Posted inଭଦ୍ରକ

ଲକ୍ଷ୍ମୀପୂଜା ପାଇଁ ଚଳଚଞ୍ଚଳ ସିନ୍ଦୋଳ

ତିହିଡ଼ି, ୧୨।୧୦ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ସିନ୍ଦୋଳ ପଞ୍ଚାୟତର ନୂଆପାଟଣା ଓ ସିନ୍ଦୋଳରେ ‘ଲକ୍ଷ୍ମୀ, ସରସ୍ବତୀ ଓ ନାରାୟଣ’ଙ୍କ ପୂଜା କୁମାର ପୂର୍ଣ୍ଣିମାଠାରୁ ଆରମ୍ଭ ହେବ। ଏଥିପାଇଁ ସିନ୍ଦୋଳ ପଞ୍ଚାୟତ ସମେତ ଆଖପାଖ ଗଁ।ଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି। ନୂଆପାଟଣାରେ ଛେରାପହଁରା ସାଙ୍ଗକୁ ନେତ୍ରପଣା ନିଆରା ପରମ୍ପରା ହୋଇଥିବା ବେଳେ ମନ୍ଦିରରେ ଲକ୍ଷ୍ମୀ ନାରାୟଣ ଓ ସରସ୍ବତୀ ଏକ ସାଙ୍ଗରେ ପୂଜା ପାଇଥାନ୍ତି। ପ୍ରତିବର୍ଷ ପରି ଚଳିତବର୍ଷ ପୂଜା ମଣ୍ଡପ ନିକଟରେ ମିନାବଜାର, ରାମଦୋଳି ସାଙ୍ଗକୁ ବିଭିନ୍ନ ପ୍ରକାର ଦୋକାନ ବଜାରର ପସରା ମେଲିବେ। ସେହିପରି ପ୍ରତ୍ୟହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପାଲା ଓ ଅପେରା ପାର୍ଟି ଯାତ୍ରା ପରିବେଷଣ କାର୍ଯ୍ୟକ୍ରମ ରହିଛି।
ଉଲ୍ଲେଖନୀୟ ଯେ, ୧୯୨୨ରୁ ପ୍ରଥମେ ନୂଆପାଟଣା ଗଁା ଓ ଆଖପାଖ ଲୋକଙ୍କ ସହଯୋଗରେ ମୃଣ୍ମୟ ମୂର୍ତ୍ତି ତିଆରି କରାଯାଇ ‘ଲକ୍ଷ୍ମୀ ନାରାୟଣ’ ପୂଜା ହୋଇଆସୁଥିଲା। ୨୦୦୫ଠାରୁ ଗ୍ରାମରେ ସ୍ଥାୟୀ ମନ୍ଦିର ନିର୍ମାଣ କରାଯାଇ ପ୍ରସ୍ତର ବିଗ୍ରହ ସ୍ଥାପନ ପୂର୍ବକ ୭ଦିନ ଧରି ଧୁମ୍‌ଧାମ୍‌ରେ ପୂଜାର୍ଚ୍ଚନା କରାଯାଉଛି। ନାରାୟଣ ପୂଜା ନାମରେ ସ୍ଥାନୀୟ ଅଞ୍ଚଳରେ ଏହା ଏକ ଗଣପର୍ବ। ଡାକୁଆ ଠାକୁର ଭାବେ ପରିଚିତ ଲାଭ କରିଛନ୍ତି ନୂଆପାଟଣା ଗଁାର ଲକ୍ଷ୍ମୀନାରାୟଣ। ପୁରୀରେ ଠାକୁର ରାଜା ରଥରେ ଛେରାପହଁରା କରୁଥିବା ବେଳେ ଏଠାରେ କୁମାରପୂର୍ଣ୍ଣିମା ସନ୍ଧ୍ୟାରେ ଶତାଧିକ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ନିଜର ମାନସିକ ପୂରଣ ପାଇଁ ବିଜେ କଳସ ଆଗରେ ଛେରାପହଁରା କରନ୍ତି। ମାନପଣ୍ଡା ପୋଖରୀଠାରୁ ନୂଆପାଟଣା ଗ୍ରାମ ପ୍ରାୟ ୨ କି.ମି. ରାସ୍ତା ଛେରାପହଁରା କରାଯାଏ। ସେହିପରି ନେତ୍ରୋତ୍ସବରେ ନେତ୍ରପଣା ଭୋଗ ପାଇଁ ଭକ୍ତଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳେ। ଏଠାରେ ଦୀର୍ଘ ୯୮ ବର୍ଷ ହେଲା କୁମାରପୂର୍ଣ୍ଣିମାରେ ଲକ୍ଷ୍ମୀନାରୟଣ ପୂଜା ମହାସମାରୋହରେ ପାଳିତ ହୋଇଆସୁଛି। ବ୍ଲକର ଛୋଟବଡ଼ ଅନୁଷ୍ଠାନ ଉଦ୍ୟମରେ ପ୍ରତିବର୍ଷ ପାଳିତ ହେଉଛି ଲକ୍ଷ୍ମୀନାରାୟଣ ପୂଜା। ଭଦ୍ରକ-ଚାନ୍ଦବାଲି ରାସ୍ତାପାର୍ଶ୍ୱରେ ସିନ୍ଦୋଳଠାରେ ଅନ୍ୟ ଏକ ଅନୁଷ୍ଠାନ ୧୯୭୫ରୁ ଏହି ପର୍ବ ପାଳନ କରି ଆସୁଛି। ଅବିଭକ୍ତ ସିନ୍ଦୋଳ ପଞ୍ଚାୟତର କନାଟିଆ ଗ୍ରାମରେ ସ୍ବର୍ଗତ ଗୋଲକ ପ୍ରସାଦ ଲେଙ୍କାଙ୍କ ବ୍ୟକ୍ତିଗତ ଉଦ୍ୟମରେ ୧୯୬୫ରୁ ଆରମ୍ଭ ହୋଇଥିବା ଲକ୍ଷ୍ମୀନାରାୟଣ ପୂଜା ଜାକଯମକରେ ଅନୁଷ୍ଠିତ ହୋଇଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଶାସକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କଲା ପ୍ରଶାସନ, ସ୍କୁଲ ନଯାଇ ମଦ ପିଇ କରୁଥିଲେ…

ଚାନ୍ଦବାଲି,୨।୭(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ରାମପୁର ବୀଣାପାଣି ନୋଡାଲ UPME ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀନାଥ ଦାସ ନିଲମ୍ବିତ ହୋଇଛନ୍ତି । ବିଇଓ ଗୁରୁବାର…

ଫରେଷ୍ଟ ଗାଡ଼ି-ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଧାମନଗର ରେଞ୍ଜର

ଧାମନଗର, ୩୦।୬ (ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଯାଇଛି। ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ…

ଛାତ୍ରୀକୁ ପେଟ୍ରୋଲ ଢାଳି ପୋଡିବାକୁ ଉଦ୍ୟମ କରୁଥିଲେ ଯୁବକ, ହଠାତ୍…

ଧୂଷୁରୀ/ଅସୁରାଳି,୩୦।୬( ଦୀପ୍ତି ରଞ୍ଜନ ନାୟକ/ସନ୍ତୋଷ ସାହୁ ) : ଧୂଷୁରୀ ଥାନା ଅଧୀନ ଫତେପୁର ପଞ୍ଚାୟତର ଫତେପୁର ଗ୍ରାମର ଜଣେ ୩୩ ବର୍ଷୀୟ ଯୁବକ ନିକଟସ୍ଥ ଗାଁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri