ଲକ୍‌ଡାଉନ୍‌ ସତ୍ତ୍ୱେ ମାନିଲେନି

ଭୁବନେଶ୍ୱର,୨୪।୩(ବ୍ୟୁରୋ)/ ପୁରୀ ଅଫିସ/ ଖୋର୍ଦ୍ଧା ଅଫିସ/କଟକ ଅଫିସ୍‌: କରୋନାକୁ ପରାଜିତ କରିବାକୁ ହେଲେ ଲୋକଙ୍କ ମଧ୍ୟରେ ସଚେତନତା ଆବଶ୍ୟକ। ବାହାରେ ନୁହେଁ, ଲୋକେ ଘରେ ରହି ହିଁ ଲଢ଼େଇ କଲେ ଘାତକ ଭାଇରସ୍‌ କୋଭିଡ୍‌-୧୯କୁ ହରାଇ ହେବ। ଏକମାତ୍ର ମହୌଷଧି ସଚେତନତା ଓ ସତର୍କତା ଉପରେ ସରକାର ସବୁପ୍ରକାୟ ପ୍ରୟାସ ଜାରି ରଖିଛନ୍ତି। ରବିବାର ରାଜ୍ୟ ବ୍ୟାପୀ ‘ଜନତା କର୍ଫ୍ୟୁ’ ସହ ୫ ଜିଲା ଓ ୮ ସହରକୁ ‘ଲକ୍‌ଡାଉନ୍‌’ ଘୋଷଣା କରାଯାଇଥିଲା। ସୋମବାର ସରକାର ଲକ୍‌ଡାଉନ୍‌ ପରିସୀମା ୧୪ ଜିଲାକୁ ବଢ଼ାଇଛନ୍ତି। ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରାଯାଇଥିବାବେଳେ ପୋଲିସ ଯାଞ୍ଚକୁ କଡାକଡି କରିଛି। ହେଲେ ରାଜଧାନୀ ସମତେ ବିଭିନ୍ନ ସହରରେ ଲୋକେ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଥିଲା। ଭୁବନେଶ୍ୱରରେ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ଜୋନ୍‌ ଏସିପି, ଥାନାଧିକାରୀ ଓ ଅନ୍ୟ ପୋଲିସ ଅଧିକାରୀ ପ୍ରତିଛକକୁ ଯାଇ ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଥିଲେ। ହେଲେ ବହୁ ଲୋକ ଲକ୍‌ଡାଉନ୍‌କୁ ମାନି ନ ଥିଲେ। କୌଣସି କାମ ନ ଥାଇ ଏକାଧିକ ଲୋକେ କାର୍‌, ବାଇକ ଧରି ରାସ୍ତାରେ ପଇଁତରା ମାରୁଥିଲେ। ଅଯଥାରେ ବିଭିନ୍ନ ଛକରେ ଭିଡ଼ ଜମାଉଥିଲେ। ପୋଲିସ ସେମାନଙ୍କୁ ଅଟକାଇ ତାଗିଦ ସହ ସଚେତନ ରହିବାକୁ ବୁଝାଉଥିଲେ। ହେଲେ ସେମାନେ ନାନା ବାହାନା ଦେଖାଇ ଖସିବାକୁ ଚେଷ୍ଟା କରିଥିଲେ। କିଏ ଔଷଧ ପାଇଁ ତ ଆଉ କିଏ ମେଡିକାଲ କଥା କହୁଥିଲେ। ବହୁ ଲୋକ ଖାଇବା ଓ ଅନ୍ୟ ସ୍ଥାନରେ ରହିଯାଇଥିବା ମଧ୍ୟ କହିଥିଲେ। ପୁଣି କେତେକ ଲୋକ କାଲିଠାରୁ ଆଉ ନ ବୁଲିବାକୁ କହି ଚାଲିଯାଉଥିଲେ। ଏହାକୁ ନେଇ କେତେକ ସ୍ଥାନରେ ପୋଲିସ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଥିଲା। ଆଉ କେତେକ ସ୍ଥାନରେ ପୋଲିସ ଗାଡ଼ି ଚାବି ଛଡ଼ାଇ ନେବାକୁ ବାଧ୍ୟ ହେଉଥିଲା। ହେଲେ ଗହଳି ହେବାରୁ ସେମାନଙ୍କୁ ଛାଡିଦେଉଥିଲା। ସେହିପରି ପୁରୀ ଓ ଖୋର୍ଦ୍ଧାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା।
ଅନ୍ୟପକ୍ଷରେ ଭୁବନେଶ୍ୱର ସମେତ ପୁରୀ, ଖୋର୍ଦ୍ଧା ଓ ଅନ୍ୟ ସହର ତଥା ଗ୍ରାମାଞ୍ଚଳରେ ପରିବାର ମାର୍କେଟ ଏବଂ ଦୋକାନରେ ପ୍ରବଳ ଭିଡ଼ ଲାଗିଥିଲା। କୌଣସି ଦୋକାନରେ ସାମାଜିକ ଦୂରତ୍ୱ ନ ଥିଲା। ପୁରୀରେ ପୌରସଂସ୍ଥା ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ, ସିଟି ଡିଏସ୍‌ପି କ୍ଷୀରସାଗର ନାୟକ, ଟ୍ରାଫିକ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାଶ ପ୍ରମୁଖ ବଡ଼ଶଙ୍ଖ ପରିବା ମାର୍କେଟରେ ପହଞ୍ଚତ୍ ବ୍ୟବସାୟୀ ଓ ଗ୍ରାହକଙ୍କୁ ସଚେତନ କରିଥିଲେ।

ଗଳି ରାସ୍ତାରେ ଖସିଲେ, ଲୁଚି ବୁଲିଲେ ଉଲ୍ଲଂଘନକାରୀ
ଲକ୍‌ଡାଉନ୍‌କୁ ନେଇ ଅନେକ ଲୋକେ ସଚେତନ ନୁହନ୍ତି। ସେମାନେ ନିଜ ଜୀବନକୁ ବାଜିରେ ଲଗାଇବା ସହ ସମାଜରେ ରହୁଥିବା ଅନେକ ଲୋକଙ୍କ ଜୀବନକୁ ବିପଦରେ ପକାଉଛନ୍ତି। ସେମାନେ ଖୁଲମଖୁଲା ନିୟମ ଓ ନିର୍ଦ୍ଦେଶକୁ ଉଲ୍ଲଂଘନକରି ପୁଣି ବିନା ହେଲମେଟ୍‌ରେ ବୁଲୁଥିଲେ। ଆଗରେ ପୋଲିସ ଅଟକାଉଥିବା ଦେଖିଲେ ସାହି ଓ ଗଳିବାଟ ଦେଇ ଖସିଯିବା ସହ ଲୁଚି ଲୁଚି ଯାଇ ସିଗାରେଟ, ଗୁଟ୍‌ଖା ପାଇଁ ଡହଳବିକଳ ହେଉଥିଲେ।
ଯାଞ୍ଚ କରୁଥିବା ପୋଲିସ ବି ଅସୁରକ୍ଷିତ
ପୋଲିସ ରାଜଧାନୀର ବିଭିନ୍ନ ଛକକୁ ନାକାବନ୍ଦୀ କରି ଯାଞ୍ଚ କରୁଛି। ହେଲେ ଅଧିକାଂଶ ପୋଲିସ କୌଣସି ମାସ୍କ କିମ୍ବା ଅନ୍ୟ ସୁରକ୍ଷା ସାମଗ୍ରୀ ବ୍ୟବହାର କରୁ ନ ଥିବା ଦେଖାଯାଇଛି। ସୋମନେ ଖାଲି ହାତରେ ଲୋକଙ୍କ ଗାଡି ଚାବି ଧରିବା ସହ ପରିଚୟପତ୍ର ଯାଞ୍ଚ କରୁଥିଲେ। ଯଦି କୌଣସି ପରିଚୟପତ୍ର ବା ଗାଡ଼ି କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଥିବ ନିଶ୍ଚିତ ତାହା ପୋଲିସକୁ ସଂକ୍ରମିତ ହେବାର ସମ୍ଭାବନା ରହିଛି। ତେଣୁ ଏହାକୁ ନେଇ ମଧ୍ୟ ପୋଲିସ କମିଶନର ଯାଞ୍ଚ କରୁଥିବା ଅଧିକାରୀମାନଙ୍କୁ ତାଗିଦ କରିଥିଲେ। କୌଣସି କାଗଜପତ୍ର, ଗାଡିକୁ ନ ଛୁଇଁବା ପାଇଁ ଥାନା ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
କ୍ରିକେଟ ଖେଳ ବନ୍ଦ କଲେ ପୋଲିସ କମିଶନର
ଏଭଳି ଜୀବନମରଣ ସମୟରେ କେତେଜଣ ଯୁବକ କ୍ରିକେଟ ଖେଳୁଛନ୍ତି। ପୋଲିସ କମିଶନର ସହରର ସ୍ଥିତି ଅନୁଧ୍ୟାନ କରିବା ସମୟରେ ଏଭଳି ଦୃଶ୍ୟ ନଜରକୁ ଆସିଥିଲା। ତେଣୁ ସେ ଖେଳୁଥିବା ପିଲାଙ୍କୁ ତାଗିଦ କରିବା ସହ ଖେଳ ବନ୍ଦ କରିଥିଲେ। ଯଦି କୌଣସି ପିଲା ଏକାଠି ହୋଇ ଅନ୍ୟ କୌଣସି ଖେଳ ଖେଳନ୍ତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର ): ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏପରିକି ମା’ଙ୍କ ନିକଟରେ...

ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ନବୀନ

ଭୁବନେଶ୍ୱର,୩୦।୪: ଗଞ୍ଜାମ ଜିଲା ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଙ୍ଗଳବାର ଦଳୀୟ କର୍ମୀ ଓ ହଜାର ହଜାର...

ନାମାଙ୍କନପତ୍ର ଦାଖଲ କଲେ ପ୍ରଣବ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ନିଶ୍ଚିତ ଯେ…

ଭୁବନେଶ୍ୱର,୩୦।୪: ସମ୍ବଲପୁର ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଦଳୀୟ କର୍ମୀ ଓ ହଜାର...

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଟ୍ବିନ୍‌ ସିଟିକୁ ରେର୍ଡ ଆର୍ଲଟ୍‌ ଜାରି

ଭୁବନେଶ୍ୱର,୩୦।୪: ରାଜ୍ୟରେ ପ୍ରବଳ ଖରାତାତି ସହ ଗୁଳୁଗୁଳି ଜାରି ରହିଛି। ଏବେ ଆହୁରି ୪ଦିନ ଏପରିସ୍ଥିତି ଲାଗି ରହିବା ସମ୍ଭାବନା ଥିବାବେଳେ ଆସନ୍ତା ଦୁଇଦିନ ଭୀଷଣ...

ବିଜେଡି ବିଧାୟକଙ୍କ ରାଲିରେ ମାଡିଗଲା ଟ୍ରକ୍‌: ୩ ଆହତ

ଭୁବନେଶ୍ୱର,୩୦।୪: କଟକ ଜିଲା ବଡମ୍ବାରେ ବିଜେଡି ବିଧାୟକଙ୍କ ରାଲି ଉପରକୁ ମାଡିଗଲା ଟ୍ରକ୍‌। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ବଡମ୍ବା...

ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ପୁଳାପୁଳା ଟଙ୍କା

ଭୁବନେଶ୍ୱର,୩୦।୪: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ମଙ୍ଗଳବାର ପୁଳାପୁଳା ଟଙ୍କା ଜବତ ହୋଇଛି। ଏହା ୭୫ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି। ଦୁଇ ଜଣ...

‘ସମସ୍ତ ଉଠାଦୋକାନୀ ଥଇଥାନ ହେବେ’

ଭୁବନେଶ୍ୱର, ୩୦।୪ (ବନ୍ଦନା ସେଠୀ):ଭୁବନେଶ୍ୱରରେ ଥିବା ୧୦୦ ଉଠାଦୋକାନୀ ସଂଘର ସଭାପତି ଓ ସମ୍ପାଦକଙ୍କୁ ନେଇ ସୋମବାର ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାଗୃହରେ ଏକ ଜରୁରିକାଳୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri