ରାସ୍ତାରେ କାନ୍ଥ ଭୁଶୁଡିଲା, ଗମନାଗମନ ବାଧାପ୍ରାପ୍ତ

ଓଡ଼ଗାଁ,୧୭ା୮(ସ୍ବ.ପ୍ର.): ଓଡ଼ଗାଁ ଏନ୍‌ଏସି ଅନ୍ତର୍ଗତ ଧୋବା ସାହିରେ ଗୁରୁବାର ବିଳମ୍ବିତ ରାତିରେ କାନ୍ଥ ଭୁଶୁଡିବାରୁ ଗୋଟିଏ ପରିବାର ଭୟଭୀତ ଅବସ୍ଥାରେ ରହିଛନ୍ତି। ସୂଚନା ଅନୁସାରେ ଓଡ଼ଗାଁ ଏନ୍‌ଏସି ଅନ୍ତର୍ଗତ ବିଭିନ୍ନ ୱାର୍ଡରେ ରାସ୍ତା କଂକ୍ରିଟ ହେଉଥିବା ବେଳେ ଆଉ କେତେକ ରାସ୍ତାକୁ ଲାଗି ଡ୍ରେନ ନିର୍ମାଣ କାର୍ଯ୍ୟ ଚାଲିଛି ା ଓଡ଼ଗାଁ ପାଟଣାସାହି ଛକଠାରୁ ଧୋବାସାହି ଦେଇ ଦରପଦାକୁ ଯାଇଥିବା ମୁଖ୍ୟ ରାସ୍ତା ଅନ୍ତର୍ଗତ ଧୋବାସାହିରେ ଡ୍ରେନ ନିର୍ମାଣ କରିବାକୁ ମନଇଚ୍ଛା ଜେସେବି ଦ୍ୱାରା ଖୋଳା ଯାଇଥିଲା। ଗୁରୁବାର ସନ୍ଧ୍ୟାରେ ହୋଇଥିବା ପ୍ରବଳ ବର୍ଷାରେ ଖୋଳାଯାଇଥିବା ଡ୍ରେନରେ ବର୍ଷାପାଣି ଆସିବାରୁ ଏଥିରେ ଡ୍ରେନ ସଂଲଗ୍ନ ଦୁଃଖି ସିଠ(୭୫) ନାମ୍ନୀ ବୃଦ୍ଧାଙ୍କ ଏକ ଟାଇଲ ଛପର ଘରର ମୂଳଦୁଆ ଧସିଯାଇଥିଲା ା ତାଙ୍କ ଘରର ମୁଖ୍ୟ କାନ୍ଥ ଭୁଶୁଡି ରାସ୍ତା ଉପରକୁ ଚାଲିଆସିଥିଲା ା ପରିବାର ଲୋକେ ଶୋଇଥିବା ବେଳେ ଘର ଭିତର ପରିବର୍ତ୍ତେ ବାହାର ପଟକୁ ଭୁଶୁଡିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ା ରାସ୍ତା ଉପରେ କାନ୍ଥର ଭଙ୍ଗାଅଂଶ ବିଛାଡି ହୋଇ ପଡିଥିବାରୁ ସେହି ରାସ୍ତା ଦେଇ ଗମନାଗମନ ବନ୍ଦ ରହିଛି ା ଏ ସମ୍ପର୍କରେ ପୂର୍ତ୍ତ ବିଭାଗୀୟ ସହକାରୀ ଯନ୍ତ୍ରୀ ବସନ୍ତ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଥିଲେ, ଘର ମାଲିକଙ୍କୁ ବୁଝାଶୁଝା କରିବା ସତ୍ତ୍ୱେ ସେ ରାସ୍ତାରୁ ଭଙ୍ଗା କାନ୍ଥ ଉଠାଇବାକୁ ଦେଇ ନ ଥିଲେ। ତହସିଲଦାର ଓ ପୋଲିସ ଫୋର୍ସଙ୍କ ସହାୟତାରେ ଏହାକୁ ତୁରନ୍ତ ସଫା କରିବାକୁ ଉଦ୍ୟମ କରାଯିବ। ଏହାସହିତ ଘରମାଲିକଙ୍କ ଭାଙ୍ଗି ଯାଇଥିବା କାନ୍ଥ ଓ ଘର ତିଆରି କରିବାକୁ ଆବଶ୍ୟକ ସହାୟତା ଦେବାକୁ ଅନ୍ୟ ଏକ ପର୍ଯ୍ୟାୟରେ ଆଲୋଚନା କରାଯିବ ବୋଲି କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

କିଛିଦିନ ହେଲା ଘରୁ ନିଖୋଜ ଥିଲେ ଯୁବକ, ଆଜି ଖଣିରୁ ମିଳିଲା ମୃତଦେହ, ୨ ଅଟକ

ନୟାଗଡ଼,୧୭ା୫(ଲୋକନାଥ ମିଶ୍ର): ଚାନ୍ଦପୁର ଥାନା ରାଇପଡ଼ା କ୍ରସର ନିକଟସ୍ଥ ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କୁ ହତ୍ୟା କରି ଫୋପଡ଼ା ଯାଇଥିବା ସନ୍ଦେହ ଅଭିଯୋଗ। ଏହି…

ଠିକାଦାରଠାରୁ ଆଖିବୁଜା ଲାଞ୍ଚ ନେଇ ରେଡ୍‌ ହ୍ୟାଣ୍ଡ୍‌ରେ ଧରାପଡ଼ିଲେ ଯନ୍ତ୍ରୀ-ସହଯୋଗୀ, ବିଲ୍‌ କରାଇବା ପାଇଁ କହି…

ଖଣ୍ଡପଡ଼ା,୧୭ା୫: ନୟାଗଡ଼ର ଭାପୁର ଆରଡବ୍ଲ୍ୟୁ ସେକ୍ସନର କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧି ଏବଂ ତାଙ୍କ ସହଯୋଗୀ ଆଶୁତୋଷ ବଳିଆରସିଂଙ୍କୁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ନୟାଗଡ଼…

ଓଡ଼ଗାଁ ହତ୍ୟା: ସିନ୍‌ ରିକ୍ରିଏଶନରେ ପୂରା ଘଟଣା ଦେଖାଇଲେ ଅଭିଯୁକ୍ତ, ଭିଡିଓ ଦେଖିଲେ…

ନୟାଗଡ଼,୧୩ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନାଠାରୁ ପ୍ରାୟ ୨କିମି ଦୂର କଦଳୀବନ୍ଧଠାରେ ଗତ ରବିବାର ରାତିରେ ଘଟିଥିବା ଓଡ଼ଗାଁ ଖେଳପଡ଼ିଆ ସାହିର ଅଜିତ କୁମାର…

ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହତ୍ୟା କଲେ ଖଣି ମାଫିଆ, ଶରୀରର ଅନେକ ସ୍ଥାନରେ ରହିଛି…

ନୟାଗଡ଼,୧୧ା୫(ଲୋକନାଥ ମିଶ୍ର): ମାଙ୍କଡ଼ାପଥର ଚୋରାଚାଲାଣକୁ ବିରୋଧ କରିବାରୁ ରବିବାର ବିଳମ୍ବିତ ରାତିରେ ଓଡ଼ଗାଁ ବିଜୟ ମଣ୍ଡପସାହିର ଅଜିତ ସାହୁ(୩୫)ଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି ମାଫିଆ। ଏହି…

ପଥର ଖୋଲରେ ନାବାଳକ ଫସିବା ଘଟଣାରେ ଅଗ୍ନିଶମ ଡିଜିଙ୍କ ସୂଚନା; ବୈଷୟିକ ଚ୍ୟାଲେଞ୍ଜ୍‌, ଅଜଗର ପାଖରେ…

ନୟାଗଡ଼,୬ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା କାଣିପଦା ଜଙ୍ଗଲ ପଥରଖୋଲରେ ନାବାଳକ ଫସିବା ଘଟଣା । ଦୀର୍ଘ ୧୦ ଘଣ୍ଟା ପରେ ଆଜି ଅପରାହ୍ନରେ…

ମହୁ ସଂଗ୍ରହ କରିବାକୁ ଯାଇ ପଥରଖୋଲରେ ଫସିଗଲେ ନାବାଳକ, ପଥରସନ୍ଧିରେ ମୁଣ୍ଡ ପଶି…

ନୟାଗଡ଼,୬ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା କାଣିପଦା ଜଙ୍ଗଲ ପଥରଖୋଲରେ ଫସିଯାଇଛନ୍ତି ଜଣେ ନାବାଳକ। ବାଉଁଶଗାଡ଼ିଆ ସ୍ଥିତ ଜଙ୍ଗଲରେ ମହୁ ସଂଗ୍ରହବେଳେ ଫସିଯାଇଛନ୍ତି। ପଥରସନ୍ଧିରେ…

ଚତୁର୍ଥୀ ପୂର୍ବରୁ ଶାଶୁ ଘରୁ କନ୍ୟାକୁ ଉଠାଇ ନେଲା ପୋଲିସ, ବର ମାରିଲା ଛୁ

ନୟାଗଡ଼, ୨।୫(ଲୋକନାଥ ମିଶ୍ର): ନୟାଗଡ଼ ଚାଇଲ୍ଡ ହେଲ୍ପ ଲାଇନ ଦ୍ୱାରା ଇଟାମାଟି ଥାନା ଅଧୀନସ୍ଥ ଡେଂଗେରାଗୋଡି ଅଞ୍ଚଳରେ ଚତୁର୍ଥୀ ପୂର୍ବରୁ ଶାଶୁଘରୁ କନ୍ୟାକୁ ଉଠାଇ ନେଲା ପୋଲିସ…

ବୈଷ୍ଣୋଦେବୀଙ୍କ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ: କାଳବୈଶାଖୀର ସୁଯୋଗ ନେଇ…

ନୟାଗଡ଼,୧ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଜାମୁକଣସ୍ଥିତ ବୈଷ୍ଣୋଦେବୀଙ୍କ ମନ୍ଦିରରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ଗୁରୁବାର ରାତିରେ କାଳବୈଶାଖୀ ଯୋଗୁ ବିଦ୍ୟୁତ୍‌ ନ ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri