ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀଙ୍କ ଅନୁଗୋଳ ଗସ୍ତ: ‘ମଦ ରାଜସ୍ବ ସରକାରଙ୍କ ଲକ୍ଷ୍ୟ ନୁହେଁ’

ଅନୁଗୋଳ ଅଫିସ, ୧୫।୧ – ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାର ଅନୁଗୋଳ ଗସ୍ତରେ ଆସି ସର୍କିଟ ହାଉସ ଠାରେ ଜିଲା ଅବକାରୀ ବିଭାଗର ରାଜସ୍ବ ସଂଗ୍ରହ ଓ ମଲ୍ଟି ଡିସିପ୍ଲିନାରୀ ସ୍କ୍ବାଡ୍‌ର ନିୟମିତ ଚଢ଼ାଉ ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ବୈଠକରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଓ ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଲ ପ୍ରମୁଖ ଯୋଗଦେଇଥିଲେ। ମଦ ବିକ୍ରି କରି ରାଜସ୍ବ ସଂଗ୍ରହ ସରକାରଙ୍କ ଲକ୍ଷ୍ୟ ନୁହେଁ, କିଛି ବ୍ୟକ୍ତି ମଦ୍ୟପାନକୁ ଅଭ୍ୟାସଗତ ଭାବେ କରୁଥିବାରୁ ସେମାନଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଅବକାରୀ ସାଙ୍କେତିକ ଚିହ୍ନଥିବା ମଦ ବିକ୍ରି କରାଯାଉଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ତେବେ ଅବକାରୀ ବିଭାଗ ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରୁଥିବା ବେଳେ କେତେ ଲୋକଙ୍କ ନାମରେ ମାମଲା କରିଛି ତାହାର ତଥ୍ୟ ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇ ନ ଥିଲା।
ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ, ଅବକାରୀ ବିଭାଗର ଉକ୍ତ ଚିହ୍ନକୁ ଯେଉଁମାନେ ଜାଲିଆତ କରି ଅପମିଶ୍ରିତ ମଦ ବିକ୍ରି କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ପୋଲିସ, ଅବକାରୀ, ଡ୍ରଗ୍ସ ଓ ବନ ବିଭାଗକୁ ନେଇ ଗଠିତ ମଲ୍ଟି ଡିସିପ୍ଲିନାରୀ ସ୍କ୍ବାଡ୍‌ ନିୟମିତ ଚଢ଼ାଉ ଜାରି ରଖିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସାମ୍ପ୍ରତିକ ପରିସ୍ଥିତିରେ ଯୁବବର୍ଗ ଦ୍ୱାରା ବହୁଳ ଭାବେ ବ୍ୟବହାର ହେଉଥିବା କଫ୍‌ ସିରପ୍‌ ଓ ଡଗ୍ସକୁ ନେଇ ମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିଥିଲେ। ଜିଲାରେ ସ୍କ୍ବାଡ୍‌ ଦ୍ୱାରା ନିୟମିତ ଚଢ଼ାଉ କରି ରଖିବା ସହ ଯେଉଁମାନେ ଏହି କାର୍ଯ୍ୟରେ ସଫଳତା ହାସଲ କରିବେ ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ତେବେ ଚୋରା ମଦ, ଡ୍ରଗ୍ସ କାରବାର ଉପରେ ଚଢ଼ାଉ ଓ ଗଞ୍ଜେଇ ଗଛ ନଷ୍ଟ କ୍ଷେତ୍ରରେ ସ୍କ୍ବାଡ୍‌ ସଫଳତାରେ ମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ମହୁଲ ଫୁଲକୁ ଦେଶୀ ମଦ ପ୍ରସ୍ତୁତିରେ ବ୍ୟବହାର କରିବା ସହ ଅନ୍ୟ ରାସାୟନିକ ପଦାର୍ଥ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଉପସ୍ଥିତ ଅବକାରୀ କମିଶନର ଅଞ୍ଜନ କୁମାର ମାନିକ ଅବାଧ ଓ ଅପମିଶ୍ରତ ମଦ କାରବାରକୁ କଡ଼ାକଡ଼ି ଯାଞ୍ଚ କରିବାକୁ ପରାମର୍ଶ ଦେଇଥିଲେ। ବେଆଇନ ଗଞ୍ଜେଇ ଚାଷ ଡ୍ରୋନ କ୍ୟାମେରା ଯୋଗେ ନଷ୍ଟ କରାଯିବ ବୋଲି ସେ ପ୍ରକାଶ କରିଥିଲେ। ସହରର ବିଭିନ୍ନ ଦୋକାନରେ ଉପଲବ୍ଧ ହେଉଥିବା ନିଶାଯୁକ୍ତ କଫ ସିରପ ଉପରେ ସତର୍କ ଦୃଷ୍ଟି ରଖିବା ସହ ବିକ୍ରେତାମାନଙ୍କୁ ନିୟମିତ ତଥ୍ୟ ମାଗିବାକୁ ପରାମର୍ଶ ଦେଇଥିଲେ। ମଦ ଦୋକାନ ନ ଥିବା ଅଞ୍ଚଳରେ ସର୍ଭେ କରି ନୂତନ ଦୋକାନ ପାଇଁ ବିଜ୍ଞାପନ ଦେବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ଜିଲାପାଳ ମନୋଜ କୁମାର ମହାନ୍ତି ନିୟମିତ ଜିଲାସ୍ତରୀୟ ବୈଠକ କରାଯାଇ ଏହାର ସମୀକ୍ଷା କରାଯାଉଛି ବୋଲି ମନ୍ତ୍ରୀଙ୍କୁ ଅବଗତ କରିଥିଲେ। ଜିଲା ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା ଚଢ଼ାଉ ସମ୍ପର୍କରେ ସୂଚନା ଦେଇଥିଲେ। ମାଲକାନଗିରିରେ ଥିବାବେଳେ ଏ କ୍ଷେତ୍ରରେ ମିଳିଥିବା ସଫଳତାକୁ ଦୋହରାଇବା ପାଇଁ ମନ୍ତ୍ରୀ ଏସ୍‌ପିଙ୍କୁ ପରାମର୍ଶ ଦେଇଥିଲେ। ମଦ ବିକୁଥିବା ବ୍ୟକ୍ତି ବୋତଲ ଉପରେ ଥିବା ଅବକାରୀ ଛାପା ସହ ଏହା ଅସଲି କିମ୍ବା ନକଲି ଜାଣିବା ପାଇଁ ଖୁବ୍‌ଶୀଘ୍ର ଏକ ଆପ୍‌ ପ୍ରଚଳନ କରାଯିବ ବୋଲି କମିଶନର ପ୍ରକାଶ କରିଥିଲେ। ଏହି ବୈଠକରେ ଅବକାରୀ ବିଭାଗ ଉପକମିଶନର ରାମଚନ୍ଦ୍ର ପାଲଟାଙ୍କ ସମେତ ଅବକାରୀ ବିଭାଗର କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ପରେ ମନ୍ତ୍ରୀ ରନ୍ତଲେଇ ଠାରେ ଥିବା ଓଡ଼ିଶା ରାଜ୍ୟ


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଏମପିଙ୍କ ବଡ଼ ସୂଚନା, ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ

ବରଗଡ଼,୨ା୭:(ପ୍ରେମାନନ୍ଦ ଖମାରୀ):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି । ଆସନ୍ତା ୪ ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହା ବାତିଲ…

ବିକାଶ ବାଟବଣା: ବସଷ୍ଟାଣ୍ଡରେ ଲହଡ଼ି ମାରୁଛି ବର୍ଷାଜଳ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ବିକାଶ ବାଟବଣା ହୋଇ ପଡ଼ିଛି। ଏଠାରେ ଡ୍ରେନେଜ ବ୍ୟବସ୍ଥା ଭୁଷୁଡି ପଡିଛି। ସାମାନ୍ୟ ବର୍ଷାରେ ବରଗଡ ସହର କେନ୍ଦ୍ରସ୍ଥଳୀରେ ରହିଥିବା ସରକାରୀ…

ଓଡ଼ିଶା ପାଇଁ ଗୌରବ ଆଣିଲେ ଓମପ୍ରକାଶ: ଅନ୍ତର୍ଜାତୀୟ ବାଳୁକା କଳା ପ୍ରଦର୍ଶନୀରେ…

କର୍ଲାମୁଣ୍ଡା,୨।୭(ପ୍ରଦୀପ କୁମାର ସାହୁ):ଆସନ୍ତା ୪ରୁ ୧୦ ଜୁଲାଇ ପର୍ଯ୍ୟନ୍ତ ତାଇୱାନରେ ଅନୁଷ୍ଠିତ ହେବାକୁ ଥିବା ଟଙ୍ଗସାଇଓ ବାଲୁକା ଭାସ୍କର୍ଯ୍ୟ କଳା ପ୍ରଦର୍ଶନରେ ଭାଗନେବା ପାଇଁ ପୁଣିଥରେ ନିମନ୍ତ୍ରିତ…

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

ଏମଭିଆଇ-ଷ୍ଟେନୋଙ୍କ ଅବସର: ଭବିଷ୍ୟତ ସୁଖମୟ ହେବାକୁ କାମନା

ଛତ୍ରପୁର,୨।୭: ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମଭିଆଇ ରାଜ କୁମାର ବେହେରା ଏବଂ ଷ୍ଟେନୋ ଶ୍ୟାମସୁନ୍ଦର ମାର୍ଥାଙ୍କ ଚାକିରିରୁ ଅବସର ହୋଇଯାଇଛି l ଏନେଇ କାର୍ଯ୍ୟାଳୟ ପକ୍ଷରୁ…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri