Posted inଜାତୀୟ

ରାମମନ୍ଦିର ଟ୍ରଷ୍ଟ ଗଠନ ସମ୍ପର୍କରେ ଘୋଷଣା କଲେ ମୋଦି

ନୂଆଦିଲ୍ଲୀ,୫।୨: କେନ୍ଦ୍ର ସରକାର ବୁଧବାର ରାମନ୍ଦିର ଟ୍ରଷ୍ଟ ଗଠନ କରିଛନ୍ତିି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଛନ୍ତି। ଲୋକ ସଭାରେ ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ଗଠନ କରାଯାଇଥିବା ସମ୍ପର୍କରେ ସେ କହିଛନ୍ତି। ସୁପ୍ରିମ୍‌କୋର୍ଟ ରାମମନ୍ଦିର ମାମଲାରେ ରାୟ ଦେବାର ୮୭ ଦିନ ପରେ ଟ୍ରଷ୍ଟ୍‌ ଗଠନ ହୋଇଛି। ଟ୍ରଷ୍ଟରେ ଦିଗମ୍ବର ଆଖଡ଼ା, ନିର୍ମୋହି ଆଖଡ଼ା ଏବଂ ରାମଲଲାଙ୍କ ପକ୍ଷକାରଙ୍କର ଜଣେ ଲେଖାଏଁ ସଦସ୍ୟ ରହିବେ। ମୋଦି ସରକାର ଟ୍ରଷ୍ଟ ଠାରୁ ନିଜକୁ ଅଲଗା ରଖିବାକୁ ଚାହୁଁଥିବା କୁହାଯାଉଛି। ସେହିପରି ଟ୍ରଷ୍ଟରେ ମହନ୍ତ ନୃତ୍ୟ ଗୋପାଲ ଦାସଙ୍କୁ ଗୁରୁ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି। ୬୭ ଏକର ଜମି ସହିତ ୨.୫ ଏକର ବିବାଦୀୟ ଜମି ମଧ୍ୟ ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟର ଅନ୍ତର୍ଭୁକ୍ତ ହେବ। ଏଣିକି ମନ୍ଦିର ନିର୍ମାଣ ତଥା ମନ୍ଦିର ସହିତ ସମ୍ପୃକ୍ତ ଥିବା ସମସ୍ତ କାର୍ଯ୍ୟ ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ବହନ କରିବ। ଟ୍ରଷ୍ଟରେ ୧୫ ଜଣ ଟ୍ରଷ୍ଟି ରହିବେ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଟୁଇଟ୍‌ କରି କହିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଏସ୍‌ସି-ଏସ୍‌ଟି ବର୍ଗର ଟ୍ରଷ୍ଟି ମଧ୍ୟ ରହିବେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୯ ନଭେମ୍ବର ୯ରେ ରାୟ ପ୍ରକାଶ ସମୟରେ ସୁପ୍ରିମ୍‌କୋର୍ଟ ରାମମନ୍ଦିର ନିର୍ମାଣ ଲାଗି ୩ ମାସ ମଧ୍ୟରେ ଟ୍ରଷ୍ଟ ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ କର୍ମଚାରୀଙ୍କୁ ବଡ଼ ଭେଟି ଦେଲେ ସରକାର, ଏତେ ବଢିଗଲା ଦରମା!

ନୂଆଦିଲ୍‌ଲୀ,୨୪।୫: ହାଇ-ସ୍ପିଡ ଟ୍ରେନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ, ଭାରତୀୟ ରେଳବାଇ ଦେଶବ୍ୟାପୀ ୧୫୫ଟି ଟ୍ରେନକୁ ଏକ ନୂତନ ‘ହାଇ-ସ୍ପିଡ’ ବର୍ଗରେ ପୁନଃବର୍ଗୀକୃତ କରିଛି। ଏହି…

‘ଖୋଲିବ ଷ୍ଟ୍ରେଟ ଅଫ ହୁର୍ମଜ’, ଟ୍ରମ୍ପଙ୍କ ବଡ଼ ଦାବି, ଇରାନ ଦେଲା ଜବାବ, ଜାଣନ୍ତୁ କ’ଣ କହୁଛି ପାକିସ୍ତାନ

ତେହରାନ/ଓ୍ବାଶିଂଟନ,୨୪।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଦାବି କରିଛନ୍ତି ଯେ ଇରାନ ସହିତ ଏକ ଶାନ୍ତି ଚୁକ୍ତି ପ୍ରାୟ ଚୂଡ଼ାନ୍ତ ହୋଇସାରିଛି, ଏବଂ ଆଲୋଚନା ଏବେ…

ସନ୍ଧ୍ୟାରେ ଆଇନ ଶୃଙ୍ଖଳା ଆଲୋଚନା, ରାତିରେ ବଦଳି: ବଦଳିଲେ ୧୦ ଜିଲାର ଆଇପିଏସ୍‌ ଅଫିସର

ଭୁବନେଶ୍ବର, ୨୪।୫(ସୁନିତ୍‌ ମିଶ୍ର): ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଆଲୋଚନାକରିବା ପରେ ରାତିରେ ଆଇପିଏସ୍‌ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ…

ଚନ୍ଦ୍ରପୃଷ୍ଠକୁ ଯାତ୍ରା ପାଇଁ ନୂଆ ଶସ୍ତା ମାର୍ଗ

ନୂଆଦିଲ୍ଲୀ,୨୪।୫: ମହାକାଶ ଗବେଷଣା କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି। ପୃଥିବୀରୁ ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିବା ପାଇଁ ଏକ ନୂତନ ଏବଂ କମ୍‌ ଇନ୍ଧନ ଖର୍ଚ୍ଚ…

୧୦ ଦିନରେ ୫ ଟଙ୍କା ମହଙ୍ଗା ପେଟ୍ରୋଲ, ଡିଜେଲ

ଭାରତରେ ତୈଳ ବିପଣନ କମ୍ପାନୀ ପେଟ୍ରୋଲ ଓ ଡିଜେଲ ଦର ୧୦ ଦିନ ମଧ୍ୟରେ ୩ ଥର ବୃଦ୍ଧି କରିସାରିଲେଣି। ଶନିବାର ପେଟ୍ରୋଲ ଦର ଲିଟର ପିଚ୍ଛା…

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri