ବେଧଡ଼କ ଚାଲିଛି ବେଆଇନ କରତକଳ

ରୂପ୍‌ସା,୭।୧(ଡି.ଏନ.ଏ.)- ବାଲେଶ୍ୱର ଜିଲା ସଦର ବ୍ଲକ ସମେତ ବସ୍ତା, ବାଲିଆପାଳ ଓ ଭୋଗରାଇ ଆଦି ଅଞ୍ଚଳରେ ଅବାଧରେ ବେଆଇନ ଭାବେ କରତକଳ ଚାଲୁଥିବା ଅଭିଯୋଗ ହେଉଛି। ସ୍ଥାନୀୟ ଜଙ୍ଗଲରୁ ଗଛକଟା ଯାଇ କରତକଳରେ ଚିରାଯିବାପରେ ଅନ୍ୟତ୍ର ଚାଲାଣ କରାଯାଉଛି। ଏଭଳି ସ୍ଥିତିରେ ପ୍ରଶାସନ ଓ ବନବିଭାଗ ନୀରବଦ୍ରଷ୍ଟା ସାଜି ବସିଥିବା ଅଭିଯୋଗରେ ଦର୍ଶାଯାଇଛି। ଉଲ୍ଲେଖନୀୟ ଯେ, ଗତ ସେପ୍ଟେମ୍ବର ଓ ଅକ୍ଟୋବରରେ ବନବିଭାଗ ଜିଲାର ବିଭିନ୍ନ ସ୍ଥାନରେ ଥିବା କରତକଳ ଉପରେ ଚଢ଼ାଉ କରି କାଠ, ଯନ୍ତ୍ରାଂଶ ଆଦି ଜବତ କରିଥିଲା। ସଦର ଥାନା ପଦାଗାଁ, ବସ୍ତା ଥାନା ଧପାଖନ୍ଦ ଓ ପୋଡ଼ାପୋଡ଼ା ଗ୍ରାମ ନିକଟରେ ଥିବା ୩ କରତକଳ ଉପରେ ଚଢ଼ାଉ ହୋଇଥିଲା। ସେହିପରି ସଦର ଥାନା ଅଧୀନ ଅନନ୍ତପୁର ଓ ରୂପ୍‌ସା ଥାନା ଜାମୁନିଆ ଅଞ୍ଚଳର ୩ କରତକଳ ସମେତ ଭୋଗରାଇ ବ୍ଲକରେ ୪ଟି କରତକଳ ଉପରେ ଚଢ଼ାଉ କରାଯାଇଥିଲା। ଅନୁରୂପ ବାଲିଆପାଳ ବ୍ଲକରେ ମଧ୍ୟ ଧରପଗଡ଼ କରାଯାଇଥିଲା। ପରେ ବିଭାଗ ଏ ଦିଗରେ ଶିଥିଳତା ଅବଲମ୍ବନ କରିବାରୁ ବିଭିନ୍ନ ସ୍ଥାନରେ ପୁଣି ବେଆଇନ କରତକଳ ମୁଣ୍ଡ ଟେକିଥିବା ରୂପ୍‌ସାର ପରିବେଶପ୍ରେମୀ ରବୀନ୍ଦ୍ର କୁମାର ବେହେରା ଅଭିଯୋଗ କରିିଛନ୍ତି। ଏପରି କି ପରିକ୍ଷୀ, ରୂପ୍‌ସା, ଲଛମନଖୁଣ୍ଟା, ମଧୁପୁରା, ହଳଦୀପଦା ଆଦି ଅଞ୍ଚଳରେ ଏବେ ଅନେକ ବେଆଇନ କରତକଳ ଚାଲିଛି। ଏ ଦିଗରେ ପ୍ରଶାସନିକ ପଦକ୍ଷେପ ନିଆ ନ ଗଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ଏ ସମ୍ପର୍କରେ ଚାନ୍ଦିପୁର ରେଞ୍ଜ ଅଫିସର କ୍ଷୀରାବ୍ଧତ୍ ପ୍ରଧାନଙ୍କୁ ପଚରାଯିବାରୁ ଅଭିଯୋଗ ମୁତାବକ ବେଆଇନ କରତକଳ ବନ୍ଦ ଦିଗରେ ନିଶ୍ଚୟ ବିଭାଗୀୟ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

ଖୁବ୍‌ଶୀଘ୍ର ନୋ ପାର୍କିଂ ଜୋନ୍‌ ଚିହ୍ନଟ କରିବ ବିଏମ୍‌ସି

ଭୁବନେଶ୍ୱର, ୨୭।୪ (ବନ୍ଦନା ସେଠୀ): ସହରସାରା ଏବେ ବେଆଇନ ପାର୍କିଂ। ଗଳିକନ୍ଦିଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ଯିଏ ଯେଉଁଠି ପାରୁଛି ଗାଡ଼ି ରଖି ଦେଉଛି।...

୩୯ ଲୋକ ସଭା, ୨୨୬ ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନ

ଭୁବନେଶ୍ୱର,୨୭ା୪(ଅନିଲ ଦାସ): ରାଜ୍ୟରେ ମେ’ ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକ ସଭା...

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri