ଜଙ୍ଗଲ ଜମିରେ ଲଜିଷ୍ଟିକ ପାର୍କ: ତଦନ୍ତ ରିପୋର୍ଟ ମାଗିଲା ଏନ୍‌ଜିଟି

ଯାଜପୁର ଅଫିସ,୧୨ା୧୦: କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ଦାନଗଦୀ ତହସିଲ ଯଖପୁରା ମୌଜାର ଏକ ଶାଳ କିସମ ଜମିରେ ସାଇଜର ଲିମିଟେଡ ନାମକ ସଂସ୍ଥା ଗତ ଏକ ବର୍ଷ ହେବ ବେଆଇନ ଭାବେ ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କ ନିର୍ମାଣ କରୁଛି। ଏହାର ପ୍ରତିବାଦ କରି କଳିଙ୍ଗନଗର ପରିବେଶ ସୁରକ୍ଷା ସମିତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ୪୨/୨୦୧୯ରେ ଏକ ମାମଲା ରୁଜୁ କରିଥିଲା। ଏହି ମାମଲା ଉପରେ ଏନ୍‌ଜିଟି ୯।୧୦।୨୦୧୯ରେ ଶୁଣାଣି କରି ଯାଜପୁର ଜିଲାପାଳ, ଡିଭିଜନାଲ ଫରେଷ୍ଟ ଅଫିସର(ଡିଏଫ୍‌ଓ) ଏବଂ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ଙ୍କୁ ଯୁଗ୍ମ ଭାବେ ତଦନ୍ତ କରି ୩ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ଏହାସହ ଏସ୍‌ପିସିବିକୁ ଯୁଗ୍ମ ତଦନ୍ତର ପରିଚାଳନା ପାଇଁ ନୋଡାଲ ସଂସ୍ଥା ଭାବେ ନିଆଯାଇଛି। ଯଦି ଅଭିଯୋଗର ତଦନ୍ତରେ ସତ୍ୟତା ରହିଥାଏ ତେବେ ଆଇନ ଅନୁସାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏନ୍‌ଜିଟି ପକ୍ଷରୁ ଜଷ୍ଟିସ ଏସ.ପି. ୱାଙ୍ଗଡି ଓ ଜୁଡିସିଆଲ ମେମ୍ବର ଡ. ସତ୍ୟୱନ ସିଂ ଗାରବ୍ୟାଲଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଜାରି କରିଛନ୍ତି। ଅଭିଯୋଗକାରୀଙ୍କ ପକ୍ଷରୁ ରାହୁଲ ଚୌଧୁରୀ ଓ ଶଙ୍କର ପାଣି ମାମଲାକୁ ପରିଚାଳନା କରିଛନ୍ତି।
ଏନ୍‌ଜିଟିରେ ହୋଇଥିବା ମାମଲାରେ ଦର୍ଶାଯାଇଛି ଯେ, ଯଖପୁରା ମୌଜାର ଖାତା ନମ୍ବର ୪୧୯, ଅନାବାଦୀ ପ୍ଲଟ ନମ୍ବର ୮୬୫ ଓ ୮୬୭, କିସମ ଶାଳ ଜଙ୍ଗଲର ୧୧.୯୭ ଏକର ଜମିରେ ଏକ ଲଜିଷ୍ଟିକ ହବ୍‌ ନିର୍ମାଣାଧୀନ ରହିଛି। ଜଙ୍ଗଲ ସଂରକ୍ଷଣ ଆଇନ -୧୯୮୦ର ମଞ୍ଜୁରୀ ଏବଂ ବାୟୁ ଓ ଜଳ ପ୍ରଦୂଷଣ ନିୟନ୍ତ୍ରଣ ଆଇନ ପାଳନ ବିନା ଏହି ନିର୍ମାଣ ଚାଲିଛି। ଏପରି କି ପରିବେଶ ଅନୁମତି ମଧ୍ୟ ନିଆଯାଇନାହିଁ। ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ଅଥରିଟି (ସିଜିଡବ୍ଲୁଏ)ର ମଞ୍ଜୁରୀ ବିନା ଭୂତଳ ଜଳ ବ୍ୟବହାର କରାଯାଉଛି। ବିଡମ୍ବନା ଯେ, ନିର୍ମାଣ ସଂସ୍ଥା ସାଇଜର ବିଜୁ ପଟ୍ଟନାୟକ ମାର୍ଗସ୍ଥିତ ଐତିହାସିକ ବିଜୁ ପଟ୍ଟନାୟକ ପାର୍କ ନିକଟରେ ଥିବା ଏହି ଜମିର ଜଳାଶୟକୁ ମଧ୍ୟ ପୋତିଦେଇଛି। ଏହି ଜଳାଶୟ ଉପରେ ଆଖପାଖ ଅଞ୍ଚଳର ବହୁ ଚାଷୀ ନିର୍ଭର କରୁଥିଲେ। ମରୁଡ଼ି ସମୟରେ ଚାଷୀଙ୍କ ପାଣି ଅଭାବକୁ ଏହି ଜଳାଶୟ ପୂରଣ କରୁଥିଲା। ହେଲେ ସାଇଜର ସଂସ୍ଥା ପ୍ରାୟ ୨୦ହଜାର ଟ୍ରିପ୍‌ ପାଉଁଶ ଆଣି ଉକ୍ତ ଜଳାଶୟକୁ ପୋତିଦେଇଛି। ବିଜୁ ପଟ୍ଟନାୟକ ମାର୍ଗକୁ ଲାଗି ଏଭଳି ବେଆଇନ କାର୍ଯ୍ୟ ଚାଲିଥିଲେ ସୁଦ୍ଧା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନାହିଁ। ମାଟି ଉଠାଣ ପାଇଁ ପ୍ରଶାସନ ପକ୍ଷରୁ କୌଣସି ନିର୍ଦ୍ଦେଶନାମା ମଧ୍ୟ ନାହିଁ। ଜଙ୍ଗଲ ଜମି ହୋଇଥିବାରୁ ସ୍ଥାନୀୟ ତହସିଲଦାର ଅନୁମତି ଦେବାକୁ ମନା କରିଦେଇଥିବା ସୂଚନା ମିଳିଛି। ସ୍ଥାନୀୟ ପ୍ରଶାସନକୁ ହାତକରି ଜଙ୍ଗଲ ଜମିରେ ଏହି ନିର୍ମାଣ ଚାଲିଥିବା ଏନ୍‌ଜିଟିରେ ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ, ଏନ୍‌ଜିଟି ନିର୍ଦ୍ଦେଶ ଏଯାଏ ତାଙ୍କର ହସ୍ତଗତ ହୋଇ ନାହିଁ। ଅଭିଯୋଗ ଉପରେ ଯୁଗ୍ମ ତଦନ୍ତ କରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଥିବା ସେ ଶୁଣିଛନ୍ତି। ଯୁଗ୍ମ ତଦନ୍ତ ରିପୋର୍ଟ ଦାଖଲ କରିବା ପରେ ଏନ୍‌ଜିଟିର ନିର୍ଦ୍ଦେଶ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri