Posted inଖେଳ

ରୋଡ୍‌ ସେଫ୍‌ଟି ଓ୍ବାଲର୍‌ଡ ସିରିଜ: ଖାଲି ଷ୍ଟାଡିୟମରେ ଖେଳାଯିବ ବଳକା ମ୍ୟାଚ୍‌

ମୁମ୍ବାଇ, ୧୨।୩ (ପି.ଟି.)- ସଡ଼କ ସୁରକ୍ଷା ସଚେତନତା ଲାଗି ମୁମ୍ବାଇରେ ବର୍ତ୍ତମାନ ‘ରୋଡ୍‌ ସେଫ୍‌ଟି ଓ୍ବାଲର୍‌ଡ ସିରିଜ’ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ଚାଲିଛି। ଏଥିରେ ସଚିନ ତେନ୍ଦୁଲକର, ଓ୍ବେଷ୍ଟଇଣ୍ଡିଜର ବ୍ରାଏନ ଲାରାଙ୍କ ପରି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଅଂଶଗ୍ରହଣ କରିଛନ୍ତି। ତେବେ ବର୍ତ୍ତମାନ ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସ ଲାଗି ଏହି ପ୍ରତିଯୋଗିତାର ବଳକା ମ୍ୟାଚ୍‌ ଖାଲି ଷ୍ଟାଡିୟମରେ ଖେଳାଯିବାକୁ ନେଇ ଆୟୋଜକଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏଥିଲାଗି ନୂଆ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ପୁନେସ୍ଥିତ ଏମ୍‌ସିଏ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାର ମ୍ୟାଚ୍‌କୁ ଆୟୋଜକଙ୍କ ପକ୍ଷରୁ ନଭି ମୁମ୍ବାଇସ୍ଥିତ ଡିଓ୍ବାଇ ପାଟିଲ ଷ୍ଟାଡିୟମକୁ ସ୍ଥାନାନ୍ତରଣ କରାଯାଇଛି। ଫଳରେ ଦର୍ଶକଙ୍କ ବିନା ବଳକା ମ୍ୟାଚ୍‌ ଅନୁଷ୍ଠିତ ହେବ। ଦର୍ଶକ, କ୍ରିକେଟର୍‌, ସପୋର୍ଟ ଷ୍ଟାଫ୍‌ଙ୍କ ସୁରକ୍ଷାକୁ ନଜରରେ ରଖି ଆୟୋଜକ ଏହି ନିଷ୍ପତ୍ତି ନେଇଛନ୍ତି। ନୂଆ କାର୍ଯ୍ୟସୂଚୀ ଅନୁଯାୟୀ ମାର୍ଚ୍ଚ ୧୩ରେ ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ଲିଜେଣ୍ଡ୍ସ ଓ ଶ୍ରୀଲଙ୍କା ଲିଜେଣ୍ଡ୍ସ ପରସ୍ପରକୁ ଭେଟିବେ। ରିପୋର୍ଟ ମୁତାବକ ବୁଧବାର ସୁଦ୍ଧା ମହାରାଷ୍ଟ୍ରରେ ୧୦ଜଣ କରୋନା ଭାଇରସ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ତତ୍କାଳୀନ DFO ସଂଗ୍ରାମ କେଶରୀ ବେହେରା ନିଲମ୍ବିତ

ଭୁବନେଶ୍ୱର,୨।୮: ୨୦୨୧ ମସିହାରେ ପାରଳାଖେମୁଣ୍ଡିରେ ଘଟିଥିବା ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏହି ଘଟଣାରେ ତତ୍କାଳୀନ DFO ତଥା…

ପ୍ରେମିକାଙ୍କ ସହ ନୂଆ ଲୁକରେ ନଜର ଆସିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨।୮: ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପ୍ରତି ଚର୍ଚ୍ଚାର ବିଷୟ ହୋଇଛନ୍ତି, ରିପୋର୍ଟ ଅନୁସାରେ ସେ ମୁମ୍ବାଇ ଇଣ୍ଡିଆନ୍ସରୁ ଅଲଗା ହୋଇପାରନ୍ତି। IPL 2027 ନିଲାମ ପୂର୍ବରୁ ସେ ଚେନ୍ନାଇ…

ଶେଷ ହେବ ଆମେରିକା-ଇରାନ ଯୁଦ୍ଧ? ଚୁକ୍ତିନାମାରେ ହର୍ମୁଜ ସମ୍ପର୍କରେ କ’ଣ ନିଷ୍ପତ୍ତି ନିଆଯାଇଥିଲା, ଜାଣନ୍ତୁ

ଓ୍ବାଶିଂଟନ,୨।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ହର୍ମୁଜ ପ୍ରଣାଳୀ ପ୍ରସଙ୍ଗରେ ଇରାନ ଉପରେ ଆକ୍ରମଣ କରିବା କଥା କହିଛନ୍ତି। ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ…

ଗୋଟିଏ ଦିନରେ ୧୬ ପଦକ ଜିତି ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ,୨।୮: ରାଜ୍ୟଗୋଷ୍ଠୀ କ୍ରୀଡାରେ ଶନିବାର ଭାରତ ମୋଟ ୧୬ ଟି ପଦକ ଜିତିଥିଲା, ଯେଉଁଥିରେ ୮ ଟି ସ୍ବର୍ଣ୍ଣ ପଦକ ସାମିଲ ଥିଲା। ସବୁଠାରୁ ଚମତ୍କାର ପ୍ରଦର୍ଶନ…

ମସ୍କୋରେ ବୋମା ବିସ୍ଫୋରଣ; ୩ ମୃତ ୨୧ ଆହତ

ମସ୍କୋ,୨।୮: ଶନିବାର ସାରେ (ଅଗଷ୍ଟ ୧) ରୁଷିଆର ରାଜଧାନୀ ମସ୍କୋର ଏକ ରେଷ୍ଟୁରାଣ୍ଟ ନିକଟରେ ବିସ୍ଫୋରଣରେ ତିନି ଜଣ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ୨୧ ଜଣ…

ସାପ କାମୁଡ଼ାରେ ନାବାଳିକାର ମୃତ୍ୟୁ: ଶବ ବ୍ୟବଚ୍ଛେଦ ପାଇଁ ୩୬ ଘଣ୍ଟାର ପ୍ରତୀକ୍ଷା, ୩ଟି ମେଡିକାଲ ବୁଲିଲେ …

ଥୁଆମୂଳ ରାମପୁର, ୨।୮ (ଦୁର୍ଗା କୀର୍ତ୍ତି): ମୃତ୍ୟୁ ପରେ ମଧ୍ୟ ମିଳିଲାନି ସମ୍ମାନ। ଶବ ବ୍ୟବଚ୍ଛେଦ ପାଇଁ ଶୋକସନ୍ତପ୍ତ ପରିବାରକୁ ଦୀର୍ଘ ୩୬ ଘଣ୍ଟା ଧରି ସଂଘର୍ଷ…

ଆଣ୍ଟାର୍କଟିକାର କୋନ୍‌କୋର୍ଡିଆରେ ୧୬ ବର୍ଷର ରେକର୍ଡ ଥଣ୍ଡା

ନୂଆଦିଲ୍ଲୀ, ୨ା୮: ଉତ୍ତର ଗୋଲାର୍ଦ୍ଧର ଦେଶଗୁଡ଼ିକ (ୟୁରୋପ, ଉତ୍ତର ଆମେରିକା, ଏସିଆ) ଗ୍ରୀଷ୍ମକାଳୀନ ପ୍ରଚଣ୍ଡ ତାପମାତ୍ରା ଓ ଗ୍ରୀଷ୍ମ ପ୍ରବାହର ସମ୍ମୁଖୀନ ହେଉଥିବା ବେଳେ ଦକ୍ଷିଣ ଗୋଲାର୍ଦ୍ଧରେ…

ସପିଂ ସେଣ୍ଟରରେ ଆଖିବୁଜା ଗୁଳି ଚାଳନା, ୩ ମୃତ

ଓ୍ବାଶିଂଟନ,୨।୮: ଆମେରିକାରେ ଗୁଳିକାଣ୍ଡ ଘଟଣା ବଢ଼ିବାରେ ଲାଗିଛି। ସଦ୍ୟତମ ଘଟଣାଟି ଆଇଡାହୋର ଟ୍ବିନ ଫଲ୍ସ ସହରରେ ଘଟିଛି, ଯେଉଁଠାରେ ଶନିବାର ଅପରାହ୍ନରେ ଜଣେ ଆକ୍ରମଣକାରୀ ଏକ ସପିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri