Posted inଫୁରସତ

‘ରାନୀପୁର ଟେରିକଟ୍‌’ ଏବେ ଇତିହାସ

ଝାନ୍ସୀ: ‘କେବେ ଆମେ ବି ମାଲିକ ଥିଲୁ। ଆମ ପାଖରେ ଅନେକ ଲୋକ କାମ କରୁଥିଲେ। ହେଲେ ଭାଗ୍ୟ ଆମକୁ ମାଲିକରୁ ଶ୍ରମିକ କରିଦେଲା। ପେଟପାଟଣା ପାଇଁ ବାହାରକୁ ପଳାଇଥିଲୁ। ଏବେ କରୋନା ପୁଣି ଗଁାକୁ ଫେରାଇ ଆଣିଛି। ହେଲେ ଏଠାରେ ଆସି ଦେଖିବା ବେଳକୁ ଆଉ କିଛି ନାହିଁ। ଜାଣିନୁ ଆଗକୁ ବିଧାତା ଆମ ପାଇଁ କ’ଣ ରଖିଛି’। ଏ ହେଉଛି ଝାନ୍ସୀ ରାନୀପୁରର ଶ୍ୟାମ ଲାଲ୍‌ ଏବଂ ଦୀନେଶ ଆର୍ଯ୍ୟଙ୍କ ମନର ଗହନ କଥା। ବୁଣାକାର ବୃତ୍ତିର ପୁରୁଣା ଦିନକୁ ସାଉଁଟିବା ବେଳେ ଛଳଛଳ ହୋଇଯାଇଥିଲା ଦୁହିଁଙ୍କ ଆଖି, ଯେଉଁଥିରୁ ବାରି ହୋଇପଡୁଥିଲା କରୋନା ଦେଇଯାଇଥିବା ତାଜା ତାଜା କ୍ଷତର ଯନ୍ତ୍ରଣା।
ଦୀନେଶ ଏବଂ ଶ୍ୟାମଲାଲଙ୍କ ସମେତ ଗ୍ରାମର ଅନ୍ୟ ୧୨ଜଣ ପ୍ରବାସୀ ବୁଧବାର ହରିଦ୍ୱାରରୁ ଗାଡ଼ି ଭଡ଼ା କରି ଫେରିଛନ୍ତି। ଏଥିଲାଗି ସେମାନଙ୍କୁ ଦେବାକୁ ପଡ଼ିଛି ପାଖାପାଖି ୩୦,୦୦୦ ଟଙ୍କା। ସମସ୍ତେ ସେଠାରେ ମୋତି ହାର ଦୋକାନରେ କାମ କରୁଥିଲେ। ସବୁଠାରୁ ବଡ଼କଥା ହେଉଛି, ଏକଦା ସ୍ବାବଲମ୍ବୀ ଥିଲେ ସମ୍ପୃକ୍ତ ବୁଣାକାର ଏବଂ ସେମାନଙ୍କ ପରିବାର। ହେଲେ ପ୍ରତିକୂଳ ସମୟ ସେମାନଙ୍କୁ କୌଳିକ ବୃତ୍ତିରୁ ଦୂରେଇଦେଲା। ସୁରଟ ଏବଂ ଚାଇନା ପୋଷାକର ଚାହିଦା ସେମାନଙ୍କ କ୍ଷୁଦ୍ର ଉଦ୍ୟୋଗକୁ ଧୂଳିସାତ୍‌ କରିଦେଲା। ବାହାର ସାମଗ୍ରୀର ପ୍ରବେଶ ପରେ ସ୍ଥାନୀୟ ବୁଣାକାରଙ୍କ ଉତ୍ପାଦିତ ସାମଗ୍ରୀର ଚାହିଦା କମିଗଲା। ସରକାର, ସ୍ଥାନୀୟ ପ୍ରଶାସନ, ରାଜନେତା ସମସ୍ୟାକୁ ଅଣଦେଖା କରିଚାଲିଲେ। ଏପରି ଉଦାସୀନତା ବୁଣାକାର ଗ୍ରାମ ପାଇଁ ପାଲଟିଗଲା ଅଭିଶାପ।
ଦୀନେଶଙ୍କ କହିବା କଥା, ଏକଦା ଝାନ୍ସୀର ‘ଛୋଟ ମାଞ୍ଚେଷ୍ଟର’ ଭାବେ ପରିଚିତ ଥିଲା ରାନୀପୁର। ‘ରାନୀପୁର ଟେରିକଟ୍‌’ ନାମରେ ସୁନାମ ଅର୍ଜିଥିଲା ଏହି ବୁଣାକାର ଗ୍ରାମ। ସ୍ଥାନୀୟ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ଗାଲିଚା, ଚାଦର, କପଡ଼ା, ଗାମୁଛା ହାଟବଜାରକୁ ଯାଉଥିଲା। ହୋଲ୍‌ସେଲରମାନେ ଏହାକୁ କିଣି ନିଜ ନିଜ ଅଞ୍ଚଳରେ ବିକ୍ରି କରୁଥିଲେ। ୧୯୯୯ ଯାଏ ଭଲ ବ୍ୟବସାୟ ହେଉଥିଲା। ହେଲେ ସୁରଟ୍‌ର ପୋଷାକ ବଜାରକୁ କବ୍‌ଜା କରିବାପରେ ‘ରାନୀପୁର ଟେରିକଟ୍‌’ ଚମକ ହରାଇଲା। ସୂତା ସମେତ ଅନ୍ୟ କଞ୍ଚାମାଲର ଦରବୃଦ୍ଧି କାରବାରକୁ ପ୍ରଭାବିତ କଲା। ଉତ୍ପାଦିତ ସାମଗ୍ରୀକୁ ହୋଲ୍‌ସେଲରମାନେ କିଣିବା ବନ୍ଦ କରିଦେଲେ। କାମ କମିଯିବା ସହ ଧୀରେ ଧୀରେ ଲୁଗାବୁଣା ମେଶିନ ଖରାପ ହୋଇଗଲା। ବୁଣାକାର ଶ୍ରମିକ ପାଲଟିଗଲେ। ସେମାନେ ସୁରଟ ସମେତ ଅନ୍ୟ ସହରକୁ ପଳାଇଗଲେ। ଏବେ କରୋନା ଲାଗି ୨୦୦୦ ମସିହା ପରେ ସେମାନେ ଗଁାକୁ ଫେରିଛନ୍ତି। ନିଜର ଜମିବାଡ଼ି ନ ଥିବାରୁ ଆଗାମୀ ଦିନରେ ପେଟପାଟଣା ଚିନ୍ତା ଆହୁରି ବଢ଼ିବ ବୋଲି ଦୀନେଶ ଆଶଙ୍କା ବ୍ୟକ୍ତ କରିଛନ୍ତି।
ସେହିପରି ଶ୍ୟାମଲାଲ୍‌ କୁହନ୍ତି, ୨୦ ବର୍ଷ ତଳେ ୮୦ ହଜାର ପରିବାରକୁ ନେଇ ବେଶ୍‌ ସମୃଦ୍ଧ ଥିଲା ରାନୀପୁର। ବାର୍ଷିକ କୋଟି କୋଟି ଟଙ୍କାର ବ୍ୟବସାୟ ହେଉଥିଲା। ହେଲେ ଏବେ ପରିସ୍ଥିତି ବଦଳିଯାଇଛି। ‘ରାନୀପୁର ଟେରିକଟ୍‌’ କେବଳ ଇତିହାସ ହୋଇ ରହିଯାଇଛି। କରୋନା ଲାଗି ଯଦିଓ କାରିଗରମାନେ ଫେରିବା ଆରମ୍ଭ କରିଛନ୍ତି, ହେଲେ ପୂର୍ବର କପଡ଼ା ବଜାର ଆଉ ନାହିଁ। ଭିତ୍ତିଭୂମି ନଷ୍ଟ ହୋଇଯାଇଛି। ପୁଞ୍ଜି ଖଟାଇ ପୁନର୍ବାର ପୋଷାକପତ୍ର ଉତ୍ପାଦନ ଆରମ୍ଭ କରିବା ବଡ଼କଥା ନୁହେଁ, ଉତ୍ପାଦିତ ସାମଗ୍ରୀ କିପରି ବିକ୍ରି ହେବ ତାହା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ଏବେ ‘ରାନୀପୁର ଟେରିକଟ୍‌’କୁ ଲୋକେ ଭୁଲିଗଲେଣି। ଏପରିସ୍ଥିତିରେ କିଏ ଆଉ କାହିଁକି ଆମ ହାତ ତିଆରି ପୋଷାକ କିଣିବାକୁ ଆଗ୍ରହୀ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ଦ୍ରୁତ ଶିଳ୍ପାୟନ ଦେଶର ଆର୍ଥିକ ବିକାଶରେ ସହାୟକ ହୋଇଛି। ହେଲେ ଏହାର ପ୍ରତିକୂଳ ପ୍ରଭାବ କୁଟୀରଶିଳ୍ପକୁ ଧ୍ୱଂସ କରିଦେଇଛି। ବୁଣାକାରଙ୍କ ଗଁ। ରାନୀପୁର ଏହାର ଏକ ଉଦାହରଣ। ଦୁର୍ଦ୍ଦିନରେ ଥିବା ସମ୍ପୃକ୍ତ ବୁଣାକାର ପରିବାରକୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟଜନକ ପାରା ଥାନାରେ ଅଟକ: ବାଂଲାଦେଶରୁ ଆସିଥିବା ସନ୍ଦେହ

