ରେଳ ଷ୍ଟେଶନର ତରବରିଆ ସୌନ୍ଦର୍ଯ୍ୟକରଣ

ବସ୍ତା,୭।୧(ଡି.ଏନ.ଏ.)- ଦକ୍ଷିଣପୂର୍ବ ରେଳବାଇର ବିଭାଗୀୟ ଜିଏମ ଆସନ୍ତା ୧୦ ତାରିଖରେ ରୂପସାରୁ ବାଙ୍ଗିରିପୋଷି ପର୍ଯ୍ୟନ୍ତ ପରିଦର୍ଶନ କରିବା ପରେ ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ବସ୍ତା ଷ୍ଟେଶନ ବୁଲି ସମସ୍ୟା ଅନୁଧ୍ୟାନ କରିବା କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ବସ୍ତା ଷ୍ଟେଶନରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳୁଛି। ବସ୍ତା ଷ୍ଟେଶନରେ ଭିତ୍ତିଭୂମିର ବିକାଶ , ରେଳଯାତ୍ରୀଙ୍କୁ ମୌଳିକ ସୁବିଧା ଦେବା, ପୁରୀରୁ ଦିଲ୍ଲୀ ଯାଉଥିବା ନନ୍ଦନକାନନ, ନୀଳାଚଳ ଏକ୍ସପ୍ରେସ, ଓଡ଼ିଶା ସମ୍ପର୍କକ୍ରାନ୍ତି ଓ ଜନଶତାବ୍ଦୀ ଟ୍ରେନର ରହଣି ସାଙ୍ଗକୁ ଖଡ଼ଗପୁର ଖୋର୍ଦ୍ଧାରୋଡ଼ ଫାଷ୍ଟ ପାସେଞ୍ଜରକୁ କଟକ ଦେଇ ଚଳାଚଳ କରିବା ପାଇଁ ଦୀର୍ଘଦିନ ଧରି ଅଞ୍ଚଳବାସୀ ଦାବି କରି ଆସୁଛନ୍ତି। ରେଳ କର୍ତ୍ତୃପକ୍ଷ ଏସବୁ ଦାବିକୁ ଅଣଦେଖା କରି ଏବେ ଲୋକଦେଖାଣିଆ ଭାବେ ଏବେ ଷ୍ଟେଶନରେ ରଙ୍ଗ ଦେବା କାମ ଆରମ୍ଭ ହାଇଥିବାରୁ ରେଳଯାତ୍ରୀଙ୍କ ସମେତ ଅଞ୍ଚଳବାସୀ ଅସନ୍ତୋଷବ୍ୟକ୍ତ କରିଛନ୍ତି। ଜିଏମଙ୍କ ଗସ୍ତ ପୂର୍ବରୁ ଏପରି ଲୋକଦେଖାଣିଆ କାମକୁ ଜିଲା ଜେଏମଏମ ସଭାପତି କମଲ ଲୋଚନ ବାରିକ ମଧ୍ୟ ସମାଲୋଚନା କରିଛନ୍ତି। ଜିଏମଙ୍କ ଗସ୍ତ ବେଳେ ବିଭିନ୍ନ ରାଜନୈତିକ ଦଳ ଓ ସଙ୍ଗଠନ ପକ୍ଷରୁ ତାଙ୍କୁ ଦାବିପତ୍ର ପ୍ରଦାନ ଲାଗି ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫକିର ମୋହନ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ, ପରୀକ୍ଷା ବିଳମ୍ବକୁ ନେଇ…

ବାଲେଶ୍ୱର,୧୦।୭( ବାଞ୍ଛାନିଧି ଦେ): ବାଲେଶ୍ଵର ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଗୁରୁବାର ବିଳମ୍ବିତ ରାତିରେ ଉତ୍ତେଜନା ଦେଖାଦେଇଛି । ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ଶତାଧିକ ନର୍ସିଂ…

ମିଳୁନି ୧୫ ମତ୍ସଜୀବୀଙ୍କ ପତ୍ତା, ବାଲେଶ୍ବରରୁ ରହିଛନ୍ତି ୩ ଭାଇ

ଭୋଗରାଇ,୯।୭(ପ୍ରଦୀପ ଦାସ): ଲଘୁଚାପ କାରଣରୁ ସମୁଦ୍ର ଅଶାନ୍ତ ରହିଛି । ଏଭକି ସ୍ଥିତିରେ ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ମା କାଳୀ ନାମକ…

ଜଗାଦର୍ଶନ ସାରି ଫେରୁଥିବାବେଳେ ଅଘଟଣ: କଣ୍ଟେନର ପଛପଟୁ ଧକ୍କା ଦେଲା ମିନିବସ୍‌

ବାଲେଶ୍ୱର/ବସ୍ତା, ୮।୭( ହରିଶଙ୍କର ପାଢ଼ୀ/ବାଞ୍ଛାନିଧି ଦେ) : ବସ୍ତା ଥାନା ଅର୍ନ୍ତଗତ ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ ନିକଟ କୁଣ୍ଡପୂର ଛକ ନିକଟରେ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri