଘଣ୍ଟା ନପୁରୁଣୁ ଆନ୍ଧ୍ରର ଫୋର୍ସ ମୁତୟନ

ପଟ୍ଟାଙ୍ଗି,୨୬।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା କୋଟିଆ ପଞ୍ଚାୟତକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?