ବୈଶିଙ୍ଗା, ୧୫/୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଷିପଦା ଗ୍ରାମରୁ ମଙ୍ଗଳବାର ଦ୍ୱିପ୍ରହର ସମୟରେ ଏକ ରହସ୍ୟଜନକ ପାରା ଉଦ୍ଧାର କରାଯାଇଛି। ଗ୍ରାମର…

କଳାହାଣ୍ଡିରେ ଧୁମ୍‌ଧାମ୍‌ରେ ପାଳିତ ହେଲା ନୂଆଁଖାଇ, ଖିରି, ପିଠାରେ ମହକିଲା ଗାଁ ଦାଣ୍ଡ

ଭବାନୀପାଟଣା,୧୫ା୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ମଙ୍ଗଳବାର କଳାହାଣ୍ଡି ଜିଲାରେ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ଼ ସହରସ୍ଥିତ ଦଧିବାମନ ମନ୍ଦିରରେ ସକାଳ…

ମଦ ବିକ୍ରିକୁ ନେଇ ତାତିଲେ ମହିଳା, ପ୍ରଶାସନ ନିକଟରେ ଦାବି

ପାଟଣା, ୧୪/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ବଡ଼ପାଟଣା ପଞ୍ଚାୟତ ମଙ୍ଗଳପୁର, କୁଆପଶି, ଲେଖେନା ଓ ଡିଆନାଳି ଅଞ୍ଚଳରେ ବେଆଇନ ଭାବେ…

୧୯ ବର୍ଷ ହେଲା ବଜାୟ ରହିଛି ପରମ୍ପରା: ନୂଆଁଖାଇରେ ଶିରାବାହାଲ ଗ୍ରାମବାସୀ ଏକାଠି ଖାଇଲେ

ବଲାଙ୍ଗୀର ଅଫିସ, ୧୫।୯ (ସୁନିଲ କୁମାର ମହାନ୍ତି): ଯେଉଁ ମହାନ ଉଦ୍ଦେଶ୍ୟ ନେଇ ନୂଆଁଖାଇ ତିହାରର ପରିକଳ୍ପନା କରାଯାଇଥିଲା, ତାହାକୁ ସାକାର ରୂପ ଦେଉଛନ୍ତି ବଲାଙ୍ଗୀର ଜିଲା…

ବିଜ୍ଞାନକୁ ବାଦ୍‌ ଦେଇ ଦେଶର ପ୍ରଗତି ପରିକଳ୍ପନା ଅସମ୍ଭବ

ଦିଗପହଣ୍ଡି, ୧୫।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଜ୍ଞାନଶ୍ରୀ ପବ୍ଲିକ୍‌ ସ୍କୁଲର ଷଷ୍ଠତମ ଜ୍ଞାନବିଜ୍ଞାନ ମେଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ହରିବନ୍ଧୁ ଦୋରା, କାଳୁଚରଣ…

ଗାଡ଼ି ଲାଇଟ୍‌ ଉପରେ ସରକାର ଆଣୁଛନ୍ତିି ବଡ଼ ନିୟମ, ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

ନୂଆଦିଲ୍‌ଲୀ,୧୫।୯: ରାତି ସମୟରେ ରାସ୍ତାରେ ଗାଡ଼ିଗୁଡ଼ିକର ହାଇ ବିମ (High Beam) ହେଡଲାଇଟ ଆଖି ଝଲସାଇ ଦେବା ସଡ଼କ ଦୁର୍ଘଟଣାର ଏକ ବଡ଼ କାରଣ ପାଲଟିଛି। ଏହି…

୨୦୨୭ ଯାଏ ୩ ରାଶିଙ୍କର ଚାଲିବ ଭଲ ସମୟ, କେତୁଙ୍କ ପ୍ରଭାବରେ ପ୍ରଚୁର ଧନ ଲାଭ ସହ ଚାକିରିରେ ପଦୋନ୍ନତି!

ଜ୍ୟୋତିଷ ଶାସ୍ତ୍ରରେ ଛାୟା ଗ୍ରହ କେତୁଙ୍କ ଗୋଚରକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଜ୍ୟୋତିଷୀଙ୍କ ମତ ଅନୁସାରେ, କେତୁ ପ୍ରାୟ ୧୮ ମାସ ପରେ ରାଶି…

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, DA ବୃଦ୍ଧିକୁ ନେଇ ଆସିଲା ବଡ଼ ଅପଡେଟ୍‌! ଏହିଦିନ…

ନୂଆଦିଲ୍ଲୀ,୧୫।୯: ଦେଶର ୫୦ ଲକ୍ଷରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୫ ଲକ୍ଷରୁ ଊର୍ଦ୍ଧ୍ୱ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସୁଛି। ପାର୍ୱଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?