ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀଙ୍କ ଅନୁଗୋଳ ଗସ୍ତ: ‘ମଦ ରାଜସ୍ବ ସରକାରଙ୍କ ଲକ୍ଷ୍ୟ ନୁହେଁ’

ଅନୁଗୋଳ ଅଫିସ, ୧୫।୧ – ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାର ଅନୁଗୋଳ ଗସ୍ତରେ ଆସି ସର୍କିଟ ହାଉସ ଠାରେ ଜିଲା ଅବକାରୀ ବିଭାଗର ରାଜସ୍ବ ସଂଗ୍ରହ ଓ ମଲ୍ଟି ଡିସିପ୍ଲିନାରୀ ସ୍କ୍ବାଡ୍‌ର ନିୟମିତ ଚଢ଼ାଉ ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ବୈଠକରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଓ ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଲ ପ୍ରମୁଖ ଯୋଗଦେଇଥିଲେ। ମଦ ବିକ୍ରି କରି ରାଜସ୍ବ ସଂଗ୍ରହ ସରକାରଙ୍କ ଲକ୍ଷ୍ୟ ନୁହେଁ, କିଛି ବ୍ୟକ୍ତି ମଦ୍ୟପାନକୁ ଅଭ୍ୟାସଗତ ଭାବେ କରୁଥିବାରୁ ସେମାନଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଅବକାରୀ ସାଙ୍କେତିକ ଚିହ୍ନଥିବା ମଦ ବିକ୍ରି କରାଯାଉଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ତେବେ ଅବକାରୀ ବିଭାଗ ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରୁଥିବା ବେଳେ କେତେ ଲୋକଙ୍କ ନାମରେ ମାମଲା କରିଛି ତାହାର ତଥ୍ୟ ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇ ନ ଥିଲା।
ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ, ଅବକାରୀ ବିଭାଗର ଉକ୍ତ ଚିହ୍ନକୁ ଯେଉଁମାନେ ଜାଲିଆତ କରି ଅପମିଶ୍ରିତ ମଦ ବିକ୍ରି କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ପୋଲିସ, ଅବକାରୀ, ଡ୍ରଗ୍ସ ଓ ବନ ବିଭାଗକୁ ନେଇ ଗଠିତ ମଲ୍ଟି ଡିସିପ୍ଲିନାରୀ ସ୍କ୍ବାଡ୍‌ ନିୟମିତ ଚଢ଼ାଉ ଜାରି ରଖିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସାମ୍ପ୍ରତିକ ପରିସ୍ଥିତିରେ ଯୁବବର୍ଗ ଦ୍ୱାରା ବହୁଳ ଭାବେ ବ୍ୟବହାର ହେଉଥିବା କଫ୍‌ ସିରପ୍‌ ଓ ଡଗ୍ସକୁ ନେଇ ମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିଥିଲେ। ଜିଲାରେ ସ୍କ୍ବାଡ୍‌ ଦ୍ୱାରା ନିୟମିତ ଚଢ଼ାଉ କରି ରଖିବା ସହ ଯେଉଁମାନେ ଏହି କାର୍ଯ୍ୟରେ ସଫଳତା ହାସଲ କରିବେ ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ତେବେ ଚୋରା ମଦ, ଡ୍ରଗ୍ସ କାରବାର ଉପରେ ଚଢ଼ାଉ ଓ ଗଞ୍ଜେଇ ଗଛ ନଷ୍ଟ କ୍ଷେତ୍ରରେ ସ୍କ୍ବାଡ୍‌ ସଫଳତାରେ ମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ମହୁଲ ଫୁଲକୁ ଦେଶୀ ମଦ ପ୍ରସ୍ତୁତିରେ ବ୍ୟବହାର କରିବା ସହ ଅନ୍ୟ ରାସାୟନିକ ପଦାର୍ଥ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଉପସ୍ଥିତ ଅବକାରୀ କମିଶନର ଅଞ୍ଜନ କୁମାର ମାନିକ ଅବାଧ ଓ ଅପମିଶ୍ରତ ମଦ କାରବାରକୁ କଡ଼ାକଡ଼ି ଯାଞ୍ଚ କରିବାକୁ ପରାମର୍ଶ ଦେଇଥିଲେ। ବେଆଇନ ଗଞ୍ଜେଇ ଚାଷ ଡ୍ରୋନ କ୍ୟାମେରା ଯୋଗେ ନଷ୍ଟ କରାଯିବ ବୋଲି ସେ ପ୍ରକାଶ କରିଥିଲେ। ସହରର ବିଭିନ୍ନ ଦୋକାନରେ ଉପଲବ୍ଧ ହେଉଥିବା ନିଶାଯୁକ୍ତ କଫ ସିରପ ଉପରେ ସତର୍କ ଦୃଷ୍ଟି ରଖିବା ସହ ବିକ୍ରେତାମାନଙ୍କୁ ନିୟମିତ ତଥ୍ୟ ମାଗିବାକୁ ପରାମର୍ଶ ଦେଇଥିଲେ। ମଦ ଦୋକାନ ନ ଥିବା ଅଞ୍ଚଳରେ ସର୍ଭେ କରି ନୂତନ ଦୋକାନ ପାଇଁ ବିଜ୍ଞାପନ ଦେବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ଜିଲାପାଳ ମନୋଜ କୁମାର ମହାନ୍ତି ନିୟମିତ ଜିଲାସ୍ତରୀୟ ବୈଠକ କରାଯାଇ ଏହାର ସମୀକ୍ଷା କରାଯାଉଛି ବୋଲି ମନ୍ତ୍ରୀଙ୍କୁ ଅବଗତ କରିଥିଲେ। ଜିଲା ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା ଚଢ଼ାଉ ସମ୍ପର୍କରେ ସୂଚନା ଦେଇଥିଲେ। ମାଲକାନଗିରିରେ ଥିବାବେଳେ ଏ କ୍ଷେତ୍ରରେ ମିଳିଥିବା ସଫଳତାକୁ ଦୋହରାଇବା ପାଇଁ ମନ୍ତ୍ରୀ ଏସ୍‌ପିଙ୍କୁ ପରାମର୍ଶ ଦେଇଥିଲେ। ମଦ ବିକୁଥିବା ବ୍ୟକ୍ତି ବୋତଲ ଉପରେ ଥିବା ଅବକାରୀ ଛାପା ସହ ଏହା ଅସଲି କିମ୍ବା ନକଲି ଜାଣିବା ପାଇଁ ଖୁବ୍‌ଶୀଘ୍ର ଏକ ଆପ୍‌ ପ୍ରଚଳନ କରାଯିବ ବୋଲି କମିଶନର ପ୍ରକାଶ କରିଥିଲେ। ଏହି ବୈଠକରେ ଅବକାରୀ ବିଭାଗ ଉପକମିଶନର ରାମଚନ୍ଦ୍ର ପାଲଟାଙ୍କ ସମେତ ଅବକାରୀ ବିଭାଗର କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ପରେ ମନ୍ତ୍ରୀ ରନ୍ତଲେଇ ଠାରେ ଥିବା ଓଡ଼ିଶା ରାଜ୍ୟ


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri