ରଣପୁର ତହସିଲରେ ଜାଲ୍‌ ଦଲିଲରେ ପଟ୍ଟା ପ୍ରଦାନ ଘଟଣା

ରଣପୁର,୭ା୯(ସ୍ବ.ପ୍ର.): ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନୟାଗଡ ଜିଲାର ରଣପୁର ଥାନା ପୋଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହୋଇଛି । ଜାଲ ଦଲିଲରେ ପଟ୍ଟା କରିଥିବା ମୁଖ୍ୟ ଅଭିଯୁକ୍ତ ବିପିନଙ୍କ ସମେତ ରଣପୁର ଅତିରିକ୍ତ ତହସିଲଦାର ମାନସ ରାୟ ଓ ତହସିଲର ଅନ୍ୟ କର୍ମଚାରୀଙ୍କ ନଁ।ରେ ଆଇପିସି ଦଫା ୪୬୫, ୪୬୭, ୪୬୮, ୪୭୭(ଏ), ୪୨୦, ୨୯୪, ୫୦୬, ୧୨୦(ବି)ରେ ଗତ ୫ତାରିଖରେ ମାମଲା (ନଂ.୧୮୭/୧୯) ରୁଜୁ କରିଛି।
ଅଭିଯୋଗ ଅନୁସାରେ ରଣପୁର ତହସିଲ ବାଙ୍କପୁର ଗଁାର ସ୍ବର୍ଗତ ଦାଶରଥି ଜେନା ଓ କୁମୁଦିନୀ ଜେନାଙ୍କ ୨ ପୁଅ ଓ ୩ ଝିଅ ଅଛନ୍ତି। ଦାଶରଥି ଓ କୁମୁଦିନୀଙ୍କ ନଁାରେ ଥିବା ସମ୍ପତ୍ତି ବଡଭାଇ ବିପିନ ଜାଲିଆତି କରି ନିଜ ନଁାରେ କରାଇ ନେଇଥିଲେ। ପରେ ସେ ସାନଭାଇ ବିଜିନିଙ୍କୁ ଘରୁ ତଡି ଦେଇଥିଲେ। ବିଜିନି ଘଟଣାର ତଦନ୍ତ ପାଇଁ ରଣପୁର ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟରୁ ଦଲିଲର ସାର୍ଟିଫାଏଡ୍‌ କପି ମାଗିଥିଲେ। ଏଥିରେ ଜାଲିଆତି କରି ଘରବାରି, କୋଠା ଓ ଜମିକୁ ବଡଭାଇ ନିଜ ନଁାରେ କରାଇ ନେଇଥିବା ବିଜିନି ଜାଣିପାରିଥିଲେ । ପରେ ସେ ୧୭।୧।୨୦୧୮ରେ ସୂଚନା ଅଧିକାର ଆଇନ ଅନୁସାରେ ତହସିଲ କାର୍ଯ୍ୟାଳୟକୁ ଜମି ଜାଲିଆତିର ପ୍ରମାଣ ମାଗିଥିଲେ। ହେଲେ ତହସିଲ କର୍ତ୍ତୃପକ୍ଷ ଚୁପ ରହିଥିଲେ । ପରେ ଜିଲାପାଳଙ୍କୁ ଅବଗତ କରାଇଥିଲେ ମଧ୍ୟ ସୁଫଳ ମିଳିଲା ନାହିଁ। ଏ ସମ୍ପର୍କରେ ୨୦୧୯ ଜାନୁୟାରୀ ୨୧ରେ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ ତପତ୍ରତା ପ୍ରକାଶ ପାଇଥିଲା। ଏହାର ତଦନ୍ତ କରାଯାଇ ଜମି ପଟ୍ଟା ଖାରଜ ହୋଇଥିଲା। ଏପରି କି ଘରର ମୁଖିଆ ବାପାଙ୍କ ନଁାକୁ ସମ୍ପତ୍ତି ଚାଲି ଆସିଥିଲା। ହେଲେ ଆଇନଗତ ଦିଗକୁ ତହସିଲ କର୍ତ୍ତୃପକ୍ଷ ଭୁଲିଯାଇ ନୂଆ ପଟ୍ଟା ପ୍ରଦାନ କରି ଚୁପ ହୋଇ ରହିଗଲେ। ଅଭିଯୋଗକାରୀ ନ୍ୟାୟ ପାଇଁ ରଣପୁର ଥାନା ଓ ନୟାଗଡ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ । ହେଲେ ସୁଫଳ ମିଳି ନ ଥିଲା। ଶେଷରେ ବିଜିନି ହାଇକୋର୍ଟରେ ଆଶ୍ରୟ ନେଇଥିଲେ । ହାଇକୋର୍ଟ ଅଭିଯୋଗକୁ ଗ୍ରହଣ କରି କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ୪ ସପ୍ତାହ ମଧ୍ୟରେ ଜଣାଇବାକୁ ପିଆରଏଲ୍‌ଏନ୍‌ଟି ନଂ.୧୦୯୦/୨୮।୮।୨୦୧୯ରେ ମୁଖ୍ୟ ସଚିବ ଗୃହ ବିଭାଗ, ଡିଜିପି କଟକ, ନୟାଗଡ଼ ଏସ୍‌ପି, ରଣପୁର ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରଣପୁର ପୋଲିସ ବିଜିନିଙ୍କ ଅଭିଯୋଗକ୍ରମେ ମାମଲା ରୁଜୁ କରି ତଦନ୍ତ ତ୍ୱରାନ୍ବିତ କରିଛି। ଧରିତ୍ରୀ ଯୋଗୁ ତାଙ୍କୁ ନ୍ୟାୟ ମିଳିଲା ବୋଲି ବିଜିନି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ବଳାତ୍କାର ଅଭିଯୋଗ ପଡ଼ିଲା ମହଙ୍ଗା, ବଦଳିଲେ ଆଇଆଇସି

ନୟାଗଡ଼,୧୮ା୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଖଣ୍ଡପଡ଼ା ଏସ୍‌ଡିପିଓ ମଦନ ମୋହନ ପ୍ରଧାନ ମହିଳାଙ୍କୁ ଫେବର ମାଗି ନିଲମ୍ବିତ ହୋଇଥିବା ବେଳେ ଶରଣକୁଳ ଥାନା ଆଇଆଇସି ସୁଜିତ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri